ଅନ୍ନଦାତାଙ୍କ ଗୌରବ ପାଇଁ ନୂଆ ଅଧ୍ୟାୟ—ସାନଜରିଆରେ କୃଷକ ମନ୍ଦିର । କେନ୍ଦ୍ରାପଡା:ମଣିଷ ଯେଉଁଦିନ ଚାଷ ଶିଖିଲା ସେହିଦିନ ଏକ ନିର୍ଦିଷ୍ଟ ଜାଗାରେ ବାସ କଲା। ଚାଷ ବାସ ରୁ ଆରମ୍ଭ ହେଲା ମାନବ ସଭ୍ୟତା ର ଇତିହାସ । ଖାଦ୍ୟ ସଂଗ୍ରହକାରି ମଣିଷ ଖାଦ୍ୟ ଉତ୍ପାଦନକାରି ରେ ପରିଣତ ହେଲା । ଯାଯାବର ଜୀବନରୁ ମଣିଷ ଏକ ସଭ୍ୟ ସଂସ୍କୃତି ସମ୍ପନ୍ନ ଜୀବନ କୁ ପ୍ରବେଶ କଲା । ଜଳ ର ଆବଶ୍ୟକତା କୁ ଅନୁଭବ କରି ପୃଥିବୀର ସମସ୍ତ ସଭ୍ୟତା ନଦୀକୂଳରେ ହିଁ ଗଢିଉଠିଥିଲା। ସେ ଭାରତର ପ୍ରାଚୀନ ସିନ୍ଧୁ ସଭ୍ୟତା ହେଉ କି ଚୀନ ର ହୋ୍ୟାଙ୍ଗ ସଭ୍ୟତା ଅବା ମିଶର ର ନୀଳନଦୀ ସଭ୍ୟତା ହେଉ...। ସଭ୍ୟତା ର ଆରମ୍ଭକାଳରୁ ଆଜିପର୍ଯ୍ୟନ୍ତ ମାନବ ସଭ୍ୟତା ର ଅନ୍ନଦାତା ହେଉଛନ୍ତି କୃଷକ ଭାଇ ଓ ଭଉଣୀ ମାନେ l କୃଷି ଓ ପଶୁପାଳନ ସହ ମାନବ ଜାତିର ସଭ୍ୟତା ଆଗକୁ ବଢ଼ି ଆଜି ଶିଳ୍ପସଭ୍ୟତା ଯୁଗରେ ପହଞ୍ଚିଛି। କୃଷି ଓ କୃଷକର ଗୁରୁତ୍ୱ ସବୁ ଯୁଗରେ ଓ ସବୁ ସମୟରେ ରହିଛି। ଆଧୁନିକତା ପ୍ରଭାବରେ ଶିଳ୍ପ ସଭ୍ୟତା ଯୁଗରେ କୃଷି ର ଗୁରୁତ୍ୱ କମିନାହିଁ ବରଂ ବହୁ ପରିମାଣ ରେ ବଢିଛି। କୃଷି ଆଉ କୃଷକ ଙ୍କ ସଂମ୍ମାନର୍ଥେ ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥିରେ, କେନ୍ଦ୍ରାପଡ଼ା ଜିଲ୍ଲା ର ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନସ୍ଥ ସାନ ଜରିଆ ଗ୍ରାମ ଠାରେ ପ୍ରଥମ କରି ଏକ କୃଷକ ମନ୍ଦିର ର ଭୂମିପୂଜନ ହୋଇଯାଇଛି। ଅକ୍ଷୟ ତୁତୀୟା ପରି ପବିତ୍ର ପରମ୍ପରା ପ୍ରତି ଓଡ଼ିଆ ପରିବାର ରେ ରହିଛି କିନ୍ତୁ ମାଟି ର ପୂଜକ କୁ ପୂଜା କରିବା ର ପରମ୍ପରା ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଥମ ଥର ଆରମ୍ଭ ହୋଇଛି l ସମାଜ କୁ ଦାନା ଯୋଗାଉଥିବା କୃଷକ ଙ୍କ ସ୍ମୁତି ରେ ଏକ ଭବ୍ୟ "କୃଷକ ମନ୍ଦିର" ର ଶୁଭାରମ୍ଭ ପବିତ୍ର ଅକ୍ଷୟ ତୃତୀୟା ରେ ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି l ଏହି ମନ୍ଦିର କୁ ସଫଳ ରୂପାୟନ ପାଇଁ ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ, ବୋଧ ଗାଁ, ବଡ଼ଜରିଆ, ଗଙ୍ଗାରାମପୁର, ଅରଡ଼ପଲ୍ଲୀ ଓ ଅନ୍ୟ ପାଖ ପଞ୍ଚାୟତ ର ବହୁ ଚାଷୀ ଉପସ୍ଥିତ ରହି ଶ୍ରୀଫଳ ଭୋଗ କରିଥିଲେ l ଟ୍ରଷ୍ଟ ର ପୂଜକ ପବିତ୍ର ମୋହନ ଷଢଙ୍ଗୀ ଙ୍କ ଦ୍ୱାରା ହୋମ କାର୍ଯ୍ୟ ସମ୍ପାଦନ ହୋଇଥିଲା l ଏହି ସୁଦୀର୍ଘ "କୃଷକ ମନ୍ଦିର" ର ପରିକଳ୍ପନା ଓଡିଶା ରେ ପ୍ରଥମ ବୋଲି ଟ୍ରଷ୍ଟ ର ସଂସ୍କୃତି ବିଭାଗୀୟ ଅଧିକାରୀ ସଂଜୀବ ତରାଇ ସୂଚନା ଦେଇଛନ୍ତି l ଆଜି ର କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ମୁଖପାତ୍ର ପ୍ରମୋଦ ନାୟକ, ଶିକ୍ଷାବିତ ବିଜୟ ଜେନା, ସ୍ତମ୍ଭକାର ଖିରୋଦ କର, କୃଷକ ମନ୍ଦିର ର ପରିଚାଳନା ଅଧିକାରୀ ସୁରେନ୍ଦ୍ର ପରିଡା, ଶାନ୍ତନୁ ମଲ୍ଲିକ, ଅଜୟ ସେଠୀ, ସଂଗ୍ରାମ ଦାସ, ମଳୟ ବାରିକ, ସୁନାକର ବେହେରା, ହରେକୃଷ୍ଣ ବାରିକ, ଯୁଧିଷ୍ଠିର ବାରିକ, ଦାଶରଥି ଦାସ, ଅଶୋକ ବେହେରା, କାଳନ୍ଦୀ ମଲ୍ଲିକ, ପ୍ରତାପ ନାୟକ ଓ ତପନ କୁମାର ନାଥ ପ୍ରମୁଖ ରହି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ l

- ମା ମାଳ ସାତଭଉଣୀ ପୀଠ ଚାରୀଗାଁ ଜୟ କୃଷ୍ଟପୁର ଠାରେ ଶ୍ରୀ ଶ୍ରୀ ସଦଗୁରୁ ଶିରିଡିସାଇ ମହାରାଜ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ,ଏହି ଅବସରରେ ଜିଲ୍ଲାର କୋଣ ଅନୁକୋଣ ରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ, କାହିଁ କେଇଁ ଅନାଦି କାଳରୁ ଚାରୀଗାଁ ଜୟ କୃଷ୍ଟପୁର ଠାରେ ମା ମାଳ ସାତଭଉଣୀ ବିରାଜମାନ ଅଛନ୍ତି,ମା'ଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ସଦଗୁରୁ ଶିରିଡିସାଇ ମହାରାଜ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅତି ଆଡମ୍ବରରେ ପାଳିତ ହୋଇଯାଇଛି,ବିଶ୍ୱାସରେ ଡାକିଲେ ମା ମାଳ ସାତଭଉଣୀ ଜବାବ ଦେଇଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ,ବହୁ ଲୋକ ମା ନିକଟକୁ ଆସି ବହୁ ଦୁରାରୋଗରୁ ମଧ୍ୟ ଭଲ ହୋଇଛନ୍ତି,ମା ଙ୍କ ନିକଟରେ ଯିଏ ଯାହା ମାନସିକ କରିଥାଏ ତାହା ପୂରଣ ହେବା ମାତ୍ରେ ସିଏ ମାନସିକ ବାଣ ଫୁଟାଇବାର ଵିଧି ମଧ୍ୟ ରହିଛି,1
- କଟକ ଜିଲ୍ଲା ପରମହଂସ ପ୍ରସିଦ୍ଧ ଶବ୍ୟାପୀଠ ଜାହା ପରାମହଂସ ପଞ୍ଚାୟତ ର ପୁର୍ବତନ ଶିବମନ୍ଦିର ଗତକାଲି ରାତିରେ ଘଡ଼ଘଡ଼ି ପଡି ମନ୍ଦିରର ଉପରଭାଗ ଫାଟିଗଲା1
- Post by ବିଂଝାରପୁର ଖବର ଉପର ନଜର1
- Post by Jitubehera Mo Adhikar news1
- Post by ମନୋଜ କୁମାର ପୁଣ୍ଟିଆ1
- Post by KSHIROD CHANDRA PANDA1
- Post by Gagan Bhoi1
- Post by ନିଷ୍ଠୁର ଦୁନିଆ Live1