logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଲଗାଣ ବର୍ଷାରେ ଭାଙ୍ଗିଲା ଯଏଁତରା–କର୍ଲା ରାସ୍ତା: ପ୍ରଶାସନିକ ଅବହେଳାକୁ ନେଇ ଜନସନ୍ତୋଷ, ତୁରନ୍ତ ମରାମତି ଦାବି । ବଲାଙ୍ଗୀର,୧।୮: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ଅନ୍ତର୍ଗତ ଯଏଁତରା–କର୍ଲା ରାସ୍ତାର ବାଞ୍ଜିପଦର ଗ୍ରାମ ନିକଟରେ ଗତ ୨ ଦିନ ତଳେ ହୋଇଥିବା ଲଗାଣ ବର୍ଷା ଓ ଲଘୁଚାପ ଜନିତ ବନ୍ୟା ଜଳର ସ୍ରୋତରେ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି। ପ୍ରାୟ ୨୦ ଫୁଟରୁ ଊର୍ଦ୍ଧ୍ୱ ରାସ୍ତା ଭୁଶୁଡ଼ି ପଡ଼ିବା ଫଳରେ ଏହି ପ୍ରମୁଖ ମାର୍ଗରେ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏହି ରାସ୍ତା ଉପରେ ଆଖପାଖ ଅଞ୍ଚଳର ହଜାର ହଜାର ଜନସାଧାରଣ ନିର୍ଭର କରୁଥିବା ବେଳେ, ବର୍ତ୍ତମାନ ଯୋଗାଯୋଗ ବିଚ୍ଛିନ୍ନ ହେବା କାରଣରୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜରୁରୀକାଳୀନ ସେବା, ଚିକିତ୍ସା, ଶିକ୍ଷା ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସଂଗ୍ରହ ପାଇଁ ଲୋକଙ୍କୁ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରିବାକୁ ପଡ଼ୁଛି। ଦୁଃଖ ଓ ପରିତାପର ବିଷୟ ଯେ, ଗତ ଦୁଇ ଦିନ ହେବ ଏତେ ବଡ଼ ଅସୁବିଧା ଏବଂ କ୍ଷତି ଘଟିଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ। ରାସ୍ତା ମରାମତି ପାଇଁ ପ୍ରଶାସନିକ ସ୍ତରରେ କୌଣସି ପ୍ରାରମ୍ଭିକ ପଦକ୍ଷେପ ନିଆଯାଇ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ କୌଣସି ବଡ଼ ଧରଣର ଦୁର୍ଘଟଣା କିମ୍ବା ଜନଧନ ହାନିକୁ ଅପେକ୍ଷା କରିଛି କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଅଞ୍ଚଳବାସୀଙ୍କ ଜୀବନ ଓ ସୁରକ୍ଷାକୁ ଆଉ ଅବହେଳା ନକରି, ସମ୍ପୃକ୍ତ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରନ୍ତୁ ଏବଂ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରନ୍ତୁ ବୋଲି ସ୍ଥାନୀୟ ଜନସାଧାରଣ ଦୃଢ଼ ଦାବି କରିଛନ୍ତି।

1 hr ago
user_Taranisen Meher
Taranisen Meher
Archive ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
1 hr ago
7e859857-de9b-40ad-9f96-91df25e95e3a

More news from ଓଡ଼ିଶା and nearby areas
  • ଜାତୀୟ_ରାଜପଥ_୫୭_ବ୍ଲକ୍_ଛକରୁ_ପଟାଭାଡି_ଅବରୋଧ ପହଂଚିଲେ ଜିଲ୍ଲାପାଳ
    1
    ଜାତୀୟ_ରାଜପଥ_୫୭_ବ୍ଲକ୍_ଛକରୁ_ପଟାଭାଡି_ଅବରୋଧ ପହଂଚିଲେ ଜିଲ୍ଲାପାଳ
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    7 hrs ago
  • ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି
    1
    ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ବରପାହାଡ଼ ଖୋଲ ଚେକ ଡେମ ନିର୍ମାଣ ରେ ହୋଇଥିବା ନିମ୍ନମାନର କାମ କୁ ନେଇ ବନଖଣ୍ଡ ଅଧିକାର କଣ କହୁଛନ୍ତି ଶୁଣନ୍ତୁ #rishitv #checkdam #ranger #forestdeparment #subarnapur #sonepur #cmoodisha #village #menda #highlight #trendingpost ସୁବର୍ଣପୁର ଜ଼ିଲ୍ଲା ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ ବ୍ରହମଣୀପାଲି ରାଜପାଲି ର ବରପାହାଡ଼ ଖୋଲ ରେ ହୋଇଛି ନିମ୍ନମାନର ଚେକ ଡେମ କାମ...
    1
    ବରପାହାଡ଼ ଖୋଲ  ଚେକ ଡେମ ନିର୍ମାଣ  ରେ ହୋଇଥିବା ନିମ୍ନମାନର 
କାମ କୁ ନେଇ ବନଖଣ୍ଡ ଅଧିକାର କଣ କହୁଛନ୍ତି ଶୁଣନ୍ତୁ 
#rishitv #checkdam #ranger #forestdeparment 
#subarnapur #sonepur #cmoodisha #village 
#menda #highlight #trendingpost 
 ସୁବର୍ଣପୁର ଜ଼ିଲ୍ଲା  ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ 
ବ୍ରହମଣୀପାଲି  ରାଜପାଲି ର ବରପାହାଡ଼ ଖୋଲ ରେ ହୋଇଛି ନିମ୍ନମାନର ଚେକ ଡେମ କାମ...
    user_Ranjan hota
    Ranjan hota
    Sonepur, Odisha•
    3 hrs ago
  • ସେବାଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜିତ୍ ମହାନ୍ତି ଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଜଣାଇଲେ ମୋହନଗିରି ଅଞ୍ଚଳବାସୀ। ଶ୍ରୀ ମହାନ୍ତି କେବଳ ଶିକ୍ଷକ ନଥିଲେ,ସେ ଅଞ୍ଚଳର ପ୍ରତ୍ୟେକ ଟି କାର୍ଯ୍ୟକ୍ରମ ରେ ଜଡ଼ିତ ହୋଇ ଅଞ୍ଚଳର ବିକାଶ ଦିଗରେ ଆଗେଇ ଆସୁଥିଲେ।ତେଣୁ ତାଙ୍କରି ଚାକିରି ସମୟର ଅବସର ବେଳେ ଅଞ୍ଚଳ ବାସୀ ଭାବ ବିହ୍ବଳ ହୋଇ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି।
    1
    ସେବାଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜିତ୍ ମହାନ୍ତି ଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଜଣାଇଲେ ମୋହନଗିରି ଅଞ୍ଚଳବାସୀ।
ଶ୍ରୀ ମହାନ୍ତି କେବଳ ଶିକ୍ଷକ ନଥିଲେ,ସେ ଅଞ୍ଚଳର ପ୍ରତ୍ୟେକ ଟି କାର୍ଯ୍ୟକ୍ରମ ରେ ଜଡ଼ିତ ହୋଇ ଅଞ୍ଚଳର ବିକାଶ ଦିଗରେ ଆଗେଇ ଆସୁଥିଲେ।ତେଣୁ ତାଙ୍କରି ଚାକିରି ସମୟର ଅବସର ବେଳେ ଅଞ୍ଚଳ ବାସୀ ଭାବ ବିହ୍ବଳ ହୋଇ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି।
    user_Subrat Kumar sahu
    Subrat Kumar sahu
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    1 hr ago
  • Post by Nilakantha Kumar
    1
    Post by Nilakantha Kumar
    user_Nilakantha Kumar
    Nilakantha Kumar
    Gochhapada, Kandhamal•
    13 hrs ago
  • 🌹🌹🌹🌹🌹🌹🌹🌹🌹
    1
    🌹🌹🌹🌹🌹🌹🌹🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    14 hrs ago
  • କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସମ୍ବଲପୁରୀ ଦିନ ର ଜଣାଇଲେ ଶୁଭେଚ୍ଛା
    1
    କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସମ୍ବଲପୁରୀ ଦିନ ର ଜଣାଇଲେ ଶୁଭେଚ୍ଛା
    user_HULESWAR HANS YADAV
    HULESWAR HANS YADAV
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    2 hrs ago
  • ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତି ରେ ପରିବାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ଜୟପୁର ଗ୍ରାମ ର ନନ୍ଦିନୀ କର୍ଣ୍ଣାଙ୍କ ଘର ଲଗାଣ ବର୍ଷା ଭାଙ୍ଗିଯାଇଛି।ଘର ପ୍ରଶାସନ ପାଖରେ ଗୁହାରି କରିଛନ୍ତି।ଘର ପାଇଁ
    1
    ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତି ରେ ପରିବାର 
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ଜୟପୁର ଗ୍ରାମ ର ନନ୍ଦିନୀ କର୍ଣ୍ଣାଙ୍କ ଘର ଲଗାଣ ବର୍ଷା ଭାଙ୍ଗିଯାଇଛି।ଘର ପ୍ରଶାସନ ପାଖରେ ଗୁହାରି କରିଛନ୍ତି।ଘର ପାଇଁ
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.