ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଥାନା ଅନ୍ତର୍ଗତ ଇନ୍ଦ୍ରପୁର କ୍ରସର ସମ୍ମୁଖରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ଯାତ୍ରୀବାହୀ ବସ୍ ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଦୁର୍ଘଟଣାରେ ବସରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ ହେଁ, ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ଟଳିଯାଇଛି। ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଅଞ୍ଚଳରୁ ବାବା ଚନ୍ଦ୍ରଶେଖର (OD-19A-A4619) ନାମକ ଏକ ଯାତ୍ରୀବାହୀ ବସରେ ପ୍ରାୟ ୩୮ ଜଣ ଯାତ୍ରୀ ନେପାଳ ଭ୍ରମଣ ସାରି ଫେରୁଥିଲେ। ସେହି ସମୟରେ ଇନ୍ଦ୍ରପୁର କ୍ରସର ନିକଟରେ ଥିବା ଏକ କ୍ରସରରୁ ବାହାରୁଥିବା ହାଇୱା (CG-10A-AS-8948) ସହ ବସଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବସରେ ଥିବା ଅଧିକାଂଶ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଖବର ପାଇ ବଣାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ଯାନକୁ ଜବତ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରିଛି। ଦ୍ରୁତ ଉଦ୍ଧାର କାର୍ଯ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଥିବା ସାଧାରଣରେ ଆଲୋଚନା ହେଉଛି।
ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଥାନା ଅନ୍ତର୍ଗତ ଇନ୍ଦ୍ରପୁର କ୍ରସର ସମ୍ମୁଖରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ଯାତ୍ରୀବାହୀ ବସ୍ ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଦୁର୍ଘଟଣାରେ ବସରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ ହେଁ, ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ଟଳିଯାଇଛି। ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଅଞ୍ଚଳରୁ ବାବା ଚନ୍ଦ୍ରଶେଖର (OD-19A-A4619)
ନାମକ ଏକ ଯାତ୍ରୀବାହୀ ବସରେ ପ୍ରାୟ ୩୮ ଜଣ ଯାତ୍ରୀ ନେପାଳ ଭ୍ରମଣ ସାରି ଫେରୁଥିଲେ। ସେହି ସମୟରେ ଇନ୍ଦ୍ରପୁର କ୍ରସର ନିକଟରେ ଥିବା ଏକ କ୍ରସରରୁ ବାହାରୁଥିବା ହାଇୱା (CG-10A-AS-8948) ସହ ବସଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବସରେ ଥିବା ଅଧିକାଂଶ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ
ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଖବର ପାଇ ବଣାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ଯାନକୁ ଜବତ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରିଛି। ଦ୍ରୁତ ଉଦ୍ଧାର କାର୍ଯ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଥିବା ସାଧାରଣରେ ଆଲୋଚନା ହେଉଛି।
- ଆଜି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଲକ୍ ଅନ୍ତର୍ଗତ କୁମୁଳାବାହାଳି ନିକଟ ତେଲ ନଦୀରେ ଏକ ମେସିନ୍ ଫସି ଯାଇଥିବା ସୂଚନା ମିଳିଛି।1
- ଝାରସୁଗୁଡା ବନଖଣ୍ଡ ପକ୍ଷରୁ ଗତକାଲି ମଙ୍ଗଳବାର, 30-06-2026 ରେ ବ୍ରଜରାଜନଗରରେ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବେଲପାହାଡ଼ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଭୋଇଙ୍କୁ 'ପ୍ରକୃତି ବନ୍ଧୁ 2026' ପୁରସ୍କାରରେ ସମ୍ମାନିତ କରାଯାଇଛି। ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଅନ୍ୟ କିଛି ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ସୁରେଶ ପୂଜାରୀ ଶ୍ରୀ ଭୋଇଙ୍କୁ ମାନପତ୍ର ଏବଂ ପ୍ରୋତ୍ସାହନ ସ୍ୱରୂପ 10,000 ଟଙ୍କାର ଏକ ଚେକ୍ ପ୍ରଦାନ କରି ସମ୍ମାନିତ କରିଥିଲେ।1
- ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଉପରେ ତୀବ୍ର ରାଜନୈତିକ ଆକ୍ରମଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, "ଅଖିଳେଶ ଜୀ, ପ୍ରଭୁ ଶ୍ରୀ ରାମଲଲାଙ୍କୁ ଦର୍ଶନ କରି ନିଅନ୍ତୁ, ସଦ୍ବୁଦ୍ଧି ଆସିବ। ଏବେ ମଥୁରା-ବୃନ୍ଦାବନର ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ମଧ୍ୟ କିଛି କରିପାରିବେ।" ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଆଗାମୀ ଦିନରେ ରାଜନୈତିକ ବୟାନବାଜି ତୀବ୍ର ହେବାର ସମ୍ଭାବନା ରହିଛି।1
- ଜାତୀୟ ନାଟ୍ୟ ବିଦ୍ୟାଳୟ (NSD)ରେ ମନୋନୀତ ହୋଇଥିବା ଝାରସୁଗୁଡ଼ାର ନାଟ୍ୟଶିଳ୍ପୀ ସୋନିଆ ବେହେରାଙ୍କୁ ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ଯେ ସୋନିଆଙ୍କର ଏହି ସଫଳତା ଯୁବ କଳାକାରମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ଅଟେ।1
- ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁଲାଇ ୧, ୨୦୨୬ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜାତୀୟ ଓ ରାଜ୍ୟ ସ୍ତରରେ ବିଭିନ୍ନ କ୍ରୀଡ଼ାରେ ପଦକ ହାସଲ କରିଥିବା କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚୱlଣ ଉତ୍ତରୀୟ ଓ ଚାରା ପ୍ରଦାନ କରି କ୍ରୀଡ଼ାବିତମାନଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ କ୍ରୀଡ଼ାବିତମାନଙ୍କ ସହ ଆଲୋଚନା କରି ସେମାନଙ୍କ ଅଭ୍ୟାସ ପ୍ରକ୍ରିୟା, ପ୍ରତିଯୋଗିତାର ଅନୁଭୂତି, ସଫଳତା ଏବଂ ସମସ୍ୟା ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ। ସେ ପ୍ରକାଶ କରିଥିଲେ ଯେ, କ୍ରୀଡ଼ାବିତମାନଙ୍କ ପ୍ରତିଭାକୁ ଆହୁରି ବିକଶିତ କରିବା ସହ ସେମାନଙ୍କୁ ଆବଶ୍ୟକ ସୁବିଧା ଓ ସହଯୋଗ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ଜିଲ୍ଲାପାଳ ଏହା ମଧ୍ୟ କହିଥିଲେ ଯେ, କ୍ରୀଡ଼ା କେବଳ ଶାରୀରିକ ଦକ୍ଷତାର ବିକାଶ କରେ ନାହିଁ, ବରଂ ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ନେତୃତ୍ୱ ଗୁଣର ବିକାଶରେ ମଧ୍ୟ ସହାୟକ ହୋଇଥାଏ। ଜିଲ୍ଲାର କ୍ରୀଡ଼ାବିତମାନେ ରାଜ୍ୟ ଓ ଜାତୀୟ ସ୍ତରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଝାରସୁଗୁଡ଼ାର ଗୌରବ ବୃଦ୍ଧି କରୁଥିବାରୁ ସେ ସେମାନଙ୍କୁ ପ୍ରଶଂସା କରିଥିଲେ ଏବଂ ଭବିଷ୍ୟତରେ ଆହୁରି ନିଷ୍ଠା ଓ ପରିଶ୍ରମ ସହ ଅଭ୍ୟାସ ଜାରି ରଖି ଉଚ୍ଚତର ସଫଳତା ହାସଲ କରିବାକୁ ଉତ୍ସାହିତ କରିଥିଲେ। କ୍ରୀଡ଼ାବିତମାନେ ମଧ୍ୟ ଏହି ସମୟରେ ସେମାନଙ୍କର ଅଭ୍ୟାସ ପ୍ରକ୍ରିୟା, ଆବଶ୍ୟକତା ଏବଂ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ସମ୍ପର୍କରେ ନିଜ ମତାମତ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଶ୍ରୀ ଚୱାଣ ସେମାନଙ୍କ ପ୍ରସ୍ତାବକୁ ଗୁରୁତ୍ୱର ସହ ବିଚାର କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଥଲେଟିକ୍ସ ଆସୋସିଏସନ (DAA) ର ସଭ୍ୟ, ସଭ୍ୟା, କ୍ରୀଡ଼ା ପ୍ରଶିକ୍ଷକ ଏବଂ ବିଭିନ୍ନ କ୍ରୀଡ଼ା ବିଭାଗର ପଦକ ବିଜେତା କ୍ରୀଡ଼ାବିତମାନେ ଉପସ୍ଥିତ ଥିଲେ।3
- ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଦୀନବନ୍ଧୁପୁର ଅଞ୍ଚଳ ହାଇସ୍କୁଲରେ ଗତକାଲି ଦୁଇ ବତ୍ସଳ ଶିକ୍ଷକଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ପ୍ରତିଭାବାନ ପ୍ରାକ୍ତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସଭାରେ ଉପସ୍ଥିତ ଥିବା ପୂର୍ବତନ ଛାତ୍ରଛାତ୍ରୀମାନେ ଭାବବିହୋଳ ହୋଇ କାନ୍ଦି ପକାଇବା ପରେ ନିଜ ନିଜର ପ୍ରତିକ୍ରିୟା ରଖିଥିଲେ। ଦୀନବନ୍ଧୁପୁର ସ୍ଥିତ ଅଞ୍ଚଳ ହାଇସ୍କୁଲର ଏହି ଦୁଇ ଶିକ୍ଷକଙ୍କ ଅବସର ସମ୍ବର୍ଦ୍ଧନା ଉତ୍ସବ ସମ୍ପୂର୍ଣ୍ଣ ଲୁହରେ ଭିଜି ଯାଇଥିଲା।1
- ଜିଓ ହୋ ବୁଲଡୋଜର ବାବା ତୁମରା ଜଲବା ଆଇବା....ଜିଓ ହୋ ବୁଲଡୋଜର ବାବା ତୁମରା ଜଲବା ଆଇବା.... ଜିଓ ହୋ ବୁଲଡୋଜର ବାବା ତୁମରା ଜଲବା ଆଇବା....ଜିଓ ହୋ ବୁଲଡୋଜର ବାବା ତୁମରା ଜଲବା ଆଇବା....ଜିଓ ହୋ ବୁଲଡୋଜର ବାବା ତୁମରା ଜଲବା ଆଇବା....1
- ଆଜି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଲକ୍ ଅନ୍ତର୍ଗତ କୁମୁଳାବାହାଳି ନିକଟ ତେଲ ନଦୀ ଉପରେ ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି।1