ରାଜ୍ୟ ସରକାରଙ୍କ ଶାସନର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ରାଜ୍ୟରେ ଚାଲିଥିବା “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରେ ତୃତୀୟ ଦିବସରେ “ଷ୍ଟାର୍ଟଅପ୍ ଓଡ଼ିଶା” ବିଷୟ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ଓଡ଼ିଶା ଷ୍ଟାର୍ଟଅପ୍ ନୀତି, ବରିଷ୍ଠ ଇକୋସିଷ୍ଟମ ଏବଂ ଦେଶ ବିଦେଶରେ ଏହାର ପରିଚୟ ଉପରେ ଆଲୋଚନା କରାଯାଇଥିଲା। ପୋଲସରା ବିଡିଓ ଶଶୀଭୁଷଣ ମହାପାତ୍ର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଡିଆଇସି ଜେନେରାଲ ମ୍ୟାନେଜର ହୃଷିକେଶ ବେହେରା ଯୋଗଦେଇ ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମାଧ୍ୟମରେ କିପରି ଶିକ୍ଷିତ (ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ଏବଂ ଅଶିକ୍ଷିତ ଯୁବକ, ଯୁବତୀ, ମହିଳା ଓ ପୁରୁଷମାନେ ନିଜ ପସନ୍ଦର ରୋଜଗାର ପଥ ବାଛି ସରକାରଙ୍କ ପ୍ରୋତ୍ସାହିତ ଯୋଜନା ଅନ୍ତର୍ଗତ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାର ଦେଇପାରିବେ, ସେ ସମ୍ପର୍କରେ ବୁଝାଇଥିଲେ। ଏଥିସହ ଏମ୍ପ୍ଲୋଇମେଣ୍ଟ ଅଫିସର ଭୁବନେଶ୍ୱର ମହାପାତ୍ର, ହିଞ୍ଜିଳିକାଟୁ ଆଇଟିଆଇର ଅଶୋକ କୁମାର ଡାକୁଆ ଓ ସ୍ୱାଧୀନ ଶେଖର ସାହୁ, ଉମାଚରଣ ପଟ୍ଟନାୟକ ବୈଷୟିକ ତାଲିମ ପ୍ରତିଷ୍ଠାନ ବ୍ରହ୍ମପୁରର ମହେଶ୍ୱର ଜେନା ଏବଂ ଜିଲ୍ଲା ସ୍କିଲ୍ ଡେଭଲପମେଣ୍ଟ୍ କମ୍ ଏମ୍ପ୍ଲୋଇମେଣ୍ଟ ଅଫିସର ଯସପାଲସିଂ ଯାଦବ ପ୍ରମୁଖ ହିଞ୍ଜିଳିକାଟୁ ଆଇଟିଆଇର ସଫଳତା ଓ ସରକାରୀ ସୁବିଧା ଉପରେ ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ବ୍ଲକର କିଛି ଶିକ୍ଷକଙ୍କୁ ଉତ୍ତରୀୟ, ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହାବ୍ୟତୀତ, ଲଘୁ ଉଦ୍ୟୋଗ ପାଇଁ ବ୍ୟାଙ୍କ ଋଣ ନେଇ ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ମା’ ସିଂହାସନୀ ଇଣ୍ଡଷ୍ଟ୍ରିକୁ ₹୩୧,୬୯୩ ଏବଂ ମା’ ନାଇକାଣୀ ଇଣ୍ଡଷ୍ଟ୍ରିକୁ ₹୨,୪୦,୬୬୧ ପ୍ରୋତ୍ସାହନ ରାଶି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା। ଏହି ବ୍ଲକ୍ ସ୍ତରୀୟ ସ୍ୱାବଲମ୍ବୀ ଯୁବ-ସମୃଦ୍ଧ ଓଡ଼ିଶା ସମାବେଶ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତିନିଧି ଭାବେ କାମ୍ଫ ବାଢେଇ ଯୋଗଦେଇ ମନ୍ତ୍ରୀଙ୍କ ବାର୍ତ୍ତା ପଢ଼ି ଶୁଣାଇଥିଲେ। ଏଥିରେ ଏବିଡିଓ ସୋନମ ବେହେରା, ସୋଡକ ପଞ୍ଚାୟତ ସରପଞ୍ଚ ଉତ୍କଳ ପ୍ରଧାନ, ଘୋଡାପଲାଣ ପଞ୍ଚାୟତ ସମିତିସଭ୍ୟା ପ୍ରତିନିଧି କାଳିଚରଣ ବେହେରା ଓ ନିମିନା ପଞ୍ଚାୟତ ସମିତିସଭ୍ୟା ପ୍ରତିନିଧି ନିଳମଣୀ ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଙ୍ଗନୱାଡି କର୍ମୀ ଓ ସୁପରଭାଇଜର, ସ୍ୱାସ୍ଥ୍ୟ ବିଭାଗ, ଏସ୍ଏଚ୍ଜି ଗ୍ରୁପ୍, କୃଷି ବିଭାଗ, ଜଳ ବିଭାଜନ, ମୃତ୍ତିକା ସଂରକ୍ଷଣ ବିଭାଗ, ସ୍ୱେଚ୍ଛାସେବୀ, ଷ୍ଟାଫ୍ ଓ କର୍ମଚାରୀଗଣ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ଶେଷରେ ବିଡିଓ ମହୋଦୟ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ ସରକାରଙ୍କ ଶାସନର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ରାଜ୍ୟରେ ଚାଲିଥିବା “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରେ ତୃତୀୟ ଦିବସରେ “ଷ୍ଟାର୍ଟଅପ୍ ଓଡ଼ିଶା” ବିଷୟ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ଓଡ଼ିଶା ଷ୍ଟାର୍ଟଅପ୍ ନୀତି, ବରିଷ୍ଠ ଇକୋସିଷ୍ଟମ ଏବଂ ଦେଶ ବିଦେଶରେ ଏହାର ପରିଚୟ ଉପରେ ଆଲୋଚନା କରାଯାଇଥିଲା। ପୋଲସରା ବିଡିଓ ଶଶୀଭୁଷଣ ମହାପାତ୍ର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
ଭାବେ ବ୍ରହ୍ମପୁର ଡିଆଇସି ଜେନେରାଲ ମ୍ୟାନେଜର ହୃଷିକେଶ ବେହେରା ଯୋଗଦେଇ ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମାଧ୍ୟମରେ କିପରି ଶିକ୍ଷିତ (ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ଏବଂ ଅଶିକ୍ଷିତ ଯୁବକ, ଯୁବତୀ, ମହିଳା ଓ ପୁରୁଷମାନେ ନିଜ ପସନ୍ଦର ରୋଜଗାର ପଥ ବାଛି ସରକାରଙ୍କ ପ୍ରୋତ୍ସାହିତ ଯୋଜନା ଅନ୍ତର୍ଗତ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାର ଦେଇପାରିବେ, ସେ ସମ୍ପର୍କରେ ବୁଝାଇଥିଲେ। ଏଥିସହ ଏମ୍ପ୍ଲୋଇମେଣ୍ଟ ଅଫିସର ଭୁବନେଶ୍ୱର ମହାପାତ୍ର, ହିଞ୍ଜିଳିକାଟୁ
ଆଇଟିଆଇର ଅଶୋକ କୁମାର ଡାକୁଆ ଓ ସ୍ୱାଧୀନ ଶେଖର ସାହୁ, ଉମାଚରଣ ପଟ୍ଟନାୟକ ବୈଷୟିକ ତାଲିମ ପ୍ରତିଷ୍ଠାନ ବ୍ରହ୍ମପୁରର ମହେଶ୍ୱର ଜେନା ଏବଂ ଜିଲ୍ଲା ସ୍କିଲ୍ ଡେଭଲପମେଣ୍ଟ୍ କମ୍ ଏମ୍ପ୍ଲୋଇମେଣ୍ଟ ଅଫିସର ଯସପାଲସିଂ ଯାଦବ ପ୍ରମୁଖ ହିଞ୍ଜିଳିକାଟୁ ଆଇଟିଆଇର ସଫଳତା ଓ ସରକାରୀ ସୁବିଧା ଉପରେ ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ବ୍ଲକର କିଛି ଶିକ୍ଷକଙ୍କୁ ଉତ୍ତରୀୟ, ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହାବ୍ୟତୀତ, ଲଘୁ ଉଦ୍ୟୋଗ ପାଇଁ ବ୍ୟାଙ୍କ ଋଣ ନେଇ
ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ମା’ ସିଂହାସନୀ ଇଣ୍ଡଷ୍ଟ୍ରିକୁ ₹୩୧,୬୯୩ ଏବଂ ମା’ ନାଇକାଣୀ ଇଣ୍ଡଷ୍ଟ୍ରିକୁ ₹୨,୪୦,୬୬୧ ପ୍ରୋତ୍ସାହନ ରାଶି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା। ଏହି ବ୍ଲକ୍ ସ୍ତରୀୟ ସ୍ୱାବଲମ୍ବୀ ଯୁବ-ସମୃଦ୍ଧ ଓଡ଼ିଶା ସମାବେଶ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତିନିଧି ଭାବେ କାମ୍ଫ ବାଢେଇ ଯୋଗଦେଇ ମନ୍ତ୍ରୀଙ୍କ ବାର୍ତ୍ତା ପଢ଼ି ଶୁଣାଇଥିଲେ। ଏଥିରେ ଏବିଡିଓ ସୋନମ ବେହେରା, ସୋଡକ ପଞ୍ଚାୟତ ସରପଞ୍ଚ ଉତ୍କଳ ପ୍ରଧାନ, ଘୋଡାପଲାଣ ପଞ୍ଚାୟତ
ସମିତିସଭ୍ୟା ପ୍ରତିନିଧି କାଳିଚରଣ ବେହେରା ଓ ନିମିନା ପଞ୍ଚାୟତ ସମିତିସଭ୍ୟା ପ୍ରତିନିଧି ନିଳମଣୀ ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଙ୍ଗନୱାଡି କର୍ମୀ ଓ ସୁପରଭାଇଜର, ସ୍ୱାସ୍ଥ୍ୟ ବିଭାଗ, ଏସ୍ଏଚ୍ଜି ଗ୍ରୁପ୍, କୃଷି ବିଭାଗ, ଜଳ ବିଭାଜନ, ମୃତ୍ତିକା ସଂରକ୍ଷଣ ବିଭାଗ, ସ୍ୱେଚ୍ଛାସେବୀ, ଷ୍ଟାଫ୍ ଓ କର୍ମଚାରୀଗଣ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ଶେଷରେ ବିଡିଓ ମହୋଦୟ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।
- ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଏବଂ କେ. ନୀଳମାଧବ ଆଚାରୀଙ୍କ ପୁଣି ଥରେ 'ଘର ବାହୁଡ଼ା' ହେବା ପରେ ରାଜନୈତିକ ମହଲରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଲୋକଙ୍କ ଆସ୍ଥା ଓ ସମର୍ଥନକୁ ସମ୍ମାନ ଦେଇ ସମସ୍ତେ ଏକାଠି ହୋଇ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜନୀତିରେ ମତଭେଦ ରହିପାରେ, କିନ୍ତୁ ଜନସେବା ହିଁ ସର୍ବୋପରି। ଏହି ଘଟଣା ପରେ ବୁଗୁଡ଼ା ଅଞ୍ଚଳରେ ବିଭିନ୍ନ ମହଲରେ ଆଲୋଚନା ଚାଲିଥିବା ବେଳେ ଆଗାମୀ ଦିନରେ ଏହାର ରାଜନୈତିକ ପ୍ରଭାବ କିପରି ପଡ଼ିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।1
- ଏମ୍ଏସ୍ଏମ୍ଇ କ୍ଷେତ୍ର ଯୁବଗୋଷ୍ଠୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି, ଯାହା ସେମାନଙ୍କୁ ସମୃଦ୍ଧ କରିବାରେ ସହାୟକ ହେବ। ରାଜ୍ୟରେ କୃଷି ପରେ ଏହି କ୍ଷେତ୍ର ସର୍ବାଧିକ ନିଯୁକ୍ତି ସୃଷ୍ଟି କରୁଥିବା ଏକ ପ୍ରମୁଖ କ୍ଷେତ୍ର ଭାବେ ପରିଚିତ। ଯୁବକ ଓ ମହିଳା ଉଦ୍ୟୋଗୀମାନଙ୍କୁ ସ୍ୱାବଲମ୍ବୀ କରିବା, ନୂତନ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା, ଷ୍ଟାର୍ଟଅପ୍କୁ ସମର୍ଥନ କରିବା ଏବଂ ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି କରିବାରେ ଏମ୍ଏସ୍ଏମ୍ଇର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଋଣ, ସବସିଡି, ପ୍ରଶିକ୍ଷଣ ଏବଂ ବଜାର ସଂଯୋଗ ସୁବିଧା ଯୋଗାଇ ଦେଉଛନ୍ତି। ଏହି ପଦକ୍ଷେପଗୁଡ଼ିକ ଯୁବଗୋଷ୍ଠୀଙ୍କୁ ସମୃଦ୍ଧିର ପଥରେ ଆଗେଇ ନେବାରେ ସହାୟକ ହେବ।1
- ଗଜପତି ଜିଲ୍ଲାର ସାନଖଣି ଓ ବଡ଼ଖଣି ଗ୍ରାମରେ ଜଗନ୍ନାଥ ମନ୍ଦିର, ଦୁର୍ଗା ମନ୍ଦିର, ଠାକୁରାଣୀ ମନ୍ଦିର ଏବଂ ଆଉ ଏକ ଦୁର୍ଗା ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମର ତୃତୀୟ ଦିନରେ ଠାକୁରମାନଙ୍କର ମହାସ୍ନାନ କରାଯାଇଛି। ଏହି ମହାସ୍ନାନ କାର୍ଯ୍ୟକ୍ରମରେ ବିଜେପି ଆଦିବାସୀ ସଭାପତି ଏବଂ ରାଜ୍ୟ ଆଦିବାସୀର ସମ୍ପାଦକ ଯୋଗ ଦେଇଛନ୍ତି।1
- ବିଜେପିର ଜାତୀୟ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ (PA) ବୋଲି ମିଥ୍ୟା ପରିଚୟ ଦେଇ ଚାନ୍ଦା ଆଦାୟ କରିବାକୁ ଉଦ୍ୟମ କରାଯାଉଥିଲା। ପୋଲିସ ଏହି ଘଟଣାର ମାଷ୍ଟରମାଇଣ୍ଡକୁ ଧରିବାରେ ସଫଳ ହୋଇଛି।1
- daringabadi black kirikuti panchaya lovers point kirikuti adhika thekhantu adhika thekhantu4
- ରାଇରଙ୍ଗପୁରରେ ଆୟୋଜିତ ଏକ ବିଶାଳ ଜନସଭାରେ ମହାମହିମ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏକାଠି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ମାଟିରୁ ପ୍ରଗତିର ଆହ୍ୱାନ ଦିଆଯାଇଥିବା ବେଳେ ରାଷ୍ଟ୍ରପତି ଏହି ବିଶାଳ ଜନସମାବେଶକୁ ସମ୍ବୋଧିତ କରିଛନ୍ତି।1
- ନୟାଗଡ ପୋଲିସ ବର୍ଦୀରେ ପୁଣି ଥରେ ଦାଗ ଲାଗିଥିବା ଘଟଣା ସାମ୍ନାକୁ ଆସିଛି। ସରଣକୁଳ ଥାନା ଅଧିକାରୀ ଜଣେ ମହିଳାଙ୍କୁ ଫେବର ମାଗିବା ତାଙ୍କ ପାଇଁ ଏବଂ ପୋଲିସ ବିଭାଗ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।1
- ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତ ଘଟିଛି। ଏହି ଅଘଟଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ମହିଳା ହେଲେ ଖୋଳଖାଳି ଗ୍ରାମ ବଡ଼ସାହିର ଶାନ୍ତି ସାମଲ ଏବଂ ଆହତ ଜଣକ କୁଆନଳା ଗ୍ରାମର ତୁଳା ବେହେରା। ମିଳିଥିବା ସୂଚନା ଅନୁଯାୟୀ, ଶାନ୍ତି ସାମଲ ଖୋଳଖାଳି ଗ୍ରାମ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ସେହିପରି, ତୁଳା ବେହେରା କୁଆନଳା ଗ୍ରାମ ନିକଟସ୍ଥ ଚାଷ ଜମିକୁ ଯାଇଥିବା ସମୟରେ ବଜ୍ରାଘାତର ଶିକାର ହୋଇ ଆହତ ହୋଇଥିଲେ। ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତରମାନେ ଶାନ୍ତି ସାମଲଙ୍କୁ ସେଠାରେ ମୃତ ଘୋଷଣା କରିଥିବା ବେଳେ, ଆହତ ତୁଳା ବେହେରାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।4