ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ଅର୍ଥାତ୍ ମଙ୍ଗଳବାର ମଧ୍ୟ ସମସ୍ତ ସ୍କୁଲ୍ ଛୁଟି ଘୋଷଣା ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଜି ଅର୍ଥାତ୍ ମଙ୍ଗଳବାର ଦିନ ମଧ୍ୟ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ରହିବ ବୋଲି ମୟୂରଭଞ୍ଜ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ପାଇଁ ସମାନ ଭାବେ ଲାଗୁ ହେବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜ ସ୍କୁଲରେ ଉପସ୍ଥିତ ରହି ବର୍ଷାଜନିତ ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ପରିଚାଳନା ଦାୟିତ୍ୱ ତୁଲାଇବେ ବୋଲି ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ପ୍ରଦାନ କରାଯାଇଛି। ଏନେଇ ଆଜି ସକାଳ ୭.୩୦ ଟାରେ ସୂଚନା ମିଳିଛି।
ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ଅର୍ଥାତ୍ ମଙ୍ଗଳବାର ମଧ୍ୟ ସମସ୍ତ ସ୍କୁଲ୍ ଛୁଟି ଘୋଷଣା ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଜି
ଅର୍ଥାତ୍ ମଙ୍ଗଳବାର ଦିନ ମଧ୍ୟ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ରହିବ ବୋଲି ମୟୂରଭଞ୍ଜ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ପାଇଁ ସମାନ
ଭାବେ ଲାଗୁ ହେବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜ ସ୍କୁଲରେ ଉପସ୍ଥିତ ରହି ବର୍ଷାଜନିତ ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ପରିଚାଳନା ଦାୟିତ୍ୱ ତୁଲାଇବେ
ବୋଲି ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ପ୍ରଦାନ କରାଯାଇଛି। ଏନେଇ ଆଜି ସକାଳ ୭.୩୦ ଟାରେ ସୂଚନା ମିଳିଛି।
- ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି; ପାଣି ଭିତରକୁ ଯାଇ ଗାଧୋଇବା ପାଇଁ ମନା ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପେକ୍ଷୀରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି ପାଇ ତାହାର କରାଳ ରୂପ ଦେଖିବାକୁ ମିଳିଛି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଏଠାରେ ପ୍ରବାହିତ ହୋଇଛି। ତେବେ ଏହି ସମୟରେ କେହି ପର୍ଯ୍ୟଟକ ପାଣି ମଧ୍ୟକୁ ଗାଧୋଇବା ପାଇଁ ପାଣି ଭିତରକୁ ନଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।1
- Jay shree ram ji3
- ଜଳବନ୍ଦୀ ରେ ଗ୍ରାମବାସୀ, ଭଦ୍ରକ ବ୍ଲକ ଓଲଙ୍ଗ ଗ୍ରାମ ପଞ୍ଚାୟତ ରେ ଜଳବନ୍ଦୀ ରେ ଅଛନ୍ତି ଗ୍ରାମବାସୀ,1
- ଲଘୁଚାପ ପ୍ରଭାବରେ ଗତରାତି ୯ ରୁ ୧୨ ଟା ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟରେ କମିଲା ବର୍ଷା; କର୍ତ୍ତୃପକ୍ଷ ଦେଲେ ସୂଚନା ଲଘୁଚାପଜନିତ ବର୍ଷା ଶିମିଳିପାଳ ଅଭୟାରଣ୍ୟ ଜାରି ରହିଥିଲା। ତେବେ ଗତକାଲି ଅର୍ଥାତ୍ ମଙ୍ଗଳବାର ରାତି ୯ ରୁ ମଧ୍ୟରାତ୍ରି ପ୍ରାୟ ୧୨ ଟା ମଧ୍ୟରେ ବର୍ଷା ମାତ୍ର କମ୍ ହୋଇଥିବା ନେଇ ସୂଚନା ମିଳିଛି। ପିଠାବଟା ରେଞ୍ଜରେ ୨.୫୪ ମିଲି ମିଟର ବୃଷ୍ଟିପାତ ରେକର୍ଡ ହୋଇଛି। ସେହିପରି ବାରିପଦା ରେ ୧.୫୨୪ ମିଲି ମିଟର, ଭଞ୍ଜବସା ରେ ୩.୩୦୨, କୁଳିପାଳ ରେ ୪.୫୭୨, ଉପର ବାରହା କାମୁଡ଼ା ରେ ୨.୨ ମିଲିମିଟର ବର୍ଷା ହୋଇଥିବା ନେଇ ରେକର୍ଡ ହୋଇଛି। ଏନେଇ ଶିମିଳିପାଳ କତୃପକ୍ଷ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।2
- ବାଲେଶ୍ୱର ଜିଲ୍ଲା ନୀଳଗିରୀ ପଞ୍ଚୁଲିଙ୍ଗେଶ୍ୱର ଶୈବ ପୀଠରେ ଲଗାଣ ବର୍ଷାର ତାଣ୍ଡବ, ବୁଡିଗଲା ସବୁକିଛି,1