ରାଜ୍ୟ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମିତ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ନିର୍ମାଣ ଶେଷ ହେବାର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ତାଲା ପଡ଼ି ରହିଛି। ଏପରି ପରିସ୍ଥିତିରେ ଘଟଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ଦେଶର ଭବିଷ୍ୟତ କୁହାଯାଉଥିବା କୋମଳମତି ଶିଶୁମାନଙ୍କ ଭାଗ୍ୟ କେଉଁ ଗଛ ମୂଳରେ ତ କେଉଁ ଭଙ୍ଗା ଘର ବାରଣ୍ଡାରେ ଗଢ଼ାଯାଉଛି। ସୂଚନାଯୋଗ୍ୟ, ୨୪/୨୫ ଆର୍ଥିକ ବର୍ଷରେ କେନ୍ଦୁଝରର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଘଟଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ୨୨ଟି ଆଦର୍ଶ ଅଙ୍ଗନୱାଡି ଗୃହ ନିର୍ମାଣ କରାଯାଇଛି। ପ୍ରତ୍ୟେକ ଗୃହ ନିର୍ମାଣ ପାଇଁ ପାଖାପାଖି ୨୦,୫୭,୯୦୯ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟ ଦୁଇ ବର୍ଷ ପୂର୍ବରୁ ସମ୍ପୂର୍ଣ୍ଣ ହୋଇସାରିଛି। ତେବେ କେଉଁ କାରଣରୁ ଏହି ଆଦର୍ଶ ଗୃହଗୁଡ଼ିକରେ ଶିକ୍ଷାଦାନ ନକରି ତାଲା ଝୁଲୁଛି ତାହା ଜନସାଧାରଣଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି। ଏହି ସମ୍ପର୍କରେ ଘଟଗାଁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଜୟନ୍ତୀ ମହାନ୍ତଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ। ଏହାକୁ ନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି ଯେ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଆଦର୍ଶ ଗୃହ ନିର୍ମାଣ ହୋଇଥିଲେ ମଧ୍ୟ କାହା ସ୍ୱାର୍ଥରେ କୋମଳମତି ଶିଶୁଙ୍କ ଭବିଷ୍ୟତ ଭଙ୍ଗା ଘର ବାରଣ୍ଡାରେ କିମ୍ବା ଗଛମୂଳରେ ଗଢ଼ାଯାଉଛି। ଖବର ପ୍ରସାରଣ ପରେ ପ୍ରକଳ୍ପ ଅଧିକାରିଣୀ କିଭଳି ନିଷ୍ପତ୍ତି ଗ୍ରହଣ କରୁଛନ୍ତି, ତାହା ଆଗାମୀ ସମୟରେ ଜଣାପଡ଼ିବ।

- ଆଜି ସକାଳ ସମୟରେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ୍ ଅଞ୍ଚଳରେ ଦୀର୍ଘ ସମୟ ଧରି କାଳବୈଶାଖୀ ବର୍ଷା ଲାଗିରହିବାରୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ସକାଳୁ ସକାଳୁ ପାଗରେ ପରିବର୍ତ୍ତନ ଆସି ଅନ୍ଧାରୁଆ ପରିବେଶ ସୃଷ୍ଟି ହେବା ପରେ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ପବନ ଏବଂ ଘଡଘଡ଼ି ସହ ପ୍ରବଳ ବର୍ଷା କିଛି ସମୟ ଧରି ଲଗାତାର ହେବା ଫଳରେ ସ୍ଥାନୀୟ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।2
- ଏକ ପ୍ରଦର୍ଶନରେ ବିଭିନ୍ନ ପ୍ରକାରର ପଶୁମାନଙ୍କର ଅବିକଳ ସ୍ୱରର ଅନୁକରଣ ଦେଖିବାକୁ ମିଳିଛି। ଏହି ଅଭିନୟଟି ଅତ୍ୟନ୍ତ ଭୟଙ୍କର ତଥା ପ୍ରଭାବଶାଳୀ ଥିବା ବର୍ଣ୍ଣନା କରାଯାଇଛି।1
- ବାଲି ମାଫିଆମାନେ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ସେମାନେ ଦିନ ଦୁଇ ପ୍ରହରେ ହଜାର ହଜାର ଟ୍ରିପ୍ ଖଣିଜ ସମ୍ପଦ ଲୁଟୁଛନ୍ତି। ଏତେ ସବୁ ଲୁଟ୍ ପରେ ମଧ୍ୟ ସେମାନଙ୍କର ମନ ଶାନ୍ତି ହେଉନାହିଁ, ଯେଉଁଥିପାଇଁ ବାଲି ମାଫିଆମାନେ ସରକାରଙ୍କ ଦ୍ୱାରା ଅନୁଦାନ ରାଶିରେ ନିର୍ମିତ ରାସ୍ତାଗୁଡ଼ିକୁ ନଷ୍ଟ କରିବାରେ ଲାଗିଛନ୍ତି।1
- କେନ୍ଦୁଝର ସଦର ବ୍ଲକର ମୈଦାନକେଲ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ଆଜି ଏକ ଗୋଟିକିଆ ଦନ୍ତା ହାତୀ ମୈଦାନକେଲ ସ୍କୁଲ ପରିସରରେ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ଏହି ଦନ୍ତା ହାତୀ ସ୍କୁଲର ପାଚେରୀ ଭାଙ୍ଗି ଦେଇଥିବା ବେଳେ ଏହାର ଆତଙ୍କ ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।1
- ଓଡ଼ିଶାର ଭୁବନେଶ୍ୱରରେ ଓଡ଼ିଆ ଅଭିନୟ ଜଗତରେ କାଷ୍ଟିଙ୍ଗ କାଉଚକୁ ନେଇ ଏକ ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡ଼ିଓକୁ ନେଇ ପ୍ରଶ୍ନ ଉଠିଛି ଯେ ଏହା ସତ ନା ମିଛ।1
- କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପଳାଶପଙ୍ଗାସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ବାହାରେ ଗ୍ରାହକଙ୍କ ପାଇଁ ଥିବା କାଠ ନିର୍ମିତ ବେଞ୍ଚଟି ଭଗ୍ନ ଅବସ୍ଥାରେ ପଡ଼ିରହିଛି। ବେଞ୍ଚଟିର ଦୁଇ ଗୋଡ଼ ଭାଙ୍ଗି ଯାଇଥିବାରୁ ଏହା ବ୍ୟବହାର ଯୋଗ୍ୟ ହୋଇପାରୁନାହିଁ, ଯାହାଫଳରେ ଗ୍ରାହକମାନେ ହୀନସ୍ତା ହେଉଛନ୍ତି। ବ୍ୟାଙ୍କରେ ଭିଡ଼ ଲାଗିଲେ ଗ୍ରାହକଙ୍କୁ ବସିବା ଉଠିବା ପାଇଁ ଅସୁବିଧା ସୃଷ୍ଟି ହେଉଛି। ଏଣୁ, ବ୍ୟାଙ୍କ ପକ୍ଷରୁ ଏହି ଭଙ୍ଗା ବେଞ୍ଚକୁ ବଦଳାଇ ସେହି ସ୍ଥାନରେ ଏକ ନୂଆ ବେଞ୍ଚର ବ୍ୟବସ୍ଥା କରାଗଲେ ଗ୍ରାହକମାନେ ବିଶେଷ ଉପକୃତ ହୁଅନ୍ତେ ବୋଲି ମତ ପ୍ରକାଶ ପାଇଛି।3
- ଆଜି ଅପରାହ୍ନରେ କରଞ୍ଜିଆ ସହରରେ କାଳବୈଶାଖୀର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ଲଗାଣ ବର୍ଷା ହୋଇ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଝଡ଼ ଓ ବର୍ଷା ଯୋଗୁଁ କରଞ୍ଜିଆ-ଚଢ଼େଇଭୋଳ ଏବଂ କରଞ୍ଜିଆ-ସିଙ୍ଗଡ଼ା ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା, ଯାହା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଥିଲା। ରାସ୍ତା ଉପରେ ଗଛ ପଡ଼ି ରହିଥିବାରୁ ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଥିଲା ଏବଂ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇବା ପରେ କରଞ୍ଜିଆ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ରାସ୍ତା ଉପରୁ ଗଛଗୁଡ଼ିକୁ ହଟାଇ ଦିଆଯାଇଥିଲା ଏବଂ ଯାତାୟାତ ସ୍ୱାଭାବିକ ହୋଇଥିଲା। ଅଗ୍ନିଶମ ବିଭାଗର ଏହି ତ୍ୱରିତ ଓ ତତ୍ପର ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ଉଚ୍ଚ ପ୍ରଶଂସା କରିଛନ୍ତି।4