ସୁବଳୟା ହାଇସ୍କୁଲ ରେ ପିଏମଶ୍ରୀ ଉତ୍ସବ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପି. ଏମ. ଶ୍ରୀ ସୁବଳୟା ଉଚ୍ଚ ବିଦ୍ୟାଳୟରେ ପି. ଏମ. ଶ୍ରୀ ଉତ୍ସବ ପ୍ରଧାନ ଶିକ୍ଷକ ସ୍ଵର୍ଣ୍ଣଲତା ବେହେରାଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଏହି ଅବସରରେ ସାଂସଦ ପ୍ରତିନିଧି ନଳିନୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଦ୍ୟାଳୟର ସଫଳତା, ଶୈକ୍ଷିକ ସ୍ଥିତିକୁ ପ୍ରଂଶସା କରି ତାକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଦ୍ୟାଳୟର ପୂର୍ବତନ ଛାତ୍ର ହରପ୍ରସାଦ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ ଉତ୍ସବରେ ଛାତ୍ରୀଛାତ୍ରଙ୍କ ପ୍ରଚେଷ୍ଟାରେ ପ୍ରସ୍ତୁତ ପ୍ରକଳ୍ପ, ସୃଜନଶୀଳତାକୁ ପ୍ରଂଶସା କରିଥିଲେ। ସମ୍ମାନିତ ଅତିଥିଭାବେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ ଲୁହା, ପଞ୍ଚସଖା ଶିକ୍ଷାସେତୁ ସଭାପତି ଶିବପ୍ରସାଦ ମେହେର ମଞ୍ଚାସିନ ହୋଇ ବିଦ୍ୟାଳୟର ସାମଗ୍ରିକ ବିକାଶକୁ ପ୍ରଂଶସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆକାଂକ୍ଷା ମେଳା, ଆକାଂକ୍ଷା ଗ୍ୟାଲେରୀ, ଦୋକାନ ଯାତ୍ରା, ଆଦର୍ଶ ବ୍ୟାଙ୍କ ଶିକ୍ଷଣୀୟ ହେବା ସହିତ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଶିକ୍ଷକ ଚନ୍ଦ୍ରମଣି ବାଘ ପି ଏମ ଶ୍ରୀ ଉତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ଅରୁଣ କୁମାର ସିଂହ ଓ ପଦ୍ମନାଭ ମିଶ୍ର ସଂଯୋଜନା କରିଥବା ବେଳେ ଶିକ୍ଷୟିତ୍ରୀ ସମ୍ପା ବିଶ୍ୱାଳ ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ସଦାନନ୍ଦ ରଥ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ,ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ। ଶେଷରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

- ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନର ନେତୃତ୍ୱ ନେଇଥିବା ପ୍ରଦ୍ୟୁମ୍ନ ପାଢ଼ୀ ଆଜି ସୋନପୁର ଥାନାରୁ ଅଟକରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଛନ୍ତି।1
- ଅଦ୍ଭୁତ ପ୍ରକାର ର ଏକ ଛେଳି ଛୁଆ ଜନ୍ମ ନେଇଛି l ମୁହଁ ଟି ମାଙ୍କଡ଼ ପରି ଦେଖା ଯାଉଛି l ଏହା ଅଧା ଛେଳି ଏବଂ ଅଧା ମାଙ୍କଡ଼ ସଦୃଶ ପରି ଜନ୍ମ l1
- Post by Meena1
- सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है। #Viral #TrendingReels #InternetBuzz #FunnyVideo #MemeCulture #Reels1
- भुवनेश्वर के भरतपुर स्थित कलिंगा स्टूडियो चौक पर एक अमा बस में आग लगने की घटना हुई। तमंदो फायर स्टेशन ने तुरंत कार्रवाई करते हुए सहायक अग्निशमन दल (एसएफएफ सीआर) की सहायता से आग पर सफलतापूर्वक काबू पा लिया। अग्निशमन अभियान का नेतृत्व भुवनेश्वर के सहायक अग्निशमन अधिकारी श्री मनोरंजन राउत ने किया। इस घटना में किसी के हताहत होने या घायल होने की कोई खबर नहीं है। #amobus #bhubaneswar #Fire1
- ସମ୍ବଲପୁରରେ ଇ-ବସ୍ ସେବା ଆରମ୍ଭ1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉଦ୍ଦେଶ୍ୟରେ ବିରୋଧ ପ୍ରଦର୍ଶନ କରିଥିଲା। ଏହି ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ପ୍ରବଳ ମାଡ ହୋଇଥିଲା। ଏହାକୁ ବିରୋଧ କରି ଆଜି କୃଷକ ସଂଗଠନ ପକ୍ଷରୁ ସୋନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।1