ବୌଦ୍ଧ ଜିଲ୍ଲାର ମାଧପୁର ବାନାଞ୍ଚଳ ଠାରେ ଜଙ୍ଗଳକୁ ନିଆଁ ଦାଉରୁ ସୁରକ୍ଷା ପାଇଁ ସଚେତନତା ସଭା ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପାଇଁ ସଚେତନତା ସଭା l ବୌଦ୍ଧ ଜିଲ୍ଲାର ମାଧପୁର ବନାଞ୍ଚଳରେ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା କରିବା ନିମନ୍ତେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ମାଧପୁର ରେଞ୍ଜଅଧିକାରୀ ଆସିକ କୁମାର ଡିଗାଲଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଚେତନତା ସଭାରେ ଅଞ୍ଚଳର ବହୁ ଜନସାଧାରଣ ଓ ବନ ସୁରକ୍ଷା ସହ ଜଡିତ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ।ସଭାରେ ଗ୍ରୀଷ୍ମ ଋତୁ ଆରମ୍ଭ ସହିତ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ବଢ଼ିଥାଏ ବୋଲି ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଜଙ୍ଗଲ ଆମ ପରିବେଶ, ଜଳବାୟୁ ସମତୁଳନ ଓ ବନ୍ୟପ୍ରାଣୀଙ୍କ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ ଥିବାରୁ ଏହାକୁ ନିଆଁ ଦାଉରୁ ସୁରକ୍ଷା କରିବାରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ରେଞ୍ଜର ଡିଗାଲ ମତ ପ୍ରକାଶ କରିଥିଲେ। ଜଙ୍ଗଲରେ ଅବହେଳାବଶତଃ ନିଆଁ ନ ଲଗାଇବା, ଶୁଖିଲା ପତ୍ର କିମ୍ବା ଘାସକୁ ଅଗ୍ନି ସଂସ୍ପର୍ଶ ନ କରିବା ଏବଂ କୌଣସି ସ୍ଥାନରେ ନିଆଁ ଦେଖିଲେ ସତ୍ବରେ ବନ ବିଭାଗକୁ ସୂଚନା ଦେବାକୁ ଲୋକମାନଙ୍କୁ ଏସି ଏଫ ଆଶିଷ କହଁର ଅନୁରୋଧ କରିଥିଲେ l ଏହି କାର୍ଯ୍ୟକ୍ରମରେ ଏସି ଏଫ ଆଶିଷ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଡଡେଣି ଗଡ଼ ପଞ୍ଚାୟତର ସରପଞ୍ଚ ଅଜିତ କୁମାର ପ୍ରଧାନ ଏବଂ ମାଧପୁର ରେଞ୍ଜରେ କାର୍ଯ୍ୟରତ ବନପାଳ ଅଭିମନ୍ୟୁ ମହାନ୍ତି, ଭକ୍ତ ବତ୍ସଳ ମଲ୍ଲିକ, ସୁମନ୍ତ ମଲ୍ଲିକ,ଫରେଷ୍ଟ ଗାର୍ଡ ଶରତ ନାଏକ, ସୀତାରାମ ବେହେରା, ମିଲି କିସ୍ପିଟା, ଗୀତା ଏକ୍କା, ବୀଣାପାଣି ଖଡୁଆ ସମେତ ସ୍କ୍ୱାର୍ଡ ଟିମ ଉପସ୍ଥିତ ରହିଥିଲେ। ସଭାରେ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନ ରହିବା ସହ ବନ ବିଭାଗକୁ ସହଯୋଗ କରିବାକୁ ଆହ୍ୱାନ କରାଯାଇଥିଲା।

- ମଙ୍ଗଳବାର ହନୁମାନ ଜୟନ୍ତୀ ଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ହିନ୍ଦୁ ଯୁବା ମୋର୍ଚ୍ଚା ପକ୍ଷରୁ ହନୁମାନ ଜୟନ୍ତୀ ଉପଲକ୍ଷେ ବିରାଟ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ବ୍ରିଜ୍ ଛକରୁ ବାଇକ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିବା ବେଳେ ଏଥିରେ ଅନେକ ଲୋକ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।1
- ନରଣପୁର ମା’କାମନାକାଳୀ ଦଣ୍ଡପାର୍ଟି ପକ୍ଷରୁ ମେରୁଯାତ୍ରା ଢେଙ୍କାନାଳ,ସଦର ବ୍ଲକ୍ ଅନ୍ତର୍ଗତ ନରଣପୁର ଗ୍ରାମର ମା’କାମନାକାଳୀ ଦଣ୍ଡପାର୍ଟି ପକ୍ଷରୁ ଆଜି ମେରୁ ପର୍ବ ମହାଆଡମ୍ବର ସହ ପାଳିତ ହୋଇଯାଇଛି । ପ୍ରତଃରୁ ମା'ଙ୍କ ମଙ୍ଗଳଆଳତି କରାଯାଇ ମାଜଣା କରାଯାଇଥିଲା। ମଧ୍ୟାହ୍ନ ସମୟରେ ହୋମ ଓ ଯଜ୍ଞ ପରେ ଝାମୁରେ ଅଗ୍ନି ସଂଯୋଗ କରାଯାଇଥିଲା। ସ୍ଥାନୀୟ ବଡଜୋରା ଠାରେ ପୂଜାର୍ଚ୍ଚନା ପରେ ବାଦ୍ୟ, ଘଂଟ ଦ୍ୱାରା ଗ୍ରାମ ପରିକ୍ରମା କରି ମାନସିକ ଦଣ୍ଡୁଆମାନେ, ପାଟ୍ଟଭକ୍ତ ଓ କାଳସୀ ଝାମୁରେ ଚାଲିଥିଲେ । ୨୧ ହାତିଆ ଝାମୁରେ ମାନସିକଧାରୀମାନେ ଚାଲିଥିଲେ । ୧୩ଦିନ ଧରି ଗ୍ରାମ ଗ୍ରାମ ବୁଲି ଦଣ୍ଡୁଆମାନେ ଧୂଳିଦଣ୍ଡ ଓ ରାତିରେ ଦଣ୍ଡ କରି ମାନସିକ ପୂରଣ କରିଥିଲେ । ଏହି ଝାମୁଯାତ୍ରା ଦେଖିବା ପାଇଁ ଆଖପାଖ ଅଂଚଳର ବହୁ ପୁରୁଷ ଓ ମହିଳାଙ୍କ ଭିଡ ଜମିଥିଲା ।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଲ ରେ ଚାଲିଥିବା ରାମାୟଣ ନାଟକ ରେ ମହିରାବଣ ବଧ ଗିତିନାଟ୍ୟ ଅଭିନିତ।1
- Post by Pitambar Sahu2
- Post by Sonepur news khulasa1
- ସସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଵ୍ଳକ କଲାପଥର ଵଜରଙ୍ଗ ଦଲ ଦ୍ଵାରା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ବିଶାଳ ବାଇକ ରେଲି ଶହ ଶହ କର୍ମୀ ଯୋଗଦେଲେ ।2
- ସୁବର୍ଣ୍ଣପୁର: ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ଏସପି ନାରାୟଣ ନାୟକ ଫାର୍ମ ହାଉସ ରୁ ଗଞ୍ଜେଇ ଜବତ କରିବା ନେଇ ରଖିଲେ ପ୍ରତିକ୍ରିୟା1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହର ଯୋର ଠେଙ୍ଗୋଡ୍ୟାମ ଠାରେ ବାବା ରାମେଶ୍ଵର ଙ୍କ ମେରୁଦଣ୍ଡ ଅନୁଷ୍ଠିତ।1