ବିଦେଶ ରେ ଚାକିରୀ କରୁଥିବା ଯୁବକଙ୍କ ଓଡ଼ିଶା ପ୍ରିତୀ। ଓଡ଼ିଶା ଆସି କଲେ କୁକୁଡ଼ା ଚାଷ। ଫୁଲବାଣୀ -୧୬/ ୦୯ ( କୃତିଦିପନ୍ ଭୋଇ) ବିଦେଶରେ ମାସିକ ପ୍ରାୟ ଲକ୍ଷେ ଟଙ୍କାର ଚାକିରି । ହେଲେ ମନ ବାନ୍ଧି ହୋଇ ରହିପାରିଲାନି ବିଦେଶ ମାଟିରେ । ନିଜ ଜନ୍ମମାଟି, ବାପା-ମାଆ ଓ ପରିବାରର ସ୍ନେହ ତାଙ୍କୁ ଫେରାଇ ଆଣିଲା ଗାଁକୁ । ଆଉ ଗାଁକୁ ଫେରି ଆରମ୍ଭ କଲେ ନିଜର ବ୍ୟବସାୟ । ପ୍ରଥମେ ଛତୁ ଚାଷରେ ବିଫଳ ହେଲେ, କିନ୍ତୁ ହାର ମାନିଲେନି । ଶେଷରେ କୁକୁଡ଼ା ଚାଷକୁ ଆପଣାଇ ସଫଳତାର ନୂଆ ରାସ୍ତା ଖୋଜିଛନ୍ତି କନ୍ଧମାଳ ଖଜୁରିପଡ଼ା ବ୍ଲକ ସୁଡୁକୁମ୍ପା ପଞ୍ଚାୟତ ବାଡ଼ିଗୁଡ଼ା ଗାଁର ସୂରଜ କୁମାର କହଁର । ଫୁଲବାଣୀ କଲେଜରୁ +୨ ପାଠପଢ଼ା ପରେ ୨୦୧୩ରେ ବଲାଙ୍ଗୀରରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଗ୍ରହଣ କରିଥିଲେ ସୂରଜ । ପରେ ଆଇଟିଡିଏ ପକ୍ଷରୁ କଲକାତାରେ ୬ ମାସିଆ ହଷ୍ଟେଲ ମ୍ୟାନେଜମେଣ୍ଟ ପ୍ରଶିକ୍ଷଣ ନେଇ ବିଭିନ୍ନ ପ୍ରତିଷ୍ଠିତ ହୋଟେଲରେ କାମ କରିଥିଲେ । ଦକ୍ଷତା ଓ ଅଭିଜ୍ଞତା ବଳରେ ୨୦୧୯ରେ କାତାର ଯିବାର ସୁଯୋଗ ପାଇଥିଲେ । ସେଠାରେ ଏକ ହୋଟେଲରେ ସୁପରଭାଇଜର ଭାବେ କାମ କରି ମାସକୁ ପ୍ରାୟ ୧ ଲକ୍ଷ ଟଙ୍କା ଦରମା ପାଉଥିଲେ । ତେବେ ଅର୍ଥ ରୋଜଗାର ଅପେକ୍ଷା ନିଜ ଭିଟାମାଟି ଓ ପରିବାରର ଭଲପାଇବାକୁ ଅଧିକ ଗୁରୁତ୍ୱ ଦେଇ ୨୦୨୪ ଡିସେମ୍ବରରେ ବିଦେଶ ଚାକିରି ଛାଡ଼ି ଗାଁକୁ ଫେରି ଆସିଥିଲେ ସୂରଜ । ଗାଁକୁ ଫେରିବା ପରେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେବାର ଲକ୍ଷ୍ୟ ରଖିଥିଲେ । ନିଜସ୍ୱ ପୁଞ୍ଜିରେ ପ୍ରଥମେ ଛତୁ ଚାଷ ଆରମ୍ଭ କରିଥିଲେ । ହେଲେ ସେଥିରେ ସଫଳତା ମିଳିଲାନି । କିନ୍ତୁ ବିଫଳତାରେ ଭାଙ୍ଗି ନପଡ଼ି ନୂଆ ଆଶା ନେଇ ଆରମ୍ଭ କଲେ କୁକୁଡ଼ା ଚାଷ । ନିଜ ପୁଞ୍ଜି ବିନିଯୋଗ କରି ନିର୍ମାଣ କଲେ କୁକୁଡ଼ା ଫାର୍ମ । ଗାଉଳି ଦେଶୀ ଓ ସୋନାଲି ପ୍ରଜାତିର କୁକୁଡ଼ା ପାଳନ କରି ଧୀରେ ଧୀରେ ସଫଳତା ହାସଲ କରିଥିଲେ । ସୂରଜଙ୍କ ଏହି ସଫଳତାକୁ ଦେଖି ତାଙ୍କୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ ସାମିଲ କରାଯାଇଛି । ଡିପ୍ ଲିଟର ପଦ୍ଧତିରେ ୨ ହଜାର କ୍ଷମତା ବିଶିଷ୍ଟ ବ୍ରଏଲର କୁକୁଡ଼ା ପାଳନ ପାଇଁ ଖଜୁରିପଡ଼ା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ୪ ଲକ୍ଷ ୩୨ ହଜାର ଟଙ୍କା ଏବଂ ଫୁଲବାଣୀ ଆଇଟିଡିଏ ପକ୍ଷରୁ ୫୦ ହଜାର ଟଙ୍କାର ଅନୁମୋଦନ ରାଶି ମିଳିଛି । ଏଥିସହ ନିଜସ୍ୱ ପ୍ରତିପୋଷଣ ଆକାରରେ ୨ ଲକ୍ଷ ୩୮ ହଜାର ଟଙ୍କା ବିନିଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଫଳରେ ମୋଟ ୭ ଲକ୍ଷ ୨୦ ହଜାର ଟଙ୍କାର ପ୍ରକଳ୍ପ ମାଧ୍ୟମରେ ସୂରଜଙ୍କ କୁକୁଡ଼ା ଚାଷକୁ ମିଳିଛି ନୂଆ ଦିଗ । ବର୍ତ୍ତମାନ ୫ ଟଙ୍କା ଦରରେ କୁକୁଡ଼ା ଛୁଆ କିଣି ୨ ହଜାର କୁକୁଡ଼ା ପାଳନ କରୁଛନ୍ତି ସୂରଜ । ପ୍ରାୟ ୪୫ ଦିନ ପାଳନ ପରେ ଏଗୁଡ଼ିକୁ ବଜାରରେ ବିକ୍ରି କରିବାକୁ ଯୋଜନା ରହିଛି । ଆଗାମୀ ଦିନରେ ୧୦ ହଜାର କ୍ଷମତା ବିଶିଷ୍ଟ ବଡ଼ କୁକୁଡ଼ା ଫାର୍ମ ନିର୍ମାଣ କରି ସ୍ଥାନୀୟ ଯୁବକ-ଯୁବତୀଙ୍କୁ ରୋଜଗାର ଯୋଗାଇବା ତାଙ୍କର ଲକ୍ଷ୍ୟ । ବିଦେଶର ଚାକିରି ଛାଡ଼ି ଗାଁକୁ ଫେରିବା ସୂରଜଙ୍କ ନିଷ୍ପତ୍ତି ହୁଏତ ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ । ହେଲେ ନିଜ ମାଟିରେ ପରିଶ୍ରମ କରି ସଫଳ ହେବାର ତାଙ୍କ ପ୍ରୟାସ ଆଜି ଅନେକ ଯୁବକ-ଯୁବତୀଙ୍କ ପାଇଁ ଏକ ଉଦାହରଣ । ବିଦେଶରେ ଚାକିରି ପରିବର୍ତ୍ତେ ନିଜ ଅଞ୍ଚଳରେ ରହି ରୋଜଗାର ସୃଷ୍ଟି କରିବାର ସ୍ୱପ୍ନ ଦେଖୁଥିବା ଯୁବପିଢ଼ିଙ୍କ ପାଇଁ ସୂରଜଙ୍କ କାହାଣୀ ନିଶ୍ଚିତ ଭାବେ ପ୍ରେରଣାଦାୟୀ ।
ବିଦେଶ ରେ ଚାକିରୀ କରୁଥିବା ଯୁବକଙ୍କ ଓଡ଼ିଶା ପ୍ରିତୀ। ଓଡ଼ିଶା ଆସି କଲେ କୁକୁଡ଼ା ଚାଷ। ଫୁଲବାଣୀ -୧୬/ ୦୯ ( କୃତିଦିପନ୍ ଭୋଇ) ବିଦେଶରେ ମାସିକ ପ୍ରାୟ ଲକ୍ଷେ ଟଙ୍କାର ଚାକିରି । ହେଲେ ମନ ବାନ୍ଧି ହୋଇ ରହିପାରିଲାନି ବିଦେଶ ମାଟିରେ । ନିଜ ଜନ୍ମମାଟି, ବାପା-ମାଆ ଓ ପରିବାରର ସ୍ନେହ ତାଙ୍କୁ ଫେରାଇ ଆଣିଲା ଗାଁକୁ । ଆଉ ଗାଁକୁ ଫେରି ଆରମ୍ଭ କଲେ ନିଜର ବ୍ୟବସାୟ । ପ୍ରଥମେ ଛତୁ ଚାଷରେ ବିଫଳ ହେଲେ, କିନ୍ତୁ ହାର ମାନିଲେନି । ଶେଷରେ କୁକୁଡ଼ା ଚାଷକୁ ଆପଣାଇ ସଫଳତାର ନୂଆ ରାସ୍ତା ଖୋଜିଛନ୍ତି କନ୍ଧମାଳ ଖଜୁରିପଡ଼ା ବ୍ଲକ ସୁଡୁକୁମ୍ପା ପଞ୍ଚାୟତ ବାଡ଼ିଗୁଡ଼ା ଗାଁର ସୂରଜ କୁମାର କହଁର । ଫୁଲବାଣୀ କଲେଜରୁ +୨ ପାଠପଢ଼ା ପରେ ୨୦୧୩ରେ ବଲାଙ୍ଗୀରରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଗ୍ରହଣ କରିଥିଲେ ସୂରଜ । ପରେ ଆଇଟିଡିଏ ପକ୍ଷରୁ କଲକାତାରେ ୬ ମାସିଆ ହଷ୍ଟେଲ ମ୍ୟାନେଜମେଣ୍ଟ ପ୍ରଶିକ୍ଷଣ ନେଇ ବିଭିନ୍ନ ପ୍ରତିଷ୍ଠିତ ହୋଟେଲରେ କାମ କରିଥିଲେ । ଦକ୍ଷତା ଓ ଅଭିଜ୍ଞତା ବଳରେ ୨୦୧୯ରେ କାତାର ଯିବାର ସୁଯୋଗ ପାଇଥିଲେ । ସେଠାରେ ଏକ ହୋଟେଲରେ ସୁପରଭାଇଜର ଭାବେ କାମ କରି ମାସକୁ ପ୍ରାୟ ୧ ଲକ୍ଷ ଟଙ୍କା ଦରମା ପାଉଥିଲେ । ତେବେ ଅର୍ଥ ରୋଜଗାର ଅପେକ୍ଷା ନିଜ ଭିଟାମାଟି ଓ ପରିବାରର ଭଲପାଇବାକୁ ଅଧିକ ଗୁରୁତ୍ୱ ଦେଇ ୨୦୨୪ ଡିସେମ୍ବରରେ ବିଦେଶ ଚାକିରି ଛାଡ଼ି ଗାଁକୁ ଫେରି ଆସିଥିଲେ ସୂରଜ । ଗାଁକୁ ଫେରିବା ପରେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେବାର ଲକ୍ଷ୍ୟ ରଖିଥିଲେ । ନିଜସ୍ୱ ପୁଞ୍ଜିରେ ପ୍ରଥମେ ଛତୁ ଚାଷ ଆରମ୍ଭ କରିଥିଲେ । ହେଲେ ସେଥିରେ ସଫଳତା ମିଳିଲାନି । କିନ୍ତୁ ବିଫଳତାରେ ଭାଙ୍ଗି ନପଡ଼ି ନୂଆ ଆଶା ନେଇ ଆରମ୍ଭ କଲେ
କୁକୁଡ଼ା ଚାଷ । ନିଜ ପୁଞ୍ଜି ବିନିଯୋଗ କରି ନିର୍ମାଣ କଲେ କୁକୁଡ଼ା ଫାର୍ମ । ଗାଉଳି ଦେଶୀ ଓ ସୋନାଲି ପ୍ରଜାତିର କୁକୁଡ଼ା ପାଳନ କରି ଧୀରେ ଧୀରେ ସଫଳତା ହାସଲ କରିଥିଲେ । ସୂରଜଙ୍କ ଏହି ସଫଳତାକୁ ଦେଖି ତାଙ୍କୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ ସାମିଲ କରାଯାଇଛି । ଡିପ୍ ଲିଟର ପଦ୍ଧତିରେ ୨ ହଜାର କ୍ଷମତା ବିଶିଷ୍ଟ ବ୍ରଏଲର କୁକୁଡ଼ା ପାଳନ ପାଇଁ ଖଜୁରିପଡ଼ା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ୪ ଲକ୍ଷ ୩୨ ହଜାର ଟଙ୍କା ଏବଂ ଫୁଲବାଣୀ ଆଇଟିଡିଏ ପକ୍ଷରୁ ୫୦ ହଜାର ଟଙ୍କାର ଅନୁମୋଦନ ରାଶି ମିଳିଛି । ଏଥିସହ ନିଜସ୍ୱ ପ୍ରତିପୋଷଣ ଆକାରରେ ୨ ଲକ୍ଷ ୩୮ ହଜାର ଟଙ୍କା ବିନିଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଫଳରେ ମୋଟ ୭ ଲକ୍ଷ ୨୦ ହଜାର ଟଙ୍କାର ପ୍ରକଳ୍ପ ମାଧ୍ୟମରେ ସୂରଜଙ୍କ କୁକୁଡ଼ା ଚାଷକୁ ମିଳିଛି ନୂଆ ଦିଗ । ବର୍ତ୍ତମାନ ୫ ଟଙ୍କା ଦରରେ କୁକୁଡ଼ା ଛୁଆ କିଣି ୨ ହଜାର କୁକୁଡ଼ା ପାଳନ କରୁଛନ୍ତି ସୂରଜ । ପ୍ରାୟ ୪୫ ଦିନ ପାଳନ ପରେ ଏଗୁଡ଼ିକୁ ବଜାରରେ ବିକ୍ରି କରିବାକୁ ଯୋଜନା ରହିଛି । ଆଗାମୀ ଦିନରେ ୧୦ ହଜାର କ୍ଷମତା ବିଶିଷ୍ଟ ବଡ଼ କୁକୁଡ଼ା ଫାର୍ମ ନିର୍ମାଣ କରି ସ୍ଥାନୀୟ ଯୁବକ-ଯୁବତୀଙ୍କୁ ରୋଜଗାର ଯୋଗାଇବା ତାଙ୍କର ଲକ୍ଷ୍ୟ । ବିଦେଶର ଚାକିରି ଛାଡ଼ି ଗାଁକୁ ଫେରିବା ସୂରଜଙ୍କ ନିଷ୍ପତ୍ତି ହୁଏତ ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ । ହେଲେ ନିଜ ମାଟିରେ ପରିଶ୍ରମ କରି ସଫଳ ହେବାର ତାଙ୍କ ପ୍ରୟାସ ଆଜି ଅନେକ ଯୁବକ-ଯୁବତୀଙ୍କ ପାଇଁ ଏକ ଉଦାହରଣ । ବିଦେଶରେ ଚାକିରି ପରିବର୍ତ୍ତେ ନିଜ ଅଞ୍ଚଳରେ ରହି ରୋଜଗାର ସୃଷ୍ଟି କରିବାର ସ୍ୱପ୍ନ ଦେଖୁଥିବା ଯୁବପିଢ଼ିଙ୍କ ପାଇଁ ସୂରଜଙ୍କ କାହାଣୀ ନିଶ୍ଚିତ ଭାବେ ପ୍ରେରଣାଦାୟୀ ।
- ଆସୁଛି ଆଉ ଏକ ଲଘୁଚାପ ! ଲଘୁଚାପର ପ୍ରଭାବରେ କନ୍ଧମାଳର ସ୍ଥାନେ ସ୍ଥାନେ ବର୍ଷା । ଆସୁଛି ଆଉ ଏକ ଲଘୁଚାପ ! ଲଘୁଚାପର ପ୍ରଭାବରେ କନ୍ଧମାଳ ଜିଲ୍ଲାର ପାଣିପାଗରେ ଦେଖାଦେଇଛି ପରିବର୍ତ୍ତନ। ଫୁଲବାଣୀ ସମେତ ଜିଲ୍ଲାର ଅନେକ ସ୍ଥାନରେ ଆଜି ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ଆକାଶ ମେଘାଚ୍ଛନ୍ନ ରହିବା ସହିତ ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ହାଲୁକା ବର୍ଷା ଜାରି ରହିଛି। ଲଘୁଚାପର ପ୍ରଭାବ ଆଗାମୀ ଦିନରେ କନ୍ଧମାଳର ପାଣିପାଗ ଉପରେ କିପରି ପଡ଼ିବ, ତାହା ଉପରେ ଏବେ ନଜର ରହିଛି । ବର୍ଷା ଯୋଗୁଁ ଜିଲ୍ଲାର ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଅନୁଭୂତ ହେଉଛି । ତେବେ ପାହାଡ଼ିଆ ଅଞ୍ଚଳରେ ଯାତାୟାତ କରୁଥିବା ଲୋକେ ବର୍ଷା ସମୟରେ ସତର୍କ ରହିବା ଆବଶ୍ୟକ । ଲଘୁଚାପକୁ ନେଇ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା କଣ ରହୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।1
- ବାଉଁଶୁଣୀ ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ଡ୍ରାଇଭର ମହାସଂଘ ପକ୍ଷରୁ ୩୧ ତମ ବିଶ୍ୱକର୍ମା ପୂଜା ପାଳିତ।1
- ଘଣ୍ଟାପଡ଼ା ବଜାର ଛକରେ ମା' ମାହେଶ୍ଵରୀ ଅଟୋ,ସମଲେଶ୍ଵରୀ ଅଟୋ ଗେରେଜରେ ଦେବଶିଲ୍ପି ବିଶ୍ଵକର୍ମାଙ୍କ ଜୟନ୍ତି ପାଳିତ ହୋଇଯାଇଛି।2
- *ବରପଦରରେ ରାସ୍ତା ନାହିଁ, ଖଟିଆରେ ବୁହା ହେଉଛନ୍ତି ରୋଗୀ* ଟିକରପଡା ପଞ୍ଚାୟତର ବରପଦରରୁ ଦମଣ୍ଡା ଯାଏଁ ପକ୍କା ରାସ୍ତା ଅଭାବ, ବର୍ଷା ହେଲେ ଠପ ହୋଇଯାଏ ଯାତାୟାତ *ବରପଦରରେ ରାସ୍ତା ନାହିଁ, ଖଟିଆରେ ବୁହା ହେଉଛନ୍ତି ରୋଗୀ* ଟିକରପଡା ପଞ୍ଚାୟତର ବରପଦରରୁ ଦମଣ୍ଡା ଯାଏଁ ପକ୍କା ରାସ୍ତା ଅଭାବ, ବର୍ଷା ହେଲେ ଠପ ହୋଇଯାଏ ଯାତାୟାତ ବୌଦ୍ଧ:ବୌଦ୍ଧ ବ୍ଲକ ଟିକରପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରପଦର ଗାଁରେ ଏବେ ବି ସବୁଦିନିଆ ପକ୍କା ରାସ୍ତାଟିଏ ନାହିଁ। ରାସ୍ତା ପାଇଁ ବର୍ଷ ବର୍ଷ ଧରି ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନର କାନରେ ପଡୁନାହିଁ। ଫଳରେ ବର୍ଷର ୮ ମାସ କୌଣସି ପ୍ରକାରେ ଚଳି ଯାଉଥିବା ବେଳେ ବର୍ଷାର ୪ ମାସ ଗ୍ରାମବାସୀଙ୍କ ପାଇଁ ନର୍କ ଯନ୍ତ୍ରଣା ପାଲଟିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅ ପଚପଚ ହୋଇଯାଏ। ଗାଁରୁ ମୁଖ୍ୟ ରାସ୍ତାକୁ ଯିବାକୁ ମଝିରେ ଏକ ପାହାଡିଆ ନାଳ ବାଧକ ସାଜିଛି। ବର୍ଷା ହେଲେ ନାଳରେ ପାଣି ବଢି ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଏ। ଛାତ୍ରଛାତ୍ରୀମାନେ ସ୍କୁଲ ଯାଇ ପାରନ୍ତି ନାହିଁ, ଫଳରେ ୪ ମାସ ପାଠପଢା ବାଧାପ୍ରାପ୍ତ ହୁଏ। ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଗୁରୁତର ରୋଗୀଙ୍କୁ ଠିକ ସମୟରେ ଡାକ୍ତରଖାନା ନ ପହଞ୍ଚି ପାରି ମୃତ୍ୟୁ ବରଣ କରିବାର ନଜିର ମଧ୍ୟ ରହିଛି। ଗତ ରବିବାର ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଗାଁର ଭଗବାନ କହଁରଙ୍କ ଗୋଡ ଭାଙ୍ଗି ଯାଇ ଗୁରୁତର ହୋଇପଡିଥିଲା। ପରିବାର ଲୋକେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ ହେଁ ଆମ୍ବୁଲାନ୍ସ ଗାଁକୁ ଆସି ପାରିନଥିଲା। ଶେଷରେ ପରିବାର ଓ ଗ୍ରାମବାସୀ ମିଶି ତାଙ୍କୁ ଖଟିଆରେ ବୋହି କାଦୁଅ ଭରା ରାସ୍ତା ଓ ନାଳ ପାର ହୋଇ ପ୍ରାୟ ୨ ଘଣ୍ଟା ଚାଲି ଚାଲି ମୁଖ୍ୟ ରାସ୍ତାରେ ପହଞ୍ଚିଥିଲେ। ସେଠାରୁ ଏକ ଘରୋଇ ଗାଡି ଭଡା କରି ଡାକ୍ତରଖାନା ନେଇଥିଲେ। ଏହାର ଦୁଇ ଦିନ ପୂର୍ବରୁ ଭଗବାନଙ୍କ ସ୍ତ୍ରୀ ଅସୁସ୍ଥ ହେବାରୁ ଡାକ୍ତରଖାନା ନେଇ ନ ପାରି ତାଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବରପଦରରୁ ଦମଣ୍ଡା ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ପାଖରେ ବାରମ୍ବାର ଦାବୀ କରିଆସୁଛନ୍ତି, ହେଲେ କିଛି ସୁଫଳ ମିଳୁନାହିଁ। ରାସ୍ତା ଦାବୀରେ ୨୦୨୨ ମସିହାରେ ଦମଣ୍ଡା ୧୩ ନମ୍ବର ୱାର୍ଡ ବାସୀ ଭୋଟ ବର୍ଜନ ମଧ୍ୟ କରିଥିଲେ। ଗ୍ରାମବାସୀ କହିଛନ୍ତି, ନିର୍ବାଚନ ଆସିଲେ ନେତା ମନ୍ତ୍ରୀ ଆସି ପ୍ରତିଶ୍ରୁତି ଦିଅନ୍ତି, ନିର୍ବାଚନ ସରିଲେ ୫ ବର୍ଷ ଯାଏଁ ଦେଖା ମିଳେନାହିଁ। ଏମିତି ୧୫ଟି ନିର୍ବାଚନ ବିତିଲାଣି, ପ୍ରତିଶ୍ରୁତି ବଦଳରେ ମିଳିଛି କେବଳ ପ୍ରତାରଣା। ପୂର୍ବତନ ଜିଲ୍ଲାପାଳ ଲଳାଟେନ୍ଦୁ ମିଶ୍ର ୨୦୨୨ ମାର୍ଚ ସୁଦ୍ଧା ବୌଦ୍ଧ ଜିଲ୍ଲାର ସମସ୍ତ ଦୁର୍ଗମ ଅଞ୍ଚଳକୁ ସବୁଦିନିଆ ରାସ୍ତା ହେବ ବୋଲି ଘୋଷଣା କରିଥିଲେ। ଘୋଷଣାକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ପଞ୍ଚାୟତର ଅନେକ ଗାଁକୁ ରାସ୍ତା ନାହିଁ। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବରପଦର-ଦମଣ୍ଡା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।1
- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ର ଯୁରମୁଣ୍ଡା ଗ୍ରାମ ରେ ନୂଆଁଖାଇ ଭେଟଘାଟ କଣ୍ଟାମାଳ:-୧୭/୦୯ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ର ଯୁରମୁଣ୍ଡା ଗ୍ରାମ ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଗୋବିନ୍ଦ ମହାକୁଡ଼, ସମ୍ମାନୀୟ ଅତିଥି ଭାବରେ ଶୈଳେନ୍ଦ୍ର କୁମାର ବାରିକ,ବିଜୁ ଜନତା ଦଳର ଯୁବ ନେତା ଜଗୁରାମ ଚାନ୍ଦ,ମିଥୁନ ପ୍ରଧାନ,ବିଜେପି ଯୁବ ମୋର୍ଚ୍ଚାର ତ୍ରିଦେବ ନାୟକ, ରାଧା ଦନ୍ତା, ଶିକ୍ଷକ ଚିତ୍ରସେନ କଲତା ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦର୍ଶକ ଭରପୁର ମଜା ନେଇଥିଲେ ।3
- ବୀରମହାରାଜପୁରରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ l କଳାକାରଙ୍କ ନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ1
- ନୂଆଁଖାଇ ପାହୁର ଯାତ୍ରା1
- କନ୍ଧମାଳ ରେ ବଡ଼ ଧରଣର ଗଞ୍ଜେଇ ଜବତକନ୍ଧମାଳରେ ବସରୁ ୬୩ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ, ୩ ଜଣ ଗିରଫ । କନ୍ଧମାଳରେ ବଡ଼ ଧରଣର ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରେ ଏକ ବସ୍ରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ବସ୍ର ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ୨୦୨୪ ମସିହା ସେପ୍ଟେମ୍ବର ୧୫ ତାରିଖ ରାତି ପ୍ରାୟ ୮ଟା ୧୫ରୁ ୧୧ଟା ମଧ୍ୟରେ SH-1 ଉପରେ କେ. ନୂଆଗାଁ ବ୍ଲକ୍ ସମ୍ମୁଖରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଏକ ଧଳା ରଙ୍ଗର ବେଲୁନ୍ ବସ୍, ଯାହାର ନମ୍ବର OD-02AC-1151, ତାହାରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୩୦ ହଜାର ଟଙ୍କା ବୋଲି ଦର୍ଶାଯାଇଛି । ଏହା ସହିତ ତିନୋଟି ମୋବାଇଲ୍ ଫୋନ୍—ଗୋଟିଏ ଭିଭୋ, ଗୋଟିଏ ଓପୋ ଏବଂ ଗୋଟିଏ ସାମସଙ୍ଗ ଫୋନ୍ ସହିତ ୬ ହଜାର ୭୦୦ ଟଙ୍କା ନଗଦ ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ—ଗଞ୍ଜାମ ଜିଲ୍ଲାର ସୁଦର୍ଶନ ନାଏକ, କନ୍ଧମାଳ ଜିଲ୍ଲାର ବିନୋଦ ମଲ୍ଲିକ ଏବଂ ଗଞ୍ଜାମ ଜିଲ୍ଲାର ହାମିଦ୍ ଖାନ୍। ଏମାନଙ୍କ ମଧ୍ୟରୁ ସୁଦର୍ଶନ ନାଏକ ବସ୍ର ଡ୍ରାଇଭର, ବିନୋଦ ମଲ୍ଲିକ ହେଲପର ଏବଂ ହାମିଦ୍ ଖାନ୍ କଣ୍ଡକ୍ଟର ବୋଲି ସୂଚନା ମିଳିଛି । ଏହି ଘଟଣାରେ କେ. ନୂଆଗାଁ ଥାନାରେ ମାମଲା ନମ୍ବର ୧୩୫, ତାରିଖ ୧୫ ସେପ୍ଟେମ୍ବର ୨୦୨୪ରେ NDPS ଆଇନର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଥିବା ଦର୍ଶାଯାଇଛି । ମାମଲାର ତଦନ୍ତକାରୀ ଅଧିକାରୀ ହେଉଛନ୍ତି କେଲୁ ଚରଣ ଜେନା, IIC, କେ. ନୂଆଗାଁ ଥାନା । ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତରେ ହାଜର କରାଯାଇଛି । ଗଞ୍ଜେଇ ଚାଲାଣ ଉପରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।2