logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଭାରତୀୟ ଜନତା ପାର୍ଟିର ପଳାଶପଙ୍ଗା ମଣ୍ଡଳ ଅନ୍ତର୍ଗତ ପର୍ଜନପୁର ଗ୍ରାମପଞ୍ଚାୟତର ୭୯ ନମ୍ବର ବୁଥ୍‌ରେ ୧୩୪ ତମ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ତାରାତାରିଣୀ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ବୁଥ୍ ସଭାପତି ଗୌରହରୀ ମହାକୁଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ନଳିନୀ ମହାନ୍ତ ଏବଂ ବିଏଲଏ-୨ ହିମାଂଶୁଶେଖର ମହାନ୍ତଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଶୁଣିଥିଲେ। କାର୍ଯ୍ୟକ୍ରମ ପରେ ଏକ ସକ୍ରିୟ ବୁଥ୍‌କୁ ନେଇ ସାଙ୍ଗଠନିକ ଚର୍ଚ୍ଚା ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭର କିଛି ସମୟ ପରେ ପର୍ଜନପୁର ଶକ୍ତିକେନ୍ଦ୍ର ପ୍ରଭାରୀ ଗୋବିନ୍ଦ ଚନ୍ଦ୍ର ନାୟକ ସେଠାରେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉପସ୍ଥିତ ସଦସ୍ୟମାନେ ତାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ନାୟକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ବୁଥ୍ ସ୍ତରରେ ସଂଗଠନକୁ ମଜବୁତ କରିବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ନଳିନୀ ମହାନ୍ତ ନିଜ ବକ୍ତବ୍ୟରେ ସମ୍ପ୍ରତି ଚାଲିଥିବା SIR କାର୍ଯ୍ୟକ୍ରମରେ ବିଏଲଓଙ୍କୁ ପାଞ୍ଚଜଣିଆ କମିଟି ସଦସ୍ୟ ସହାୟତା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

2 hrs ago
user_Dhyana Krushna Nayak
Dhyana Krushna Nayak
Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
2 hrs ago
8d412fa5-0c11-425c-bd15-484d90ecf574

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଭାରତୀୟ ଜନତା ପାର୍ଟିର ପଳାଶପଙ୍ଗା ମଣ୍ଡଳ ଅନ୍ତର୍ଗତ ପର୍ଜନପୁର ଗ୍ରାମପଞ୍ଚାୟତର ୭୯ ନମ୍ବର ବୁଥ୍‌ରେ ୧୩୪ ତମ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ତାରାତାରିଣୀ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ବୁଥ୍ ସଭାପତି ଗୌରହରୀ ମହାକୁଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ନଳିନୀ ମହାନ୍ତ ଏବଂ ବିଏଲଏ-୨ ହିମାଂଶୁଶେଖର ମହାନ୍ତଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଶୁଣିଥିଲେ। କାର୍ଯ୍ୟକ୍ରମ ପରେ ଏକ ସକ୍ରିୟ ବୁଥ୍‌କୁ ନେଇ ସାଙ୍ଗଠନିକ ଚର୍ଚ୍ଚା ହୋଇଥିଲା।

2f435ed6-fcd4-4887-8b16-cf257ead7f97

କାର୍ଯ୍ୟକ୍ରମ ଆରମ୍ଭର କିଛି ସମୟ ପରେ ପର୍ଜନପୁର ଶକ୍ତିକେନ୍ଦ୍ର ପ୍ରଭାରୀ ଗୋବିନ୍ଦ ଚନ୍ଦ୍ର ନାୟକ ସେଠାରେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉପସ୍ଥିତ ସଦସ୍ୟମାନେ ତାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ନାୟକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ବୁଥ୍ ସ୍ତରରେ ସଂଗଠନକୁ ମଜବୁତ କରିବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ନଳିନୀ ମହାନ୍ତ ନିଜ ବକ୍ତବ୍ୟରେ ସମ୍ପ୍ରତି ଚାଲିଥିବା SIR କାର୍ଯ୍ୟକ୍ରମରେ ବିଏଲଓଙ୍କୁ ପାଞ୍ଚଜଣିଆ କମିଟି ସଦସ୍ୟ ସହାୟତା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

More news from ଓଡ଼ିଶା and nearby areas
  • ଆଜି ସକାଳ ସମୟରେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ୍ ଅଞ୍ଚଳରେ ଦୀର୍ଘ ସମୟ ଧରି କାଳବୈଶାଖୀ ବର୍ଷା ଲାଗିରହିବାରୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ସକାଳୁ ସକାଳୁ ପାଗରେ ପରିବର୍ତ୍ତନ ଆସି ଅନ୍ଧାରୁଆ ପରିବେଶ ସୃଷ୍ଟି ହେବା ପରେ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ପବନ ଏବଂ ଘଡଘଡ଼ି ସହ ପ୍ରବଳ ବର୍ଷା କିଛି ସମୟ ଧରି ଲଗାତାର ହେବା ଫଳରେ ସ୍ଥାନୀୟ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।
    2
    ଆଜି ସକାଳ ସମୟରେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ୍ ଅଞ୍ଚଳରେ ଦୀର୍ଘ ସମୟ ଧରି କାଳବୈଶାଖୀ ବର୍ଷା ଲାଗିରହିବାରୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ସକାଳୁ ସକାଳୁ ପାଗରେ ପରିବର୍ତ୍ତନ ଆସି ଅନ୍ଧାରୁଆ ପରିବେଶ ସୃଷ୍ଟି ହେବା ପରେ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ପବନ ଏବଂ ଘଡଘଡ଼ି ସହ ପ୍ରବଳ ବର୍ଷା କିଛି ସମୟ ଧରି ଲଗାତାର ହେବା ଫଳରେ ସ୍ଥାନୀୟ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।
    user_Dhyana Krushna Nayak
    Dhyana Krushna Nayak
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    19 hrs ago
  • ଏକ ପ୍ରଦର୍ଶନରେ ବିଭିନ୍ନ ପ୍ରକାରର ପଶୁମାନଙ୍କର ଅବିକଳ ସ୍ୱରର ଅନୁକରଣ ଦେଖିବାକୁ ମିଳିଛି। ଏହି ଅଭିନୟଟି ଅତ୍ୟନ୍ତ ଭୟଙ୍କର ତଥା ପ୍ରଭାବଶାଳୀ ଥିବା ବର୍ଣ୍ଣନା କରାଯାଇଛି।
    1
    ଏକ ପ୍ରଦର୍ଶନରେ ବିଭିନ୍ନ ପ୍ରକାରର ପଶୁମାନଙ୍କର ଅବିକଳ ସ୍ୱରର ଅନୁକରଣ ଦେଖିବାକୁ ମିଳିଛି। ଏହି ଅଭିନୟଟି ଅତ୍ୟନ୍ତ ଭୟଙ୍କର ତଥା ପ୍ରଭାବଶାଳୀ ଥିବା ବର୍ଣ୍ଣନା କରାଯାଇଛି।
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    19 hrs ago
  • କେନ୍ଦୁଝର ସଦର ବ୍ଲକର ମୈଦାନକେଲ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ଆଜି ଏକ ଗୋଟିକିଆ ଦନ୍ତା ହାତୀ ମୈଦାନକେଲ ସ୍କୁଲ ପରିସରରେ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ଏହି ଦନ୍ତା ହାତୀ ସ୍କୁଲର ପାଚେରୀ ଭାଙ୍ଗି ଦେଇଥିବା ବେଳେ ଏହାର ଆତଙ୍କ ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।
    1
    କେନ୍ଦୁଝର ସଦର ବ୍ଲକର ମୈଦାନକେଲ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ଆଜି ଏକ ଗୋଟିକିଆ ଦନ୍ତା ହାତୀ ମୈଦାନକେଲ ସ୍କୁଲ ପରିସରରେ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ଏହି ଦନ୍ତା ହାତୀ ସ୍କୁଲର ପାଚେରୀ ଭାଙ୍ଗି ଦେଇଥିବା ବେଳେ ଏହାର ଆତଙ୍କ ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।
    user_ସମୀର ପାତ୍ର
    ସମୀର ପାତ୍ର
    କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    21 hrs ago
  • ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡ ଅଞ୍ଚଳରେ କାଳ ବୈଶାଖୀର ଭୀଷଣ ତାଣ୍ଡବ ଦେଖିବାକୁ ମିଳିଛି। ଗତ ଦୁଇ ଦିନ ହେବ ଏଠାରେ ପ୍ରବଳ ବର୍ଷା ସାଙ୍ଗକୁ ଘୁର୍ଣ୍ଣିଝଡ଼ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଘର ଭାଙ୍ଗିଯାଇଥିବା ବେଳେ ସୋଲାର ପ୍ଲେଟଗୁଡ଼ିକ ଉଡ଼ିଯାଇଛି ଏବଂ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। ଆଜି ମଧ୍ୟ କରଞ୍ଜିଆ ବ୍ଲକର କଙ୍କଡା, କୁରୁଳିଆ, କୁଆଁରୀପୋଲି, ଅନ୍ଧାରଝରି, ଡୁମୁରିଆ, ଘୋଡାଘାଗରୀ ଭଳି ଅନେକ ଗ୍ରାମରେ ଝଡ଼ତୋଫାନ ଯୋଗୁଁ ବହୁତ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କଙ୍କଡା ଗ୍ରାମରେ ଦାଶରଥୀ ମହାନ୍ତଙ୍କ ଘର ଛାତ ଉପରେ ଲାଗିଥିବା ସୋଲାର ପ୍ଲେଟ ଏବଂ ଗୋଟିଏ ଚାଳ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହା ବ୍ୟତୀତ ଗ୍ରାମର ଅନେକ ଘରର ଛାତ ମଧ୍ୟ ଆଂଶିକ ଭାବେ ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗ ଏହାର ସଠିକ୍ ତଦନ୍ତ କରି ଆଦିବାସୀ ଏବଂ ଗରିବ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।
    2
    ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡ ଅଞ୍ଚଳରେ କାଳ ବୈଶାଖୀର ଭୀଷଣ ତାଣ୍ଡବ ଦେଖିବାକୁ ମିଳିଛି। ଗତ ଦୁଇ ଦିନ ହେବ ଏଠାରେ ପ୍ରବଳ ବର୍ଷା ସାଙ୍ଗକୁ ଘୁର୍ଣ୍ଣିଝଡ଼ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଘର ଭାଙ୍ଗିଯାଇଥିବା ବେଳେ ସୋଲାର ପ୍ଲେଟଗୁଡ଼ିକ ଉଡ଼ିଯାଇଛି ଏବଂ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି।

ଆଜି ମଧ୍ୟ କରଞ୍ଜିଆ ବ୍ଲକର କଙ୍କଡା, କୁରୁଳିଆ, କୁଆଁରୀପୋଲି, ଅନ୍ଧାରଝରି, ଡୁମୁରିଆ, ଘୋଡାଘାଗରୀ ଭଳି ଅନେକ ଗ୍ରାମରେ ଝଡ଼ତୋଫାନ ଯୋଗୁଁ ବହୁତ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କଙ୍କଡା ଗ୍ରାମରେ ଦାଶରଥୀ ମହାନ୍ତଙ୍କ ଘର ଛାତ ଉପରେ ଲାଗିଥିବା ସୋଲାର ପ୍ଲେଟ ଏବଂ ଗୋଟିଏ ଚାଳ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହା ବ୍ୟତୀତ ଗ୍ରାମର ଅନେକ ଘରର ଛାତ ମଧ୍ୟ ଆଂଶିକ ଭାବେ ନଷ୍ଟ ହୋଇଥିବା ସୂଚନା ମିଳିଛି।

ଏହି କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗ ଏହାର ସଠିକ୍ ତଦନ୍ତ କରି ଆଦିବାସୀ ଏବଂ ଗରିବ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • କେନ୍ଦୁଝର ଜିଲ୍ଲାର ବାମେବାରି ଥାନା ଅନ୍ତର୍ଗତ ନୟାଗଡ଼ ରେଳ ସାଇଡିଂ ନିକଟ ଅଞ୍ଚଳରେ ପୋଲିସ ଏକ ଅତର୍କିତ ଚଢ଼ାଉ କରି ଚୋରା ଲୁହାପଥର ଚାଲାଣ ଉଦ୍ୟମକୁ ପଣ୍ଡ କରିବାରେ ବଡ଼ ସଫଳତା ପାଇଛି। ଏହି ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଉନ୍ନତମାନର ଲୁହାପଥର ବୋଝେଇ ଏକ ଟ୍ରକ୍ ସହିତ ଚୋରା କାରବାରରେ ବ୍ୟବହୃତ ଏକ ଲୋଡର୍ ମେସିନକୁ ଜବତ କରାଯାଇଛି। ଅଭିଯୋଗ ଅନୁଯାୟୀ, ନୟାଗଡ଼ ଅଞ୍ଚଳ ଦୀର୍ଘ ଦିନ ଧରି ଲୁହାପଥର ଚୋରା କାରବାରର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏଠାରେ ଗଚ୍ଛିତ ଲୁହାପଥର, ରେଳ ସାଇଡିଂ ଏବଂ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ନିୟମିତ ଭାବେ ଲୁହାପଥର ଚୋରି ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଆଜି ଚୋରା ଲୁହାପଥର ଏକ ଟ୍ରକ୍‌ରେ ଲୋଡ଼ିଂ ହେଉଥିବା ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ଜବତ ହୋଇଥିବା ଲୁହାପଥର ବୋଝେଇ ଟ୍ରକ୍ ଏବଂ ଲୋଡର୍ ମେସିନ ସମ୍ପର୍କରେ ତଦନ୍ତ ଚାଲିଥିବା ବେଳେ, ଏହି ଚୋରା କାରବାର ପଛରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି। ପୋଲିସର ଏହି ବଡ଼ ଚଢ଼ାଉ ପରେ ଚୋରା ଖଣିଜ କାରବାରରେ ଜଡ଼ିତ ଥିବା ମାଫିଆମାନଙ୍କ ମଧ୍ୟରେ ଛନକା ପସିଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।
    1
    କେନ୍ଦୁଝର ଜିଲ୍ଲାର ବାମେବାରି ଥାନା ଅନ୍ତର୍ଗତ ନୟାଗଡ଼ ରେଳ ସାଇଡିଂ ନିକଟ ଅଞ୍ଚଳରେ ପୋଲିସ ଏକ ଅତର୍କିତ ଚଢ଼ାଉ କରି ଚୋରା ଲୁହାପଥର ଚାଲାଣ ଉଦ୍ୟମକୁ ପଣ୍ଡ କରିବାରେ ବଡ଼ ସଫଳତା ପାଇଛି। ଏହି ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଉନ୍ନତମାନର ଲୁହାପଥର ବୋଝେଇ ଏକ ଟ୍ରକ୍ ସହିତ ଚୋରା କାରବାରରେ ବ୍ୟବହୃତ ଏକ ଲୋଡର୍ ମେସିନକୁ ଜବତ କରାଯାଇଛି।

ଅଭିଯୋଗ ଅନୁଯାୟୀ, ନୟାଗଡ଼ ଅଞ୍ଚଳ ଦୀର୍ଘ ଦିନ ଧରି ଲୁହାପଥର ଚୋରା କାରବାରର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏଠାରେ ଗଚ୍ଛିତ ଲୁହାପଥର, ରେଳ ସାଇଡିଂ ଏବଂ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ନିୟମିତ ଭାବେ ଲୁହାପଥର ଚୋରି ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଆଜି ଚୋରା ଲୁହାପଥର ଏକ ଟ୍ରକ୍‌ରେ ଲୋଡ଼ିଂ ହେଉଥିବା ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା।

ଘଟଣାସ୍ଥଳରୁ ଜବତ ହୋଇଥିବା ଲୁହାପଥର ବୋଝେଇ ଟ୍ରକ୍ ଏବଂ ଲୋଡର୍ ମେସିନ ସମ୍ପର୍କରେ ତଦନ୍ତ ଚାଲିଥିବା ବେଳେ, ଏହି ଚୋରା କାରବାର ପଛରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି। ପୋଲିସର ଏହି ବଡ଼ ଚଢ଼ାଉ ପରେ ଚୋରା ଖଣିଜ କାରବାରରେ ଜଡ଼ିତ ଥିବା ମାଫିଆମାନଙ୍କ ମଧ୍ୟରେ ଛନକା ପସିଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।
    user_Sitaram dikhit
    Sitaram dikhit
    Court reporter Chandiposh, Sundargarh•
    23 hrs ago
  • ୩୧ ମେ ୨୦୨୬ ତାରିଖ ପାଇଁ ପବିତ୍ର ନ୍ୟୁଜ୍ ଓଡ଼ିଶା ପକ୍ଷରୁ ସକାଳ ବୁଲେଟିନ୍ ପ୍ରକାଶ ପାଇଛି, ଯେଉଁଥିରେ ସକାଳର ପ୍ରମୁଖ ଖବର ସ୍ଥାନ ପାଇଛି।
    1
    ୩୧ ମେ ୨୦୨୬ ତାରିଖ ପାଇଁ ପବିତ୍ର ନ୍ୟୁଜ୍ ଓଡ଼ିଶା ପକ୍ଷରୁ ସକାଳ ବୁଲେଟିନ୍ ପ୍ରକାଶ ପାଇଛି, ଯେଉଁଥିରେ ସକାଳର ପ୍ରମୁଖ ଖବର ସ୍ଥାନ ପାଇଛି।
    user_Pabitra News Odisha
    Pabitra News Odisha
    ପାଟଣା, କେନ୍ଦୁଝର, ଓଡ଼ିଶା•
    9 hrs ago
  • ଘଷିପୁରା ଥାନା ଅନ୍ତର୍ଗତ ଶାଳପଡା ନୂଆ କଲୋନୀର ମଧୁବନରେ ଏକ ନିଛାଟିଆ ସ୍ଥାନରେ ବ୍ରାଉନ ସୁଗାର କାରବାର ଚାଲିଥିବା ବେଳେ ସ୍ଥାନୀୟ ମହିଳାମାନେ ଜଣେ ଯୁବକକୁ କାବୁ କରିଛନ୍ତି। ଯୁବକ ଜଣକ ବ୍ରାଉନ ସୁଗାର ସେବନ କରିବା ସହ ଏହାର ବେପାର ମଧ୍ୟ କରୁଥିଲା। ମହିଳାମାନେ ତାଙ୍କୁ ଘେରିଯାଇ କାବୁ କରିବା ସହ ତାଙ୍କ ନିକଟରୁ ୩୦ରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ପ୍ୟାକେଟ ଜବତ କରିଛନ୍ତି।
    1
    ଘଷିପୁରା ଥାନା ଅନ୍ତର୍ଗତ ଶାଳପଡା ନୂଆ କଲୋନୀର ମଧୁବନରେ ଏକ ନିଛାଟିଆ ସ୍ଥାନରେ ବ୍ରାଉନ ସୁଗାର କାରବାର ଚାଲିଥିବା ବେଳେ ସ୍ଥାନୀୟ ମହିଳାମାନେ ଜଣେ ଯୁବକକୁ କାବୁ କରିଛନ୍ତି। ଯୁବକ ଜଣକ ବ୍ରାଉନ ସୁଗାର ସେବନ କରିବା ସହ ଏହାର ବେପାର ମଧ୍ୟ କରୁଥିଲା। ମହିଳାମାନେ ତାଙ୍କୁ ଘେରିଯାଇ କାବୁ କରିବା ସହ ତାଙ୍କ ନିକଟରୁ ୩୦ରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ପ୍ୟାକେଟ ଜବତ କରିଛନ୍ତି।
    user_Pabitra News Odisha
    Pabitra News Odisha
    ପାଟଣା, କେନ୍ଦୁଝର, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.