ରଙ୍ଗୀନ ଚିତ୍ରରେ ସଚେତନତାର ବାର୍ତ୍ତା, ହେଲେ ଅବହେଳାରେ ସାର୍ବଜନୀନ ଶୌଚାଳୟ କନ୍ଧମାଳ ଜିଲ୍ଲା -୧୭/୦୯/୨୦୨୬ - ( କୃତିଦିପନ ଭୋଇ ): କେରେଡ଼ି ପଂଚାୟତ ର ଗୋଷ୍ଠୀ ଶୌଚାଳୟର ଅବସ୍ଥା ଏତେ ଖରାପ ଯେ ଗାଁ ଲୋକେ ରାସ୍ତା କଡ଼ ପଡିଆକୁ ଶୌଚାଳୟ ଭାବେ ବ୍ୟବହାର କରିବାକୁ ପସନ୍ଦ କରନ୍ତି ସିନା ଗୋଷ୍ଠୀ ଶୌଚାଳୟ କୁ ଯିବାକୁ ପସନ୍ଦ କରନ୍ତି ନାହିଁ l ଆମେ କହୁଚୁ କେରେଡ଼ି ଗୋଷ୍ଠୀ ଶୌଚାଳୟ କଥା ସାମ୍ନାରେ ରାସ୍ତା, ଚାରିପାଖରେ ସବୁଜିମା ଏବଂ ରାସ୍ତାକଡ଼ରେ ଠିଆ ହୋଇଛି ଏକ ସାର୍ବଜନୀନ ଶୌଚାଳୟ କେନ୍ଦ୍ର। କାନ୍ଥରେ ଅଙ୍କାଯାଇଥିବା ରଙ୍ଗୀନ ଚିତ୍ର ଓ ସଚେତନତା ମୂଳକ ବାର୍ତ୍ତା ଦୂରରୁ ହିଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ମହିଳା, ପୁରୁଷ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ଥିବାର ସୂଚନା କାନ୍ଥର ଚିତ୍ରରୁ ସ୍ପଷ୍ଟ ହେଉଛି। ତେବେ ଏହି ଚିତ୍ର ଯେଉଁଠି ସ୍ୱଚ୍ଛତାର ସୁନ୍ଦର ବାର୍ତ୍ତା ଦେଉଛି, ସେହିଠାରେ ଶୌଚାଳୟ ର ବର୍ତ୍ତମାନ ସ୍ଥିତି ଦେଖି ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ ଉଠୁଛି।ଫଟୋରେ ଦେଖାଯାଉଥିବା ଏହି କେନ୍ଦ୍ରର ଦ୍ୱାରଗୁଡ଼ିକ ନୀଳ ରଙ୍ଗର ହୋଇଥିବା ବେଳେ ଅନେକ ସ୍ଥାନରେ ରଙ୍ଗ ଛାଡ଼ି ଯାଇଥିବା ଦେଖାଯାଉଛି। କାନ୍ଥର ତଳଭାଗ ଓ ଛାତ ଉପରେ ମଧ୍ୟ ଦୀର୍ଘଦିନର ଅବହେଳାର ଚିହ୍ନ ପରିଲକ୍ଷିତ ହେଉଛି। ଶୌଚାଳୟ ନିକଟରେ ଘାସ ଓ ଅନାବନା ଗଛଲତା ବଢ଼ିଯାଇଥିବା ରୁ ନିୟମିତ ସଫେଇ ହେଉଛି କି ନାହିଁ, ତାହା ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ସୃଷ୍ଟି ହେଉଛି। ଭିର୍ନ୍ନକ୍ଷମ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା ଅଛି କିନ୍ତୁ ଯିବା ପାଇଁ ସୁବିଧା ନାହିଁ l ସ୍ୱଚ୍ଛ ଭାରତ ଭଳି ଅଭିଯାନ ମାଧ୍ୟମରେ ସାର୍ବଜନୀନ ସ୍ଥାନରେ ଶୌଚାଳୟ ନିର୍ମାଣ ସହ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି। ଏଭଳି ସ୍ଥାନରେ ମହିଳା, ପୁରୁଷ ଓ ଦିବ୍ୟାଙ୍ଗଙ୍କ ପାଇଁ ସୁବିଧା ରହିବା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ପଦକ୍ଷେପ। କିନ୍ତୁ କେବଳ ଶୌଚାଳୟ ନିର୍ମାଣ କରିଦେଲେ ଦାୟିତ୍ୱ ଶେଷ ହୋଇଯାଏ ନାହିଁ। ଏହାର ନିୟମିତ ସଫେଇ, ପାଣି ଯୋଗାଣ, ଆଲୋକ ବ୍ୟବସ୍ଥା ଓ ଭଙ୍ଗାରୁଜା ମରାମତି ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ।ଏହି ଚିତ୍ରଟି ମନେ ପକାଇ ଦେଉଛି କାନ୍ଥରେ ସଚେତନତାର ଚିତ୍ର ଯେତେ ସୁନ୍ଦର ହେଉନା କାହିଁକି, ତାହାର ପ୍ରକୃତ ଅର୍ଥ ସେତେବେଳେ ହିଁ ସାର୍ଥକ ହେବ, ଯେତେବେଳେ ସାର୍ବଜନୀନ ଶୌଚାଳୟ ଟି ନିୟମିତ ସଫା ଓ ବ୍ୟବହାର ଯୋଗ୍ୟ ରହିବ। ତେଣୁ ସମ୍ପୃକ୍ତ କର୍ତ୍ତୃପକ୍ଷ ଏଭଳି ସାର୍ବଜନୀନ ସୁବିଧା କେନ୍ଦ୍ରଗୁଡ଼ିକର ନିୟମିତ ତଦାରଖ କରିବା ସହ ଆବଶ୍ୟକ ମରାମତି ଓ ସଫେଇ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସର୍ବସାଧାରଣ ରେ ଚର୍ଚ୍ଚା ହେଉଛି ।

- ଆସୁଛି ଆଉ ଏକ ଲଘୁଚାପ ! ଲଘୁଚାପର ପ୍ରଭାବରେ କନ୍ଧମାଳର ସ୍ଥାନେ ସ୍ଥାନେ ବର୍ଷା । ଆସୁଛି ଆଉ ଏକ ଲଘୁଚାପ ! ଲଘୁଚାପର ପ୍ରଭାବରେ କନ୍ଧମାଳ ଜିଲ୍ଲାର ପାଣିପାଗରେ ଦେଖାଦେଇଛି ପରିବର୍ତ୍ତନ। ଫୁଲବାଣୀ ସମେତ ଜିଲ୍ଲାର ଅନେକ ସ୍ଥାନରେ ଆଜି ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ଆକାଶ ମେଘାଚ୍ଛନ୍ନ ରହିବା ସହିତ ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ହାଲୁକା ବର୍ଷା ଜାରି ରହିଛି। ଲଘୁଚାପର ପ୍ରଭାବ ଆଗାମୀ ଦିନରେ କନ୍ଧମାଳର ପାଣିପାଗ ଉପରେ କିପରି ପଡ଼ିବ, ତାହା ଉପରେ ଏବେ ନଜର ରହିଛି । ବର୍ଷା ଯୋଗୁଁ ଜିଲ୍ଲାର ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଅନୁଭୂତ ହେଉଛି । ତେବେ ପାହାଡ଼ିଆ ଅଞ୍ଚଳରେ ଯାତାୟାତ କରୁଥିବା ଲୋକେ ବର୍ଷା ସମୟରେ ସତର୍କ ରହିବା ଆବଶ୍ୟକ । ଲଘୁଚାପକୁ ନେଇ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା କଣ ରହୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।1
- ବାଉଁଶୁଣୀ ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ଡ୍ରାଇଭର ମହାସଂଘ ପକ୍ଷରୁ ୩୧ ତମ ବିଶ୍ୱକର୍ମା ପୂଜା ପାଳିତ।1
- ଘଣ୍ଟାପଡ଼ା ବଜାର ଛକରେ ମା' ମାହେଶ୍ଵରୀ ଅଟୋ,ସମଲେଶ୍ଵରୀ ଅଟୋ ଗେରେଜରେ ଦେବଶିଲ୍ପି ବିଶ୍ଵକର୍ମାଙ୍କ ଜୟନ୍ତି ପାଳିତ ହୋଇଯାଇଛି।2
- *ବରପଦରରେ ରାସ୍ତା ନାହିଁ, ଖଟିଆରେ ବୁହା ହେଉଛନ୍ତି ରୋଗୀ* ଟିକରପଡା ପଞ୍ଚାୟତର ବରପଦରରୁ ଦମଣ୍ଡା ଯାଏଁ ପକ୍କା ରାସ୍ତା ଅଭାବ, ବର୍ଷା ହେଲେ ଠପ ହୋଇଯାଏ ଯାତାୟାତ *ବରପଦରରେ ରାସ୍ତା ନାହିଁ, ଖଟିଆରେ ବୁହା ହେଉଛନ୍ତି ରୋଗୀ* ଟିକରପଡା ପଞ୍ଚାୟତର ବରପଦରରୁ ଦମଣ୍ଡା ଯାଏଁ ପକ୍କା ରାସ୍ତା ଅଭାବ, ବର୍ଷା ହେଲେ ଠପ ହୋଇଯାଏ ଯାତାୟାତ ବୌଦ୍ଧ:ବୌଦ୍ଧ ବ୍ଲକ ଟିକରପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରପଦର ଗାଁରେ ଏବେ ବି ସବୁଦିନିଆ ପକ୍କା ରାସ୍ତାଟିଏ ନାହିଁ। ରାସ୍ତା ପାଇଁ ବର୍ଷ ବର୍ଷ ଧରି ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନର କାନରେ ପଡୁନାହିଁ। ଫଳରେ ବର୍ଷର ୮ ମାସ କୌଣସି ପ୍ରକାରେ ଚଳି ଯାଉଥିବା ବେଳେ ବର୍ଷାର ୪ ମାସ ଗ୍ରାମବାସୀଙ୍କ ପାଇଁ ନର୍କ ଯନ୍ତ୍ରଣା ପାଲଟିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅ ପଚପଚ ହୋଇଯାଏ। ଗାଁରୁ ମୁଖ୍ୟ ରାସ୍ତାକୁ ଯିବାକୁ ମଝିରେ ଏକ ପାହାଡିଆ ନାଳ ବାଧକ ସାଜିଛି। ବର୍ଷା ହେଲେ ନାଳରେ ପାଣି ବଢି ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଏ। ଛାତ୍ରଛାତ୍ରୀମାନେ ସ୍କୁଲ ଯାଇ ପାରନ୍ତି ନାହିଁ, ଫଳରେ ୪ ମାସ ପାଠପଢା ବାଧାପ୍ରାପ୍ତ ହୁଏ। ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଗୁରୁତର ରୋଗୀଙ୍କୁ ଠିକ ସମୟରେ ଡାକ୍ତରଖାନା ନ ପହଞ୍ଚି ପାରି ମୃତ୍ୟୁ ବରଣ କରିବାର ନଜିର ମଧ୍ୟ ରହିଛି। ଗତ ରବିବାର ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଗାଁର ଭଗବାନ କହଁରଙ୍କ ଗୋଡ ଭାଙ୍ଗି ଯାଇ ଗୁରୁତର ହୋଇପଡିଥିଲା। ପରିବାର ଲୋକେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ ହେଁ ଆମ୍ବୁଲାନ୍ସ ଗାଁକୁ ଆସି ପାରିନଥିଲା। ଶେଷରେ ପରିବାର ଓ ଗ୍ରାମବାସୀ ମିଶି ତାଙ୍କୁ ଖଟିଆରେ ବୋହି କାଦୁଅ ଭରା ରାସ୍ତା ଓ ନାଳ ପାର ହୋଇ ପ୍ରାୟ ୨ ଘଣ୍ଟା ଚାଲି ଚାଲି ମୁଖ୍ୟ ରାସ୍ତାରେ ପହଞ୍ଚିଥିଲେ। ସେଠାରୁ ଏକ ଘରୋଇ ଗାଡି ଭଡା କରି ଡାକ୍ତରଖାନା ନେଇଥିଲେ। ଏହାର ଦୁଇ ଦିନ ପୂର୍ବରୁ ଭଗବାନଙ୍କ ସ୍ତ୍ରୀ ଅସୁସ୍ଥ ହେବାରୁ ଡାକ୍ତରଖାନା ନେଇ ନ ପାରି ତାଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବରପଦରରୁ ଦମଣ୍ଡା ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ପାଖରେ ବାରମ୍ବାର ଦାବୀ କରିଆସୁଛନ୍ତି, ହେଲେ କିଛି ସୁଫଳ ମିଳୁନାହିଁ। ରାସ୍ତା ଦାବୀରେ ୨୦୨୨ ମସିହାରେ ଦମଣ୍ଡା ୧୩ ନମ୍ବର ୱାର୍ଡ ବାସୀ ଭୋଟ ବର୍ଜନ ମଧ୍ୟ କରିଥିଲେ। ଗ୍ରାମବାସୀ କହିଛନ୍ତି, ନିର୍ବାଚନ ଆସିଲେ ନେତା ମନ୍ତ୍ରୀ ଆସି ପ୍ରତିଶ୍ରୁତି ଦିଅନ୍ତି, ନିର୍ବାଚନ ସରିଲେ ୫ ବର୍ଷ ଯାଏଁ ଦେଖା ମିଳେନାହିଁ। ଏମିତି ୧୫ଟି ନିର୍ବାଚନ ବିତିଲାଣି, ପ୍ରତିଶ୍ରୁତି ବଦଳରେ ମିଳିଛି କେବଳ ପ୍ରତାରଣା। ପୂର୍ବତନ ଜିଲ୍ଲାପାଳ ଲଳାଟେନ୍ଦୁ ମିଶ୍ର ୨୦୨୨ ମାର୍ଚ ସୁଦ୍ଧା ବୌଦ୍ଧ ଜିଲ୍ଲାର ସମସ୍ତ ଦୁର୍ଗମ ଅଞ୍ଚଳକୁ ସବୁଦିନିଆ ରାସ୍ତା ହେବ ବୋଲି ଘୋଷଣା କରିଥିଲେ। ଘୋଷଣାକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ପଞ୍ଚାୟତର ଅନେକ ଗାଁକୁ ରାସ୍ତା ନାହିଁ। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବରପଦର-ଦମଣ୍ଡା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।1
- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ର ଯୁରମୁଣ୍ଡା ଗ୍ରାମ ରେ ନୂଆଁଖାଇ ଭେଟଘାଟ କଣ୍ଟାମାଳ:-୧୭/୦୯ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ର ଯୁରମୁଣ୍ଡା ଗ୍ରାମ ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଗୋବିନ୍ଦ ମହାକୁଡ଼, ସମ୍ମାନୀୟ ଅତିଥି ଭାବରେ ଶୈଳେନ୍ଦ୍ର କୁମାର ବାରିକ,ବିଜୁ ଜନତା ଦଳର ଯୁବ ନେତା ଜଗୁରାମ ଚାନ୍ଦ,ମିଥୁନ ପ୍ରଧାନ,ବିଜେପି ଯୁବ ମୋର୍ଚ୍ଚାର ତ୍ରିଦେବ ନାୟକ, ରାଧା ଦନ୍ତା, ଶିକ୍ଷକ ଚିତ୍ରସେନ କଲତା ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦର୍ଶକ ଭରପୁର ମଜା ନେଇଥିଲେ ।3
- ବୀରମହାରାଜପୁରରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ l କଳାକାରଙ୍କ ନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ1
- ନୂଆଁଖାଇ ପାହୁର ଯାତ୍ରା1
- କନ୍ଧମାଳ ରେ ବଡ଼ ଧରଣର ଗଞ୍ଜେଇ ଜବତକନ୍ଧମାଳରେ ବସରୁ ୬୩ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ, ୩ ଜଣ ଗିରଫ । କନ୍ଧମାଳରେ ବଡ଼ ଧରଣର ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରେ ଏକ ବସ୍ରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ବସ୍ର ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ୨୦୨୪ ମସିହା ସେପ୍ଟେମ୍ବର ୧୫ ତାରିଖ ରାତି ପ୍ରାୟ ୮ଟା ୧୫ରୁ ୧୧ଟା ମଧ୍ୟରେ SH-1 ଉପରେ କେ. ନୂଆଗାଁ ବ୍ଲକ୍ ସମ୍ମୁଖରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଏକ ଧଳା ରଙ୍ଗର ବେଲୁନ୍ ବସ୍, ଯାହାର ନମ୍ବର OD-02AC-1151, ତାହାରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୩୦ ହଜାର ଟଙ୍କା ବୋଲି ଦର୍ଶାଯାଇଛି । ଏହା ସହିତ ତିନୋଟି ମୋବାଇଲ୍ ଫୋନ୍—ଗୋଟିଏ ଭିଭୋ, ଗୋଟିଏ ଓପୋ ଏବଂ ଗୋଟିଏ ସାମସଙ୍ଗ ଫୋନ୍ ସହିତ ୬ ହଜାର ୭୦୦ ଟଙ୍କା ନଗଦ ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ—ଗଞ୍ଜାମ ଜିଲ୍ଲାର ସୁଦର୍ଶନ ନାଏକ, କନ୍ଧମାଳ ଜିଲ୍ଲାର ବିନୋଦ ମଲ୍ଲିକ ଏବଂ ଗଞ୍ଜାମ ଜିଲ୍ଲାର ହାମିଦ୍ ଖାନ୍। ଏମାନଙ୍କ ମଧ୍ୟରୁ ସୁଦର୍ଶନ ନାଏକ ବସ୍ର ଡ୍ରାଇଭର, ବିନୋଦ ମଲ୍ଲିକ ହେଲପର ଏବଂ ହାମିଦ୍ ଖାନ୍ କଣ୍ଡକ୍ଟର ବୋଲି ସୂଚନା ମିଳିଛି । ଏହି ଘଟଣାରେ କେ. ନୂଆଗାଁ ଥାନାରେ ମାମଲା ନମ୍ବର ୧୩୫, ତାରିଖ ୧୫ ସେପ୍ଟେମ୍ବର ୨୦୨୪ରେ NDPS ଆଇନର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଥିବା ଦର୍ଶାଯାଇଛି । ମାମଲାର ତଦନ୍ତକାରୀ ଅଧିକାରୀ ହେଉଛନ୍ତି କେଲୁ ଚରଣ ଜେନା, IIC, କେ. ନୂଆଗାଁ ଥାନା । ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତରେ ହାଜର କରାଯାଇଛି । ଗଞ୍ଜେଇ ଚାଲାଣ ଉପରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।2