ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ କେନ୍ଦୁଝର ସଦର, ୨୮।୮(ସମୀର ପାତ୍ର): କେନ୍ଦୁଝର ପୁରୁଣା ସହର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସୁଖଶାନ୍ତି ସରୋବର ପରିସରରେ ମହା ଆଡମ୍ବର ସହକାରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଛି । ବ୍ରହ୍ମାକୁମାରିଜ କେନ୍ଦୁଝରର କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ବିନ୍ଦୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଧରଣୀଧର ବିଶ୍ୱବିଦ୍ୟାଳୟର କୂଳସଚିବ ବ୍ରହ୍ମାକୁମାରୀ ସୁଶ୍ରୀ ପ୍ରତିଭା ପୃଷ୍ଟି,ମୁକୁନା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବ୍ରହ୍ମାକୁମାରି ଜୟନ୍ତୀ ଥାଟୋଇ, କେନ୍ଦ୍ର ସହସଞ୍ଚାଳିକା ବ୍ରହ୍ମାକୁମାରି ପ୍ରତିଭା,ଓଡିଶା ଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ଭକ୍ତବତ୍ସଳ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦୁଝର କେନ୍ଦ୍ର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବିନ୍ଦୁ ରାକ୍ଷୀ ବନ୍ଧନର ମହତ୍ୱ ବିଷୟରେ ଆଲୋଚନା କରିଥିଲେ । ପରସ୍ପର ପ୍ରତି ଭାଇଭଉଣୀର ପବିତ୍ର ସମ୍ପର୍କକୁ ନିଜ ଚିନ୍ତନ ମଧ୍ୟରେ ରଖିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ କେନ୍ଦୁଝରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ରାଜଯୋଗିନୀ ବ୍ରହ୍ମାକୁମାରୀ ବିନ୍ଦୁ ରାକ୍ଷୀ ବାନ୍ଧିବା ସହ ଆଶ୍ରମରେ ତିଆରି ମିଷ୍ଟାର୍ଣ୍ଣ ବାଣ୍ଟି ବରଦାନ କାର୍ଡ ପ୍ରଦାନ କରିଥିଲେ। କେନ୍ଦୁଝର କେନ୍ଦ୍ର ସହ ସଞ୍ଚାଳିକା ବ୍ରହ୍ମାକୁମାରୀ ପ୍ରତିଭା ଜିଲ୍ଲା କାରାଗାରରେ ପହଞ୍ଚି ସମସ୍ତ କର୍ମଚାରୀ ଓ ଜେଲ ଅନ୍ତେବାସୀଙ୍କୁ ରାକ୍ଷୀ ବାନ୍ଧି ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ କରିଥିଲେ। ସୁଖଶାନ୍ତି ସରୋବରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦୁଝର ସେବାକେନ୍ଦ୍ର ତଥା ସଂଲଗ୍ନ ଶାଖାକେନ୍ଦ୍ର ମାନଙ୍କରୁ ବ୍ରହ୍ମାକୁମାର ଭାଇ ଭଉଣୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ପ୍ରାୟ ୪୫୦ ଜଣ ଯୋଗ ଦେଇଥିଲେ । ସନ୍ଧ୍ୟା ପ୍ରାର୍ଥନା ପରେ ସମନ୍ତରାୟପୁର ସ୍ଥିତ ବ୍ରହ୍ମାକୁମାରୀ ଆଶ୍ରମରେ କେନ୍ଦୁଝର ଶ୍ରୀମେଟାଲିକ୍ସର ମାନବସମ୍ବଳ ମୁଖ୍ୟ ଅମ୍ବିକା ମହାପାତ୍ର, ପ୍ରମୁଖ ଯୋଗଦେଇ ଆଧ୍ୟାତ୍ମିକ ଚିନ୍ତନ ଓ ରାଜଯୋଗ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାକ୍ଷୀ ବାନ୍ଧି ଉତ୍ସବ ପାଳନ କରିଥିଲେ। ବ୍ରହ୍ମାକୁମାରୀ ବିନ୍ଦୁଙ୍କ ତତ୍ତ୍ୱାବଧାନରେ ନରଣପୁର ଉପସେବା କେନ୍ଦ୍ର ସଂଚାଳିକା ବ୍ରହ୍ମକୁମାରୀ ମିନତି, ବ୍ରହ୍ମାକୁମାରୀ ମିକୁ,ବିନତା,ସୁନିତା,ଶକୁନ୍ତଳା,ଟୁନି, ସରୋଜିନୀ, ସ୍ୱାତୀ ଓ ବ୍ରହ୍ମାକୁମାର ସତ୍ୟଭାଇ ,ଅକ୍ଷୟ ଭାଇ, ଘନଶ୍ୟାମ ଭାଇ, ଜିଲା ପରିଷଦ ସଦସ୍ୟ ରଥ ମୁଣ୍ଡା ,ଲୋକନାଥ ଭାଇ, ଝରିଲାଲ ଭାଇ, ପୀତବାସ ଭାଇ ,ସୁମନ୍ତ ଭାଇ ,କ୍ଷୀରୋଦ ଭାଇ ,ବିଜୟ ଭାଇ ,କୃତିବାସ ଭାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

- ହରିଚନ୍ଦନ ପୁର ବ୍ଲକ ତେନ୍ତଳା ପୋଷି ଖୁଣ୍ଟ ବନ୍ଧ ସ୍କୁଲ କାହାଣୀ ଖୁଣ୍ଟବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ନିୟମିତ ମଦ ପାନ କରି ଆସୁଥିବାରୁ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ା ରୁ ବଞ୍ଚିତ3
- ମୁହଁ ଦେଖିକି ଧରିବ ପୋଲିସ ଶ୍ରୀମନ୍ଦିର ନିକଟବର୍ତ୍ତୀ ବିଭିନ୍ନ ଦୋକାନ, ବଜାର, ଭିଡ଼ ଅଞ୍ଚଳ ଏବଂ ସାଧାରଣ ସ୍ଥାନରେ ଦୀର୍ଘ ସମୟ ଧରି ରହୁଥିବା କିମ୍ବା ସନ୍ଦେହଜନକ ଭାବେ ଘୁରୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କ ସମ୍ପର୍କରେ ଆବଶ୍ୟକ ଯାଞ୍ଚ କରାଯାଇଥିଲା।ଏହି ସ୍ୱତନ୍ତ୍ର ଅଭିଯାନରେ Facial Recognition System (FRS) ଏବଂ Fingerprint Verification ଭଳି ଆଧୁନିକ ପ୍ରଯୁକ୍ତିର ସହାୟତା ନିଆଯାଇଥିଲା।1
- ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ସାମ୍ବାଦିକ ସଞ୍ଜୟ ନାୟକ ଓ ସୁଶାନ୍ତ ଜେନାଙ୍କ ପରିବାର। ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କଲେ ପରିବାର ସଦସ୍ୟ। #JajpurSP #JajpurPolice #KoreiPolice #Jajpur #Korei #OdishaPolice #Journalist #JournalistSafety #SanjayNayak #SushantJena #ArrestDemand #FamilyMembers #news7odia1
- ବନ୍ତ ବ୍ଲକ୍ ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍ଙ୍କୁ ଗିରଫ କରିଛି ବନ୍ତ ପୋଲିସ। ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍ଙ୍କୁ ଗିରଫ କରାଯାଇଛି।1
- ବଧୂ ହତ୍ୟା ମାମଲାରେ ପୋଲିସର ଟାଳ ଟୁଳ ନୀତି ଅଭିଯୋଗ l ନ୍ୟାୟ ପାଇଁ ଏସପିଙ୍କୁ ଭେଟିଲେ ମୃତକ ପରିବାର l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ କୁରିଗାଁରେ l1
- ଅନୁଗୋଳ, ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ ସପ୍ତମ ବର୍ଷ ଫାଉଣ୍ଡେସନ ଡେ ପାଳନ କରା ଯାଇଛି ଏଥିରେ ,Swo,DSP,Madam DSW ra staff, ବିଶ୍ଵ ଯୁବ କେନ୍ଦ୍ର ର କର୍ମୀ ମାନେ ଉପସ୍ଥିତ ଥିଲେ4
- #୯ବର୍ଷ_ପରେ_ମିଳିଲା_ହଜିଥିବା_ଶୁଆ ସତ ପ୍ରେମ କେବେ ରାସ୍ତା ଭୁଲେନାହିଁ। ୨୦୧୭ରେ ଚୋରି ହୋଇଯାଇଥିବା ପ୍ରିୟ ପୋଷା ଶୁଆ 'ବାର୍ଣ୍ଣି' ଦୀର୍ଘ ୯ ବର୍ଷ ପରେ ପୁଣି ଫେରିଆସିଲା ନିଜ ମାଲିକଙ୍କ ପାଖକୁ। ଏକ ମାଇକ୍ରୋଚିପ୍ ଯୋଗୁଁ ସମ୍ଭବ ହେଲା ଏହି ଅସମ୍ଭବ ମିଳନ।1
- ଆଜି ଜଣଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇ ପାରିଛି ବାଇକ୍ ଏକ୍ସିଡେଣ୍ଟ1