logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬_ ଭୁବନେଶ୍ୱର, ତା.୧୭/୦୨: ପ୍ରଶିକ୍ଷଣ ଭାରତୀୟ ଜନତାପାର୍ଟି କାର୍ଯ୍ୟକର୍ତାମାନଙ୍କର ଏକ ପ୍ରମୁଖ ଅଙ୍ଗ । ବିଜେପି ତାର କାର୍ଯ୍ୟକର୍ତାମାନଙ୍କର ଶାରୀରିକ, ମାନସିକ, ବୌଦ୍ଧିକ ଏବଂ ରାଜନୈତିକ ବିକାଶ କରିବାକୁ ବିଭିନ୍ନ ସମୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ଏହି କ୍ରମରେ ଆଜି ରାଜ୍ୟ କାର୍ଯ୍ୟାଳୟରେ “ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬” କୁ ସଫଳ କରିବା ପାଇଁ ପ୍ରଦେଶ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ପାର୍ଟିର ୧୦୫୨ ମଣ୍ଡଳ, ୩୭ ସାଙ୍ଗଠନିକ ଜିଲ୍ଲା ସମେତ ସମସ୍ତ ୭ ମୋର୍ଚ୍ଚାର ଜିଲ୍ଲାସ୍ତରରୁ ଆରମ୍ଭ କରି ପ୍ରଦେଶ ପର୍ଯ୍ୟନ୍ତ କାର୍ଯ୍ୟକର୍ତା, ବିଧାୟକ ଓ ସାଂସଦମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ଅବସରରେ ଆୟୋଜିତ ଯୋଜନା ବୈଠକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂହ ତୋମାର, ରାଜ୍ୟ ସହପ୍ରଭାରୀ ଶ୍ରୀମତୀ ସୁଶ୍ରୀ ଲତା ଉଷେଣ୍ଡି, ରାଷ୍ଟ୍ରୀୟ ପ୍ରଶିକ୍ଷଣ ଟୋଲି ସଦସ୍ୟା ତଥା ରାଷ୍ଟ୍ରୀୟ ଉପସଭାନେତ୍ରୀ ତଥା ରାଜ୍ୟସଭା ସାଂସଦ ଶ୍ରୀମତୀ କବିତା ପଟିଦାର, ପୂର୍ବ କ୍ଷେତ୍ର ପ୍ରଶିକ୍ଷଣ ସଂଯୋଜକ ପ୍ରଫେସର ଦିନେଶାନନ୍ଦ ଗୋସ୍ୱାମୀ, ରାଜ୍ୟ ସଂଯୋଜକ ତଥା ସାଂସଦ ଶ୍ରୀ ବଳଭଦ୍ର ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କ ସମେତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ଜିଲ୍ଲା ପ୍ରଶିକ୍ଷଣ ଟୋଲି ସଦସ୍ୟମାନେ ଯୋଗଦେଇ ଆଲୋଚନା କରିଥିଲେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି । ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ସଂପର୍କରେ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଶୃଙ୍ଖଳା ଓ ଅନୁଶାସନକୁ ଗୁରୁତ୍ୱ ଦେଇ ଏବଂ ସିଦ୍ଧାନ୍ତ, ବିଚାର ଓ ରାଷ୍ଟ୍ର ନିର୍ମାଣ ଚିନ୍ତାଧାରାରେ ଅନୁପ୍ରାଣିତ ହେବାକୁ ଶିବିରରେ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯିବ । ପ୍ରଥମରେ ରାଷ୍ଟ୍ର, ଦ୍ୱିତୀୟରେ ସଂଗଠନ ଏବଂ ତୃତୀୟ ତଥା ଶେଷରେ ବ୍ୟକ୍ତ୍‌ି; ଏହା ହେଉଛି ବିଜେପିର ମୂଳମନ୍ତ୍ର । ସମାଜ ଓ ରାଷ୍ଟ୍ର ପ୍ରତି ଦାୟୀତ୍ୱ ଓ କର୍ତ୍ତବ୍ୟକୁ ତୁଲାଇବା ଲକ୍ଷ୍ୟରେ ସମର୍ପିତ କାର୍ଯ୍ୟକର୍ତ୍ତା ନିର୍ମାଣ ହେଉଛି ପ୍ରଶିକ୍ଷଣର ମୂଳ ଉଦ୍ଦେଶ୍ୟ । ପ୍ରଶିକ୍ଷଣକୁ ବ୍ୟବସ୍ଥିତ, ଶୃଙ୍ଖଳିତ, ସଂଗଠିତ ଏବଂ ସଫଳ କରିବା ପାଇଁ ହେବ ସେସବୁ ବିଷୟରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି । ବିକାଶ ପାଇଁ କେଉଁ ବିଷୟରେ ପ୍ରଶିକ୍ଷଣ ରହିବ ସେସବୁ ପ୍ରସଙ୍ଗ ନିର୍ଦ୍ଧାରିତ ହୋଇଥିଲା । ରାଜ୍ୟସ୍ତରରୁ ବୁଥ ସ୍ତର ଯାଏଁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ । ଏ ସମସ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି ସମାପ୍ତ ହେବ ସେ ଉପରେ ବୈଠକରେ ଖସଡା ପ୍ରସ୍ତୁତ କରାଯାଇଥିଲା ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।

5 hrs ago
user_NEWS  MANORANJAN
NEWS MANORANJAN
ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•

More news from ଓଡ଼ିଶା and nearby areas
  • nuapata word no 04 bmc
    1
    nuapata word no 04 bmc
    user_DIBYA PATTANAIK REAL ESTATE BUSINESSES
    DIBYA PATTANAIK REAL ESTATE BUSINESSES
    ମଞ୍ଚେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ଭୁବନେଶ୍ୱର ପିମଜି ଠାରେ CT & B.Ed ବେକାରୀ ପକୋଡ଼ି ବିକି ଅଭିନଵ ପ୍ରତିବାଦ
    1
    ଭୁବନେଶ୍ୱର ପିମଜି ଠାରେ CT & B.Ed ବେକାରୀ ପକୋଡ଼ି ବିକି ଅଭିନଵ ପ୍ରତିବାଦ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • ଭୁବନେଶ୍ୱର: ମଙ୍ଗଳବାରଠୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋନ ଚରଣ ମାଝୀଙ୍କ ସମେତ ବିଭିନ୍ନ ଦଳର ବିଧାୟକମାନେ ଗୃହରେ ନିର୍ଦ୍ଧାରିତ ସମୟରେ ପ୍ରବେଶ କରିଥିଲେ। ଦେଖନ୍ତୁ ଭିଡିଓ।
    1
    ଭୁବନେଶ୍ୱର: ମଙ୍ଗଳବାରଠୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋନ ଚରଣ ମାଝୀଙ୍କ ସମେତ ବିଭିନ୍ନ ଦଳର ବିଧାୟକମାନେ ଗୃହରେ ନିର୍ଦ୍ଧାରିତ ସମୟରେ ପ୍ରବେଶ କରିଥିଲେ। ଦେଖନ୍ତୁ ଭିଡିଓ।
    user_Saroj Kumar Mohapatra
    Saroj Kumar Mohapatra
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
  • Post by Thabira Majhi
    1
    Post by Thabira Majhi
    user_Thabira Majhi
    Thabira Majhi
    Bhubaneswar (M.Corp.), Khordha•
    12 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    14 hrs ago
  • ଓଡିଶା ରେ ହେବ କ୍ଲିନ୍ ଟେକ୍ ଏକ୍ସପୋ
    1
    ଓଡିଶା ରେ ହେବ କ୍ଲିନ୍ ଟେକ୍ ଏକ୍ସପୋ
    user_DAILYNEWS ALERT
    DAILYNEWS ALERT
    Bhubaneswar (M.Corp.), Khordha•
    15 hrs ago
  • ବ୍ୟାଟେରୀ ଚାଳିତ ଗାଡ଼ି ଅଫିସ୍ କୁ ଫୋନ୍ ଆସୁଥିଲେ ମଧ୍ୟ ଫୋନ ଉଠାଉନାହାନ୍ତି କର୍ମଚାରୀ। ନିଘୋଡ଼ ନିଦରେ ଶୋଇ ପରି ରାଇଜକୁ ବୁଲିବାକୁ ଯାଇଛନ୍ତି କର୍ମଚାରୀ। ଜରୁରୀକାଳୀନ ସେବା ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି ଅଫିସକୁ ରୋଗୀ ମାନେ ଫୋନ କଲେ ମଧ୍ୟ ଫୋନ ଉଠାଉନାହାନ୍ତି କର୍ମଚାରୀ।
    1
    ବ୍ୟାଟେରୀ ଚାଳିତ ଗାଡ଼ି ଅଫିସ୍ କୁ ଫୋନ୍ ଆସୁଥିଲେ ମଧ୍ୟ ଫୋନ ଉଠାଉନାହାନ୍ତି କର୍ମଚାରୀ। ନିଘୋଡ଼ ନିଦରେ ଶୋଇ ପରି ରାଇଜକୁ ବୁଲିବାକୁ ଯାଇଛନ୍ତି କର୍ମଚାରୀ।
ଜରୁରୀକାଳୀନ ସେବା ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି ଅଫିସକୁ ରୋଗୀ ମାନେ ଫୋନ କଲେ ମଧ୍ୟ ଫୋନ ଉଠାଉନାହାନ୍ତି କର୍ମଚାରୀ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    4 hrs ago
  • ବିଜେଡି ସରକାର ଚଣ୍ଡିଖୋଲ ଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ ଆରମ୍ଭ ହୋଇଥିଲା। ଦେଢ଼ ବର୍ଷ ହେଲା ସେ ବିଲଡିଂଗୁଡିକ ଭୁତ କୋଠି ହୋଇସାରିଲଣି।
    1
    ବିଜେଡି ସରକାର ଚଣ୍ଡିଖୋଲ ଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ ଆରମ୍ଭ ହୋଇଥିଲା। ଦେଢ଼ ବର୍ଷ ହେଲା ସେ ବିଲଡିଂଗୁଡିକ ଭୁତ କୋଠି ହୋଇସାରିଲଣି।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.