*ଓଲ୍ଡ ଚିମିଟାପାଲ୍ଲୀରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ* *୫୪ଟି ଅଭିଯୋଗର ଶୁଣାଣି ସହ ଅସହାୟଙ୍କୁ ସହାୟତା ପ୍ରଦାନ* *ଓଲ୍ଡ ଚିମିଟାପାଲ୍ଲୀରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ* *୫୪ଟି ଅଭିଯୋଗର ଶୁଣାଣି ସହ ଅସହାୟଙ୍କୁ ସହାୟତା ପ୍ରଦାନ* *ମାଲକାନଗିରି,୨୦/୪/୨୬:* ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ନିର୍ଦ୍ଦେଶକ୍ରମେ କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ଓଲ୍ଡ ଚିମିଟାପାଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ବିଶାଳ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଓ ସହାୟତା ପ୍ରଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ସିଡିଓ) ଦାଶରଥି ସରାବୁ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଗୁରୁତର ସମସ୍ୟାର ଶୁଣାଣି କରିଥିଲେ। ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଅସହାୟଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଏଠାରେ ବିଭିନ୍ନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର କ୍ୟାମ୍ପ ବା ଷ୍ଟଲ୍ ମାନ ସ୍ଥାପନ କରାଯାଇଥିଲା। ଏହି କ୍ୟାମ୍ପଗୁଡ଼ିକ ମାଧ୍ୟମରେ ଦରିଦ୍ର ଓ ନିଷ୍ପେଷିତ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସହାୟତା ରାଶି ଓ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି ଶିବିରରେ ମୋଟ ୫୪ଟି ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା। ଗ୍ରାମବାସୀମାନେ ମୁଖ୍ୟତଃ ଚାଷ ଜମିରେ ଜଳସେଚନର ଅଭାବ, ଗ୍ରାମାଞ୍ଚଳରେ ଅଧାପନ୍ତରିଆ ହୋଇ ପଡ଼ିଥିବା ରାସ୍ତାଘାଟ ନିର୍ମାଣ, ପାନୀୟ ଜଳ ସଂକଟ, ଅଙ୍ଗନବାଡ଼ି କେନ୍ଦ୍ରରେ ଖାଦ୍ୟ ବଣ୍ଟନରେ ଅନିୟମିତତା ଏବଂ ବିଦ୍ୟୁତ ବିଭାଗର ଅହେତୁକ ବିଲ୍ ପ୍ରଦାନ ଭଳି ଜଟିଳ ସମସ୍ୟା ଉପରେ ସିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହିତ ବହୁ ଯୋଗ୍ୟ ହିତାଧିକାରୀ ନୂତନ ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା ଏବଂ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଆବେଦନ କରିଥିଲେ। ସିଡିଓ ସମସ୍ତ ଅଭିଯୋଗକୁ ଗମ୍ଭୀରତାର ସହ ଶୁଣିବା ସହ କେତେକ ସମସ୍ୟାର ତୁରନ୍ତ ସମାଧାନ କରିଥିଲେ ଏବଂ ଅବଶିଷ୍ଟ ମାମଲାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୋରକୁଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ପଦାଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସେବା କରିଥିଲେ।
*ଓଲ୍ଡ ଚିମିଟାପାଲ୍ଲୀରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ* *୫୪ଟି ଅଭିଯୋଗର ଶୁଣାଣି ସହ ଅସହାୟଙ୍କୁ ସହାୟତା ପ୍ରଦାନ* *ଓଲ୍ଡ ଚିମିଟାପାଲ୍ଲୀରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ* *୫୪ଟି ଅଭିଯୋଗର ଶୁଣାଣି ସହ ଅସହାୟଙ୍କୁ ସହାୟତା ପ୍ରଦାନ* *ମାଲକାନଗିରି,୨୦/୪/୨୬:* ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ନିର୍ଦ୍ଦେଶକ୍ରମେ କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ଓଲ୍ଡ ଚିମିଟାପାଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ବିଶାଳ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଓ ସହାୟତା ପ୍ରଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ସିଡିଓ) ଦାଶରଥି ସରାବୁ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଗୁରୁତର ସମସ୍ୟାର ଶୁଣାଣି କରିଥିଲେ। ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଅସହାୟଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଏଠାରେ ବିଭିନ୍ନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର କ୍ୟାମ୍ପ ବା ଷ୍ଟଲ୍ ମାନ ସ୍ଥାପନ କରାଯାଇଥିଲା। ଏହି କ୍ୟାମ୍ପଗୁଡ଼ିକ ମାଧ୍ୟମରେ ଦରିଦ୍ର ଓ ନିଷ୍ପେଷିତ ଲୋକଙ୍କୁ ବିଭିନ୍ନ
ସରକାରୀ ଯୋଜନାରେ ସହାୟତା ରାଶି ଓ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି ଶିବିରରେ ମୋଟ ୫୪ଟି ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା। ଗ୍ରାମବାସୀମାନେ ମୁଖ୍ୟତଃ ଚାଷ ଜମିରେ ଜଳସେଚନର ଅଭାବ, ଗ୍ରାମାଞ୍ଚଳରେ ଅଧାପନ୍ତରିଆ ହୋଇ ପଡ଼ିଥିବା ରାସ୍ତାଘାଟ ନିର୍ମାଣ, ପାନୀୟ ଜଳ ସଂକଟ, ଅଙ୍ଗନବାଡ଼ି କେନ୍ଦ୍ରରେ ଖାଦ୍ୟ ବଣ୍ଟନରେ ଅନିୟମିତତା ଏବଂ ବିଦ୍ୟୁତ ବିଭାଗର ଅହେତୁକ ବିଲ୍ ପ୍ରଦାନ ଭଳି ଜଟିଳ ସମସ୍ୟା ଉପରେ ସିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହିତ ବହୁ ଯୋଗ୍ୟ ହିତାଧିକାରୀ ନୂତନ ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା ଏବଂ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଆବେଦନ କରିଥିଲେ। ସିଡିଓ ସମସ୍ତ ଅଭିଯୋଗକୁ ଗମ୍ଭୀରତାର ସହ ଶୁଣିବା ସହ କେତେକ ସମସ୍ୟାର ତୁରନ୍ତ ସମାଧାନ କରିଥିଲେ ଏବଂ ଅବଶିଷ୍ଟ ମାମଲାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୋରକୁଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ପଦାଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସେବା କରିଥିଲେ।
- ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ନୂତନ ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ ସାବିତ୍ରୀପଡିଆମି ସୋମବାର ଦିନ ପ ଶପଥ ଗ୍ରହଣ କରିଛନ୍ତି ।1
- ଧାନ ବୁଣିଲେ,ଅଖିମୁଠି ଅନୁକୂଳ କଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା କୋଟପାଡ଼ରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ l1
- ଜୟପୁରରେ ଫୋରେଷ୍ଟ ବିଭାଗ ତରଫରୁ ଜାରି ହୋଇଥିବା ଟେଣ୍ଡର କାମକୁ ନେଇ ଠିକାଦାର ସଂଘ ପକ୍ଷରୁ ଗୁରୁତର ଅଭିଯୋଗ ଆସିଛି। ଅତ୍ୟନ୍ତ କମ୍ (ଲେସ୍) ଦରରେ ଟେଣ୍ଡର ପାଇଥିବା ଠିକାଦାର ରାଜେଶ ସ୍ୱାଇଁଙ୍କ କାର୍ଯ୍ୟର ଗୁଣଗତା ନେଇ ପ୍ରଶ୍ନ ଉଠିଛି1
- ଆର୍ଥିକ କ୍ଷେତ୍ରରେ ଦେଶକୁ ସୁଦୃଢ କରୁଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ. ଏହାରି ଭିତରେ ଦେଖିବାକୁ ମିଳିଛି ଏକ ଅନନ୍ୟ ଅବଦାନ.ଯାହାକି ନବରଙ୍ଗପୁର ଜିଲ୍ଲା ମିଶନ ଶକ୍ତି ସଭା ଗୃହରେ ବିଦୂତ କଟିଥିବା ସମୟରେ ଯେକୋଣସି ବୈଠକ ପାଇଁ ଅସୁବିଧା ର ସମୁଖୀନ ହେଉଥିଲେ. ଏହି ମିଶନ ଶକ୍ତି ଗୃହରେ ପ୍ରତିଦିନ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ତଥା ବୈଠକ ଅନୁଷ୍ଠିତ ହୋଇଥାଏ l ଅନେକ ବାର ବୈଠକ ସମୟରେ ବିଦୂତ କଟିବା କାରଣ ହେତୁ ଅଧାରୁ ମିଟିଙ୍ଗ ସ୍ଥଗିତ ହେବା ମଧ୍ୟ ନଜରକୁ ଆସୁଥିଲା, ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ନବରଙ୍ଗପୁର ମିଶନ ଶକ୍ତି ସମିଳନୀ କକ୍ଷ ଠାରେ ୨୫ KV ର DG ସେଟ ପ୍ରଦାନ କରାଯାଇଛି l1
- କୋରାପୁଟ ଜିଲ୍ଲା ଦାମନଯୋଡି ଶିଳ୍ପାଞ୍ଚଳର ଅଗ୍ରଣୀ ସାହିତ୍ୟ ସଂଗଠନ "ବର୍ଷା ସାହିତ୍ୟ ସଂସଦ"ର ବାର୍ଷିକ ସାରସତ୍ଵ ସମାରୋହ ନାଲକୋ ଟାଉନସିପ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ପ୍ରେକ୍ଷାଳୟ ଠାରେ ପାଳିତ ହୋଇଯାଇଛି। "ସଂସ୍କୃତି ପରିବର୍ତ୍ତନଶୀଳ, ଭାରତ ପରିବର୍ତ୍ତନରେ ବିଶ୍ୱାସ କରେ, ତେଣୁ ଭାରତୀୟ ସଂସ୍କୃତି ବିଶ୍ୱରେ ଆଦୃତ ହୋଇପାରିଛି।" ଏହି ସମାରୋହରେ ବିଶିଷ୍ଟ ସ୍ତମ୍ଭକାର ତଥା ସଂସ୍କୃତି ଗବେଷକ ଅନିଲ ଧୀର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଏହା କହିଥିଲେ। ସଭାପତି ଅରୁଣ ମହାନ୍ତି ଏବଂ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି "ସଂସ୍କୃତି, ସଭ୍ୟତା,ପରମ୍ପରା ଆଦିର ପୁନରୁଦ୍ଧାର ମାଧ୍ୟମ ହେଉଛି ସାହିତ୍ୟ" ବୋଲି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଓଡ଼ିଆ ବିଭାଗ ସହକାରୀ ପ୍ରଧ୍ୟାପକ ଡଃ ଆଲୋକ ବରାଳ ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ଏହା କହିଥିଲେ। ଏହି ସମାରୋହ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସାହିତ୍ୟ ସମ୍ପର୍କିତ ଆଲୋଚନା ହୋଇଥିଲା ବେଳେ ଦ୍ୱିତୀୟ ଅଧିବେଶନରେ କବି କବୟତ୍ରୀ ମାନଙ୍କ ସ୍ୱରଚିତ କବିତା ପାଠ ହୋଇଥିଲା। ଏହି ଅବସରରେ ବର୍ଷାର ମୁଖପତ୍ର ସହ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ସ୍ୱରଚିତ ପୁସ୍ତକ "ପାହାଡ଼ ତଳର ଗାଁ" ଏବଂ ସରସ୍ୱତୀ ବିଦ୍ୟା ମନ୍ଦିରର ବରିଷ୍ଠ ବିଜ୍ଞାନ ଶିକ୍ଷକ ରାଜୀବ ନାୟକଙ୍କ ରଚିତ "କଳିଙ୍ଗବୀର ବିଜୁ ପଟ୍ଟନାୟକ,ଏକ ପରିଚୟ" (ଜୀବନୀ ପୁସ୍ତକ) ଉନ୍ମୋଚିତ ହୋଇଥିଲା।ସାହିତ୍ୟ ସାଧନା ପାଇଁ ମାଲକାନଗିରିର କିଶୋର ପ୍ରଧାନ ଓ ଦାମନଯୋଡିର ରାଜୀବ ନାୟକଙ୍କୁ ଏହି ସମାରୋହରେ 'ବର୍ଷା ସାହିତ୍ୟ ସଂସଦ ସମ୍ମାନ -୨୦୨୬' ରେ ସମ୍ମାନୀତ କରାଯାଇଥିଲା। ସେହିପରି ଗତ ଶିକ୍ଷାବର୍ଷ ଦଶମ ବୋର୍ଡ଼ ପରୀକ୍ଷାରେ ମାତୃଭାଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ସଂସଦର ବରିଷ୍ଠ ସଦସ୍ୟ ଅଶୋକ ମହାନ୍ତି ଓ ସଦସ୍ୟା ସ୍ୱାତୀ ଚାଟାର୍ଜୀ ମଞ୍ଚ ସଂଯୋଜନା କରିଥିଲା ବେଳେ ଅନ୍ୟ ସଦସ୍ୟମାନେ ମିଳିତ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦ୍ୱିତୀୟ ଅଧିବେଶନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି କବୟତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ। ନାଲକୋର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ବର୍ଷାର ମାନପତ୍ର ପ୍ରଦାନ କରିଥିଲେ। ବର୍ଷାର ସଦସ୍ୟା ସାନ୍ତାବାଳା ରଥ,ପ୍ରଭାସିନୀ ପାଣି,ତପସ୍ୱିନୀ ମିଶ୍ର ମିଳିତ ଭାବେ ଦ୍ବିତୀୟ ଅଧିବେଶନରେ ସଂଯୋଜନା କରିଥିଲା ବେଳେ ଯୁବ କବି ଦେବେନ୍ଦ୍ର କୁମାର ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ।1
- Post by MSP TV (Reporter:-MiHiR)1
- Maa Thakurani Kalashi Yatra Navarangpur Maidalpur 20261
- କୋରକୁଣ୍ଡା ତମସା ଶ୍ରୀକ୍ଷେତ୍ର ରେ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ1