Shuru
Apke Nagar Ki App…
ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ପଞ୍ଚାୟତର ରିୟା ଗ୍ରାମରେ ଥିବା ରଘୁନାରାୟଣ ହାଇସ୍କୁଲର ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ଘରୁ ବିଳମ୍ବିତ ଶୁକ୍ରବାର ରାତିରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଏବଂ ନଗଦ ଟଙ୍କା ଚୋରି ହୋଇଛି। ଅଭିଯୋଗ ଅନୁଯାୟୀ, କିଛି ଦୁର୍ବୃତ୍ତ ଝରକା ଗ୍ରୀଲ ଭାଙ୍ଗି ଘରେ ପ୍ରବେଶ କରିଥିଲେ। ଶିକ୍ଷୟତ୍ରୀ ଶୋଇଥିବା ଅବସ୍ଥାରେ ଚୋରମାନେ ଗଡ଼ରେଜ୍ ଭାଙ୍ଗି ସେଥିରୁ ୪ଟି ସୁନା ହାର, ୮ଟି ସୁନା ମୁଦି, ୨ ହଳ କାନଫୁଲ, ଗୋଟିଏ ସୁନା ଲକେଟ ଏବଂ ନଗଦ ପନ୍ଦର ହଜାର ଟଙ୍କା ଲୁଟି ନେଇଥିଲେ। ଭୋର ସମୟରେ ନିଦ ଭାଙ୍ଗିବାରୁ ଶିକ୍ଷୟତ୍ରୀ ଘରେ ଥିବା ଆସବାବପତ୍ର ଓ ଲୁଗାପଟା ଚାରିଆଡ଼େ ଫିଙ୍ଗାଫିଙ୍ଗି ହୋଇ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହି ଘଟଣା ସମ୍ପର୍କରେ ସିମୁଳିଆ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଓ ବାଲେଶ୍ୱର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।
Prafulla pattnaik ସମାଜ
ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ପଞ୍ଚାୟତର ରିୟା ଗ୍ରାମରେ ଥିବା ରଘୁନାରାୟଣ ହାଇସ୍କୁଲର ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ଘରୁ ବିଳମ୍ବିତ ଶୁକ୍ରବାର ରାତିରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଏବଂ ନଗଦ ଟଙ୍କା ଚୋରି ହୋଇଛି। ଅଭିଯୋଗ ଅନୁଯାୟୀ, କିଛି ଦୁର୍ବୃତ୍ତ ଝରକା ଗ୍ରୀଲ ଭାଙ୍ଗି ଘରେ ପ୍ରବେଶ କରିଥିଲେ। ଶିକ୍ଷୟତ୍ରୀ ଶୋଇଥିବା ଅବସ୍ଥାରେ ଚୋରମାନେ ଗଡ଼ରେଜ୍ ଭାଙ୍ଗି ସେଥିରୁ ୪ଟି ସୁନା ହାର, ୮ଟି ସୁନା ମୁଦି, ୨ ହଳ କାନଫୁଲ, ଗୋଟିଏ ସୁନା ଲକେଟ ଏବଂ ନଗଦ ପନ୍ଦର ହଜାର ଟଙ୍କା ଲୁଟି ନେଇଥିଲେ। ଭୋର ସମୟରେ ନିଦ ଭାଙ୍ଗିବାରୁ ଶିକ୍ଷୟତ୍ରୀ ଘରେ ଥିବା ଆସବାବପତ୍ର ଓ ଲୁଗାପଟା ଚାରିଆଡ଼େ ଫିଙ୍ଗାଫିଙ୍ଗି ହୋଇ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହି ଘଟଣା ସମ୍ପର୍କରେ ସିମୁଳିଆ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଓ ବାଲେଶ୍ୱର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।
More news from ଓଡ଼ିଶା and nearby areas
- ଓଡ଼ିଶାରେ ବିଜେପି ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜରେ ଉପସ୍ଥିତ ଅଛନ୍ତି। ଏହି ପରିଦର୍ଶନ ରାଜ୍ୟରେ ବିଜେପି ସରକାରର କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ ହେବାର ଏକ ବିଶେଷ ମୁହୂର୍ତ୍ତରେ ସଂଘଟିତ ହେଉଛି।1
- ଆଗାମୀ ମୋହରମ ପର୍ବକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ଭାଇଚାରାର ପରିବେଶରେ ପାଳନ କରିବା ଲକ୍ଷ୍ୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ, ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ସମ୍ପ୍ରଦାୟର ମୁଖ୍ୟମାନେ ଯୋଗଦେଇଥିଲେ। ବୈଠକରେ ମୋହରମ ପାଳନକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଆରକ୍ଷୀ ଅଧ୍ୟକ୍ଷ ପ୍ରତ୍ୟୁଷ ଦିବାକର ଏବଂ ଉପଜିଲ୍ଲାପାଳ ଶିବ ମାଲଭଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ଆଲୋଚନାରେ ପର୍ବ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା, ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁ କରିବା ଏବଂ ମୋହରମ ଶୋଭାଯାତ୍ରାକୁ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ ଓ ପାରସ୍ପରିକ ସଦ୍ଭାବ ମାଧ୍ୟମରେ ମୋହରମ ପର୍ବକୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ପ୍ରତୀକ ଭାବେ ପାଳନ କରିବାକୁ ଆହ୍ୱାନ କରାଯାଇଛି।1
- ରାଜ୍ୟ ସରକାର ଏକ ନୂତନ ଗାଇଡ଼ ଲାଇନ ଆଣିଛନ୍ତି ଯାହା ଅନୁଯାୟୀ, ଦିବ୍ୟାଙ୍ଗଙ୍କୁ ବିବାହ କଲେ ଦମ୍ପତି ମାଲେମାଲ ହୋଇଯିବେ। ଏହି ଯୋଜନା ଅଧୀନରେ ଅଢେଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ। ଏହି ଗାଇଡ଼ ଲାଇନ ସ୍ପଷ୍ଟ କରିଛି ଯେ ଦମ୍ପତିଙ୍କ ମଧ୍ୟରୁ ପତି କିମ୍ବା ପତ୍ନୀଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ ହୋଇଥିବା ଆବଶ୍ୟକ।1
- ସାରା ଦେଶରେ ଅନ୍ତର୍ଜାତୀୟ ଯୋଗ ଦିବସ ମହା ଆଡମ୍ବରରେ ପାଳିତ ହୋଇଛି। ଚଳିତ ବର୍ଷ ଏହି ଦିବସର ଥିମ୍ ରହିଥିଲା "ସୁସ୍ଥ ଆୟୁ ପାଇଁ ଯୋଗ"। ଏହି ବିଶେଷ ଦିବସ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ବ୍ୟାପକ ଉତ୍ସାହର ସହ ପାଳନ କରାଯାଇଛି। ଏହି ଅବସରରେ ଭଦ୍ରକ ଜିଲ୍ଲାରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି।1
- ଡବଲ ଇଞ୍ଜିନ ସରକାର ଯୋଗୁଁ ଓଡ଼ିଶା ବର୍ତ୍ତମାନ କ୍ଷୀପ୍ର ଗତିରେ ଆଗକୁ ବଢୁଛି।1
- କୌଣସି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟର ଉଦଘାଟନ କରିବାର ସମ୍ପୂର୍ଣ୍ଣ ଅଧିକାର ଭଦ୍ରକ ମୁନିସିପାଲିଟିର ରହିଛି ବୋଲି ସ୍ପଷ୍ଟ ଭାବରେ କୁହାଯାଇଛି।1
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଇରଙ୍ଗପୁର ଠାରେ ଏକ ଅଭିଭାଷଣ ପ୍ରଦାନ କରିଛନ୍ତି।1
- ବାଲେଶ୍ୱର ଜିଲ୍ଲା ସୋରର ବଡ଼ଖୁଆ ଛକ ନିକଟରେ ନୂତନ ଭାବେ ପିଏମ୍ ମୋଟର୍ସର ମି ବାଇକ୍ ଇଭି ସୋରୁମ୍ ଉଦ୍ଘାଟିତ ହୋଇଛି। ଏହି ଉଦ୍ଘାଟନୀ ଉତ୍ସବରେ ସୋର ବିଧାୟକ ମାଧବ ଧଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଖୋଲିଥିଲେ। ଏହି ଅବସରରେ ବିଧାୟକ ମାଧବ ଧଡ଼ା ପ୍ରଦୂଷଣ ଓ ପେଟ୍ରୋଲ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଇଭି ଗାଡ଼ିର ବହୁଳ ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ, ଆଗାମୀ ଭବିଷ୍ୟତରେ ଶକ୍ତି ସଙ୍କଟ ଦେଖାଯିବାର ସମ୍ଭାବନା ଥିବାରୁ ସମସ୍ତେ ଇଭି ଗାଡ଼ି ବ୍ୟବହାର କରିବା ଆବଶ୍ୟକ। ଏଭଳି ଏକ ପଦକ୍ଷେପ ନେଇଥିବାରୁ ବିଧାୟକ ଶୋ'ରୁମ୍ ମାଲିକ ତଥା ଯୁବ ଉଦ୍ୟୋଗୀ ମନୋଜ କୁମାର ନାୟକ ଓ ପ୍ରଦୀପ କୁମାର ନାୟକଙ୍କୁ ସାଧୁବାଦ ଜଣାଇଥିଲେ। କମ୍ପାନୀର ଆରଏସ୍ଏମ୍ ମନୋଜ କୁମାର ପାଣି ସୂଚନା ଦେଇଛନ୍ତି ଯେ ଏହି ଶୋ'ରୁମରେ ୪୮ ହଜାର ଟଙ୍କାରୁ ଆରମ୍ଭ କରି ବିଭିନ୍ନ ଡିଜାଇନ୍ ଓ ଅଧିକ ଦାମର ଗାଡ଼ି ଉପଲବ୍ଧ ରହିଛି। ଗ୍ରାହକଙ୍କ ପାଇଁ ନଗଦ ରିହାତି (କ୍ୟାସ୍ ଡିସକାଉଣ୍ଟ) ଓ ଇଏମ୍ଆଇ ମାଧ୍ୟମରେ ଗାଡ଼ି କିଣିବାର ସୁବିଧା ରହିଛି। ଏହା ସହିତ ଅନ୍-ରୋଡ୍ ସର୍ଭିସ୍ ଏବଂ ବ୍ୟାଟେରୀ ଉପରେ ୱାରେଣ୍ଟି ମଧ୍ୟ ପ୍ରଦାନ କରାଯାଉଛି। ଏହି ଉଦ୍ଘାଟନୀ ଉତ୍ସବରେ ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ା ଏବଂ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।1
- ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବାରିପଦା ଠାରେ ଏକ ସଂକଳ୍ପ ଶୋଭା ଆୟୋଜନ କରାଯାଇଛି। ସୁସ୍ଥ ଶରୀରର ସଂକଳ୍ପ, ଶାନ୍ତ ମନର ପଥ ଏବଂ ସନ୍ତୁଳିତ ଜୀବନର ମନ୍ତ୍ର ନେଇ ବିଶ୍ୱ ପୁଣି ଥରେ ଯୋଗର ଏହି ମହାପର୍ବ ପାଳନ କରୁଛି। ଏହି ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସରେ ଭାରତର ପ୍ରାଚୀନ ପରମ୍ପରା ଆଜି ବିଶ୍ୱର କୋଟି କୋଟି ଲୋକଙ୍କୁ ସୁସ୍ଥତାର ବାର୍ତ୍ତା ପ୍ରଦାନ କରୁଛି।1