logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାୟଗଡ଼ ପୈାରପରିଷଦର ସ୍ବଚ୍ଛତା ପରିଚାଳନା ଅନୁଧ୍ୟାନ କଲେ ଗୁଡ଼ାରୀ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତିନିଧି ଦଳ ରାୟଗଡ଼ ପୌରପରିଷଦର ସ୍ୱଚ୍ଛତା ପରିଚାଳନା ଅନୁଧ୍ୟାନ କଲେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତିନିଧି ଦଳ ରାୟଗଡ଼: ଆଜି ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ପ୍ରତିନିଧି ଦଳ ରାୟଗଡ଼ ପୌରପରିଷଦକୁ ଏକ ଜ୍ଞାନ ଆହରଣ ପରିଦର୍ଶନରେ ଆସି ପୌରପରିଷଦର ବିଭିନ୍ନ ସ୍ୱଚ୍ଛତା ପ୍ରକଳ୍ପ ଅନୁଧ୍ୟାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କ ସମେତ ଉପାଧକ୍ଷ, ୱାର୍ଡ କାଉନସିଲର, ସାନିଟାରୀ ଇନ୍ସପେକ୍ଟର, ଜୁନିୟର ସାନିଟେସନ ଏକ୍ସପର୍ଟ, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର ଓ ସଫେଇ କର୍ମଚାରୀମାନେ ସାମିଲ ଥିଲେ। ରାୟଗଡ଼ ପୌର କାର୍ଯ୍ୟାଳୟରେ ପହଞ୍ଚିବା ପରେ ସମସ୍ତ ଅତିଥିଙ୍କୁ ପରିଷଦର ଅଧକ୍ଷ୍ୟ, ଉପାଧକ୍ଷା, ୱାର୍ଡ କାଉନସିଲର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ଵାରା ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ପୌରପରିଷଦର ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ସହରର ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ୱଚ୍ଛତା ବ୍ୟବସ୍ଥା ସମ୍ପର୍କରେ ମତ ବିନିମୟ କରାଯାଇଥିଲା। ଦଳ ପ୍ରଥମେ ସହରର ଆହାର କେନ୍ଦ୍ର ଓ ପୁନଃ ବ୍ୟବହାର କେନ୍ଦ୍ର ପରିଦର୍ଶନ କରି ଏହାର କାର୍ଯ୍ୟକାରିତା ବିଷୟରେ ବୁଝିଥିଲେ। ୱାର୍ଡ ନଂ ୩ ଠାରେ ଅବସ୍ଥିତ ସଂପଦ କେନ୍ଦ୍ର ଏବଂ ବର୍ଜ୍ୟବସ୍ତୁ ପୃଥକୀକରଣ କେନ୍ଦ୍ର ପରିଦର୍ଶନ କରି ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁର ପୃଥକୀକରଣ ତଥା ଖତ ପ୍ରସ୍ତୁତି ପ୍ରଣାଳୀ ଅନୁଧ୍ୟାନ କରିଥିଲେ। ଶେଷରେ ସମସ୍ତ କର୍ମକର୍ତ୍ତା ଅଣ୍ଟାରିଗୁଡା ସ୍ଥିତ ମଳ ପଙ୍କ ପରିଚାଳନା ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ସେଠାରେ ପ୍ଲାଣ୍ଟର କାର୍ଯ୍ୟଦକ୍ଷତା ଓ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ତାଲିମ ଗ୍ରହଣ କରିଥିଲେ।ରାୟଗଡ଼ ପୌରପରିଷଦର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ଏବଂ ସୁସମନ୍ୱୟରେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତିନିଧି ଦଳ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପରିଦର୍ଶନ ଦ୍ୱାରା ସେମାନେ ଅନେକ ନୂତନ ଶିକ୍ଷା ଲାଭ କରିଥିବା ବେଳେ ଏହାକୁ ନିଜ ଅଞ୍ଚଳରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଅବସରରେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ରାୟଗଡ଼ା ପୌର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ରାୟଗଡ଼ ପୌରପରିଷଦ

on 10 March
user_Prasad sahukar
Prasad sahukar
Court reporter ମୁନିଗୁଡା, ରାୟଗଡା, ଓଡ଼ିଶା•
on 10 March
5565dcc9-53fd-4ca2-a238-0e3cc9db9980

More news from ଓଡ଼ିଶା and nearby areas
  • ଗୁଡାରି ପୋଲିସ ଥାନା ପରିସରରେ ନୂତନ ଅପରାଧିକ ଆଇନ ସଚେତନ ଶିବିର ଅନୁଷ୍ଠିତ
    1
    ଗୁଡାରି ପୋଲିସ ଥାନା ପରିସରରେ ନୂତନ ଅପରାଧିକ ଆଇନ ସଚେତନ ଶିବିର ଅନୁଷ୍ଠିତ
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    16 hrs ago
  • ତା. 15/04/2026 ରିଖ ଇଣ୍ଡୋ-ନରୱ୍ବେ ଟିମ ର ପ୍ରତିନିଧି ମାନେ ଆଜି ପୁରୀ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପକୁ ପରିଦର୍ଶନ କରିଛନ୍ତି।ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଚିତ୍ରା ଅରୁମୁଗମ ଙ୍କ ନେତୃତ୍ୱରେ ଆସିଥିବା ଏହି ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ନୋଡାଲ ଅଫିସର ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ କରିଥିଲେ।ଇଣ୍ଡୋ-ନରୱ୍ବେ ସହଯୋଗିତା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କୁ ଟିମର ପ୍ରତିନିଧି ମାନେ ଅନୁଧ୍ୟାନ କରିବା ସହ ଦାୟିତ୍ୱ ରେ ଥିବା ଅଧିକାରୀ କର୍ମଚାରୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ପ୍ରଥମେ ନୂଆନଈ ବାଲୁଖଣ୍ଡ ଠାରେ ସି ମାଉଥ ସ୍ଥାନରେ ପହଞ୍ଚି ମୃତ୍ତିକା କ୍ଷୟ ରୋକିବା ଓ ଜଳର ତାପମାତ୍ରା ନିୟନ୍ତ୍ରଣ କରିବା ପ୍ରକଳ୍ପ ଯାହାକି ଏକ କେଶ ଷ୍ଟଡି କୁ ନିରୀକ୍ଷଣ କରିବା ପରେ ଇକୋ ରିଟ୍ରିଟ ପରିଦର୍ଶନ କରିଥିଲେ।ପରେ ଚନ୍ଦ୍ରଭାଗା ଏଫଏଲସି ବା ମତ୍ସ୍ୟ ଅବତରଣ କେନ୍ଦ୍ର କୁ ଅନୁଧ୍ୟାନ କରିବା ସହ ଚିଙ୍ଗୁଡ଼ି ଜାଆଁଳ ହାଚେରୀ ସମ୍ପର୍କରେ ପଚାରି ବୁଝିଥିଲେ।ପରେ ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ।ଏହି ଗସ୍ତ ସମୟରେ ନରୱ୍ବେ ପ୍ରତିନିଧି ମଣ୍ଡଳ,ବିଜ୍ଞାନ ଓ ବୈଷୟିକ ଅତିରିକ୍ତ ସଚିବ ପୂଜା ମିଶ୍ର,ଉପ ନିର୍ଦ୍ଦେଶକ ଡଃ ଏଚ କେ ଦାସ, ଏସିଏଫ ଅଶୋକ କୁମାର ବେହେରା, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଅମୀୟ ସେଠ୍ , ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଜୟ କୁମାର ବସ୍ତିଆ, ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର।
    1
    ତା. 15/04/2026 ରିଖ ଇଣ୍ଡୋ-ନରୱ୍ବେ ଟିମ ର ପ୍ରତିନିଧି ମାନେ ଆଜି ପୁରୀ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପକୁ ପରିଦର୍ଶନ କରିଛନ୍ତି।ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଚିତ୍ରା ଅରୁମୁଗମ ଙ୍କ ନେତୃତ୍ୱରେ ଆସିଥିବା ଏହି ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ନୋଡାଲ ଅଫିସର ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ କରିଥିଲେ।ଇଣ୍ଡୋ-ନରୱ୍ବେ ସହଯୋଗିତା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କୁ ଟିମର ପ୍ରତିନିଧି ମାନେ ଅନୁଧ୍ୟାନ କରିବା ସହ ଦାୟିତ୍ୱ ରେ ଥିବା ଅଧିକାରୀ କର୍ମଚାରୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ପ୍ରଥମେ ନୂଆନଈ ବାଲୁଖଣ୍ଡ ଠାରେ ସି ମାଉଥ ସ୍ଥାନରେ ପହଞ୍ଚି ମୃତ୍ତିକା କ୍ଷୟ ରୋକିବା ଓ ଜଳର ତାପମାତ୍ରା ନିୟନ୍ତ୍ରଣ କରିବା ପ୍ରକଳ୍ପ ଯାହାକି ଏକ କେଶ ଷ୍ଟଡି କୁ ନିରୀକ୍ଷଣ କରିବା ପରେ ଇକୋ ରିଟ୍ରିଟ ପରିଦର୍ଶନ କରିଥିଲେ।ପରେ ଚନ୍ଦ୍ରଭାଗା ଏଫଏଲସି ବା ମତ୍ସ୍ୟ ଅବତରଣ କେନ୍ଦ୍ର କୁ ଅନୁଧ୍ୟାନ କରିବା ସହ ଚିଙ୍ଗୁଡ଼ି ଜାଆଁଳ ହାଚେରୀ ସମ୍ପର୍କରେ ପଚାରି ବୁଝିଥିଲେ।ପରେ ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ।ଏହି ଗସ୍ତ ସମୟରେ ନରୱ୍ବେ ପ୍ରତିନିଧି ମଣ୍ଡଳ,ବିଜ୍ଞାନ ଓ ବୈଷୟିକ ଅତିରିକ୍ତ ସଚିବ ପୂଜା ମିଶ୍ର,ଉପ ନିର୍ଦ୍ଦେଶକ  ଡଃ ଏଚ କେ ଦାସ, ଏସିଏଫ ଅଶୋକ କୁମାର ବେହେରା, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଅମୀୟ ସେଠ୍ , ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଜୟ କୁମାର ବସ୍ତିଆ, ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    20 hrs ago
  • ଶୁଣନ୍ତୁ କଣ୍ଟାମାଳ ଗ୍ରାମ ର 🙏🙏🙏
    1
    ଶୁଣନ୍ତୁ କଣ୍ଟାମାଳ ଗ୍ରାମ ର 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    14 hrs ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    3 hrs ago
  • ଟିଟିଲାଗଡ଼ ସହର ନିକଟରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଗୋଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି l ଟିଟିଲାଗଡ଼ ହଳଦୀ କୁ ସଂଯୋଗ କରିଥିବା ୫୯ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀପଦର ଗାଁ ନିକଟରେ ତିନିଜଣ ଯୁବତୀ ଏକ ସ୍କୁଟି ରେ ଆସୁଥିବା ବେଳେ ସାମ୍ନା ପଟରୁ ଜଣେ ଯୁବକ ମୋଟର ସାଇକେଲ ସହ ସାମ୍ନା ସାମନି ଧକ୍କା ହୋଇଥିଲା l ଏଥିରେ ତିନିଜଣ ଯୁବତୀ ଟିଟିଲାଗଡ଼ ସହର ସର୍ଗିଗୁଡା ର ଆହତ ହୋଇଥିବା ବେଳେ ଟିଟିଲାଗଡ଼ ଥାନା ବେଲପଡା ଗାଁ ର ଦର୍ଣ ବିଶି ଙ୍କ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସାପାଇଁ ଆସିଥିବା ବେଳେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି l ଠିକ ସେହିପରି ଟିଟିଲାଗଡ଼ ଲୁଥୁରବନ୍ଦ ମୁଖ୍ୟ ରାସ୍ତା କତରକେଲା ଗାଁ ନିକଟରେ ଏକ ଟ୍ରକ ଏକ ବାଇକ କୁ ପଛପଟେ ଧକ୍କା ଦେବା ଯୋଗୁଁ ବାଇକରେ ବସିଥିବା ଘଣ୍ଟାବାହାଳୀ ଗାଁ ର ଜଣେ ଗର୍ଭବତୀ ମହିଳା ଙ୍କ ମୃତ୍ୟୁ ଘଟିଛି l ଅନ୍ୟ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି l ଘଟଣା ସମ୍ପର୍କ ରେ ସୂଚନା ପାଇ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଘଟଣା ସ୍ଥଳରେ ପହଂଚି ସ୍ଥିତି ପରଖିବା ସହିତ ଆହତ ବ୍ୟକ୍ତି ମାନଙ୍କ ଆରୋଗ୍ୟ କାମନା କରିବା ତଥା ମୃତକ ଗର୍ଭବତୀ ମହିଳା ଙ୍କ ପ୍ରତି ଶୋକ ପ୍ରକାଶ କରିବା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି l ଉଭୟ ଘଟଣା ରେ ଟିଟିଲାଗଡ଼ ପୋଲିସ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l
    3
    ଟିଟିଲାଗଡ଼ ସହର ନିକଟରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଗୋଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି l ଟିଟିଲାଗଡ଼ ହଳଦୀ କୁ ସଂଯୋଗ କରିଥିବା ୫୯ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀପଦର ଗାଁ ନିକଟରେ ତିନିଜଣ ଯୁବତୀ ଏକ ସ୍କୁଟି ରେ ଆସୁଥିବା ବେଳେ ସାମ୍ନା ପଟରୁ ଜଣେ ଯୁବକ ମୋଟର ସାଇକେଲ ସହ ସାମ୍ନା ସାମନି ଧକ୍କା ହୋଇଥିଲା l ଏଥିରେ ତିନିଜଣ ଯୁବତୀ ଟିଟିଲାଗଡ଼ ସହର ସର୍ଗିଗୁଡା ର ଆହତ ହୋଇଥିବା ବେଳେ ଟିଟିଲାଗଡ଼ ଥାନା ବେଲପଡା ଗାଁ ର ଦର୍ଣ ବିଶି ଙ୍କ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସାପାଇଁ ଆସିଥିବା ବେଳେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି l ଠିକ ସେହିପରି ଟିଟିଲାଗଡ଼ ଲୁଥୁରବନ୍ଦ ମୁଖ୍ୟ ରାସ୍ତା କତରକେଲା ଗାଁ ନିକଟରେ ଏକ ଟ୍ରକ ଏକ ବାଇକ କୁ ପଛପଟେ ଧକ୍କା ଦେବା ଯୋଗୁଁ ବାଇକରେ ବସିଥିବା ଘଣ୍ଟାବାହାଳୀ ଗାଁ ର ଜଣେ ଗର୍ଭବତୀ ମହିଳା ଙ୍କ ମୃତ୍ୟୁ ଘଟିଛି l ଅନ୍ୟ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି l ଘଟଣା ସମ୍ପର୍କ ରେ ସୂଚନା ପାଇ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଘଟଣା ସ୍ଥଳରେ ପହଂଚି ସ୍ଥିତି ପରଖିବା ସହିତ ଆହତ ବ୍ୟକ୍ତି ମାନଙ୍କ ଆରୋଗ୍ୟ କାମନା କରିବା ତଥା ମୃତକ ଗର୍ଭବତୀ ମହିଳା ଙ୍କ ପ୍ରତି ଶୋକ ପ୍ରକାଶ କରିବା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି l ଉଭୟ ଘଟଣା ରେ ଟିଟିଲାଗଡ଼ ପୋଲିସ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • Post by Rabindra Mandal
    1
    Post by Rabindra Mandal
    user_Rabindra Mandal
    Rabindra Mandal
    Farmer R.Udayagiri, Gajapati•
    23 hrs ago
  • ରଜାମରା କୀର୍ତ୍ତନ ମଣ୍ଡଳୀ, ଶ୍ରୀ, ଗୁରୁ ମନୋଜ ପାଣ୍ଡତ୍ଥ
    1
    ରଜାମରା କୀର୍ତ୍ତନ ମଣ୍ଡଳୀ, ଶ୍ରୀ, ଗୁରୁ  ମନୋଜ ପାଣ୍ଡତ୍ଥ
    user_ରଜାମରା କୀର୍ତ୍ତନ ମଣ୍ଡଳୀ
    ରଜାମରା କୀର୍ତ୍ତନ ମଣ୍ଡଳୀ
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    23 hrs ago
  • ତା.15/04/2026 ରିଖ ମହାପ୍ରଭୁଙ୍କ ଚଳିତ ବର୍ଷ ର ଚନ୍ଦନ ଯାତ୍ରା କୁ ପରମ୍ପରା ଅନୁଯାୟୀ ଓ ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ପାଇଁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପରାମର୍ଶ ଦେଇଛନ୍ତି।ଆଜି ଅପରାହ୍ନ ରେ ଜିଲ୍ଲାପାଳ ନରେନ୍ଦ୍ର ପୁଷ୍କରିଣୀ ର ଚନ୍ଦନ ଚକଡା ଓ ମହାପ୍ରଭୁଙ୍କ ଚାପ ସ୍ଥଳକୁ ଜିଲ୍ଲାପାଳ ପରିଦର୍ଶନ କରିଥିଲେ।ଚନ୍ଦନ ଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଗାଡି ଚଳାଚଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା,ଭିଡ ନିୟନ୍ତ୍ରଣ, ଆଲୋକ ବ୍ୟବସ୍ଥା, ସ୍ବଛତା ଓ ପରିଷ୍କାର ପରିଛନ୍ନତା,ସୂଚନା କେନ୍ଦ୍ର ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା,ସ୍ବାସ୍ଥ୍ୟ ବ୍ୟବସ୍ଥା ଇତ୍ୟାଦି ର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି କ୍ଷେତ୍ର ପରିଦର୍ଶନ ରେ ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ତଥା ମୁନିସିପାଲ କର୍ପୋରେସନ ର କମିଶନର ଅରୁଗୁଳା ସ୍ନେହା,ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ,ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର
    1
    ତା.15/04/2026 ରିଖ ମହାପ୍ରଭୁଙ୍କ ଚଳିତ ବର୍ଷ ର ଚନ୍ଦନ ଯାତ୍ରା କୁ ପରମ୍ପରା ଅନୁଯାୟୀ ଓ ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ପାଇଁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପରାମର୍ଶ ଦେଇଛନ୍ତି।ଆଜି ଅପରାହ୍ନ ରେ ଜିଲ୍ଲାପାଳ ନରେନ୍ଦ୍ର ପୁଷ୍କରିଣୀ ର ଚନ୍ଦନ ଚକଡା ଓ ମହାପ୍ରଭୁଙ୍କ ଚାପ ସ୍ଥଳକୁ ଜିଲ୍ଲାପାଳ ପରିଦର୍ଶନ କରିଥିଲେ।ଚନ୍ଦନ ଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଗାଡି ଚଳାଚଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା,ଭିଡ ନିୟନ୍ତ୍ରଣ, ଆଲୋକ ବ୍ୟବସ୍ଥା, ସ୍ବଛତା ଓ ପରିଷ୍କାର ପରିଛନ୍ନତା,ସୂଚନା କେନ୍ଦ୍ର ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା,ସ୍ବାସ୍ଥ୍ୟ ବ୍ୟବସ୍ଥା ଇତ୍ୟାଦି ର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି କ୍ଷେତ୍ର ପରିଦର୍ଶନ ରେ ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ତଥା ମୁନିସିପାଲ କର୍ପୋରେସନ ର କମିଶନର ଅରୁଗୁଳା ସ୍ନେହା,ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ,ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.