ସୁବର୍ଣ୍ଣପୁରରେ ଜିଲ୍ଲା ସଂଗ୍ରହାଳୟର ସ୍ୱପ୍ନ ଦେଖିଛନ୍ତି ବର୍ତ୍ତମାନର ଲୋକପ୍ରିୟ ଜିଲ୍ଲାପାଳ ଡ. ନୃପରାଜ ସାହୁ: ସୁବର୍ଣ୍ଣପୁରରେ ଜିଲ୍ଲା ସଂଗ୍ରହାଳୟର ସ୍ୱପ୍ନ ଦେଖିଛନ୍ତି ବର୍ତ୍ତମାନର ଲୋକପ୍ରିୟ ଜିଲ୍ଲାପାଳ ଡ. ନୃପରାଜ ସାହୁ: ବୌଦ୍ଧ ସଂଗ୍ରହାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ଟିମ୍ l ସୁବର୍ଣ୍ଣପୁର --- ଏକ ବର୍ଷର ରହଣି ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଅନେକ ସ୍ୱପ୍ନ ଓ ଯୋଜନା ମଧ୍ୟରୁ ଜିଲ୍ଲା ସଂଗ୍ରହାଳୟ ପ୍ରତିଷ୍ଠା ଏକ ପ୍ରମୁଖ ସ୍ୱପ୍ନ ଭାବେ ସାମ୍ନାକୁ ଆସିଛି। ଐତିହ୍ୟ, କଳା, ସଂସ୍କୃତି ଓ ପ୍ରାଚୀନ ପରମ୍ପରାରେ ସମୃଦ୍ଧ ସୁବର୍ଣ୍ଣପୁର ଜିଲ୍ଲାର ଗୌରବମୟ ଅତୀତକୁ ସଂରକ୍ଷଣ କରି ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ପାଇଁ ଏକ ସୁସଜ୍ଜିତ ଜିଲ୍ଲା ସଂଗ୍ରହାଳୟର ଆବଶ୍ୟକତାକୁ ସେ ଅନୁଭବ କରିଛନ୍ତି। ଏହି ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ନେତୃତ୍ୱରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ଏକ ପ୍ରତିନିଧି ଦଳ ବୌଦ୍ଧ ଜିଲ୍ଲାର ଐତିହାସିକ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ସଂଗ୍ରହାଳୟର ଗଠନ, ଐତିହାସିକ ସାମଗ୍ରୀର ସଂରକ୍ଷଣ, ବିଭିନ୍ନ ଗ୍ୟାଲେରୀ, ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଓ ପର୍ଯ୍ୟଟକ ଆକର୍ଷଣର ବ୍ୟବସ୍ଥାକୁ ଦଳ ଅନୁଧ୍ୟାନ କରିଥିଲେ। ଏହାପରେ ସୁବର୍ଣ୍ଣପୁରରେ ଏକ ନୂତନ ଜିଲ୍ଲା ସଂଗ୍ରହାଳୟ ପ୍ରତିଷ୍ଠା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଏହି ପରିଦର୍ଶନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ )ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ପ୍ରମୁଖ ସାମିଲ ଥିଲେ। ବୌଦ୍ଧ ଜିଲ୍ଲା ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ବିନୟ ଭୋଇ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ପ୍ରଭାସ ଦଣ୍ଡସେନା, ଜିଲ୍ଲା ସଂସ୍କୃତି ଅଧିକାରୀ ଅଙ୍କିତା ସାହୁ, ଡେପୁଟି କଲେକ୍ଟର ଜ୍ୟୋତି ରଞ୍ଜନ ଭୋଇ ,ଆର୍କିଟେକ୍ଟ ଡ. ସୁଶ୍ରୀ ସୁମନ ଷଡ଼ଙ୍ଗୀ ଏବଂ ସଂଗ୍ରହାଳୟ କର୍ମଚାରୀ ସୁଭ୍ରଜିତ ଦାନୀ ଉପସ୍ଥିତ ଥିଲେ। ଏଥିସହ ଉଭୟ ଜିଲ୍ଲାର କିଛି ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ମଧ୍ୟ ଏହି ପରିଦର୍ଶନରେ ସାମିଲ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲାର ସ୍ଥାନୀୟ ଇତିହାସ, କଳା, ସଂସ୍କୃତି ଓ ପ୍ରାଚୀନ ପରମ୍ପରାକୁ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ସହରରେ ‘ଜିଲ୍ଲା ସଂଗ୍ରହାଳୟ’ ପ୍ରତିଷ୍ଠା କରାଯାଇଛି। ଏହି ପ୍ରୟାସ ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଜଡ଼ିତ। ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେରଙ୍କର ବୌଦ୍ଧ ସଂଗ୍ରହାଳୟ ସହ ପୂର୍ବ ଅନୁଭବ ରହିଛି। ବୌଦ୍ଧ ଜିଲ୍ଲାରେ ବିଭିନ୍ନ ପ୍ରଶାସନିକ ଦାୟିତ୍ୱରେ ଥିବା ସମୟରେ ସଂଗ୍ରହାଳୟ ପ୍ରତିଷ୍ଠାରେ ତାଙ୍କର ମଧ୍ୟ ଉଲ୍ଲେଖନୀୟ ସହଯୋଗ ଓ ପ୍ରଶାସନିକ ଅବଦାନ ରହିଥିଲା। ବୌଦ୍ଧ ସଂଗ୍ରହାଳୟ ତତ୍କାଳୀନ ଜିଲ୍ଲାପାଳ,ଶ୍ରୀ ଲଲାଟେନ୍ଦୁ ମିଶ୍ରଙ୍କ ଏକ ସ୍ୱପ୍ନ ଓ ମାନସସନ୍ତାନ ଥିଲା। ତାଙ୍କର ଦୂରଦୃଷ୍ଟି, ନିଷ୍ଠା ଓ ନିରନ୍ତର ପ୍ରଚେଷ୍ଟା ସହ ଶ୍ରୀ ମେହେରଙ୍କ ସହଯୋଗ ଓ ପ୍ରଶାସନିକ ଅବଦାନ ଫଳରେ ଏହି ଐତିହାସିକ ସଂଗ୍ରହାଳୟ ବାସ୍ତବ ରୂପ ନେଇପାରିଥିଲା। ତେଣୁ ବୌଦ୍ଧ ସଂଗ୍ରହାଳୟର ସଫଳ ଅନୁଭବ ଓ ଏହା ସହ ଜଡ଼ିତ ଅଧିକାରୀମାନଙ୍କ ଅଭିଜ୍ଞତା ସୁବର୍ଣ୍ଣପୁରରେ ପ୍ରସ୍ତାବିତ ଜିଲ୍ଲା ସଂଗ୍ରହାଳୟର ପରିକଳ୍ପନା ଓ କାର୍ଯ୍ୟାନ୍ୱୟନ ପାଇଁ ନିଶ୍ଚିତ ଭାବେ ଏକ ମୂଲ୍ୟବାନ ମାର୍ଗଦର୍ଶନ ହେବ।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା 2 ଜାନୁଆରୀ 2021ରେ ବୌଦ୍ଧ ସଂଗ୍ରହାଳୟ ଉଦ୍ଘାଟନ କରାଯାଇଥିଲା। ବୌଦ୍ଧର ରାଜାଙ୍କ ଅମଳର ଏକ ଐତିହାସିକ କୋଠା, ଯେଉଁଠାରେ ପୂର୍ବରୁ ରାଜାଙ୍କ ଦରବାର ଚାଲୁଥିଲା ଏବଂ ପରବର୍ତ୍ତୀ ସମୟରେ ଯାହା ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭାବେ ବ୍ୟବହୃତ ହୋଇଥିଲା, ସେହି ପ୍ରାୟ 100 ବର୍ଷ ପୁରୁଣା ଐତିହାସିକ କୋଠାକୁ ସଂରକ୍ଷଣ କରି ସଂଗ୍ରହାଳୟରେ ପରିଣତ କରାଯାଇଛି। ଫଳରେ ସଂଗ୍ରହାଳୟର ଭବନ ନିଜେ ବୌଦ୍ଧର ଇତିହାସର ଏକ ଜୀବନ୍ତ ସାକ୍ଷୀ ଭାବେ ଠିଆ ହୋଇଛି। ବର୍ତ୍ତମାନ ସଂଗ୍ରହାଳୟର ଭୂତଳ ମହଲାରେ 15ଟି ଗ୍ୟାଲେରୀ ରହିଛି। ପ୍ରଥମ ମହଲାରେ ପର୍ଯ୍ୟଟକ ଓ ଦର୍ଶକମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ମନୋରଞ୍ଜନମୂଳକ ଓ ଜ୍ଞାନବର୍ଦ୍ଧକ ବ୍ୟବସ୍ଥା କରାଯାଇଛି। ପାରମ୍ପରିକ ଐତିହ୍ୟ ସହ ଆଧୁନିକ ପ୍ରଯୁକ୍ତି ଓ ମନୋରଞ୍ଜନକୁ ସମନ୍ୱିତ କରି ସଂଗ୍ରହାଳୟକୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯାଇଛି। ବୌଦ୍ଧ ସଂଗ୍ରହାଳୟର ଅନ୍ୟତମ ବିଶେଷତା ହେଉଛି ଏହା ବୌଦ୍ଧବାସୀଙ୍କ ଭାବନା ଓ ଆବେଗ ସହ ଗଭୀର ଭାବେ ଜଡ଼ିତ। ସଂଗ୍ରହାଳୟରେ ପ୍ରଦର୍ଶିତ ଅଧିକାଂଶ ସାମଗ୍ରୀ କିଣାଯାଇନାହିଁ; ବରଂ ବୌଦ୍ଧର ସାଧାରଣ ଜନତା ଓ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ସ୍ୱେଚ୍ଛାକୃତ ଭାବେ ଦାନ କରାଯାଇଛି। ତେଣୁ ପ୍ରତ୍ୟେକ ସାମଗ୍ରୀ ସହିତ ଲୋକଙ୍କ ସ୍ମୃତି, ଭାବନା ଓ ଅଞ୍ଚଳର ସାମାଜିକ ଇତିହାସ ଜଡ଼ି ରହିଛି। ସଂଗ୍ରହାଳୟରେ ଥିବା ଟେକ୍ସଟାଇଲ୍ ଗ୍ୟାଲେରୀରେ ପୁରାତନ ହସ୍ତତନ୍ତ କୌଶଳ, ପ୍ରାକୃତିକ ରଙ୍ଗ ପ୍ରସ୍ତୁତି ପ୍ରଣାଳୀ ଓ ପୁରୁଣା ଶୈଳୀର ଶାଢ଼ୀ ପ୍ରଦର୍ଶିତ ହୋଇଛି। ଏଠାରେ ପ୍ରାୟ 82 ବର୍ଷ ପୁରୁଣା ଏକ ଶାଢ଼ୀ ମଧ୍ୟ ରହିଛି। ରାଜକୀୟ ଗ୍ୟାଲେରୀରେ ବୌଦ୍ଧର ରାଜପରିବାର ଓ ରାଜବଂଶ ସହ ସମ୍ପୃକ୍ତ ବିଭିନ୍ନ ଐତିହାସିକ ସାମଗ୍ରୀ ପ୍ରଦର୍ଶିତ ହୋଇଛି। କଳା ଓ ସଂସ୍କୃତି ଗ୍ୟାଲେରୀରେ ପୁରୁଣା ଗ୍ରାମୀଣ ଜୀବନଶୈଳୀ, ପ୍ରାଚୀନ ଇତିହାସ ଓ ପାରମ୍ପରିକ କାର୍ଯ୍ୟକଳାପର ପ୍ରତିଫଳନ ଦେଖିବାକୁ ମିଳେ। ଏହା ବ୍ୟତୀତ ପର୍ଯ୍ୟଟକ ଓ ଶିଶୁମାନଙ୍କ ଆକର୍ଷଣ ପାଇଁ ମତ୍ସ୍ୟ ଆକ୍ୱାରିୟମ୍, ଆଧୁନିକ 11-ଡି ଥିଏଟର, ପାଠାଗାର ଓ ଗବେଷଣା କକ୍ଷ, ଫୁଡ୍ କୋର୍ଟ, ମିରର୍ ମେଜ୍ ଏବଂ ଗ୍ରାଭିଟି ଟନେଲ୍ ଭଳି ବିଭିନ୍ନ ବ୍ୟବସ୍ଥା ରହିଛି। ଫଳରେ ଇତିହାସ ଓ ଐତିହ୍ୟ ସହ ଆଧୁନିକ ମନୋରଞ୍ଜନର ଏକ ଅନନ୍ୟ ସମନ୍ୱୟ ଏଠାରେ ଦେଖିବାକୁ ମିଳେ।ଏହି ପରିଦର୍ଶନ ସମୟରେ ବୌଦ୍ଧ ସଂଗ୍ରହାଳୟର ନିର୍ମାଣ ଓ ପରିକଳ୍ପନା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଆର୍କିଟେକ୍ଟ ଡ. ସୁଶ୍ରୀ ସୁମନ ଷଡ଼ଙ୍ଗୀ ସଂଗ୍ରହାଳୟର ଡିଜାଇନ୍ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏହି ଅନୁଭବ ସୁବର୍ଣ୍ଣପୁରରେ ପ୍ରସ୍ତାବିତ ଜିଲ୍ଲା ସଂଗ୍ରହାଳୟର ପରିକଳ୍ପନା ଓ ଡିଜାଇନ୍ ପାଇଁ ମଧ୍ୟ ଉପଯୋଗୀ ହେବ ବୋଲି ଆଶା କରାଯାଉଛି। *ସୁବର୍ଣ୍ଣପୁର* *ପାଇଁ* *ନୂଆ* *ଆଶା* ସୁବର୍ଣ୍ଣପୁର ମାଟି ଏକ ଐତିହ୍ୟସମ୍ପନ୍ନ ଭୂମି। ଏହାର ବୟନ ପରମ୍ପରା, ଲୋକକଳା, ଲୋକସଂସ୍କୃତି, ସାହିତ୍ୟ, ସଙ୍ଗୀତ, ପ୍ରାଚୀନ ଐତିହ୍ୟ ଓ ଜନଜୀବନର ଅନେକ ଅଜଣା କାହାଣୀ ଆଜି ମଧ୍ୟ ସଂରକ୍ଷଣର ଅପେକ୍ଷାରେ ରହିଛି। ଏହି ସବୁକୁ ଏକ ସ୍ଥାନରେ ସଂଗ୍ରହ କରି ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ପାଇଁ ଏକ ଜିଲ୍ଲା ସଂଗ୍ରହାଳୟର ଆବଶ୍ୟକତା ଅନୁଭବ କରାଯାଉଛି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ସଂଗ୍ରହାଳୟ ସୁବର୍ଣ୍ଣପୁର ପାଇଁ ଏକ ଉତ୍ତମ ମଡେଲ୍ ଓ ପ୍ରେରଣାର ଉତ୍ସ ହୋଇଛି। ବୌଦ୍ଧରେ ଯେପରି ଏକ ପୁରାତନ ଐତିହାସିକ କୋଠାକୁ ସଂରକ୍ଷଣ କରି ତାହାକୁ ଜନସାଧାରଣଙ୍କ ଭାବନା ସହ ଯୋଡ଼ି ଏକ ସଫଳ ସଂଗ୍ରହାଳୟର ରୂପ ଦିଆଯାଇଛି, ସେହିପରି ସୁବର୍ଣ୍ଣପୁରରେ ମଧ୍ୟ ଏକ ଐତିହ୍ୟଭିତ୍ତିକ, ଆଧୁନିକ ଓ ଆକର୍ଷଣୀୟ ସଂଗ୍ରହାଳୟ ପ୍ରତିଷ୍ଠା କରିବା ଦିଗରେ ଏହି ପରିଦର୍ଶନ ଏକ ନୂଆ ପଦକ୍ଷେପ ବୋଲି କୁହାଯାଇପାରେ। ଡ. ନୃପରାଜ ସାହୁଙ୍କ ଏହି ସ୍ୱପ୍ନ ବାସ୍ତବ ରୂପ ନେଲେ, ଏହା କେବଳ ଏକ ନୂତନ ଅଟ୍ଟାଳିକାର ନିର୍ମାଣ ହେବ ନାହିଁ; ବରଂ ସୁବର୍ଣ୍ଣପୁରର ଇତିହାସ, ଐତିହ୍ୟ, କଳା, ସଂସ୍କୃତି ଓ ଲୋକସ୍ମୃତିକୁ ଆଗାମୀ ପିଢ଼ି ପାଇଁ ସାଇତି ରଖିବାର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ ହେବ। ଆଗାମୀ ଦିନରେ ଏହି ସ୍ୱପ୍ନ ସାକାର ହେଲେ ସୁବର୍ଣ୍ଣପୁରର ପର୍ଯ୍ୟଟନ ମାନଚିତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବା ସହ ଜିଲ୍ଲାର ସାଂସ୍କୃତିକ ପରିଚୟକୁ ଆହୁରି ସୁଦୃଢ଼ କରିବ। ରିପୋର୍ଟ -- ଉଗ୍ରସେନ କର୍ମୀ

- ହିନ୍ଦୋଳ ବନ ବିଭାଗର ମନମୁଖୀ ଶାସନ।ତଳ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିନା ମାଷ୍ଟର ପ୍ଲାନ୍ ରେ ଚାଲିଛି ହିନ୍ଦୋଳ ବନ ବିଭାଗ। ହିନ୍ଦୋଳ ବନ ବିଭାଗର ମନମୁଖୀ ଶାସନ।ତଳ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିନା ମାଷ୍ଟର ପ୍ଲାନ୍ ରେ ଚାଲିଛି ହିନ୍ଦୋଳ ବନ ବିଭାଗ। ବିଦ୍ୟୁତ୍ ପ୍ରହରୀଙ୍କୁ ନିଲମ୍ବିତ କରି ଚର୍ଚ୍ଚାରେ ହିନ୍ଦୋଳ ବନବିଭାଗ। ତା୨୭-୦୮:ହିନ୍ଦୋଳ, ଢେଙ୍କାନାଳ ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅଧୀନରେ ପ୍ରାୟ ୨୮୦ରୁ ଉର୍ଦ୍ଧ୍ବ ଜଙ୍ଗଲୀ ହାତୀମାନେ ବିଚରଣ କରୁଥିବାବେଳେ ଅନେକ ସମୟରେ ବ୍ୟାପକ ଧନଜୀବନ ହାନୀ ଘଟୁଛି।ମାତ୍ର ବନବିଭାଗ ପକ୍ଷରୁ କୌଣସି ହେଲେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାନଯାଇ ଫୋଲାଫାଙ୍କିଆ ନୀତି ଅବଲମ୍ବନ କରୁଥିବା ଦେଖା ଦେଇଛି। ଅନେକ ସମୟରେ ଦେଖାଯାଉଛି ମୃତକ ବ୍ୟକ୍ତିଙ୍କ ପରିବାରକୁ ସରକାରଙ୍କ ଆର୍ଥିକ ଅନୁକମ୍ପା ରାଶି ଏବଂ ତଳିଆ କର୍ମଚାରୀମାନଙ୍କୁ ନିଲମ୍ବିତ କରିଦେଇ ବନବିଭାଗ ନିଜ ଦୋଷକୁ ଘୋଡ଼ାଇ ଦେଉଛି। ହିନ୍ଦୋଳ ବନାଞ୍ଚଳ ରେ ଥିବା ଅଧିକାଂଶ ଗ୍ରାମବାସୀ ପ୍ରତୈକ ଦିନ ହାତୀ ଆକ୍ରମଣ ଫଳରେ ଧନଜୀବନ ହାନୀ ବ୍ୟାପକ ଫସଲ ହାନୀ,ଘର ଦ୍ବାର ନଷ୍ଟ ହେବା ସହିତ ଅନେକ କ୍ଷତି ସହୁଛନ୍ତି। ସଞ୍ଜନଇଁଲେ ଲୋକମାନେ ଅତି ଜରୁରୀ କାମରେ ମଧ୍ୟ ଘରୁ ପଦାକୁ ବାହାରିବା ଏକରକମ ମୁସ୍କିଲ୍ ହୋଇପଡୁଛି। ଯଦ୍ୱାରା ଅନେକ ସମୟରେ ସାପ କାମୁଡା, ଗର୍ଭବତୀ ଅବା ରୋଗୀ ମାନଙ୍କୁ ମେଡିକାଲ୍ ନେବା ମଧ୍ୟ ଅସମ୍ଭବ ହୋଇପଡୁଛି। ଫଳରେ ହାତୀମାନଙ୍କ ଦାଉରୁ କେବଳ ଧନଜୀବନ ହାନୀ ନୁହେଁ ଅନେକ କାର୍ଯ୍ୟରେ ମଧ୍ୟ ଯାତାୟାତ କରିବାରେ ବାଧା ସୃଷ୍ଟି ହେଉଛି। ଅନେକ ଜଙ୍ଗଲ ତଳି ଅଞ୍ଚଳରେ ରହିଥିବା ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପାଠପଢ଼ି ଯିବା ଏବଂ ଫେରିବା ଏକରକମ ଦୁର୍ବିସହ ହୋଇପଡୁଛି। ପ୍ରକାଶ ଥାଉକି ଗତ ୫ବର୍ଷ ମଧ୍ୟରେ ହିନ୍ଦୋଳ ଫରେଷ୍ଟ୍ ରେଞ୍ଜରେ ପ୍ରାୟ୧୩୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପାଖାପାଖି ୮୦ରୁ ଉର୍ଦ୍ଧ୍ବ ହାତୀ ମାନଙ୍କର ମୃତ୍ୟୁ ମଧ୍ୟ ଘଟିଛି। ହିନ୍ଦୋଳ ବନାଞ୍ଚଳ ଅଧିକାରୀ ଅଥବା ଜିଲ୍ଲା ବନଖଣ୍ଡ ଅଧିକାରୀ କେବଳ ନିଜର ଦୋଷ ଘୋଡାଇବାକୁ ଅନୁକମ୍ପା ରାଶି ପ୍ରଦାନ ଏବଂ ନିରୀହ ତଳିଆ କର୍ମଚାରୀମାନଙ୍କୁ ନିଲମ୍ବିତ କରିଦେଇ ଚୁପ୍ ବସି ଯାଉଛନ୍ତି।ଫଳରେ ସମାନ ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଅନେକ ଧନଜୀବନ ପରିବାର ବିପନ୍ନ ହେବା ସହିତ ନିରୀହ କର୍ମଚାରୀମାନେ ବଳି ପଡ଼ୁଛନ୍ତି। ଗତ ୬ମାସ ଧରି ହାତୀ ସୁରକ୍ଷା ପାଇଁ ନିୟୋଜିତ ଥିବା ଗାଡ଼ିର ପେଟ୍ରୋଲ୍ ଖର୍ଚ୍ଚ ନ ଦିଆଯାଇ ସେମାନଙ୍କୁ ହାତୀଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯାଉଛି। ଯାହାଦ୍ବାରା କି ସେହି କର୍ମଚାରୀମାନେ କିଭଳି ଭାବେ କାର୍ଯ୍ୟ କରୁଥିବା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଳରେ ଅନେକ ସମୟରେ ହାତୀ ମଣିଷ ଲଢେ଼ଇ ଦେଖିବାକୁ ମିଳିଛି। ଏଠାରେ ସ୍ପଷ୍ଟ ଥାଉକି ଏକ ସପ୍ତାହ ତଳେ ଖଲିବୋରେଇ ସେକ୍ସନ୍ ଈଶ୍ୱରାପାଳ ଶାଳବଣି ନିକଟରେ ଗୋଟିଏ ଦନ୍ତାହାତୀର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା।ଏହି ଘଟଣାରେ ସଂପୃକ୍ତ ବନପାଳ ଏବଂ ବିଦ୍ୟୁତ୍ ପ୍ରହରୀଙ୍କୁ ଗତକାଲି କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସଂପୃକ୍ତ ଫରେଷ୍ଟ୍ ଗାର୍ଡଙ୍କୁ ନିଲମ୍ବିତ କରାନଯାଇ କେଉଁ ତଥ୍ୟ ଆଧାରରେ ସଂପୃକ୍ତ ଫରେଷ୍ଟର ଅନୁରାଗ ଆଚାର୍ଯ୍ୟ ଓ ବିଦ୍ୟୁତ୍ ପ୍ରହରୀ ଅରବିନ୍ଦ ନାଏକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଗଲା ତାହା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଶୁଣିବାକୁ ମିଳୁଛି ଏଥି ପାଇଁ ରେଞ୍ଜ ଅଧିକାରୀ ନିଜ କର୍ତ୍ତବ୍ୟ ଭୁଲି ଫରେଷ୍ଟ ଗାର୍ଡ ଙ୍କୁ କି ସ୍ୱାର୍ଥ ନେଇ ନିଲମ୍ବିତ କଲେନାହିଁ ତାହା ଚର୍ଚ୍ଚା ଯୋର ଧରିଛି। ଠିକା ଭାବେ ନିଯୁକ୍ତ ବିଦ୍ୟୁତ୍ ପ୍ରହରୀଙ୍କୁ ନିଲମ୍ବିତ କରି ଚର୍ଚ୍ଚାରେ ହିନ୍ଦୋଳ ବନବିଭାଗ।ଏହା କେବଳ ବିଭାଗୀୟ ପାରଦର୍ଶିତା, ନା ବିଭାଗର ଅପାରଗତା ତାହା ସ୍ପଷ୍ଟ ହୋଇପାରୁନାହିଁ। କେବଳ ନିଲମ୍ବିତ କଲେ ଏହାର ସ୍ଥାୟୀ ସମାଧାନ ନୁହେଁ। ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ସରକାରଙ୍କ ପ୍ରାଥମିକତା। ମାତ୍ର ଉଚ୍ଚ ଅଧିକାରୀମାନେ କେବଳ ନିଲମ୍ବିତ କରିଦେଇ ନିଜକୁ ଦୋଷମୁକ୍ତ କରିବା ସହିତ ମୁଣ୍ଡ ଉପରୁ ଦାୟିତ୍ଵ ଏଡାଇ ଦେଉଛନ୍ତି। ଏହାପଛରେ ଅନ୍ୟ କୌଣସି କାରଣ ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। କର୍ମଚାରୀଙ୍କୁ ନିଲମ୍ବିତ କିମ୍ବା ଅନୁକମ୍ପା ରାଶି ଦେବା କୌଣସି ସ୍ଥାୟୀ ସମାଧାନ ନୁହେଁ। ଲୋକମାନଙ୍କର ଧନଜୀବନ ସୁରକ୍ଷା, ହାତୀ ମାନଙ୍କର ସୁରକ୍ଷା ଉଭୟ ଦିଗ ପ୍ରତି ବନବିଭାଗ ଆଗାମୀଦିନରେ ସଚେତନ ନହେଲେ ଜନଆନ୍ଦୋଳନ ମୁଣ୍ଡ ଟେକିବା କିଛି ଅସମ୍ଭବ ନୁହେଁ। ଯଦି ଏହାର ସ୍ଥାୟୀ ସମାଧାନ କରାନଯାଏ ତେବେ ଆଗାମୀଦିନରେ ଜନଆନ୍ଦୋଳନ ବ୍ୟାପକ ହେବବୋଲି ସାଧାରଣରେ ଆଲୋଚନା ହେଉଛି।1
- ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ସ୍ନେହ, ସୁରକ୍ଷା ଓ ବିଶ୍ୱାସର ପର୍ବ "ରକ୍ଷାବନ୍ଧନ" ପାଳିତ ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ସ୍ନେହ, ସୁରକ୍ଷା ଓ ବିଶ୍ୱାସର ପର୍ବ "ରକ୍ଷାବନ୍ଧନ" ପାଳିତ ଆଜି ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ବୌଦ୍ଧ ଜ଼ିଲ୍ଲା ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ରାକ୍ଷୀ ପର୍ବ ପାଳିତ ହୋଇଯାଇଛି। ପୋଲିସ କର୍ମଚାରୀ ଭାଇମାନଙ୍କ ହାତରେ ସ୍ନେହର ସୂତା (ରାକ୍ଷୀ) ବାନ୍ଧି ସେମାନଙ୍କର ଦୀର୍ଘାୟୁ ଓ ଶୁଭକାମନା କରିଥିଲେ। ଦିନରାତି ଜନସାଧାରଣଙ୍କ ସୁରକ୍ଷାରେ ନିୟୋଜିତ ଥିବା ଆମ ପୋଲିସ ଭାଇମାନେ ମଧ୍ୟ ଭଉଣୀମାନଙ୍କୁ ସଦାସର୍ବଦା ସୁରକ୍ଷା ଦେବାର ସଂକଳ୍ପ ନେଇଥିଲେ। ଏହି ଅବସରରେ ସମସ୍ତ ପୋଲିସ ଅଫିସର ଓ କର୍ମଚାରୀଙ୍କ ତରଫରୁ ଅଞ୍ଚଳବାସୀଙ୍କୁ ରକ୍ଷାବନ୍ଧନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ!1
- ମନମୁଣ୍ଡା ଥାନା ପରିସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ଆଜି ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଥାନାର କର୍ମଚାରୀ ମାନଙ୍କୁ ରାକ୍ଷୀ ପିନ୍ଧାଇ ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ମନେ ପକାଇଥିଲେ |3
- କଣ୍ଟାମାଳ ବ୍ଳକ ନୂଆଁପାଲିସ୍ଥିତ ଆଦିବାସୀ ହାଇସ୍କୁଲର ଛାତ୍ରୀନିବାସର ଅନ୍ତେବାସୀ ନିଆରା ଢଙ୍ଗରେ ପାଳିଲେ ରକ୍ଷାବନ୍ଧନ। ବୃକ୍ଷ ଦେବତାଙ୍କୁ ପୂଜାର୍ଚ୍ଚନା ପରେ ରାକ୍ଷୀ ବାନ୍ଧିଲେ ।1
- Post by ସାମ୍ବାଦିକ Biswamitra padhi1
- ମନମୁଣ୍ଡା ଥାନା ପୋଲିସ ପକ୍ଷରୁ ୧ କ୍ୱିଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ1
- ଭୂଆସୁଣୀ ପାହାଡ଼ ରେ ବେଆଇନ ଖନନ ଓ ଲୁଟ ଅଭିଯୋଗ, ପୂର୍ବ ରୁ ଲିଜ ନେଇ ବ୍ୟାପକ ଜାଲିଆତି। ଭୂଆସୁଣୀ ପାହାଡ଼ ରେ ବେଆଇନ ଖନନ ଓ ଲୁଟ ଅଭିଯୋଗ, ପୂର୍ବ ରୁ ଲିଜ ନେଇ ବ୍ୟାପକ ଜାଲିଆତି।1
- ସାଙ୍ଗ କୁ ଛୁରୀ ମାରି ହତ୍ୟା କରିଦେଲା ସାଙ୍ଗ ତା ସହ ଖେଳରେ ହାରି ଯିବାରୁ ଆକ୍ରୋଶ ରେ ଛୁରି ମାରି ହତ୍ୟା କଲା ସାଙ୍ଗ... ଘଟଣା ରେ ପୋଲିସ ର ଛାନଭିନ ଆରମ୍ଭ... ସ୍ଥାନୀୟ ଅଞ୍ଚଳରେ ଏସକଫ ଓ ନିସା ବଟିକା ପାଇଁ ବାରମ୍ବାର ଏଭଳି ଘଟଣା ଘଟିଥିବା ଅଭିଯୋଗ ନିଶା ଯେ କେତେ କଣ କରିପାରେ। ନିଶା କରିବା ପରେ ଗୋଟିଏ ସ୍କୁଲ ଛାତ୍ର ହତ୍ୟା ପର୍ଯ୍ୟନ୍ତ କରିପାରେ ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲାରେ ଚାଚଲ୍ୟ ଖେଳାଇ ଦେଇଛି। ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ରୋତ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତାସ ଖେଳ ରେ ହାରିବା ପରେ ରାଗରେ ଜର୍ଜରିତ ୧୨ ବର୍ଷ ର ସାଙ୍ଗ ତା ସାଙ୍ଗ କୁ କରିଛି ହତ୍ୟା। ଏଥିରେ ସାଙ୍ଗର ମୃତ୍ୟୁ ହୋଇଛି। ସାଙ୍ଗ କୁ ଛୁରୀ ମାରି ହତ୍ୟା କରିଦେଲା ସାଙ୍ଗ ତା ସହ ଖେଳରେ ହାରି ଯିବାରୁ ଆକ୍ରୋଶ ରେ ଛୁରି ମାରି ହତ୍ୟା କଲା ସାଙ୍ଗ... ଘଟଣା ରେ ପୋଲିସ ର ଛାନଭିନ ଆରମ୍ଭ... ସ୍ଥାନୀୟ ଅଞ୍ଚଳରେ ଏସକଫ ଓ ନିସା ବଟିକା ପାଇଁ ବାରମ୍ବାର ଏଭଳି ଘଟଣା ଘଟିଥିବା ଅଭିଯୋଗ ନିଶା ଯେ କେତେ କଣ କରିପାରେ। ନିଶା କରିବା ପରେ ଗୋଟିଏ ସ୍କୁଲ ଛାତ୍ର ହତ୍ୟା ପର୍ଯ୍ୟନ୍ତ କରିପାରେ ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲାରେ ଚାଚଲ୍ୟ ଖେଳାଇ ଦେଇଛି। ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ରୋତ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତାସ ଖେଳ ରେ ହାରିବା ପରେ ରାଗରେ ଜର୍ଜରିତ ୧୨ ବର୍ଷ ର ସାଙ୍ଗ ତା ସାଙ୍ଗ କୁ କରିଛି ହତ୍ୟା। ଏଥିରେ ସାଙ୍ଗର ମୃତ୍ୟୁ ହୋଇଛି।1