ଆଜି ସୁଭଦ୍ରା ତୃତୀୟ କିସ୍ତି ଆଜି ରାଖି ପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ତୃତୀୟ କିସ୍ତି ଟଙ୍କା। କୋରାପୁଟ ଜିଲାର ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଟମ ଦବାଇ ୧ କୋଟିରୁ ଊର୍ଦ୍ଧ୍ବ ସୁଭଦ୍ରା ଭଉଣୀଙ୍କୁ ତୃତୀୟ କିସ୍ତିର ୫ ହଜାର ଟଙ୍କା ଲେଖାଏଁ ବ୍ୟାଙ୍କ ଖାତାକୁ ପ୍ରଦାନ କରିବେ। ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କୋରାପୁଟ ଜିଲା ଗସ୍ତ ଅବସରରେ କୋଟିଆ ଗାଁକୁ ଯାଇଛନ୍ତି। କୋଟିଆର ପ୍ରତି ଘରେ ହିତାଧିକାରୀଙ୍କ ପାଖରେ କିପରି ସୁଭଦ୍ରା ଟଙ୍କା ପହଞ୍ଚିବ ସେଥିପ୍ରତି ଦୃଷ୍ଟି ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ତାଙ୍କ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ଗ୍ରାମୀଣ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆଣିଛି ସୁଭଦ୍ରା ଯୋଜନା। ଅଗଷ୍ଟ ୯ ରାଖି ପୂର୍ଣ୍ଣିମା ଅବସରରେ ଏଥିରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ଫର୍ଦ। ମହିଳାଙ୍କ ସମୃଦ୍ଧି ଜରିଆରେ ରାଜ୍ୟ ଓ ଦେଶର ଉନ୍ନତି ପାଇଁ ସଂକଳ୍ପବଦ୍ଧ ରାଜ୍ୟ ସରକାର। ଉପମୁଖ୍ୟମନ୍ତ୍ରୀ କହିଥିଲେ, ଅଗଷ୍ଟ ୯ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା ନୂତନ କରି ଆବେଦନ କରିବାକୁ ଥିବାବେଳେ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ଉପରେ ପୁଣିଥରେ ସର୍ବେକ୍ଷଣ କରାଯିବ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯେଭଳି ସୁଭଦ୍ରା ପହଞ୍ଚିବ ସେନେଇ ଯୋଜନାକୁ କ୍ରିୟାନ୍ବୟନ କରିବାକୁ ସରକାର ଲଗାତାର ଭାବେ ପ୍ରୟାସ କରୁଥିବା ସେ ପ୍ରକାଶ କରିଛନ୍ତି।

- ଜୟ ଜଗନ୍ନାଥ1
- ସରପଞ୍ଚ ଆସୁନାହିଁ ଗ୍ରାମ ପଞ୍ଚାୟତ କୁ ଜିଲ୍ଲାପାଲ ଙ୍କୁ ଅଭିଯୋଗ କଲେ ଗ୍ରାମବାସି ।1
- #ଜୀବନଛାଡିଯାଉଚେ୍ଲୋରାଣୀ 🇹🇯🌹🌹🇹🇯🌹🌹🌹🌹🇹🇯🇹🇯🇹🇯🇹🇯1
- ଗରିବ ଲୋକଙ୍କୁ କମାଲ ବଣ୍ଟନ କଲେ ଲଛମନ ମହାରାଜ I Boudh News I @ranjankumardash #boudh1
- Post by Banshidhar Bemal1
- 🎤 बहरीन के सिंगर फ्लिप्पेराची, जिनकी अलग पहचान वाली आवाज़ कभी चर्चा में रही थी, एक बार फिर सुर्खियों में लौट आए हैं। वजह बना फिल्म ‘धुरंधर’ का एक सीन, जिसमें अक्षय खन्ना की दमदार मौजूदगी के साथ उनका म्यूज़िक फिर से लोगों के बीच चर्चा का विषय बन गया। via @flipperachay #Dhurandhar #AkshayeKhanna #Flipperachi #ViralMusic #MusicComeback #IndianCinema #ViralReels #TrendingMusic #InstagramTrends #MovieBuzz1
- Post by Dharmu Oram1
- MLA ଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: କଣ କହିଲେ ସମାଜସେବୀ ଅବକାଶ ସାହୁ I @boudhnews #NewsUpdate1