logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଣ୍ଟାବାଞ୍ଜିରେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର: ୮୦ ଜଣଙ୍କ ମୋତିଆବିନ୍ଦୁ ଚିହ୍ନଟ, ୧୦୦ ଜଣଙ୍କୁ ମାଗଣା ଚଷମା ବଣ୍ଟନ ସ୍ୱର୍ଗତ ଡାକ୍ତର ନେକିରାମ ଅଗ୍ରୱାଲଙ୍କ ସ୍ମୃତିରେ କଣ୍ଟାବାଞ୍ଜି ପ୍ରେସ କ୍ଲବ, ମାରୱାଡି ୟୁବା ମଞ୍ଚ (ବିକାଶ ଶାଖା) ଏବଂ ଏସସିଡି ଚକ୍ଷୁ ଚିକିତ୍ସାଳୟର ମିଳିତ ସହଯୋଗରେ କଣ୍ଟାବାଞ୍ଜି ହରିଭବନଠାରେ ଏକ ନିଶୁଳ୍କ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ଏଭଳି ଜନହିତକର ସେବା କାର୍ଯ୍ୟ ପାଇଁ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ନଗରପାଳ ବରିୟାମ ସିଂହ ସାଲୁଜା, ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂହ ସାଲୁଜା, ସମ୍ପାଦକ ସୁରଦାସ ବାଗ, ମାରୱାଡି ୟୁବା ମଞ୍ଚ ବିକାଶ ଶାଖାର ସମ୍ପାଦକ ଅଭିଷେକ ଅଗ୍ରୱାଲ, ଡାକ୍ତର ନେକିରାମ ଅଗ୍ରୱାଲଙ୍କ ପରିବାର ସଦସ୍ୟ ତଥା ପ୍ରେସ କ୍ଲବ ପରାମର୍ଶଦାତା ଆଶିଷ ଖଇତାନ ଏବଂ ଏସସିଡି ଚକ୍ଷୁ ଚିକିତ୍ସାଳୟର ଡାକ୍ତର ପରେଶ ରଞ୍ଜନ ସାଗର ମଞ୍ଚାସୀନ ଥିଲେ। ଏହି ଶିବିରରେ ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ବ୍ଲକ ସମେତ ଆଖପାଖ ଅଞ୍ଚଳର ଶତାଧିକ ଲୋକ ନିଶୁଳ୍କ ଚକ୍ଷୁ ପରୀକ୍ଷା କରାଇଥିଲେ। ଆଧୁନିକ କମ୍ପ୍ୟୁଟରାଇଜ୍ଡ ଆଖି ପରୀକ୍ଷା ମଧ୍ୟ କରାଯାଇଥିଲା। ପରୀକ୍ଷା ସମୟରେ ୮୦ ଜଣଙ୍କ ଠାରେ ମୋତିଆବିନ୍ଦୁ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କର ନିଶୁଳ୍କ ଅସ୍ତ୍ରୋପଚାର କରାଯିବ ବୋଲି ଆୟୋଜକ ମାନେ ସୂଚନା ଦେଇଥିଲେ। ଏହାସହ ପ୍ରାୟ ୧୦୦ ଜଣ ହିତାଧିକାରୀଙ୍କୁ ମାଗଣା ଚଷମା ବଣ୍ଟନ କରାଯାଇଥିଲା। ଶିବିରର ମଂଚ ପରିଚାଲନା ପ୍ରେସ କ୍ଲବ କୋଷାଧ୍ୟକ୍ଷ ହନି ସିଂହ ମାଖିଜା କରିଥିବା ବେଳେ ପ୍ରେସ କ୍ଲବର ଉପସଭାପତି ମନୋଜ ଶର୍ମା, ଅଫିସ ସମ୍ପାଦକ ବିଶିକେଶନ ମାଝି, ସଦସ୍ୟ ଜଗମୋହନ ତାଣ୍ଡି, ପ୍ରତୀକ ଦାସ, ଦେବେଶ ସିଙ୍ଗଲ ଏବଂ ମାରୱାଡି ୟୁବା ମଞ୍ଚ ବିକାଶ ଶାଖାର ନିଖିଲ ଅଗ୍ରୱାଲ, ନବନୀତ ଅଗ୍ରୱାଲ, ଆଜାଦ ବଂଶଲ, ମୟଙ୍କ ଜୈନଙ୍କ ସମେତ ସ୍ୱେଚ୍ଛାସେବୀ ପ୍ରମୋଦ ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

3 hrs ago
user_HULESWAR HANS YADAV
HULESWAR HANS YADAV
Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
3 hrs ago
0e5499bd-2fad-4d5b-b06e-72d3891fd897

କଣ୍ଟାବାଞ୍ଜିରେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର: ୮୦ ଜଣଙ୍କ ମୋତିଆବିନ୍ଦୁ ଚିହ୍ନଟ, ୧୦୦ ଜଣଙ୍କୁ ମାଗଣା ଚଷମା ବଣ୍ଟନ ସ୍ୱର୍ଗତ ଡାକ୍ତର ନେକିରାମ ଅଗ୍ରୱାଲଙ୍କ ସ୍ମୃତିରେ କଣ୍ଟାବାଞ୍ଜି ପ୍ରେସ କ୍ଲବ, ମାରୱାଡି ୟୁବା ମଞ୍ଚ (ବିକାଶ ଶାଖା) ଏବଂ ଏସସିଡି ଚକ୍ଷୁ ଚିକିତ୍ସାଳୟର ମିଳିତ ସହଯୋଗରେ କଣ୍ଟାବାଞ୍ଜି ହରିଭବନଠାରେ ଏକ ନିଶୁଳ୍କ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ

8848a6ca-bc42-4741-8f95-6f19560ec225

ଯୋଗଦେଇ ଏଭଳି ଜନହିତକର ସେବା କାର୍ଯ୍ୟ ପାଇଁ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ନଗରପାଳ ବରିୟାମ ସିଂହ ସାଲୁଜା, ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂହ ସାଲୁଜା, ସମ୍ପାଦକ ସୁରଦାସ ବାଗ, ମାରୱାଡି ୟୁବା ମଞ୍ଚ ବିକାଶ ଶାଖାର ସମ୍ପାଦକ ଅଭିଷେକ ଅଗ୍ରୱାଲ, ଡାକ୍ତର ନେକିରାମ ଅଗ୍ରୱାଲଙ୍କ ପରିବାର ସଦସ୍ୟ ତଥା ପ୍ରେସ କ୍ଲବ ପରାମର୍ଶଦାତା ଆଶିଷ ଖଇତାନ ଏବଂ ଏସସିଡି ଚକ୍ଷୁ ଚିକିତ୍ସାଳୟର ଡାକ୍ତର ପରେଶ

9e9e9a96-9b8d-47f8-850e-860411834fc6

ରଞ୍ଜନ ସାଗର ମଞ୍ଚାସୀନ ଥିଲେ। ଏହି ଶିବିରରେ ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ବ୍ଲକ ସମେତ ଆଖପାଖ ଅଞ୍ଚଳର ଶତାଧିକ ଲୋକ ନିଶୁଳ୍କ ଚକ୍ଷୁ ପରୀକ୍ଷା କରାଇଥିଲେ। ଆଧୁନିକ କମ୍ପ୍ୟୁଟରାଇଜ୍ଡ ଆଖି ପରୀକ୍ଷା ମଧ୍ୟ କରାଯାଇଥିଲା। ପରୀକ୍ଷା ସମୟରେ ୮୦ ଜଣଙ୍କ ଠାରେ ମୋତିଆବିନ୍ଦୁ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କର ନିଶୁଳ୍କ ଅସ୍ତ୍ରୋପଚାର କରାଯିବ ବୋଲି ଆୟୋଜକ ମାନେ ସୂଚନା ଦେଇଥିଲେ। ଏହାସହ ପ୍ରାୟ ୧୦୦ ଜଣ ହିତାଧିକାରୀଙ୍କୁ ମାଗଣା ଚଷମା ବଣ୍ଟନ

54024249-b9d0-4658-b40b-b42e03124560

କରାଯାଇଥିଲା। ଶିବିରର ମଂଚ ପରିଚାଲନା ପ୍ରେସ କ୍ଲବ କୋଷାଧ୍ୟକ୍ଷ ହନି ସିଂହ ମାଖିଜା କରିଥିବା ବେଳେ ପ୍ରେସ କ୍ଲବର ଉପସଭାପତି ମନୋଜ ଶର୍ମା, ଅଫିସ ସମ୍ପାଦକ ବିଶିକେଶନ ମାଝି, ସଦସ୍ୟ ଜଗମୋହନ ତାଣ୍ଡି, ପ୍ରତୀକ ଦାସ, ଦେବେଶ ସିଙ୍ଗଲ ଏବଂ ମାରୱାଡି ୟୁବା ମଞ୍ଚ ବିକାଶ ଶାଖାର ନିଖିଲ ଅଗ୍ରୱାଲ, ନବନୀତ ଅଗ୍ରୱାଲ, ଆଜାଦ ବଂଶଲ, ମୟଙ୍କ ଜୈନଙ୍କ ସମେତ ସ୍ୱେଚ୍ଛାସେବୀ ପ୍ରମୋଦ ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

More news from ଓଡ଼ିଶା and nearby areas
  • କପିଳାଭଟା ରେ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
    1
    କପିଳାଭଟା ରେ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
    user_HULESWAR HANS YADAV
    HULESWAR HANS YADAV
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    3 hrs ago
  • ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହରିଭବନ ଠାରେ ଆଜି ସର୍ଗୀୟ ଡାକ୍ତର ନେକିରାମ ଅଗ୍ରଓ୍ବାଲ ଙ୍କ ସ୍ମୃତିରେ ପ୍ରେସ କ୍ଲବ ଓ ମାରଓ୍ବାଡ଼ି ଯୁବା ମଞ୍ଚ ବିକାଶ ଶାଖା, କଣ୍ଟାବାଞ୍ଜି ଏବଂ ଏସ୍.ସି.ଡି. ଚକ୍ଷୁ ଚିକିତ୍ସାଳୟ ଙ୍କ ସହଯୋଗରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।
    1
    ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହରିଭବନ ଠାରେ ଆଜି ସର୍ଗୀୟ ଡାକ୍ତର ନେକିରାମ ଅଗ୍ରଓ୍ବାଲ ଙ୍କ ସ୍ମୃତିରେ  ପ୍ରେସ କ୍ଲବ ଓ ମାରଓ୍ବାଡ଼ି ଯୁବା ମଞ୍ଚ ବିକାଶ ଶାଖା, କଣ୍ଟାବାଞ୍ଜି ଏବଂ ଏସ୍.ସି.ଡି. ଚକ୍ଷୁ ଚିକିତ୍ସାଳୟ ଙ୍କ ସହଯୋଗରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।
    user_କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    5 hrs ago
  • ବିକାଶର ଅନେକ ଦୂରରେ କମାରଖୋଲ ଗାଁ, ନାହିଁ ନାହିଁରେ ବିତୁଛି ଅଭିଶପ୍ତ ଗାଁର ଜୀବନ I ନୂଆପଡା ଜିଲ୍ଲା ବୋଡେ଼ନ ବ୍ଳକ ଖଇରା ପଞ୍ଚାୟତର ଉପାନ୍ତ କମାର ଖୋଲ ଗାଁ ନାହିଁ ନାହିଁରେ ବିତୁଛି ଜୀବନ I
    1
    ବିକାଶର ଅନେକ ଦୂରରେ କମାରଖୋଲ ଗାଁ, ନାହିଁ ନାହିଁରେ ବିତୁଛି ଅଭିଶପ୍ତ ଗାଁର ଜୀବନ I 
ନୂଆପଡା ଜିଲ୍ଲା ବୋଡେ଼ନ ବ୍ଳକ ଖଇରା ପଞ୍ଚାୟତର ଉପାନ୍ତ କମାର ଖୋଲ ଗାଁ ନାହିଁ ନାହିଁରେ ବିତୁଛି ଜୀବନ I
    user_Hareram karuan
    Hareram karuan
    ସାମ୍ବାଦିକ ନୂଆପଡା, ନୂଆପଡ଼ା, ଓଡ଼ିଶା•
    9 hrs ago
  • 🌹🌹🌹🌹🌹🌹🌹🌹🌹
    1
    🌹🌹🌹🌹🌹🌹🌹🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    10 hrs ago
  • ଟେମରା ଠାରେ ମାଆ ବସ୍ତେରେନ ମାଉଳିଙ୍କ ଆଷାଢ଼କେନା ମଣ୍ଡେଇ ଯାତ୍ରା #Kalahandi #MandaiYatra #OdishaCulture #Temera #MaaBasteren କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଟେମରା ଗ୍ରାମରେ ମାଆ ବସ୍ତେରେନ ମାଉଳିଙ୍କ ପ୍ରସିଦ୍ଧ ଆଷାଢ଼କେନା ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବାଦ୍ୟବାଜଣା ଓ ନୀତିକାନ୍ତିରେ ଏହି ଯାତ୍ରା ପାଳିତ ହୋଇଛି। ଏହି ଯାତ୍ରା ସରିବା ପରେ ଅଞ୍ଚଳର ଚାଷୀମାନେ ନିଜର ଧାନ ରୁଆ ଏବଂ ବିହୁଡ଼ା କାର୍ଯ୍ୟ ଆରମ୍ଭ କରିଥାନ୍ତି। ଆସନ୍ତୁ ଦେଖିବା ଏହି ଦିବ୍ୟ ଯାତ୍ରାର କିଛି ଝଲକ। ମାଆଙ୍କ ଆଶୀର୍ବାଦରୁ ଭଲ ଫସଲ ହେବାର ବିଶ୍ୱାସ ରହିଛି। ସମ୍ପୂର୍ଣ୍ଣ ଭିଡିଓ ନିଶ୍ଚୟ ଦେଖନ୍ତୁ।
    1
    ଟେମରା ଠାରେ ମାଆ ବସ୍ତେରେନ ମାଉଳିଙ୍କ ଆଷାଢ଼କେନା ମଣ୍ଡେଇ ଯାତ୍ରା
#Kalahandi #MandaiYatra #OdishaCulture #Temera #MaaBasteren 
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଟେମରା ଗ୍ରାମରେ ମାଆ ବସ୍ତେରେନ ମାଉଳିଙ୍କ ପ୍ରସିଦ୍ଧ ଆଷାଢ଼କେନା ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବାଦ୍ୟବାଜଣା ଓ ନୀତିକାନ୍ତିରେ ଏହି ଯାତ୍ରା ପାଳିତ ହୋଇଛି। ଏହି ଯାତ୍ରା ସରିବା ପରେ ଅଞ୍ଚଳର ଚାଷୀମାନେ ନିଜର ଧାନ ରୁଆ ଏବଂ ବିହୁଡ଼ା କାର୍ଯ୍ୟ ଆରମ୍ଭ କରିଥାନ୍ତି। ଆସନ୍ତୁ ଦେଖିବା ଏହି ଦିବ୍ୟ ଯାତ୍ରାର କିଛି ଝଲକ। ମାଆଙ୍କ ଆଶୀର୍ବାଦରୁ ଭଲ ଫସଲ ହେବାର ବିଶ୍ୱାସ ରହିଛି। ସମ୍ପୂର୍ଣ୍ଣ ଭିଡିଓ ନିଶ୍ଚୟ ଦେଖନ୍ତୁ।
    user_ଅମୋଜ ଧରୁଆ
    ଅମୋଜ ଧରୁଆ
    କୋକସରା, କଳାହାଣ୍ଡି, ଓଡ଼ିଶା•
    2 hrs ago
  • ଜାତୀୟ_ରାଜପଥ_୫୭_ବ୍ଲକ୍_ଛକରୁ_ପଟାଭାଡି_ଅବରୋଧ ପହଂଚିଲେ ଜିଲ୍ଲାପାଳ
    1
    ଜାତୀୟ_ରାଜପଥ_୫୭_ବ୍ଲକ୍_ଛକରୁ_ପଟାଭାଡି_ଅବରୋଧ ପହଂଚିଲେ ଜିଲ୍ଲାପାଳ
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    3 hrs ago
  • କଣ୍ଟାବାଞ୍ଜି ରେ ଚୋରି ଗ୍ୟାଙ୍ଗ - ଡିକି ଭାଙ୍ଗି ନେଇଗଲେ ୫୦ହଜାର ଟଙ୍କା,ଭିଡିଓ ଭାଇରାଲ ପରେ ତଦନ୍ତ କରୁଛି କଣ୍ଟାବାଞ୍ଜି ପୋଲିସ
    1
    କଣ୍ଟାବାଞ୍ଜି ରେ ଚୋରି ଗ୍ୟାଙ୍ଗ - ଡିକି ଭାଙ୍ଗି ନେଇଗଲେ ୫୦ହଜାର ଟଙ୍କା,ଭିଡିଓ ଭାଇରାଲ ପରେ ତଦନ୍ତ କରୁଛି କଣ୍ଟାବାଞ୍ଜି ପୋଲିସ
    user_HULESWAR HANS YADAV
    HULESWAR HANS YADAV
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    11 hrs ago
  • ପିଡେଲବାଜୁ ଗାଁ ଠାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ। କ୍ଷତିପୂରଣ ଦାବି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ କୁମଖାଲ ପଞ୍ଚାୟତ ଅନ୍ତର୍ଗତ ପିଡେଲବାଜୁ ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲୀ ହାତୀ ଗାଁ ଭିତରକୁ ପଶି ଘରଦ୍ଵାର ଭାଙ୍ଗି ତିଲେଇ ହରିଜନ ନାମକ ବୃଦ୍ଧାଙ୍କ ହାତୀଟି ତାଙ୍କୁ ଆକ୍ରମଣ କରି ଦଳିଚକଟି ଦେଇ ଥିବା ସୁଚନା ମିଳିଛି। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେବ ଏହି ବ୍ଲକର ବିଭିନ୍ନ ଗାଁରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ଯୋଗୁଁ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ଅଞ୍ଚଳରୁ ହାତୀ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବନ ବିଭାଗ ପାଟ୍ରୋଲିଂ କଡ଼ାକଡ଼ି କରିବା ଦାବି ରହିଛି। ଖବର ପାଇ ସରପଞ୍ଚ ସାନ୍ଦ୍ରୁ ମାଝୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରି ସମସ୍ତ ଙ୍କୁ ଆଜି ସକାଳ ଛଅଟା ସମୟରେ ସୁଚନା ଦେଇଛନ୍ତି।ଖବର ପ୍ରସାରଣ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ
    1
    ପିଡେଲବାଜୁ ଗାଁ ଠାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ। କ୍ଷତିପୂରଣ ଦାବି 
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ କୁମଖାଲ ପଞ୍ଚାୟତ ଅନ୍ତର୍ଗତ ପିଡେଲବାଜୁ ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ  ଜଙ୍ଗଲୀ ହାତୀ ଗାଁ ଭିତରକୁ ପଶି ଘରଦ୍ଵାର ଭାଙ୍ଗି ତିଲେଇ ହରିଜନ ନାମକ ବୃଦ୍ଧାଙ୍କ ହାତୀଟି ତାଙ୍କୁ ଆକ୍ରମଣ କରି ଦଳିଚକଟି ଦେଇ ଥିବା ସୁଚନା ମିଳିଛି। 
ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେବ ଏହି ବ୍ଲକର ବିଭିନ୍ନ ଗାଁରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ଯୋଗୁଁ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ମୃତକଙ୍କ ପରିବାରକୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ଅଞ୍ଚଳରୁ ହାତୀ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବନ ବିଭାଗ ପାଟ୍ରୋଲିଂ କଡ଼ାକଡ଼ି କରିବା ଦାବି ରହିଛି। ଖବର ପାଇ ସରପଞ୍ଚ ସାନ୍ଦ୍ରୁ ମାଝୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରି ସମସ୍ତ ଙ୍କୁ ଆଜି ସକାଳ ଛଅଟା ସମୟରେ ସୁଚନା ଦେଇଛନ୍ତି।ଖବର ପ୍ରସାରଣ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ
    user_Gopal Das Mahananda
    Gopal Das Mahananda
    Voice of people ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.