ଅନୁଗୋଳ ଜିଲ୍ଲା କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ହେଉନଥିବାରୁ ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହାର ପ୍ରତିବାଦରେ ଆସନ୍ତା ଜୁନ୍ ୨୩ରେ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଏସ୍ୟୁସିଆଇ (କମ୍ୟୁନିଷ୍ଟ) କିଶୋରନଗର ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି। ଶୁକ୍ରବାର ଜଏରାଟଠାରେ ସମ୍ପାଦକ ତୀର୍ଥବାସୀ ଭୋଇଙ୍କ ସଭାପତିତ୍ୱରେ ଏକ ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି। ଶାଖା ପକ୍ଷରୁ କୁହାଯାଇଛି ଯେ, କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୩୦ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି, ମାତ୍ର ଏଠାରେ କୌଣସି ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଏହା ସହିତ ଏକ୍ସ-ରେ ଓ ଅଲଟ୍ରାସାଉଣ୍ଡ ମେଶିନ ମଧ୍ୟ ଉପଲବ୍ଧ ନାହିଁ। ଫଳରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ନ ପାଇ ବହୁ ରୋଗୀ ସମ୍ବଲପୁର ଓ ଅନୁଗୋଳ ମେଡିକାଲ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏସ୍ୟୁସିଆଇ ପକ୍ଷରୁ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭେଷଜ, ଶିଶୁରୋଗ ବିଶେଷଜ୍ଞ, ମହିଳା ଓ ପ୍ରସୂତି, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେବା, ଏକ୍ସ-ରେ ଓ ଅଲଟ୍ରାସାଉଣ୍ଡ ମେଶିନ ସ୍ଥାପନ କରିବା, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ପଦବୀ ପୂରଣ କରିବା, ନିରାମୟରେ ସମସ୍ତ ଔଷଧ ଯୋଗାଇଦେବା, ଷ୍ଟାଫ୍ କ୍ୱାର୍ଟର୍ସ ନିର୍ମାଣ କରିବା ଏବଂ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ କରିବା ପାଇଁ ବହୁବାର ଦାବି ହୋଇଆସୁଛି। ତେବେ ରାଜ୍ୟ ସରକାର କିମ୍ବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଯଦି ତୁରନ୍ତ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଓ ଆନୁସଙ୍ଗିକ ଉପକରଣ ଯୋଗାଣ କରି ସ୍ୱାସ୍ଥ୍ୟସେବା ସମସ୍ୟାର ସମାଧାନ କରା ନ ଯାଏ, ତେବେ ଜୁନ୍ ୨୩ରେ ଆନ୍ଦୋଳନ କରାଯିବ ବୋଲି ସଭ୍ୟ ପୀତାମ୍ବର ପ୍ରଧାନ, ରମଣିରଞ୍ଜନ ପ୍ରଧାନ, ରବିନାରାୟଣ ବାରିକ, ଚିତ୍ତରଞ୍ଜନ ମେଣ୍ଡୁଲି, ଲକ୍ଷ୍ମଣ ବେହେରା, ରମେଶ ଲୁହା ଓ ଯୋଗୀନ୍ଦ୍ର ବିଶ୍ୱାଳ ପ୍ରମୁଖ ଚେତାବନୀ ଦେଇଛନ୍ତି।

- ବୌଦ୍ଧ ଜିଲ୍ଲାର ମୁଣ୍ଡିପଦର ଗ୍ରାମରେ ଥିବା ଏକ କେନାଲ ବ୍ରିଜ୍କୁ ନେଇ ଗ୍ରାମବାସୀ ଦୀର୍ଘ ଚାରି ବର୍ଷ ହେବ ସମସ୍ୟା ଭୋଗୁଛନ୍ତି। ଗ୍ରାମର ମୁଖ୍ୟ ରାସ୍ତା ଉପର ଦେଇ ଯାଇଥିବା ଏହି କେନାଲ ବ୍ରିଜ୍ଟି ଏବେ ସମ୍ପୂର୍ଣ୍ଣ ଭଗ୍ନ ଅବସ୍ଥାରେ ରହିଛି। ସମସ୍ତ ସମ୍ପୃକ୍ତ ବିଭାଗ ଏହି ସମସ୍ୟା ବିଷୟରେ ଅବଗତ ଥିଲେ ମଧ୍ୟ ଏହାର ସମାଧାନ ପାଇଁ କୌଣସି ଧ୍ୟାନ ଦିଆଯାଇ ନାହିଁ। ଏହି କେନାଲରେ ପାଣି ଆସିବା ମାତ୍ରେ ସମଗ୍ର ଗ୍ରାମ ଜଳମୟ ହୋଇଯାଉଛି, ଯାହା ଗ୍ରାମବାସୀଙ୍କ ପାଇଁ ବଡ଼ ଅସୁବିଧା ସୃଷ୍ଟି କରୁଛି। ଆଗକୁ ବର୍ଷା ଦିନ ଆସୁଥିବାରୁ, ଯଦି ଏହି ବ୍ରିଜ୍ର ନିର୍ମାଣ ବା ମରାମତି ନ କରାଯାଏ, ତେବେ ଗ୍ରାମବାସୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ, ଯେତେ ଶୀଘ୍ର ସମ୍ଭବ ଏହାର ସମାଧାନ କରିବାକୁ ଦାବି କରାଯାଇଛି।2
- ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତର ତରାଇକେଲା ଗ୍ରାମରେ ବାସ କରୁଥିବା ନାରାୟଣ ସାହୁଙ୍କ ପରିବାର ପାଇଁ ଆବାସ ଯୋଜନା ଏବେ ବି ଏକ ସାତ ସପନ ହୋଇ ରହିଛି। ବୃଦ୍ଧ ବ୍ୟକ୍ତି ହୋଇ ମଧ୍ୟ ତାଙ୍କ ପରିବାର ଏହି ଯୋଜନାର ସୁଫଳରୁ ବଞ୍ଚିତ ହୋଇଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲାର ହିଙ୍ଗମା ଗ୍ରାମରେ ବୃଦ୍ଧ ଏବଂ ବିଧବା ଭତ୍ତା ହିତାଧିକାରୀମାନେ ଦୀର୍ଘ ଦୁଇ ମାସ ଧରି ସେମାନଙ୍କର ଭତ୍ତା ରାଶି ପାଇ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ନିଜର ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।1
- ମନ୍ତ୍ରୀ ରବିନାରାୟଣ ନାଏକ ଫାଶିମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପୁଜିଥିବା ସମସ୍ୟାଗୁଡ଼ିକୁ ଅନୁଧ୍ୟାନ କରିଛନ୍ତି। ଏହି ଅନୁଧ୍ୟାନ ପରେ ସୂଚନା ମିଳିଛି ଯେ ଆଗାମୀ ୨ ମାସ ମଧ୍ୟରେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଡାକ୍ତର ନିଯୁକ୍ତ କରାଯିବ।1
- ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ କହିଛନ୍ତି ଯେ ସେ ବିଜେପି ସରକାରଙ୍କ ବ୍ୟବହାରକୁ ନେଇ ଗଭୀର ଆଶ୍ଚର୍ଯ୍ୟ ଓ ଦୁଃଖିତ ଅଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କ୍ଷମତାକୁ ଆସିବାର ମାସକ ପୂର୍ବରୁ, ବିଜେପି ସରକାର ପୋଲିସ୍ ପ୍ରଶାସନ ମାଧ୍ୟମରେ ହସ୍ପିଟାଲ୍ ଏବଂ ନର୍ସିଂ ହୋମ୍ଗୁଡ଼ିକୁ ଧମକ ଦେଉଛନ୍ତି ଯେ ଅଭିଷେକ ବାନାର୍ଜୀଙ୍କୁ ଭର୍ତ୍ତି ନ କରନ୍ତୁ, ଯେହେତୁ ସେମାନେ ତାଙ୍କର ଚିକିତ୍ସା ଚାହୁଁନାହାନ୍ତି। ଡାକ୍ତରମାନେ ଅଭିଷେକ ବାନାର୍ଜୀଙ୍କୁ ଯାଞ୍ଚ କରିବା ପରେ, ସେମାନଙ୍କ ପରାମର୍ଶକ୍ରମେ ରାତି ୮:୧୫ରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ପରୀକ୍ଷା କରାଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଗୁରୁତ୍ୱକୁ ରେକର୍ଡ କରାଯାଇଛି।1
- ଢେଙ୍କାନାଳ ଜିଲ୍ଲାର ନଗେନା ଚାଉଳିଆ ଗାଁରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଏବେ ଏହି ହତ୍ୟା ମାମଲାରେ ଅଭିଯୁକ୍ତମାନେ ମୃତ ଯୁବକଙ୍କ ବାପାଙ୍କୁ ଟାର୍ଗେଟ କରି ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ପୁଅର ହତ୍ୟାକାରୀମାନଙ୍କ ଠାରୁ ହତ୍ୟା ଧମକ ପାଇବା ପରେ ବାପା ଜଣକ ଆଜି ଥାନାରେ ଅଭିଯୋଗ କରିଛନ୍ତି ଏବଂ ଏହି ଘଟଣା ଉପରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତର ତରାଇକେଲା ଗ୍ରାମରେ ବାସ କରୁଥିବା ନାରାୟଣ ସାହୁଙ୍କ ବୃଦ୍ଧ ପରିବାର ପାଇଁ ଆବାସ ଯୋଜନା ଏବେ ବି ଏକ ସାତ ସପନ ହୋଇ ରହିଛି।1
- ଗତକାଲି ଗୁରୁବାର ରାତି ପ୍ରାୟ ୮.୧୫ ବେଳେ ସୁବର୍ଣ୍ଣପୁର ସହର ଓ ଆଖପାଖ ଅଞ୍ଚଳରେ ଏକ ପ୍ରବଳ କାଳବୈଶାଖୀ ଝଡ଼, ବର୍ଷା ଓ କିଛି ସ୍ଥାନରେ ଛୋଟ କୁଆପଥର ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରାୟ ୩୦ ମିନିଟ୍ ଧରି ଚାଲିଥିବା ଏହି ପ୍ରଳୟଙ୍କରୀ ଝଡ଼ରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ଘରର ଛାତ ସହ ରାସ୍ତାର ହୋଡ଼ିଂ, ଟ୍ରାଫିକ ପୋଷ୍ଟ ଏବଂ ବାଇକ ମଧ୍ୟ ଉଡ଼ାଇ ନେଇଥିବା ଦେଖିବାକୁ ମିଳିଛି। ସହରର ଜୟଗୁରୁ ମାର୍କେଟ ମେନ ରୋଡ, କଲେଜ ରୋଡ, ବସଷ୍ଟାଣ୍ଡ ଓ ଷ୍ଟେଟ ବ୍ୟାଙ୍କ ରାସ୍ତା ସମେତ ସହରର ସମସ୍ତ ୱାର୍ଡ ଏବଂ ଉଲୁଣ୍ଡା ବ୍ଲକର କିଛି ଅଞ୍ଚଳରେ ବଡ଼ ବଡ଼ ଗଛ ଉପୁଡି ପଡି ରାସ୍ତା ଅବରୋଧ କରିଛି। ବହୁ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବା ଓ ଗଛ ତାର ଉପରେ ପଡ଼ି ଛିଡିଯିବା ଯୋଗୁଁ ସମଗ୍ର ସହର ପ୍ରାୟ ୧୮ ଘଣ୍ଟା ଧରି ଅନ୍ଧାରରେ ରହିଛି। ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେତୁ ଜଳ ଯୋଗାଣ ମଧ୍ୟ ଠପ୍ ହୋଇଯାଇଛି। ଏହା ବ୍ୟତୀତ, ଗଛ ପଡ଼ି ଅନେକ ଘର ଓ ରାସ୍ତାକଡରେ ଥିବା କାର୍, ବାଇକ୍ କ୍ଷତିଗ୍ରସ୍ତ ହୋଇଛି। ଆଖପାଖ ଅଞ୍ଚଳରେ ଠିଆ ହୋଇଥିବା ଧାନ, ପନିପରିବା ଓ ଆମ୍ବ ଫସଲ ମଧ୍ୟ ନଷ୍ଟ ହୋଇ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି। ଘଟଣା ପରେ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ, ଓଡ୍ରାଫ ଟିମ୍ ସହ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଜି ମଧ୍ୟ ପୌର ପରିଷଦ କର୍ମଚାରୀ ସଫେଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୋନପୁର ଜିଲ୍ଲାବାସୀ ପ୍ରବଳ ଗୁଳୁଗୁଳିରେ ଭାଜି ହେଉଥିବା ବେଳେ କେବେ ବିଦ୍ୟୁତ୍ ଆସିବ, ସେନେଇ ଅନିଶ୍ଚିତତା ଦେଖାଦେଇଛି। ବୁଦ୍ଧିଜୀବିମାନେ ତୁରନ୍ତ ବାହାର ଜିଲ୍ଲାରୁ ବିଦ୍ୟୁତ୍ ବିଭାଗର ଟିପିଡବ୍ଲୁଓଡିଏଲ୍ କର୍ମଚାରୀ ନିଯୁକ୍ତ କରି ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ କରିବାକୁ ଦାବୀ କରିଛନ୍ତି। ଏହାସହ, କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଓ ରିଲିଫ୍ ପ୍ରଦାନ କରିବା ସହ ଚାଷୀଙ୍କ ଫସଲ କ୍ଷତିର ଆକଳନ କରି ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ପାଇଁ ମଧ୍ୟ ଦାବୀ ହେଉଛି।1