ମାଲକାନଗିରି ଜିଲ୍ଲାର ସବ୍-ଇନ୍ସପେକ୍ଟର କୃତିବାସ ବେହେରାଙ୍କ ଅବସର ମାଲକାନଗିରି ଜିଲ୍ଲାର ସବ୍-ଇନ୍ସପେକ୍ଟର କୃତିବାସ ବେହେରାଙ୍କ ଅବସର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା । ମାଲକାନଗିରି, ତା ୩୧/୦୭/୨୬ ମାଲକାନଗିରି ଜିଲ୍ଲା ପୁଲିସ ବିଭାଗରେ ଦୀର୍ଘଦିନ ଧରି ନିଷ୍ଠାର ସହ ସେବା ଯୋଗାଇ ଆସିଥିବା ସବ୍-ଇନ୍ସପେକ୍ଟର କୃତିବାସ ବେହେରା ୩୧ ଜୁଲାଇ ୨୦୨୬ରେ ନିଜ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଶ୍ରୀଯୁକ୍ତ ବେହେରା ୨୦୧୬ ଡିସେମ୍ବର ମାସରୁ ମାଲକାନଗିରି ଜିଲ୍ଲାରେ ନିଜର ସେବା ଆରମ୍ଭ କରିଥିଲେ। ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ସେ ମାଲକାନଗିରି ଥାନାରେ ସବ୍-ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିବା ପରେ ଗୁମ୍ମା ଫାଣ୍ଡି ଏବଂ ସାଲିମି ଅଞ୍ଚଳରେ ନିଜର ଦାୟିତ୍ୱ ସୁଚାରୁ ରୂପେ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ୨୦୨୩ ଫେବୃଆରୀରୁ ୨୦୨୬ ଜୁଲାଇ ୩୧ ପର୍ଯ୍ୟନ୍ତ ପୁନର୍ବାର ମାଲକାନଗିରି ଥାନାରେ କାର୍ଯ୍ୟରତ ରହି ନିଜର ସେବା ଅନ୍ତ କରିଛନ୍ତି। ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡିରେ କାର୍ଯ୍ୟ କରି ସେ ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ। ତାଙ୍କ ଅବସର ଉପଲକ୍ଷେ ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାଳୟ ର ସଭା ଗୃହ ଠାରେ ଗତକାଲି ସଂଧ୍ୟାରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜିତ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଏସ ପି ବିନୋଦ ପାଟିଲ ଏଚ. ଙ୍କ ନେତୃତ୍ୱ ରେ ଅତିରିକ୍ତ ଏସ୍ପି ରାଜ କିଶୋର ଦାସ ୪ ଜଣ ଡିଏସ୍ପି, ମାଲକାନାଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ଙ୍କ ସହ ହେଡ୍କ୍ୱାର୍ଟର ଷ୍ଟାଫ୍ ଏବଂ ମାଲକାନଗିରି ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରୀଯୁକ୍ତ ବେହେରାଙ୍କୁ ଉତ୍ତରୀୟ ପ୍ରଦାନ ତଥା ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଅବସର ପରବର୍ତ୍ତୀ ଜୀବନ ନିରାମୟ ଓ ସୁଖମୟ ହେଉ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ ପାଟିଲ କାମନା କରିଥିଲେ।

- ଅସ୍ଥାୟୀ କର୍ମଚାରୀଙ୍କ ଚେତାବନୀ: କାମ ମନା କଲେ ଜୟପୁର R&Bରେ ଆନ୍ଦୋଳନ ହେବ ଜୋରଦାର ଅସ୍ଥାୟୀ କର୍ମଚାରୀଙ୍କ ଚେତାବନୀ: କାମ ମନା କଲେ ଜୟପୁର R&Bରେ ଆନ୍ଦୋଳନ ହେବ ଜୋରଦାର1
- ପୂର୍ତ୍ତ ବିଭାଗର ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ #Jeypore #National241
- ପରମ ପ୍ରେମମୟୀ ଶ୍ରୀ ଶ୍ରୀ ବଡ଼ମା'ଙ୍କ ୧୩୩ତମ ଆବିର୍ଭାବ ଦିବସ ପାଳିତ ପରମ ପ୍ରେମମୟୀ ଶ୍ରୀ ଶ୍ରୀ ବଡମା'ଙ୍କ ୧୩୩ତମ ଆବିର୍ଭାବ ଦିବସ ସତସଙ୍ଗ କେନ୍ଦ୍ର ଦାମନଯୋଡି ଠାରେ ଶୁକ୍ରବାର ପାଳିତ ହୋଇଛି। ଏହି ଅବସରରେ ପ୍ରଭାତରେ ଉଷା କୀର୍ତ୍ତନ, ଜନ୍ମ ଲଗ୍ନ ଘୋଷଣା ଓ ସଙ୍ଗୀତାଞଳି, ଅପରାହ୍ନରେ ମାତୃ ସମ୍ମୀଳନୀ ଏବଂ ସନ୍ଧ୍ୟାରେ ସନ୍ଧ୍ୟା ବିନତୀ,ସତସଙ୍ଗ, ଆନନ୍ଦ ବଜାର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏକ ଉତ୍ତମ ପରିବାର ଗଠନରେ ନାରୀର କର୍ତ୍ତବ୍ୟ,ସ୍ବାମୀ ସ୍ତ୍ରୀର ସମ୍ପର୍କ,ନାରୀର ନୀତି ଏବଂ ଶ୍ରୀ ଶ୍ରୀ ବଡମାଙ୍କ ବାଣୀ ଉପରେ ସଦାଲୋଚନା କରାଯାଇଥିଲା। ବିପ୍ଳବ ନାୟକ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ର ପାଣିଗ୍ରାହୀ,ଅଭୟ ଜେନା,ନୀଳମଣି ପଟ୍ଟନାୟକ,ହିତେନ୍ଦ୍ର ସେଠୀ,ଅଜୟ ଜେନା, ସୌରଭ ବିଶ୍ବାଳ,ସଂଗ୍ରାମ ଘଡ଼େଇ,ନୀଳମାଧବ ପାତ୍ର,ଦୁର୍ଯୋଧନ ଘଡ଼େଇ,ଜନକ ସାମଲ,ଆଲୋକ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଗୁରୁଭାଇ ଓ ମାଆମାନେ ଯୋଗ ଦେଇଥିଲେ।1
- ବନ୍ଧୁଗାଁ ବ୍ଲକ କାବ୍ରିବାଡି ପଞ୍ଚାୟତ ର ରାସ୍ତା ନିର୍ମାଣ ବିଳମ୍ବ ଯୋଗୁଁ ପଞ୍ଚାୟତର ୨୨ ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି3
- ସନ୍ତାନଙ୍କୁ ନେଇ ସଂଘର୍ଷମୟ ଜୀବନ ବିତାଉଛନ୍ତି ଶାନ୍ତି, ସରକାରୀ ସହାୟତାକୁ ଅପେକ୍ଷା ସନ୍ତାନଙ୍କୁ ନେଇ ସଂଘର୍ଷମୟ ଜୀବନ ବିତାଉଛନ୍ତି ଶାନ୍ତି, ସରକାରୀ ସହାୟତାକୁ ଅପେକ୍ଷା1
- ଟିକିରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ #tikiri #rayagada #new ଟିକିରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ #tikiri #rayagada #new1
- ଦେଖନ୍ତୁ 🙏🙏🙏1
- ଅସ୍ଥାୟୀ କର୍ମଚାରୀଙ୍କୁ କାମ ମନା! ଜୟପୁର R&B SEଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଅସ୍ଥାୟୀ କର୍ମଚାରୀଙ୍କୁ କାମ ମନା! ଜୟପୁର R&B SEଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା1