logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜନନେତା ସୁଶାନ୍ତ ସିଂହଙ୍କୁ ଶେଷ ବିଦାୟ, ଜନ ସମୁଦ୍ର ପାଲଟିଲା ସୋହେଲା.ଜନସାଧାରଣଙ୍କ ଆଖିରେ ଲୁହ, ୭ କି.ମି. ବ୍ୟାପୀ ଶୋକ ଶୋଭାଯାତ୍ରା. ସାମିଲ ହେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି ଜନନେତା ସୁଶାନ୍ତ ସିଂହଙ୍କୁ ଶେଷ ବିଦାୟ, ଜନ ସମୁଦ୍ର ପାଲଟିଲା ସୋହେଲା.ଜନସାଧାରଣଙ୍କ ଆଖିରେ ଲୁହ, ୭ କି.ମି. ବ୍ୟାପୀ ଶୋକ ଶୋଭାଯାତ୍ରା. ସାମିଲ ହେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି ବରଗଡ଼/ସୋହେଲା: ଓଡ଼ିଶାର ବିଶିଷ୍ଟ ଲୋକ ପ୍ରିୟ ନେତା, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଭଟଲିର ତିନିଥର ବିଧାୟକ ସ୍ୱର୍ଗତ ସୁଶାନ୍ତ ସିଂହଙ୍କୁ ଆଜି ହଜାର ହଜାର ଜନସାଧାରଣଙ୍କ ଉପସ୍ଥିତିରେ ଅଶ୍ରୁଳ ବିଦାୟ ଜଣାଇଥିଲେ । ସୋହେଲାରୁ ତାଙ୍କ ପୈତୃକ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ବ୍ୟାପୀ ବିଶାଳ ଜନ ସମୁଦ୍ର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସମ୍ପୂର୍ଣ୍ଣ ଶୋକଯାତ୍ରା, ଶ୍ରଦ୍ଧାଞ୍ଜଳି ଓ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ପ୍ରାୟ ୮ ଘଣ୍ଟା ଧରି ଚାଲିଥିଲା। ଏହି ଶୋକଯାତ୍ରାରେ ବହୁ ସଂଖ୍ୟକ ବିଧାୟକ, ପୂର୍ବତନ ମନ୍ତ୍ରୀ, ସାଂସଦ ବିଧାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ବିଭିନ୍ନ ଜନପ୍ରତିନିଧି, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଯୁବବର୍ଗ, କୃଷକ, ଶ୍ରମିକ, ମହିଳା ଏବଂ ସମସ୍ତ ବର୍ଗର ଜନସାଧାରଣ ଯୋଗଦେଇ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ଦେହାନ୍ତ କେବଳ ତାଙ୍କ ପରିବାର କିମ୍ବା ଏକ ରାଜନୈତିକ ଦଳର କ୍ଷତି ନୁହେଁ, ବରଂ ସମଗ୍ର ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ସେ ଜଣେ ସାହସୀ, ନିର୍ଭୀକ, ଜନମୁଖୀ ଏବଂ ଗରିବ ଲୋକଙ୍କ ସତ୍ୟ ସଂରକ୍ଷକ ଥିଲେ। ସେ କହିଛନ୍ତି, ଶ୍ରମ ମନ୍ତ୍ରୀ ଭାବେ ଶ୍ରମିକ କଲ୍ୟାଣ କ୍ଷେତ୍ରରେ ତାଙ୍କର ଐତିହାସିକ ସଂସ୍କାର, ଶକ୍ତି ମନ୍ତ୍ରୀ ଭାବେ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ, କୃଷି, ସେଚନ, ଡିପ୍ ବୋରୱେଲ୍, ଗ୍ରାମୀଣ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ, ସେତୁ ଏବଂ ଓଡ଼ିଶାର ସଂସ୍କୃତିର ବିକାଶରେ ତାଙ୍କର ଅବଦାନ ସଦା ସ୍ମରଣୀୟ ହୋଇ ରହିବ। ନିରଞ୍ଜନ ବିଶି କହିଛନ୍ତି ଯେ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ନିର୍ଭୀକ ନେତୃତ୍ୱ, ଲୋକସେବା ପ୍ରତି ଅଟୁଟ ସମର୍ପଣ ଏବଂ ଦରିଦ୍ର ତଥା ଅବହେଳିତ ବର୍ଗଙ୍କ ପ୍ରତି ତାଙ୍କର ଅସୀମ ସହାନୁଭୂତି ସଦା ପ୍ରେରଣାର ଉତ୍ସ ହୋଇ ରହିବ। ସେ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ସ୍ୱର୍ଗତ ଆତ୍ମାଙ୍କ ସଦ୍‌ଗତି କାମନା କରିଛନ୍ତି।

2 hrs ago
user_Santosh Nayak PRESS
Santosh Nayak PRESS
Local News Reporter Balangir, Odisha•
2 hrs ago
25b7952a-bf9a-45e4-bb36-73ee26d30b50

ଜନନେତା ସୁଶାନ୍ତ ସିଂହଙ୍କୁ ଶେଷ ବିଦାୟ, ଜନ ସମୁଦ୍ର ପାଲଟିଲା ସୋହେଲା.ଜନସାଧାରଣଙ୍କ ଆଖିରେ ଲୁହ, ୭ କି.ମି. ବ୍ୟାପୀ ଶୋକ ଶୋଭାଯାତ୍ରା. ସାମିଲ ହେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି ଜନନେତା ସୁଶାନ୍ତ ସିଂହଙ୍କୁ ଶେଷ ବିଦାୟ, ଜନ ସମୁଦ୍ର ପାଲଟିଲା ସୋହେଲା.ଜନସାଧାରଣଙ୍କ ଆଖିରେ ଲୁହ, ୭ କି.ମି. ବ୍ୟାପୀ ଶୋକ ଶୋଭାଯାତ୍ରା. ସାମିଲ ହେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି ବରଗଡ଼/ସୋହେଲା: ଓଡ଼ିଶାର ବିଶିଷ୍ଟ ଲୋକ ପ୍ରିୟ ନେତା, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଭଟଲିର ତିନିଥର ବିଧାୟକ ସ୍ୱର୍ଗତ ସୁଶାନ୍ତ ସିଂହଙ୍କୁ ଆଜି ହଜାର ହଜାର ଜନସାଧାରଣଙ୍କ ଉପସ୍ଥିତିରେ ଅଶ୍ରୁଳ ବିଦାୟ ଜଣାଇଥିଲେ । ସୋହେଲାରୁ ତାଙ୍କ ପୈତୃକ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ବ୍ୟାପୀ ବିଶାଳ ଜନ ସମୁଦ୍ର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସମ୍ପୂର୍ଣ୍ଣ ଶୋକଯାତ୍ରା, ଶ୍ରଦ୍ଧାଞ୍ଜଳି ଓ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ପ୍ରାୟ ୮ ଘଣ୍ଟା ଧରି ଚାଲିଥିଲା। ଏହି ଶୋକଯାତ୍ରାରେ ବହୁ ସଂଖ୍ୟକ ବିଧାୟକ, ପୂର୍ବତନ ମନ୍ତ୍ରୀ, ସାଂସଦ ବିଧାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ବିଭିନ୍ନ ଜନପ୍ରତିନିଧି, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଯୁବବର୍ଗ, କୃଷକ, ଶ୍ରମିକ, ମହିଳା ଏବଂ ସମସ୍ତ ବର୍ଗର ଜନସାଧାରଣ ଯୋଗଦେଇ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ଦେହାନ୍ତ କେବଳ ତାଙ୍କ ପରିବାର କିମ୍ବା ଏକ ରାଜନୈତିକ ଦଳର କ୍ଷତି ନୁହେଁ, ବରଂ ସମଗ୍ର ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ସେ ଜଣେ ସାହସୀ, ନିର୍ଭୀକ, ଜନମୁଖୀ ଏବଂ ଗରିବ ଲୋକଙ୍କ ସତ୍ୟ ସଂରକ୍ଷକ ଥିଲେ। ସେ କହିଛନ୍ତି, ଶ୍ରମ ମନ୍ତ୍ରୀ ଭାବେ ଶ୍ରମିକ କଲ୍ୟାଣ କ୍ଷେତ୍ରରେ ତାଙ୍କର ଐତିହାସିକ ସଂସ୍କାର, ଶକ୍ତି ମନ୍ତ୍ରୀ ଭାବେ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ, କୃଷି, ସେଚନ, ଡିପ୍ ବୋରୱେଲ୍, ଗ୍ରାମୀଣ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ, ସେତୁ ଏବଂ ଓଡ଼ିଶାର ସଂସ୍କୃତିର ବିକାଶରେ ତାଙ୍କର ଅବଦାନ ସଦା ସ୍ମରଣୀୟ ହୋଇ ରହିବ। ନିରଞ୍ଜନ ବିଶି କହିଛନ୍ତି ଯେ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ନିର୍ଭୀକ ନେତୃତ୍ୱ, ଲୋକସେବା ପ୍ରତି ଅଟୁଟ ସମର୍ପଣ ଏବଂ ଦରିଦ୍ର ତଥା ଅବହେଳିତ ବର୍ଗଙ୍କ ପ୍ରତି ତାଙ୍କର ଅସୀମ ସହାନୁଭୂତି ସଦା ପ୍ରେରଣାର ଉତ୍ସ ହୋଇ ରହିବ। ସେ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ସ୍ୱର୍ଗତ ଆତ୍ମାଙ୍କ ସଦ୍‌ଗତି କାମନା କରିଛନ୍ତି।

More news from ଓଡ଼ିଶା and nearby areas
  • ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତି ରେ ପରିବାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ଜୟପୁର ଗ୍ରାମ ର ନନ୍ଦିନୀ କର୍ଣ୍ଣାଙ୍କ ଘର ଲଗାଣ ବର୍ଷା ଭାଙ୍ଗିଯାଇଛି।ଘର ପ୍ରଶାସନ ପାଖରେ ଗୁହାରି କରିଛନ୍ତି।ଘର ପାଇଁ
    1
    ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତି ରେ ପରିବାର 
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ଜୟପୁର ଗ୍ରାମ ର ନନ୍ଦିନୀ କର୍ଣ୍ଣାଙ୍କ ଘର ଲଗାଣ ବର୍ଷା ଭାଙ୍ଗିଯାଇଛି।ଘର ପ୍ରଶାସନ ପାଖରେ ଗୁହାରି କରିଛନ୍ତି।ଘର ପାଇଁ
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    11 hrs ago
  • ଭାରତୀୟତାର ଝଲକ ପିଲା ହାତ ଯୋଡ଼ି କ୍ଷମା ମାଗିଲେ ଅଭିଭାବକ କ୍ଷମା କଲେ ପ୍ରଧାନମନ୍ତ୍ରୀଙ୍କୁ ଗାଳି ଗଲେ, ଏବେ ହାତ ଯୋଡ଼ି କ୍ଷମା ମାଗିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ଷମା କରିଦେବା ଅପିଲ୍ ଭିଡିଓ ପରେ ହାତ ଯୋଡ଼ି କ୍ଷମା ମାଗିଲେ ନାବାଳିକା। ଜନ୍ତରମନ୍ତରରେ ସିଜେପିର ବିକ୍ଷୋଭ ବେଳେ ଅପଶବ୍ଦ କହିଥିବା ଛାତ୍ରୀ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ମୁଁ ମାତ୍ର ୧୫ ବର୍ଷର ଝିଅ, ଭୁଲରେ ସବୁ କିଛି କହିଛି ବୋଲି ସେ ହାତ ଯୋଡ଼ି, କାନ ଧରି କହିଛନ୍ତି। ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସଂପୃକ୍ତ ଛାତ୍ରୀ ଜଣକ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦିବଙ୍ଗତ ମାଆଙ୍କ ସମ୍ପର୍କରେ ଅତି ଅଶୋଭନୀୟ, ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ।
    1
    ଭାରତୀୟତାର ଝଲକ
ପିଲା ହାତ ଯୋଡ଼ି କ୍ଷମା ମାଗିଲେ
ଅଭିଭାବକ କ୍ଷମା କଲେ
ପ୍ରଧାନମନ୍ତ୍ରୀଙ୍କୁ ଗାଳି ଗଲେ, ଏବେ ହାତ ଯୋଡ଼ି କ୍ଷମା ମାଗିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ଷମା କରିଦେବା ଅପିଲ୍ ଭିଡିଓ ପରେ ହାତ ଯୋଡ଼ି କ୍ଷମା ମାଗିଲେ ନାବାଳିକା। ଜନ୍ତରମନ୍ତରରେ ସିଜେପିର ବିକ୍ଷୋଭ ବେଳେ ଅପଶବ୍ଦ କହିଥିବା ଛାତ୍ରୀ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ମୁଁ ମାତ୍ର ୧୫ ବର୍ଷର ଝିଅ, ଭୁଲରେ ସବୁ କିଛି କହିଛି ବୋଲି ସେ ହାତ ଯୋଡ଼ି, କାନ ଧରି କହିଛନ୍ତି। ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସଂପୃକ୍ତ ଛାତ୍ରୀ ଜଣକ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦିବଙ୍ଗତ ମାଆଙ୍କ ସମ୍ପର୍କରେ ଅତି ଅଶୋଭନୀୟ, ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • ବରପାହାଡ଼ ଖୋଲ ଚେକ ଡେମ ନିର୍ମାଣ ରେ ହୋଇଥିବା ନିମ୍ନମାନର କାମ କୁ ନେଇ ବନଖଣ୍ଡ ଅଧିକାର କଣ କହୁଛନ୍ତି ଶୁଣନ୍ତୁ #rishitv #checkdam #ranger #forestdeparment #subarnapur #sonepur #cmoodisha #village #menda #highlight #trendingpost ସୁବର୍ଣପୁର ଜ଼ିଲ୍ଲା ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ ବ୍ରହମଣୀପାଲି ରାଜପାଲି ର ବରପାହାଡ଼ ଖୋଲ ରେ ହୋଇଛି ନିମ୍ନମାନର ଚେକ ଡେମ କାମ...
    1
    ବରପାହାଡ଼ ଖୋଲ  ଚେକ ଡେମ ନିର୍ମାଣ  ରେ ହୋଇଥିବା ନିମ୍ନମାନର 
କାମ କୁ ନେଇ ବନଖଣ୍ଡ ଅଧିକାର କଣ କହୁଛନ୍ତି ଶୁଣନ୍ତୁ 
#rishitv #checkdam #ranger #forestdeparment 
#subarnapur #sonepur #cmoodisha #village 
#menda #highlight #trendingpost 
 ସୁବର୍ଣପୁର ଜ଼ିଲ୍ଲା  ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ 
ବ୍ରହମଣୀପାଲି  ରାଜପାଲି ର ବରପାହାଡ଼ ଖୋଲ ରେ ହୋଇଛି ନିମ୍ନମାନର ଚେକ ଡେମ କାମ...
    user_Ranjan hota
    Ranjan hota
    Sonepur, Odisha•
    8 hrs ago
  • କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସମ୍ବଲପୁରୀ ଦିନ ର ଜଣାଇଲେ ଶୁଭେଚ୍ଛା
    1
    କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସମ୍ବଲପୁରୀ ଦିନ ର ଜଣାଇଲେ ଶୁଭେଚ୍ଛା
    user_HULESWAR HANS YADAV
    HULESWAR HANS YADAV
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    7 hrs ago
  • ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହରିଭବନ ଠାରେ ଆଜି ସର୍ଗୀୟ ଡାକ୍ତର ନେକିରାମ ଅଗ୍ରଓ୍ବାଲ ଙ୍କ ସ୍ମୃତିରେ ପ୍ରେସ କ୍ଲବ ଓ ମାରଓ୍ବାଡ଼ି ଯୁବା ମଞ୍ଚ ବିକାଶ ଶାଖା, କଣ୍ଟାବାଞ୍ଜି ଏବଂ ଏସ୍.ସି.ଡି. ଚକ୍ଷୁ ଚିକିତ୍ସାଳୟ ଙ୍କ ସହଯୋଗରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।
    1
    ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହରିଭବନ ଠାରେ ଆଜି ସର୍ଗୀୟ ଡାକ୍ତର ନେକିରାମ ଅଗ୍ରଓ୍ବାଲ ଙ୍କ ସ୍ମୃତିରେ  ପ୍ରେସ କ୍ଲବ ଓ ମାରଓ୍ବାଡ଼ି ଯୁବା ମଞ୍ଚ ବିକାଶ ଶାଖା, କଣ୍ଟାବାଞ୍ଜି ଏବଂ ଏସ୍.ସି.ଡି. ଚକ୍ଷୁ ଚିକିତ୍ସାଳୟ ଙ୍କ ସହଯୋଗରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।
    user_କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    13 hrs ago
  • ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଜୟନ୍ତୀ କୁ ନେଇ ପାଳନ ହେଉଥିବା ସମ୍ବଲପୁରୀ ଦିନ ପାଳନ ପାଇଁ ବୀରମହାରାଜପୁର ରେ କଣ ରହିଛି ପ୍ରସ୍ତୁତି ସେନେଇ ମତରଖୁଛନ୍ତୁ ସାଂସ୍କୃତିକ ସଙ୍ଗଠକ କିଶୋର ହୋତା
    1
    ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଜୟନ୍ତୀ କୁ ନେଇ ପାଳନ ହେଉଥିବା ସମ୍ବଲପୁରୀ ଦିନ ପାଳନ ପାଇଁ ବୀରମହାରାଜପୁର ରେ କଣ ରହିଛି ପ୍ରସ୍ତୁତି ସେନେଇ ମତରଖୁଛନ୍ତୁ ସାଂସ୍କୃତିକ ସଙ୍ଗଠକ କିଶୋର ହୋତା
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    14 hrs ago
  • ଜାତୀୟ ରାଜପଥ ୫୭ ଅବରୋଧ କଲେ ପଟାଭାଡିବାସୀ ସୁବର୍ଣ୍ଣପୁର ଜିଲ୍ଲା ର ଏ ଘଟଣା
    1
    ଜାତୀୟ ରାଜପଥ ୫୭ ଅବରୋଧ କଲେ ପଟାଭାଡିବାସୀ ସୁବର୍ଣ୍ଣପୁର ଜିଲ୍ଲା ର ଏ ଘଟଣା
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    11 hrs ago
  • କପିଳାଭଟା ରେ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
    1
    କପିଳାଭଟା ରେ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
    user_HULESWAR HANS YADAV
    HULESWAR HANS YADAV
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • *ଖବର ଆଜିର, ୧ ଅଗଷ୍ଟ ଶନିବାର* ================ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ରାଜ୍ୟରେ କମ୍‌ ବର୍ଷା ହେବ। କୌଣସି ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ନାହିଁ। ହୀରାକୁଦରେ ଆଉ ୮ଟି ଗେଟ୍ ଖୋଲାଯିବା ପରେ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଆସନ୍ତା ୩ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସଫ୍‌ଟୱେର ବିଭ୍ରାଟରୁ ବୟସ୍କ ଓ ଭିନ୍ନକ୍ଷମଙ୍କ ଭତ୍ତା ମାସ ମାସ ଧରି ଅଟକିଥିଲା। ଏବେ ଜୁଲାଇ ମାସର ଚାଉଳ ଅଟକିଗଲା। ଗାଡି ଚାଳକ ସାବଧାନ, ଆଜିଠୁ କଟିବ ଏଆଇ ଇ-ଚାଲାଣ। ପ୍ରଥମେ ମଙ୍ଗୁଳି-ସମ୍ବଲପୁର-ରାଉରକେଲା, ବ୍ରହ୍ମପୁର-ତପ୍ତପାଣି-ଭଞ୍ଜନଗର ରାସ୍ତା। ବନ୍ୟା ପାଇଁ ବଢ଼ିଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ଅବଧି, ଅଗଷ୍ଟ ୧୪ ଯାଏଁ ମିଳିବ ସୁଯୋଗ। ବ୍ରହ୍ମପୁର ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ତନାଘନା ଚାଲିଛି। ତିନି ମାସ ବନ୍ଦ ପରେ ଭିତରକନିକା ଜାତୀୟ ଉଦ୍ୟାନ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲୁଛି। ପୁରୀରେ ବନ୍ୟା ସ୍ଥିତି ଗମ୍ଭୀର। ବିପଦ ସଙ୍କେତ ଉପରେ ଦୟା‌, ଦେବୀ, ଭାର୍ଗବୀ ନଦୀ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍‌ ଓ ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି। ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ରେ ପାଣି ରଖିବାକୁ ନିର୍ଦ୍ଦେଶ। ଜଳଭଣ୍ଡାର ପରିସରରେ ୧୬୩ ଧାରା। ବନ୍ୟାଜଳରେ ବୁଡ଼ିଲା ଭଦ୍ରକ-ଆରଡି ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ ହେଲା। ସୁରେଶ ପୂଜାରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ମାଝୀ ବିମାନରେ ବନ୍ୟା ପ୍ରଭାବିତ ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝରକୁ ଆକାଶରୁ ଦେଖିବେ। କଟକ ସହରର ନଦୀଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସର୍ବ ସାଧାରଣଙ୍କ ପ୍ରବେଶ ନିଷିଦ୍ଧ। ଝାରସୁଗୁଡା ଧୁତରା ରେଳଫାଟକରେ ଟ୍ରେଲର ବ୍ରେକଡାଉନ୍, ଘଣ୍ଟାଏ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ। ରାଉରକେଲା ରେଳ ଷ୍ଟେସନରେ ଘୋଷଣାକୁ ନେଇ କାଉଡ଼ିଆଙ୍କ ହଙ୍ଗାମା, ଦେଢ଼ ଘଣ୍ଟା ପରେ ସମାଧାନ। ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଗ୍ୟାରେଜ୍‌ ଛକରେ ପାନ ଦୋକାନୀଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଛି। ରାୟଗଡାରେ ବ୍ୟାଗରେ ମହିଳାଙ୍କ ମୃତଦେହ ଘଟଣାରେ ଅଭିଯୁକ୍ତକୁ ବିଶାଖାପାଟଣାରୁ ଗିରଫ କଲା ପୁଲିସ। ନବରଙ୍ଗପୁରରେ କୋଟିଏ ଟଙ୍କାରେ ତିନିଟା ଗୋଶାଳା। କିନ୍ତୁ କାମରେ ଆସୁନି, ରାସ୍ତାରେ ଭର୍ତ୍ତି ଗାଈଗୋରୁ। ମୟୁରଭଞ୍ଜ ବେତନଟୀ ଲ୍ୟାମ୍ପ୍‌ ରେ ୪୧ଲକ୍ଷ ଟଙ୍କାର ଘୋଟାଲା, ପୂର୍ବ ପରିଚାଳନା ନିର୍ଦ୍ଦେଶକ ଗିରଫ। ଭୁବନେଶ୍ୱର କୁଆଖାଇ ବ୍ରିଜ୍‌ରୁ ଜଣେ ମହିଳା ନଦୀକୁ ଡେଇଁ ପଡ଼ି ନିଖୋଜ ହୋଇ ଯାଇଛନ୍ତି। ରାୟଗଡା ବିଷମକଟକ ସରକାରୀ ବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ। ୩ ଆହତ, ୨ ଜଣଙ୍କ ମୁଣ୍ଡ ଫାଟିଲା। 🇳🇪 ଲୋକସଭାରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍‌ ପାରିତ ହେଲା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିିଧି ଯୋଜନା ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି। ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି, ଗୁଜରାଟରେ ୧୩ ଜିଲ୍ଲାରେ ରେଡ ଆଲର୍ଟ। ବିଜେପି ନେତାଙ୍କ ଝିଅ ଯଶସ୍ୱିନୀ ରାଜେ ସିଂହ ଶିକ୍ଷା ମାମଲାରେ ସରକାରଙ୍କୁ ସମାଲୋଚନା କଲେ, ଶିକ୍ଷା ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିଯୁକ୍ତିକୁ ‘ହାସ୍ୟାସ୍ପଦ’ ବୋଲି କହିଲେ। ଦିଲ୍ଲୀରେ ଆଇବି ଅଫିସର୍‌ ଅଙ୍କିତ ଶର୍ମା ହତ୍ୟା ମାମଲାରେ ଆପ୍‌ କର୍ପୋରେଟର ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ। ପାକିସ୍ତାନ କୋଇଲା ଖଣିରେ ବିସ୍ଫୋରଣ। ୩୫ ଶ୍ରମିକଙ୍କ ମୃତ୍ୟୁ, ଫସିଛନ୍ତି ୧୦ ଜଣ। 🚴🏾‍♂️⚽🏏 ‘ହକି ଇଣ୍ଡିଆ’ ସଭାପତି ଦିଲୀପ ତିର୍କି କହିଛନ୍ତି ଯେ ଜର୍ସିର ରଙ୍ଗ ଗେରୁଆ କରିବା ନିଷ୍ପତ୍ତି ତାଙ୍କ ଜ୍ଞାତସାରରେ ହୋଇନାହିଁ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡୋରେ ଅସ୍ମିତା ଓ ହର୍ଷ ସିଂହ ପାଇଲେ ସ୍ବର୍ଣ୍ଣ, ଯାମିନୀ ମୌର୍ଯ୍ୟ ପାଇଲେ ରୌପ୍ୟ। ଜାଭେଲିନରେ ନୀରଜ ଚୋପ୍ରା ରୌପ୍ୟ, ୟଶବୀର ସିଂହ କାଂସ୍ୟ। ଡିସ୍‌କସ୍‌ ଥ୍ରୋରେ ଭାରତର ସୀମା କାଲିରାମନା ଜିତିଲେ କାଂସ୍ୟ, ଭାରୋତ୍ତୋଳନରେ ରୌପ୍ୟ ଜିତିଲେ ଲଭ୍‌ପ୍ରୀତ୍‌। ଭାରତୀୟ ବାଳକ ଦଳ ଲଗାତାର ଦ୍ବିତୀୟ ଥର ଲାଗି ବିଶ୍ବ ସ୍କ୍ବାସ୍‌ କନିଷ୍ଠ ପ୍ରତିଯୋଗିତାରେ କାଂସ୍ୟ ପଦକ ପାଇଲେ। ଗତବର୍ଷ ଏଇ ସମୟରେ ସ୍କୁଲ ବ୍ୟାଗ୍‌ ହାଲୁକା ହେବ, କହିଥିଲେ ସରକାର। ୨୦୧୯ ର ସରକାରୀ ‌ନିର୍ଦ୍ଦେଶ ପାଳିବାର ଥିଲା। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ୬୫୦୦ କୋଟି ନିବେଶ ହେବାର ଥିଲା। ପୁରୀ ଶରଧାବାଲି ଦଳଚକଟା ଘଟଣାର ତଦନ୍ତ ରିପୋର୍ଟ ଦେଇଥିଲେ ଉନ୍ନୟନ କମିଶନର। ଆଇଏଏସ ଧିମାନ ଚକମା ଜେଲରୁ ବାହାରିଥିଲେ। ଲାଞ୍ଚ ଖାଇବା ଅଭିଯୋଗରେ ଗିରଫ ହୋଇଥିଲେ। ମୋଦିଙ୍କ ୭୫ତମ ଜନ୍ମ ଦିନ ଉପଲକ୍ଷେ ଓଡ଼ିଶାରେ ସରକାର ୭୫ ଲକ୍ଷ ଗଛ ଲଗାଇଥିଲେ। ================ *ଆଜି ସମ୍ବଲପୁରୀ ଦିବସ* ଆଜି ଫୁସଫୁସ କ୍ୟାନସର ଦିବସ ଆଜି www ଦିବସ ଆଜି ଜନ୍ମଦିନ: ମୀନା କୁମାରୀ, ତାପସୀ ପାନ୍ନୁ ଇତିହାସରେ ଆଜି: (୨୦୦୦) ଇରାନରେ ମହିଳା ଇମାମ ପ୍ରଥା ଆରମ୍ଭ, (୧୯୨୦) ବ୍ରିଟିଶ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ================= ବନ୍ଦେ ଉତ୍କଳ ଜନନୀ
    1
    *ଖବର ଆଜିର, ୧ ଅଗଷ୍ଟ ଶନିବାର*
================

ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ରାଜ୍ୟରେ କମ୍‌ ବର୍ଷା ହେବ। କୌଣସି ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ନାହିଁ।

ହୀରାକୁଦରେ ଆଉ ୮ଟି ଗେଟ୍ ଖୋଲାଯିବା ପରେ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି।

ଆସନ୍ତା ୩ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। 

ସଫ୍‌ଟୱେର ବିଭ୍ରାଟରୁ ବୟସ୍କ ଓ ଭିନ୍ନକ୍ଷମଙ୍କ ଭତ୍ତା ମାସ ମାସ ଧରି ଅଟକିଥିଲା। ଏବେ ଜୁଲାଇ ମାସର ଚାଉଳ ଅଟକିଗଲା।

ଗାଡି ଚାଳକ ସାବଧାନ, ଆଜିଠୁ କଟିବ ଏଆଇ ଇ-ଚାଲାଣ। ପ୍ରଥମେ ମଙ୍ଗୁଳି-ସମ୍ବଲପୁର-ରାଉରକେଲା, ବ୍ରହ୍ମପୁର-ତପ୍ତପାଣି-ଭଞ୍ଜନଗର ରାସ୍ତା।

ବନ୍ୟା ପାଇଁ ବଢ଼ିଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ଅବଧି, ଅଗଷ୍ଟ ୧୪ ଯାଏଁ ମିଳିବ ସୁଯୋଗ।

ବ୍ରହ୍ମପୁର ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ତନାଘନା ଚାଲିଛି।

ତିନି ମାସ ବନ୍ଦ ପରେ ଭିତରକନିକା ଜାତୀୟ ଉଦ୍ୟାନ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲୁଛି।

ପୁରୀରେ ବନ୍ୟା ସ୍ଥିତି ଗମ୍ଭୀର। ବିପଦ ସଙ୍କେତ ଉପରେ ଦୟା‌, ଦେବୀ, ଭାର୍ଗବୀ ନଦୀ।

ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍‌ ଓ ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି।

ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ରେ ପାଣି ରଖିବାକୁ ନିର୍ଦ୍ଦେଶ। ଜଳଭଣ୍ଡାର ପରିସରରେ ୧୬୩ ଧାରା।

ବନ୍ୟାଜଳରେ ବୁଡ଼ିଲା ଭଦ୍ରକ-ଆରଡି ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ ହେଲା।

ସୁରେଶ ପୂଜାରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ମାଝୀ ବିମାନରେ ବନ୍ୟା ପ୍ରଭାବିତ ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝରକୁ ଆକାଶରୁ ଦେଖିବେ।

କଟକ ସହରର ନଦୀଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସର୍ବ ସାଧାରଣଙ୍କ ପ୍ରବେଶ ନିଷିଦ୍ଧ।

ଝାରସୁଗୁଡା ଧୁତରା ରେଳଫାଟକରେ ଟ୍ରେଲର ବ୍ରେକଡାଉନ୍, ଘଣ୍ଟାଏ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ।

ରାଉରକେଲା ରେଳ ଷ୍ଟେସନରେ ଘୋଷଣାକୁ ନେଇ କାଉଡ଼ିଆଙ୍କ ହଙ୍ଗାମା, ଦେଢ଼ ଘଣ୍ଟା ପରେ ସମାଧାନ।

ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଗ୍ୟାରେଜ୍‌ ଛକରେ ପାନ ଦୋକାନୀଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଛି।

ରାୟଗଡାରେ ବ୍ୟାଗରେ ମହିଳାଙ୍କ ମୃତଦେହ ଘଟଣାରେ ଅଭିଯୁକ୍ତକୁ ବିଶାଖାପାଟଣାରୁ ଗିରଫ କଲା ପୁଲିସ।

ନବରଙ୍ଗପୁରରେ କୋଟିଏ ଟଙ୍କାରେ ତିନିଟା ଗୋଶାଳା। କିନ୍ତୁ କାମରେ ଆସୁନି, ରାସ୍ତାରେ ଭର୍ତ୍ତି ଗାଈଗୋରୁ।

ମୟୁରଭଞ୍ଜ ବେତନଟୀ ଲ୍ୟାମ୍ପ୍‌ ରେ ୪୧ଲକ୍ଷ ଟଙ୍କାର ଘୋଟାଲା, ପୂର୍ବ ପରିଚାଳନା ନିର୍ଦ୍ଦେଶକ ଗିରଫ।

ଭୁବନେଶ୍ୱର କୁଆଖାଇ ବ୍ରିଜ୍‌ରୁ ଜଣେ ମହିଳା ନଦୀକୁ ଡେଇଁ ପଡ଼ି ନିଖୋଜ ହୋଇ ଯାଇଛନ୍ତି।

ରାୟଗଡା ବିଷମକଟକ ସରକାରୀ ବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ। ୩ ଆହତ, ୨ ଜଣଙ୍କ ମୁଣ୍ଡ ଫାଟିଲା।

🇳🇪
ଲୋକସଭାରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍‌ ପାରିତ ହେଲା।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିିଧି ଯୋଜନା ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି।

ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି, ଗୁଜରାଟରେ ୧୩ ଜିଲ୍ଲାରେ ରେଡ ଆଲର୍ଟ।

ବିଜେପି ନେତାଙ୍କ ଝିଅ ଯଶସ୍ୱିନୀ ରାଜେ ସିଂହ ଶିକ୍ଷା ମାମଲାରେ ସରକାରଙ୍କୁ ସମାଲୋଚନା କଲେ, ଶିକ୍ଷା ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିଯୁକ୍ତିକୁ ‘ହାସ୍ୟାସ୍ପଦ’ ବୋଲି କହିଲେ।

ଦିଲ୍ଲୀରେ ଆଇବି ଅଫିସର୍‌ ଅଙ୍କିତ ଶର୍ମା ହତ୍ୟା ମାମଲାରେ ଆପ୍‌ କର୍ପୋରେଟର ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ।

ପାକିସ୍ତାନ କୋଇଲା ଖଣିରେ ବିସ୍ଫୋରଣ। ୩୫ ଶ୍ରମିକଙ୍କ ମୃତ୍ୟୁ, ଫସିଛନ୍ତି ୧୦ ଜଣ।

🚴🏾‍♂️⚽🏏
‘ହକି ଇଣ୍ଡିଆ’ ସଭାପତି ଦିଲୀପ ତିର୍କି କହିଛନ୍ତି ଯେ ଜର୍ସିର ରଙ୍ଗ ଗେରୁଆ କରିବା ନିଷ୍ପତ୍ତି ତାଙ୍କ ଜ୍ଞାତସାରରେ ହୋଇନାହିଁ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡୋରେ ଅସ୍ମିତା ଓ ହର୍ଷ ସିଂହ ପାଇଲେ ସ୍ବର୍ଣ୍ଣ, ଯାମିନୀ ମୌର୍ଯ୍ୟ ପାଇଲେ ରୌପ୍ୟ। ଜାଭେଲିନରେ ନୀରଜ ଚୋପ୍ରା ରୌପ୍ୟ, ୟଶବୀର ସିଂହ କାଂସ୍ୟ। ଡିସ୍‌କସ୍‌ ଥ୍ରୋରେ ଭାରତର ସୀମା କାଲିରାମନା ଜିତିଲେ କାଂସ୍ୟ, ଭାରୋତ୍ତୋଳନରେ ରୌପ୍ୟ ଜିତିଲେ ଲଭ୍‌ପ୍ରୀତ୍‌।

ଭାରତୀୟ ବାଳକ ଦଳ ଲଗାତାର ଦ୍ବିତୀୟ ଥର ଲାଗି ବିଶ୍ବ ସ୍କ୍ବାସ୍‌ କନିଷ୍ଠ ପ୍ରତିଯୋଗିତାରେ କାଂସ୍ୟ ପଦକ ପାଇଲେ।

ଗତବର୍ଷ ଏଇ ସମୟରେ

ସ୍କୁଲ ବ୍ୟାଗ୍‌ ହାଲୁକା ହେବ, କହିଥିଲେ ସରକାର। ୨୦୧୯ ର ସରକାରୀ ‌ନିର୍ଦ୍ଦେଶ ପାଳିବାର ଥିଲା।

ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ୬୫୦୦ କୋଟି ନିବେଶ ହେବାର ଥିଲା।

ପୁରୀ ଶରଧାବାଲି ଦଳଚକଟା ଘଟଣାର ତଦନ୍ତ ରିପୋର୍ଟ ଦେଇଥିଲେ ଉନ୍ନୟନ କମିଶନର।

ଆଇଏଏସ ଧିମାନ ଚକମା ଜେଲରୁ ବାହାରିଥିଲେ। ଲାଞ୍ଚ ଖାଇବା ଅଭିଯୋଗରେ ଗିରଫ ହୋଇଥିଲେ।

ମୋଦିଙ୍କ ୭୫ତମ ଜନ୍ମ ଦିନ ଉପଲକ୍ଷେ ଓଡ଼ିଶାରେ ସରକାର ୭୫ ଲକ୍ଷ ଗଛ ଲଗାଇଥିଲେ।
================
*ଆଜି ସମ୍ବଲପୁରୀ ଦିବସ*

ଆଜି ଫୁସଫୁସ କ୍ୟାନସର ଦିବସ
ଆଜି www ଦିବସ

ଆଜି ଜନ୍ମଦିନ: ମୀନା କୁମାରୀ, ତାପସୀ ପାନ୍ନୁ

ଇତିହାସରେ ଆଜି: (୨୦୦୦) ଇରାନରେ ମହିଳା ଇମାମ ପ୍ରଥା ଆରମ୍ଭ, (୧୯୨୦) ବ୍ରିଟିଶ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ଆରମ୍ଭ
=================
ବନ୍ଦେ ଉତ୍କଳ ଜନନୀ
    user_Binod pandey
    Binod pandey
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.