logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଦୀର୍ଘ ଦୁଇ ବର୍ଷ ପରେ ବିବାଦୀୟ ବସ ଷ୍ଟପ ବୁଧବାର କାର୍ଯ୍ୟକ୍ଷମ ହୋଇଛି, ଯାହା ଅଞ୍ଚଳବାସୀଙ୍କୁ ବର୍ଷ ବର୍ଷ ଧରି ଘାଣ୍ଟି ହେଉଥିବା ଟ୍ରାଫିକ ସମସ୍ୟାରୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। କବିସୂର୍ଯ୍ୟନଗର ମୁନ୍ସିପାଲଟି ଭାରପ୍ରାପ୍ତ ଅଧ୍ୟକ୍ଷ ବିକ୍ରାନ୍ତ କୁମାର ସାହୁ ଫିତା କାଟି ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କବିସୂର୍ଯ୍ୟନଗର ପୋଲିସ ଅଧିକାରିଣୀ ମାନସୀ ସାହୁ ଏବଂ ବରିଷ୍ଠ କାଉଁସିଲର ମନୋରଞ୍ଜନ ମହାପାତ୍ର ଉପସ୍ଥିତ ରହି ଦୈନନ୍ଦିନ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକୁ ବସ ଷ୍ଟପ ଭିତରେ ପ୍ରବେଶ କରାଇ ଡ୍ରାଇଭର ଓ ଯାତ୍ରୀମାନଙ୍କୁ ମିଠା ବଣ୍ଟନ କରିଥିଲେ। ପୌର କର୍ତ୍ତୃପକ୍ଷ ଯାତ୍ରୀ ସୁବିଧା ଓ ଟ୍ରାଫିକ ସମସ୍ୟା ଦୂର କରିବା ଆଶାରେ ବସ ଷ୍ଟପ ଭିତରେ ଗାଡ଼ି ପ୍ରବେଶ ପାଇଁ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ, ତତ୍କାଳୀନ ବିଧାୟିକା ସୁଜ୍ଞାନ ଦେଓ ବସ ଷ୍ଟପ ପାଇଁ ଜାଗା ନିରୂପଣ କରି ପ୍ରସ୍ତାବ ଦେଇଥିଲେ। ପରେ 27 ଡିସେମ୍ବର 2020 ରେ ତତ୍କାଳୀନ ବିଧାୟିକା ଲତିକା ପ୍ରଧାନ କାର୍ଯ୍ୟ ଆରମ୍ଭ କରି 5 ମାର୍ଚ୍ଚ 2023 ରେ ଏହି ବସ ଷ୍ଟପକୁ ଉଦଘାଟନ କରିଥିଲେ। ତେବେ ଜାଗା ବିବାଦ, ଅସମ୍ପୂର୍ଣ୍ଣ କାର୍ଯ୍ୟ ଓ ମନ୍ଦିର ସ୍ଥାନାନ୍ତର ଭଳି ବିଭିନ୍ନ ସମସ୍ୟା ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇପାରିନଥିଲା। ଏହି ସମୟ ମଧ୍ୟରେ ସରକାର ପରିବର୍ତ୍ତନ ହେବା ପରେ ବିଜେପି ଓ ବିଜେଡି ନେତୃତ୍ଵାଧୀନ ମୁନ୍ସିପାଲଟି ମଧ୍ୟରେ ମତାନ୍ତର ଦେଖାଯାଇଥିଲା। ପୂର୍ବରୁ ଜାଗା ବିବାଦ କଥା କହି ଆସୁଥିବା ବିଜେପି ନେତା କର୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରଥମେ ବସ ଷ୍ଟପର ରଙ୍ଗ ବଦଳାଇ ଦିଆଯାଇଥିଲା, କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରାଯାଇନଥିଲା। ସମସ୍ତ କାର୍ଯ୍ୟ ସମାପ୍ତ ହେବା ପରେ ଆଜି ବିଜେଡି ନେତୃତ୍ଵାଧୀନ ଭାରପ୍ରାପ୍ତ ଅଧ୍ୟକ୍ଷ ଏହାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ କାଉଁସିଲର, ପୋଲିସ କର୍ମଚାରୀ, ଚାଳକ କର୍ମକର୍ତ୍ତା ଏବଂ ସହରବାସୀ ଉପସ୍ଥିତ ଥିଲେ।

14 hrs ago
user_Pitabas dash
Pitabas dash
Asika, Ganjam•
14 hrs ago

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଦୀର୍ଘ ଦୁଇ ବର୍ଷ ପରେ ବିବାଦୀୟ ବସ ଷ୍ଟପ ବୁଧବାର କାର୍ଯ୍ୟକ୍ଷମ ହୋଇଛି, ଯାହା ଅଞ୍ଚଳବାସୀଙ୍କୁ ବର୍ଷ ବର୍ଷ ଧରି ଘାଣ୍ଟି ହେଉଥିବା ଟ୍ରାଫିକ ସମସ୍ୟାରୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। କବିସୂର୍ଯ୍ୟନଗର ମୁନ୍ସିପାଲଟି ଭାରପ୍ରାପ୍ତ ଅଧ୍ୟକ୍ଷ ବିକ୍ରାନ୍ତ କୁମାର ସାହୁ ଫିତା କାଟି ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କବିସୂର୍ଯ୍ୟନଗର ପୋଲିସ ଅଧିକାରିଣୀ ମାନସୀ ସାହୁ ଏବଂ ବରିଷ୍ଠ କାଉଁସିଲର ମନୋରଞ୍ଜନ ମହାପାତ୍ର ଉପସ୍ଥିତ ରହି ଦୈନନ୍ଦିନ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକୁ ବସ ଷ୍ଟପ ଭିତରେ ପ୍ରବେଶ କରାଇ ଡ୍ରାଇଭର ଓ ଯାତ୍ରୀମାନଙ୍କୁ ମିଠା ବଣ୍ଟନ କରିଥିଲେ। ପୌର କର୍ତ୍ତୃପକ୍ଷ ଯାତ୍ରୀ ସୁବିଧା ଓ ଟ୍ରାଫିକ ସମସ୍ୟା ଦୂର କରିବା ଆଶାରେ ବସ ଷ୍ଟପ ଭିତରେ ଗାଡ଼ି ପ୍ରବେଶ ପାଇଁ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ, ତତ୍କାଳୀନ ବିଧାୟିକା ସୁଜ୍ଞାନ ଦେଓ ବସ ଷ୍ଟପ ପାଇଁ ଜାଗା ନିରୂପଣ କରି ପ୍ରସ୍ତାବ ଦେଇଥିଲେ। ପରେ 27 ଡିସେମ୍ବର 2020 ରେ ତତ୍କାଳୀନ ବିଧାୟିକା ଲତିକା ପ୍ରଧାନ କାର୍ଯ୍ୟ ଆରମ୍ଭ କରି 5 ମାର୍ଚ୍ଚ 2023 ରେ ଏହି ବସ ଷ୍ଟପକୁ ଉଦଘାଟନ କରିଥିଲେ। ତେବେ ଜାଗା ବିବାଦ, ଅସମ୍ପୂର୍ଣ୍ଣ କାର୍ଯ୍ୟ ଓ ମନ୍ଦିର ସ୍ଥାନାନ୍ତର ଭଳି ବିଭିନ୍ନ ସମସ୍ୟା ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇପାରିନଥିଲା। ଏହି ସମୟ ମଧ୍ୟରେ ସରକାର ପରିବର୍ତ୍ତନ ହେବା ପରେ ବିଜେପି ଓ ବିଜେଡି ନେତୃତ୍ଵାଧୀନ ମୁନ୍ସିପାଲଟି ମଧ୍ୟରେ ମତାନ୍ତର ଦେଖାଯାଇଥିଲା। ପୂର୍ବରୁ ଜାଗା ବିବାଦ କଥା କହି ଆସୁଥିବା ବିଜେପି ନେତା କର୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରଥମେ ବସ ଷ୍ଟପର ରଙ୍ଗ ବଦଳାଇ ଦିଆଯାଇଥିଲା, କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରାଯାଇନଥିଲା। ସମସ୍ତ କାର୍ଯ୍ୟ ସମାପ୍ତ ହେବା ପରେ ଆଜି ବିଜେଡି ନେତୃତ୍ଵାଧୀନ ଭାରପ୍ରାପ୍ତ ଅଧ୍ୟକ୍ଷ ଏହାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ କାଉଁସିଲର, ପୋଲିସ କର୍ମଚାରୀ, ଚାଳକ କର୍ମକର୍ତ୍ତା ଏବଂ ସହରବାସୀ ଉପସ୍ଥିତ ଥିଲେ।

More news from Ganjam and nearby areas
  • ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ସରଦାପୁର ହରିଜନ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ବୃଦ୍ଧ ଜଣକ ହେଉଛନ୍ତି ପାଣ ଗୌଡ଼। ତାଙ୍କ ପଡ଼ୋଶୀ ଘରର ଜଣେ ଯୁବକ ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ସୂଚନା ଅନୁଯାୟୀ, ପାଣ ଗୌଡ଼ ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ତିକ୍ତତା ଲାଗି ରହିଥିଲା। ଏହି ତିକ୍ତତାକୁ କେନ୍ଦ୍ର କରି ପଡ଼ୋଶୀ ଘରର ଯୁବକ ଜଣକ ପାଣ ଗୌଡ଼ଙ୍କୁ ପଞ୍ଝାରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ବୃଦ୍ଧ ପାଣ ଗୌଡ଼ ଗୁରୁତର ଆହତ ହୋଇଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ଆକ୍ରମଣକାରୀ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
    1
    ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ସରଦାପୁର ହରିଜନ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ବୃଦ୍ଧ ଜଣକ ହେଉଛନ୍ତି ପାଣ ଗୌଡ଼। ତାଙ୍କ ପଡ଼ୋଶୀ ଘରର ଜଣେ ଯୁବକ ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ପାଣ ଗୌଡ଼ ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ତିକ୍ତତା ଲାଗି ରହିଥିଲା। ଏହି ତିକ୍ତତାକୁ କେନ୍ଦ୍ର କରି ପଡ଼ୋଶୀ ଘରର ଯୁବକ ଜଣକ ପାଣ ଗୌଡ଼ଙ୍କୁ ପଞ୍ଝାରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ବୃଦ୍ଧ ପାଣ ଗୌଡ଼ ଗୁରୁତର ଆହତ ହୋଇଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ଆକ୍ରମଣକାରୀ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
    user_Pitabas dash
    Pitabas dash
    Asika, Ganjam•
    12 hrs ago
  • ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଳକ ସମ୍ମିଳନୀ କକ୍ଷଠାରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଜାତି-ଜନଜାତି ସମ୍ବାଦ ବୈଠକ ଆୟୋଜିତ ହୋଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଜାତି ଓ ଜନଜାତି ସମ୍ପ୍ରଦାୟର ପ୍ରତିନିଧି, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ। ସେମାନେ ସରକାରଙ୍କ ବିକାଶମୂଳକ ଯୋଜନା ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ବୈଠକରେ ଜନଜାତି ଓ ପଛୁଆ ବର୍ଗର ଉନ୍ନତି, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଗ୍ରାମ୍ୟ ଭିତ୍ତିଭୂମି ତଥା ସାମାଜିକ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଉପସ୍ଥିତ ଅତିଥିମାନେ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଏଭଳି ଜନମୁଖୀ କାର୍ଯ୍ୟ ଜାରି ରଖିବାକୁ ଆଶା ପ୍ରକାଶ କରିଥିଲେ। ଶେଷରେ, ଜାତି-ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶ ଓ ସମାଜର ମୁଖ୍ୟସ୍ରୋତରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ କରିବା ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ। ଆଜିର ବୈଠକରେ କରସିଙ୍ଗି, କରଚୁଲି, ତାକରଡ଼ା, ଗୋଲିଆ ପଞ୍ଚାୟତର ବହୁ ସଂଖ୍ୟକ ଜାତି-ଜନଜାତି ସମ୍ପ୍ରଦାୟର ସଦସ୍ୟ ଉପସ୍ଥିତ ଥିଲେ।
    4
    ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଳକ ସମ୍ମିଳନୀ କକ୍ଷଠାରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଜାତି-ଜନଜାତି ସମ୍ବାଦ ବୈଠକ ଆୟୋଜିତ ହୋଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଜାତି ଓ ଜନଜାତି ସମ୍ପ୍ରଦାୟର ପ୍ରତିନିଧି, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ। ସେମାନେ ସରକାରଙ୍କ ବିକାଶମୂଳକ ଯୋଜନା ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ।

ବୈଠକରେ ଜନଜାତି ଓ ପଛୁଆ ବର୍ଗର ଉନ୍ନତି, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଗ୍ରାମ୍ୟ ଭିତ୍ତିଭୂମି ତଥା ସାମାଜିକ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଉପସ୍ଥିତ ଅତିଥିମାନେ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଏଭଳି ଜନମୁଖୀ କାର୍ଯ୍ୟ ଜାରି ରଖିବାକୁ ଆଶା ପ୍ରକାଶ କରିଥିଲେ।

ଶେଷରେ, ଜାତି-ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶ ଓ ସମାଜର ମୁଖ୍ୟସ୍ରୋତରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ କରିବା ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ। ଆଜିର ବୈଠକରେ କରସିଙ୍ଗି, କରଚୁଲି, ତାକରଡ଼ା, ଗୋଲିଆ ପଞ୍ଚାୟତର ବହୁ ସଂଖ୍ୟକ ଜାତି-ଜନଜାତି ସମ୍ପ୍ରଦାୟର ସଦସ୍ୟ ଉପସ୍ଥିତ ଥିଲେ।
    user_PURNACHANDRA BARIK
    PURNACHANDRA BARIK
    Court reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    18 hrs ago
  • କୁକୁଡାଖଣ୍ଡି ମୁକ୍ତେଶ୍ୱର ମହାଦେବ ପୀଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶିବ ପ୍ରସାଦ ଦୋରା କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ଏହି ଖବର ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
    1
    କୁକୁଡାଖଣ୍ଡି ମୁକ୍ତେଶ୍ୱର ମହାଦେବ ପୀଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶିବ ପ୍ରସାଦ ଦୋରା କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ଏହି ଖବର ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
    user_Live Odisha NewsUpdate Distric
    Live Odisha NewsUpdate Distric
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    18 hrs ago
  • ଗଜପତି ଜିଲ୍ଲାର ଅଡ଼ବା ଅଞ୍ଚଳରେ ଚାଲିଥିବା ବେଆଇନ ବାଲି ଚାଲାଣ ଉପରେ ଅଡ଼ବା ପୋଲିସ ଚଢ଼ାଉ କରିଛି। ଏହି ଚଢ଼ାଉ ସମୟରେ ପୋଲିସ ତିନୋଟି ଟ୍ରାକ୍ଟରକୁ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି।
    1
    ଗଜପତି ଜିଲ୍ଲାର ଅଡ଼ବା ଅଞ୍ଚଳରେ ଚାଲିଥିବା ବେଆଇନ ବାଲି ଚାଲାଣ ଉପରେ ଅଡ଼ବା ପୋଲିସ ଚଢ଼ାଉ କରିଛି। ଏହି ଚଢ଼ାଉ ସମୟରେ ପୋଲିସ ତିନୋଟି ଟ୍ରାକ୍ଟରକୁ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି।
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    15 hrs ago
  • କନ୍ଧମାଳ ଜିଲ୍ଲାର ତିଲରି ପଞ୍ଚାୟତ ଅନ୍ତର୍ଗତ ସମନାବାଡ଼ି ଗ୍ରାମରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବୁଲୁ ଓ କାମ୍ବୁ ଭାଇଙ୍କ ଘର ଭୁଶୁଡ଼ି ପଡ଼ିଛି। ଅଧିକ ଠିକା ପବନ ଏବଂ ବର୍ଷା କାରଣରୁ ଘରର ଆଜବେଷ୍ଟ ଉଡ଼ିଯିବା ସହ ସମ୍ପୂର୍ଣ୍ଣ ଘରଟି ମାଟିରେ ମିଶିଯାଇଛି।
    4
    କନ୍ଧମାଳ ଜିଲ୍ଲାର ତିଲରି ପଞ୍ଚାୟତ ଅନ୍ତର୍ଗତ ସମନାବାଡ଼ି ଗ୍ରାମରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବୁଲୁ ଓ କାମ୍ବୁ ଭାଇଙ୍କ ଘର ଭୁଶୁଡ଼ି ପଡ଼ିଛି। ଅଧିକ ଠିକା ପବନ ଏବଂ ବର୍ଷା କାରଣରୁ ଘରର ଆଜବେଷ୍ଟ ଉଡ଼ିଯିବା ସହ ସମ୍ପୂର୍ଣ୍ଣ ଘରଟି ମାଟିରେ ମିଶିଯାଇଛି।
    user_Alphans
    Alphans
    Grain Distributor ଦାରିଙ୍ଗବାଡି, କନ୍ଧମାଳ, ଓଡ଼ିଶା•
    19 hrs ago
  • ରାସାୟନିକ ସାର ବିରୋଧରେ ଏକ ମହାସଂଗ୍ରାମ ଆରମ୍ଭ ହୋଇଛି, ଯାହା ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜୈବିକ କୃଷିର ଏକ ନୂଆ ଇତିହାସ ସୃଷ୍ଟି କରିଛି।
    1
    ରାସାୟନିକ ସାର ବିରୋଧରେ ଏକ ମହାସଂଗ୍ରାମ ଆରମ୍ଭ ହୋଇଛି, ଯାହା ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜୈବିକ କୃଷିର ଏକ ନୂଆ ଇତିହାସ ସୃଷ୍ଟି କରିଛି।
    user_Prime time press
    Prime time press
    Agistment service Nayagarh, Odisha•
    19 hrs ago
  • ନୟାଗଡ଼ ଜିଲ୍ଲାର ଗଣିଆରେ ଜଣେ ଗ୍ୟାରେଜ ମିସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ନୟାଗଡ଼ ଏସପିଙ୍କ ପ୍ରତିକ୍ରିୟା ରେକର୍ଡ କରାଯାଇଛି।
    1
    ନୟାଗଡ଼ ଜିଲ୍ଲାର ଗଣିଆରେ ଜଣେ ଗ୍ୟାରେଜ ମିସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ନୟାଗଡ଼ ଏସପିଙ୍କ ପ୍ରତିକ୍ରିୟା ରେକର୍ଡ କରାଯାଇଛି।
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    19 hrs ago
  • ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ନିମିନା ପଞ୍ଚାୟତରେ ଗତ ତିନି ମାସ ଧରି ବୃଦ୍ଧାବୃଦ୍ଧଙ୍କ ଆକାଉଣ୍ଟକୁ ଭତା ଟଙ୍କା ଆସୁ ନ ଥିବାରୁ ଉତ୍ତେଜନା ଦେଖାଦେଇଛି। ଭତା ଟଙ୍କା ନ ମିଳିବା ପ୍ରତିବାଦରେ ଆଜି ଦିନତମାମ ବୃଦ୍ଧ ଓ ବୃଦ୍ଧାମାନେ ସରପଞ୍ଚ ଏବଂ ପିଇଓଙ୍କୁ ପଞ୍ଚାୟତ ଭିତରେ ତାଲା ପକାଇ ଧାରଣାରେ ବସିଥିଲେ। ନିମିନା ପଞ୍ଚାୟତରେ ୩୦୦ରୁ ଉର୍ଦ୍ଧ୍ୱ ବୃଦ୍ଧ ଓ ବୃଦ୍ଧା ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ପେନସନ ଯୋଜନାରେ ଭତା ଟଙ୍କା ପାଉଥିଲେ। ହେଲେ ତିନି ମାସ ଧରି ଭତା ଟଙ୍କା ଆସୁ ନ ଥିବାରୁ ଔଷଧ ଖର୍ଚ୍ଚ ତୁଲାଇବାରେ ସମସ୍ୟା ଭୋଗୁଥିବା ସେମାନେ କହିଛନ୍ତି। ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ ସହିତ ଆସିକା ବିଡିଓ ଏବଂ ଅତିରିକ୍ତ ବିଡିଓ ପହଞ୍ଚି ବୃଦ୍ଧାବୃଦ୍ଧଙ୍କୁ ବୁଝାସୁଝା କରିଥିଲେ। ପରେ ପଞ୍ଚାୟତରୁ ତାଲା ଖୋଲାଯାଇଥିଲା। ବିଡିଓ ସୂଚନା ଦେଇଛନ୍ତି ଯେ ଭତା ପୋର୍ଟାଲରେ ବୈଷୟିକ ତ୍ରୁଟି ଯୋଗୁଁ ତିନି ମାସ ହେଲା ଏହି ସମସ୍ୟା ଲାଗିରହିଛି। ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହେବା ପରେ ତିନି ମାସର ଭତା ଟଙ୍କା ଏକା ସମୟରେ ହିତାଧିକାରୀଙ୍କ ଆକାଉଣ୍ଟରେ ଜମା ହେବ। ମାସ ମାସ ଧରି ପ୍ରତ୍ୟେକ ପଞ୍ଚାୟତରେ ବୃଦ୍ଧାବୃଦ୍ଧମାନେ ଭତା ସମସ୍ୟା ଭୋଗୁଥିବା ବେଳେ ଏହି ସମସ୍ୟାର ସମାଧାନ କେବେ ହେବ ତାହା ଦେଖିବାକୁ ବାକି ରହିଲା।
    1
    ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ନିମିନା ପଞ୍ଚାୟତରେ ଗତ ତିନି ମାସ ଧରି ବୃଦ୍ଧାବୃଦ୍ଧଙ୍କ ଆକାଉଣ୍ଟକୁ ଭତା ଟଙ୍କା ଆସୁ ନ ଥିବାରୁ ଉତ୍ତେଜନା ଦେଖାଦେଇଛି। ଭତା ଟଙ୍କା ନ ମିଳିବା ପ୍ରତିବାଦରେ ଆଜି ଦିନତମାମ ବୃଦ୍ଧ ଓ ବୃଦ୍ଧାମାନେ ସରପଞ୍ଚ ଏବଂ ପିଇଓଙ୍କୁ ପଞ୍ଚାୟତ ଭିତରେ ତାଲା ପକାଇ ଧାରଣାରେ ବସିଥିଲେ।

ନିମିନା ପଞ୍ଚାୟତରେ ୩୦୦ରୁ ଉର୍ଦ୍ଧ୍ୱ ବୃଦ୍ଧ ଓ ବୃଦ୍ଧା ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ପେନସନ ଯୋଜନାରେ ଭତା ଟଙ୍କା ପାଉଥିଲେ। ହେଲେ ତିନି ମାସ ଧରି ଭତା ଟଙ୍କା ଆସୁ ନ ଥିବାରୁ ଔଷଧ ଖର୍ଚ୍ଚ ତୁଲାଇବାରେ ସମସ୍ୟା ଭୋଗୁଥିବା ସେମାନେ କହିଛନ୍ତି। ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ ସହିତ ଆସିକା ବିଡିଓ ଏବଂ ଅତିରିକ୍ତ ବିଡିଓ ପହଞ୍ଚି ବୃଦ୍ଧାବୃଦ୍ଧଙ୍କୁ ବୁଝାସୁଝା କରିଥିଲେ। ପରେ ପଞ୍ଚାୟତରୁ ତାଲା ଖୋଲାଯାଇଥିଲା।

ବିଡିଓ ସୂଚନା ଦେଇଛନ୍ତି ଯେ ଭତା ପୋର୍ଟାଲରେ ବୈଷୟିକ ତ୍ରୁଟି ଯୋଗୁଁ ତିନି ମାସ ହେଲା ଏହି ସମସ୍ୟା ଲାଗିରହିଛି। ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହେବା ପରେ ତିନି ମାସର ଭତା ଟଙ୍କା ଏକା ସମୟରେ ହିତାଧିକାରୀଙ୍କ ଆକାଉଣ୍ଟରେ ଜମା ହେବ। ମାସ ମାସ ଧରି ପ୍ରତ୍ୟେକ ପଞ୍ଚାୟତରେ ବୃଦ୍ଧାବୃଦ୍ଧମାନେ ଭତା ସମସ୍ୟା ଭୋଗୁଥିବା ବେଳେ ଏହି ସମସ୍ୟାର ସମାଧାନ କେବେ ହେବ ତାହା ଦେଖିବାକୁ ବାକି ରହିଲା।
    user_Pitabas dash
    Pitabas dash
    Asika, Ganjam•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.