ରାଇଲି ଘାଟିରେ ଉତ୍କଳ ଆଲୁମିନା ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଉଦ୍ଘାଟିତ ; ୩୩ଟି ଗ୍ରାମର ଜନସାଧାରଣ ହେବେ ଉପକୃତ। କାଶୀପୁର, ୨୧/୦୪ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କୋଡ଼ିପାରି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଅପହଞ୍ଚ ଇଲାକା ରାଇଲି ଘାଟି ଗ୍ରାମରେ ଉତ୍କଳ ଆଲୁମିନା ପ୍ରକଳ୍ପ, ଦୋରାଗୁଡା ତରଫରୁ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଆମ୍ବୁଲାନ୍ସ ଲୋକାର୍ପିତ ହୋଇଯାଇଛି। ଉତ୍କଳ ଆଲୁମିନାର ସି.ଏସ.ଆର ମୁଖ୍ୟ ତଥା ଜି.ଏମ ମୋନୋଜ୍ ଦାସଙ୍କ ଦ୍ଵାରା ଏହି ସେବାର ଶୁଭାରମ୍ଭ କରାଯାଇଥିବା ବେଳେ ଅଣ୍ଡିରାକଞ୍ଚ ଥାନାର ଏ.ଏସ.ଆଇ ଅରୁଣ ପାତ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସି.ଏସ.ଆର କର୍ମକର୍ତ୍ତା ନିରୁପମା ବାରିକ, ଦେବୀପ୍ରିୟା ମାଡାମ, ଇଞ୍ଜିନିୟର ଦିଲ୍ଲୀପ ନାଏକ, ସରପଞ୍ଚ ଡ଼ମ୍ବୁରୁଧର ମାଝୀ ଏବଂ ଆନ୍ତର୍ଜାତୀୟ ମାନବିକ ଅଧିକାର ରକ୍ଷକ ସଂଗଠନର ରାୟଗଡ଼ା ଜିଲ୍ଲା ସମ୍ପାଦକ ସଦନ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, କୋଡ଼ିପାରି ପଞ୍ଚାୟତର ରାଇଲି ଘାଟି ଅଞ୍ଚଳ ଦୀର୍ଘ ଦିନ ଧରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଅବହେଳିତ ହୋଇ ରହିଥିଲା। ଉତ୍କଳ ଆଲୁମିନାର ଏହି ପ୍ରଶଂସନୀୟ ପଦକ୍ଷେପ ଫଳରେ ଅଞ୍ଚଳର ପ୍ରାୟ ୩୩ଟି ଗ୍ରାମର ଜନସାଧାରଣ ଏଣିକି ନିଜ ଦ୍ୱାର ମୁହଁରେ ସ୍ୱାସ୍ଥ୍ୟସେବା ପାଇପାରିବେ।
ରାଇଲି ଘାଟିରେ ଉତ୍କଳ ଆଲୁମିନା ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଉଦ୍ଘାଟିତ ; ୩୩ଟି ଗ୍ରାମର ଜନସାଧାରଣ ହେବେ ଉପକୃତ। କାଶୀପୁର, ୨୧/୦୪ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କୋଡ଼ିପାରି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଅପହଞ୍ଚ ଇଲାକା ରାଇଲି ଘାଟି ଗ୍ରାମରେ ଉତ୍କଳ ଆଲୁମିନା ପ୍ରକଳ୍ପ, ଦୋରାଗୁଡା ତରଫରୁ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଆମ୍ବୁଲାନ୍ସ ଲୋକାର୍ପିତ ହୋଇଯାଇଛି। ଉତ୍କଳ ଆଲୁମିନାର ସି.ଏସ.ଆର ମୁଖ୍ୟ ତଥା
ଜି.ଏମ ମୋନୋଜ୍ ଦାସଙ୍କ ଦ୍ଵାରା ଏହି ସେବାର ଶୁଭାରମ୍ଭ କରାଯାଇଥିବା ବେଳେ ଅଣ୍ଡିରାକଞ୍ଚ ଥାନାର ଏ.ଏସ.ଆଇ ଅରୁଣ ପାତ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସି.ଏସ.ଆର କର୍ମକର୍ତ୍ତା ନିରୁପମା ବାରିକ, ଦେବୀପ୍ରିୟା ମାଡାମ, ଇଞ୍ଜିନିୟର ଦିଲ୍ଲୀପ ନାଏକ, ସରପଞ୍ଚ ଡ଼ମ୍ବୁରୁଧର ମାଝୀ ଏବଂ ଆନ୍ତର୍ଜାତୀୟ ମାନବିକ ଅଧିକାର ରକ୍ଷକ ସଂଗଠନର ରାୟଗଡ଼ା ଜିଲ୍ଲା ସମ୍ପାଦକ
ସଦନ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, କୋଡ଼ିପାରି ପଞ୍ଚାୟତର ରାଇଲି ଘାଟି ଅଞ୍ଚଳ ଦୀର୍ଘ ଦିନ ଧରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଅବହେଳିତ ହୋଇ ରହିଥିଲା। ଉତ୍କଳ ଆଲୁମିନାର ଏହି ପ୍ରଶଂସନୀୟ ପଦକ୍ଷେପ ଫଳରେ ଅଞ୍ଚଳର ପ୍ରାୟ ୩୩ଟି ଗ୍ରାମର ଜନସାଧାରଣ ଏଣିକି ନିଜ ଦ୍ୱାର ମୁହଁରେ ସ୍ୱାସ୍ଥ୍ୟସେବା ପାଇପାରିବେ।
- ମହିଳା ସଂରକ୍ଷଣ ବିଲ୍କୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା। ସରକାର ମହିଳାମାନଙ୍କୁ ସଶକ୍ତ କରିବା ପରିବର୍ତ୍ତେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ୍ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ କଣ କହୁଛନ୍ତି ସପ୍ତଗିରି ଉଲାକା, ଆସନ୍ତୁ ଶୁଣିବା...1
- ପାନୀୟ ଜଳଯୋଗାଣର ଅବ୍ୟବସ୍ଥା ନେଇ ନୁଆସାହିରେ ରାସ୍ତାରୋକ l ପଦ୍ମପୁର, ୨୦।୦୪ (ନିପ୍ର) ପଦ୍ମପୁରବାସୀଙ୍କ ଜଳକଷ୍ଟ ଏବେ ଜନ ଆନ୍ଦୋଳନର ରୂପ ନେଇଛି। ଦୀର୍ଘ ଦିନର ଜଳାଭାବ ଏବଂ କୋଟି କୋଟି ଟଙ୍କାର ବସୁଧା ପ୍ରକଳ୍ପରେ ଦେଖାଦେଇଥିବା ବାରମ୍ବାର ଯାନ୍ତ୍ରିକ ତ୍ରୁଟିକୁ ନେଇ ଆଜି ପଦ୍ମପୁରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାନୀୟ ଜଳ ଯୋଗାଣରେ ବିପର୍ଯ୍ୟସ୍ତ ଅବସ୍ଥାକୁ ପ୍ରତିବାଦ କରି ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ମହିଳା ଓ ପୁରୁଷ ଗୁଣପୁର ପଦ୍ମପୁର ମୁଖ୍ୟ ରାସ୍ତାକୁ ଦୀର୍ଘ ଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ମୁଖ୍ୟ ପ୍ରଡକ୍ସନ ୱେଲ ମଧ୍ୟରେ ଅତ୍ୟଧିକ ବାଲି ଓ ମାଟି ଜମିଯିବା ସହ ଏକ ୧୫ ଏଚ.ପି.ର ପମ୍ପ ମୋଟର ପୋଡ଼ି ଯାଇଥିଲା। ଫଳରେ ତିନୋଟି ଯାକ ବୋରୱେଲ୍କୁ କମ୍ପ୍ରେସର ମାଧ୍ୟମରେ ସଫା କରାଯିବା ସହ ଦୁଇଟି ନୂତନ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ସ୍ଥାପନ କରାଯାଇଛି। ଏହି ଯାନ୍ତ୍ରିକ ତ୍ରୁଟି ଏବଂ ପୂର୍ବରୁ ବିଛାଯାଇଥିବା ନିମ୍ନ ମାନର ପାଇପ୍ ଫାଟି ପାଣି ନଷ୍ଟ ହେଉଥିବାରୁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଏବଂ ସୁନାରୀ ସାହି ଭଳି ଅଞ୍ଚଳରେ ଦୀର୍ଘ ଦିନ ହେଲା ଜଳ ଯୋଗାଣ ବନ୍ଦ ରହିଥିଲା। ପ୍ରଖର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହୋଇ ଶେଷରେ ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଥିଲେ। ଖବରପାଇ ଘଟଣା ସ୍ଥଳରେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ ବିଭାଗର କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ସାହି ଗୁଡ଼ିକୁ ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରାଯିବ ବୋଲି ପ୍ରଶାସନିକ ସ୍ତରରେ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିଲା ଏବଂ ଯାତାୟାତ ସ୍ୱାଭାବିକ ହୋଇଥିଲା।3
- ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କୁ ସମ୍ବର୍ଦ୍ଧନା ଭାଜପା କର୍ମୀମାନେ ଜଣାଇଥିଲେ। ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ରାଜ୍ୟ ସ୍ତରୀୟ ପଦାଧିକାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କ ଅଧୀନରେ ଭାଜପା ପଂଚାୟତ ନିର୍ବାଚନ ରେ ଭଲ ପ୍ରଦର୍ଶନ କରିବ ବୋଲି ଭାଜପା କର୍ମୀ ଆଶା କରୁଛନ୍ତି।1
- Post by Ansubhai Pandey1
- ତା. 17/04/2026 ରିଖ ଦିନ ରାଇକିଆ ବ୍ଲକ ର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ଉକ୍ତ ବୈଠକ ରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡା, ମାନ୍ୟବର ବିଧାୟକ ଜି ଉଦୟଗିରି ଶ୍ରୀଯୁକ୍ତu ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ବ୍ଲକ କଂଗ୍ରେସ ସଭାପତି, ପଂଚାୟତ ସଭାପତି, ୱାର୍ଡ ସଭାପତି ଏବଂ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ, କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ମାନେ ଅନ୍ୟ କାହା କଥା ରେ ପ୍ରେରିତ ହୋଇ ସଭା କୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇ ନ ଥିଲେ। ଜିଲ୍ଲା ରେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାୟିତ୍ୱ ନେଲା ପରେ କଂଗ୍ରେସ ଦଳ ଦିନକୁ ଦିନକୁ ବଢ଼ିବାରେ ଲାଗିଛି। କନ୍ଧମାଳ ଜିଲ୍ଲା ରେ କଂଗ୍ରେସ କର୍ମୀ ଓ ଭୋଟର ଆଗ୍ରହ ପ୍ରକାଶ କରିଥିବାର ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି। କନ୍ଧମାଳ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର।1
- (ବିଜେପି ରେ ମିଶିଲେ ଥାଇଳୋ ଓ ଓଚିନ୍ଦା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ଏବଂ ଶତାଧିକ କର୍ମୀ ) ଜଗତସିଂହପୁର ତା =20/4/26 ବିଶ୍ୱ ଗୁରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଙ୍କ ନିତି ଆଦର୍ଶ ଏବଂ ଭାରତୀୟ ଜନତା ପାଟିର ବିଚାରଧାରା ରେ ଅନୁପ୍ରାଣିତ ହୋଇ ବାଲିକୁଦା ବ୍ଲକ ଥାଇଳୋ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ବାହାଲିଆ ଶତାଧିକ ସମର୍ଥକମାନଙ୍କୁ ନେଇ ବିଧିବଦ୍ଧ ଭାବେ ବିଜେପି ରେ ଯୋଗଦେଇଛନ୍ତି |ଏହି ପରିପ୍ରେକ୍ଷୀରେ ବିଜେପିର ପୂର୍ବତନ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଟ ସମାଜସେବୀ ସଞ୍ଜୟ କୁମାର ମହାନ୍ତି ଙ୍କ ବୋରିକିନା ତିତିରା ସ୍ଥିତ ବାସଭବନ ରେ ଶତାଧିକ କର୍ମକର୍ତା ଉପସ୍ଥିତ ହୋଇଥିଲେ | ଶ୍ରୀ ଯୁକ୍ତ ମହାନ୍ତି ପୁଷ୍ପଗୁଚ୍ଛ ଦଳୀୟ ଟୋପି ଦେଇ ସମସ୍ତ କର୍ମକର୍ତା ଙ୍କୁ ବିଧିବଦ୍ଧ ଭାବେ ବିଜେପି ରେ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିବା ବେଳେ ମାଛଗାଁ ଓଚିନ୍ଦା ଠାରେ ଜ଼ିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର ଏବଂ ବରିଷ୍ଠ ବିଜେପି ନେତା ସଞ୍ଜୟ କୁମାର ମହାନ୍ତି ଙ୍କ ଉପସ୍ଥିତ ରେ ଶତାଧିକ ବିଭିନ୍ନ ଦଳ ର କର୍ମକର୍ତା ବିଜେପି ରେ ସାମିଲ ହୋଇଛନ୍ତି |ଆଗାମୀ ଦିନରେ ବିଜେପି କୁ ବିଶ୍ୱର ସର୍ବ ବୃହତ ଦଳ ଭାବେ ପରିଗଣିତ କରିବାକୁ ସଂକଳ୍ପ କରିଛନ୍ତି | ଜଗତସିଂହପୁର ରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ ଙ୍କ ରିପୋର୍ଟ1
- କୋରାପୁଟ ଜିଲ୍ଲା ଦାମନଯୋଡି ଶିଳ୍ପାଞ୍ଚଳର ଅଗ୍ରଣୀ ସାହିତ୍ୟ ସଂଗଠନ "ବର୍ଷା ସାହିତ୍ୟ ସଂସଦ"ର ବାର୍ଷିକ ସାରସତ୍ଵ ସମାରୋହ ନାଲକୋ ଟାଉନସିପ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ପ୍ରେକ୍ଷାଳୟ ଠାରେ ପାଳିତ ହୋଇଯାଇଛି। "ସଂସ୍କୃତି ପରିବର୍ତ୍ତନଶୀଳ, ଭାରତ ପରିବର୍ତ୍ତନରେ ବିଶ୍ୱାସ କରେ, ତେଣୁ ଭାରତୀୟ ସଂସ୍କୃତି ବିଶ୍ୱରେ ଆଦୃତ ହୋଇପାରିଛି।" ଏହି ସମାରୋହରେ ବିଶିଷ୍ଟ ସ୍ତମ୍ଭକାର ତଥା ସଂସ୍କୃତି ଗବେଷକ ଅନିଲ ଧୀର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଏହା କହିଥିଲେ। ସଭାପତି ଅରୁଣ ମହାନ୍ତି ଏବଂ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି "ସଂସ୍କୃତି, ସଭ୍ୟତା,ପରମ୍ପରା ଆଦିର ପୁନରୁଦ୍ଧାର ମାଧ୍ୟମ ହେଉଛି ସାହିତ୍ୟ" ବୋଲି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଓଡ଼ିଆ ବିଭାଗ ସହକାରୀ ପ୍ରଧ୍ୟାପକ ଡଃ ଆଲୋକ ବରାଳ ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ଏହା କହିଥିଲେ। ଏହି ସମାରୋହ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସାହିତ୍ୟ ସମ୍ପର୍କିତ ଆଲୋଚନା ହୋଇଥିଲା ବେଳେ ଦ୍ୱିତୀୟ ଅଧିବେଶନରେ କବି କବୟତ୍ରୀ ମାନଙ୍କ ସ୍ୱରଚିତ କବିତା ପାଠ ହୋଇଥିଲା। ଏହି ଅବସରରେ ବର୍ଷାର ମୁଖପତ୍ର ସହ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ସ୍ୱରଚିତ ପୁସ୍ତକ "ପାହାଡ଼ ତଳର ଗାଁ" ଏବଂ ସରସ୍ୱତୀ ବିଦ୍ୟା ମନ୍ଦିରର ବରିଷ୍ଠ ବିଜ୍ଞାନ ଶିକ୍ଷକ ରାଜୀବ ନାୟକଙ୍କ ରଚିତ "କଳିଙ୍ଗବୀର ବିଜୁ ପଟ୍ଟନାୟକ,ଏକ ପରିଚୟ" (ଜୀବନୀ ପୁସ୍ତକ) ଉନ୍ମୋଚିତ ହୋଇଥିଲା।ସାହିତ୍ୟ ସାଧନା ପାଇଁ ମାଲକାନଗିରିର କିଶୋର ପ୍ରଧାନ ଓ ଦାମନଯୋଡିର ରାଜୀବ ନାୟକଙ୍କୁ ଏହି ସମାରୋହରେ 'ବର୍ଷା ସାହିତ୍ୟ ସଂସଦ ସମ୍ମାନ -୨୦୨୬' ରେ ସମ୍ମାନୀତ କରାଯାଇଥିଲା। ସେହିପରି ଗତ ଶିକ୍ଷାବର୍ଷ ଦଶମ ବୋର୍ଡ଼ ପରୀକ୍ଷାରେ ମାତୃଭାଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ସଂସଦର ବରିଷ୍ଠ ସଦସ୍ୟ ଅଶୋକ ମହାନ୍ତି ଓ ସଦସ୍ୟା ସ୍ୱାତୀ ଚାଟାର୍ଜୀ ମଞ୍ଚ ସଂଯୋଜନା କରିଥିଲା ବେଳେ ଅନ୍ୟ ସଦସ୍ୟମାନେ ମିଳିତ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦ୍ୱିତୀୟ ଅଧିବେଶନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି କବୟତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ। ନାଲକୋର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ବର୍ଷାର ମାନପତ୍ର ପ୍ରଦାନ କରିଥିଲେ। ବର୍ଷାର ସଦସ୍ୟା ସାନ୍ତାବାଳା ରଥ,ପ୍ରଭାସିନୀ ପାଣି,ତପସ୍ୱିନୀ ମିଶ୍ର ମିଳିତ ଭାବେ ଦ୍ବିତୀୟ ଅଧିବେଶନରେ ସଂଯୋଜନା କରିଥିଲା ବେଳେ ଯୁବ କବି ଦେବେନ୍ଦ୍ର କୁମାର ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ।1
- ପଦ୍ମପୁରରେ ପାନୀୟ ଜଳ ପାଇଁ ଜନ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ଦୀର୍ଘ ଦିନର ଜଳାଭାବ ଏବଂ ବସୁଧା ପ୍ରକଳ୍ପର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ଲୋକ ଗୁଣପୁର-ପଦ୍ମପୁର ମୁଖ୍ୟ ରାସ୍ତାକୁ ଘଣ୍ଟା ଘଣ୍ଟା ଧରି ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପଦ୍ମପୁର ବିଡିଓ କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଘେରିବା ସହ ନିଜର ଦୁଃଖ ପ୍ରକାଶ କରିଥିଲେ। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ପ୍ରଡକ୍ସନ ୱେଲ ମଧ୍ୟରେ ବାଲି ଜମିଯିବା ଓ ପମ୍ପ ମୋଟର ପୋଡ଼ିଯିବା ଯୋଗୁଁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଓ ସୁନାରୀ ସାହିରେ ପାଣି ମୁନ୍ଦାଏ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଯାଇ ରାସ୍ତାରୋକ ହଟିଥିଲା। ଏହି ଘଟଣା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।1