ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ଆୟୋଜିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୁପେଷ ପାଣିଗ୍ରାହୀ ଯୋଗ ଦେଇଥିଲେ। ଏହି ଶୁଣାଣୀ ସମୟରେ ପ୍ରାୟ ୨୦ ରୁ ୨୫ ଜଣ ଲୋକ ନିଜର ଅଭିଯୋଗ ଉପସ୍ଥାପନ କରିଥିଲେ, ଯେଉଁଥିରେ ମୁଖ୍ୟତଃ ୩ ମାସ ଧରି ଭତ୍ତା ନ ପାଇଁ ଅତ୍ୟନ୍ତ କଷ୍ଟ ଅନୁଭବ କରୁଥିବା ବୃଦ୍ଧ ବୃଦ୍ଧାମାନେ ସେମାନଙ୍କ ଦୁଃଖ ଜଣାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ଭତ୍ତା ଟଙ୍କାରେ ସେମାନେ ଔଷଧ କିଣୁଥିଲେ, କିନ୍ତୁ ଏବେ ଭତ୍ତା ମିଳୁନଥିବାରୁ ସେମାନେ ଚା' ମଧ୍ୟ ପିଇ ପାରୁନାହାନ୍ତି। ବିଧାୟକ ସେମାନଙ୍କ ସମସ୍ୟା ବୁଝିବା ପାଇଁ ଚର୍ଚ୍ଚ ନିକଟରେ ବସିଥିଲେ। ସେଠାରେ ଉପସ୍ଥିତ ଥିବା ୮୦ ବର୍ଷ ବୟସ୍କା ଜଣେ ବୃଦ୍ଧା ସାରଳା ସିଂ କହିଥିଲେ ଯେ ତାଙ୍କୁ ୮୦ ବର୍ଷ ହେଲାଣି, କିନ୍ତୁ ଆଜି ପର୍ଯ୍ୟନ୍ତ ସେ ୩୫୦୦ ଟଙ୍କା ପାଇନାହାନ୍ତି। ଏହି ଅଭିଯୋଗ ଶୁଣି ବିଧାୟକ ରୁପେଷ ପାଣିଗ୍ରାହୀ ତୁରନ୍ତ ପରିଡ଼ା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚନ୍ଦ୍ର ରାଓଙ୍କୁ ଫୋନ କରି ୩ ମାସ ଧରି ଭତ୍ତା ଟଙ୍କା ନ ମିଳିବାର କାରଣ ପଚାରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଧାୟକଙ୍କୁ ଜଣାଇଥିଲେ ଯେ ରାଜ୍ୟରୁ ୩ ମାସ ହେଲା ଭତ୍ତା ଟଙ୍କା ପଞ୍ଚାୟତକୁ ଆସିନାହିଁ। ବିଧାୟକ ବୃଦ୍ଧ ବୃଦ୍ଧାମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ଏବଂ କିଛି ଦିନ ମଧ୍ୟରେ ତୁରନ୍ତ ଭତ୍ତା ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ସହିତ, ଗ୍ରାମର କେତେକ ଯୁବକ ଏକ ଖେଳ ପଡ଼ିଆ ପାଇଁ ବିଧାୟକଙ୍କୁ ଅନୁରୋଧ କରିଥିଲେ, ଯାହା ଉପରେ ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଖେଳ ପଡ଼ିଆ ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମରେ ଗ୍ରାମର ଦାମଦର ନାୟକ, ବାଲାରାଜୁ ମିଶାଲ, ଉତ୍ତମ, ଉଜ୍ୱଳ ଏବଂ ଅନେକ ଯୁବକ ଉପସ୍ଥିତ ଥିଲେ।

- ଗଜପତି ଜିଲ୍ଲା ଗୁମ୍ମା ବ୍ଲକରୁ ଦୁର୍ନୀତିର ଆଉ ଏକ ନମୁନା ସାମ୍ନାକୁ ଆସିଛି, ଯେଉଁଠାରେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ସ୍ପଷ୍ଟ ଦେଖିବାକୁ ମିଳିଛି। ବ୍ଲକ୍ କାର୍ଯ୍ୟାଳୟ ପରିସର ମଧ୍ୟରେ ନୂତନ ଭାବେ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏକ ମଟର ସାଇକେଲ ଷ୍ଟାଣ୍ଡର କାମ ସମ୍ପୂର୍ଣ୍ଣ ହୋଇନଥିବା ସତ୍ତ୍ୱେ, ଏହାର ପୁରା ବିଲ୍ ଉଠାଇ ନିଆଯାଇଥିବା ବିଶ୍ଵସ୍ଥ ସୂତ୍ରରୁ ସୂଚନା ମିଳିଛି। ଏହି ମଟର ସାଇକେଲ ଷ୍ଟାଣ୍ଡରେ ଟିଣ ସମ୍ପୂର୍ଣ୍ଣ ଭାବେ ପକାଯାଇ ନାହିଁ। ଏଥିସହ, ନିମ୍ନ ମାନର ଉପକରଣ ବ୍ୟବହାର କରାଯାଇଥିବାରୁ ଟିଣଗୁଡ଼ିକ ବଙ୍କା ହୋଇଯାଇଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ଆବାସିକ କାର୍ଯ୍ୟାଳୟ ତଥା ସମଗ୍ର ଗୁମ୍ମା ବ୍ଲକର ଅଧିକାରୀଙ୍କ ଆଖି ଆଗରେ ଏପରି ଦୁର୍ନୀତି ଚାଲିଥିବା ବେଳେ, ଅନ୍ୟ ଉପାନ୍ତ ଅଞ୍ଚଳରେ କେତେ ଦୁର୍ନୀତି ହେଉଥିବ ତାହା ଅନୁମାନ କରାଯାଉଛି। ଏହି ପ୍ରସଙ୍ଗରେ ଗୁମ୍ମା ବିଡ଼ିଓ, ଏଇଇ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଫୋନ୍ ମାଧ୍ୟମରେ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ଫୋନ୍ ଉଠାଇ ନାହାନ୍ତି।1
- ରଜ ସଂକ୍ରାନ୍ତି ଅବସରରେ ଜଗଦଳପୁର ଗ୍ରାମରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥାଏ।1
- ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରୁ ଓପିଏସସିରେ ଉତ୍ତୀର୍ଣ୍ଣ ହୋଇଥିବା ଦୁଇଜଣଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇଜଣ ଓପିଏସସି ଉତ୍ତୀର୍ଣ୍ଣଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ର, ଓ ସମ୍ପାଦକ ଅକ୍ଷୟ କୁମାର ଦାସ ଉପସ୍ଥିତ ଥିଲେ। ଏହି ଅବସରରେ ଓପିଏସସିରେ ୪ର୍ଥ ର୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା କନକ ଜୈନ ଏବଂ ୧୧୩ ର୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ସଂଗୀତା ସେଠୀଙ୍କୁ ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। କେସିଙ୍ଗା ବିଡିଓ ଉଭୟଙ୍କୁ ଆଗାମୀ ଦିନରେ ଭଲ ଭାବରେ କାମ କରିବା ସହ ଗରିବଙ୍କ ପ୍ରତି ଦୟାନୁଭାବ ରଖି ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶିବା ସହିତ ଗରିବଙ୍କ ସମସ୍ୟା ଦୂର କରିବାକୁ ଉଦ୍ବୋଧନ ଦେଇଥିଲେ। ପ୍ରତିକ୍ରିୟାରେ, କନକ ଜୈନ ଓ ସଂଗୀତା ସେଠୀ ଉପସ୍ଥିତ ଅନୁଷ୍ଠାନର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇ ଜୁହାର କରି ନିଜସ୍ୱ ମତ ବ୍ୟକ୍ତ କରିଥିଲେ।1
- କଳାହାଣ୍ଡି ଜିଲ୍ଲାରୁ ଟ୍ରକ୍ ଟ୍ରକ୍ ଆମ୍ବ ବାହାର ରାଜ୍ୟକୁ ପଠାଯାଉଥିବା ସତ୍ତ୍ୱେ ଏହି ଅଞ୍ଚଳର ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି।1
- ଗଜପତି ଜିଲ୍ଲାର ଶୁଖିଲାଆମ୍ବ ନିକଟରେ ଏକ ବାଇକ ଦୁର୍ଘଟଣା ଘଟିଛି, ଯେଉଁଥିରେ ରାମଗିରି ହାଇସ୍କୁଲର ଜଣେ ଶିକ୍ଷକ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମୋହନା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ, ଶିକ୍ଷକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଆହତ ଶିକ୍ଷକ ଜଣକ ନିଜ ଘର କଳାହାଣ୍ଡିରୁ ରାମଗିରି, ଗଜପତିକୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।1