ତାଳଚେର ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଯାପିତ ତାଳଚେର(୨୧/୧୧/୨୦୨୪):-ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୪ ଉଦ୍ଯାପିତ ହୋଇଯାଇଛି । ଗତ ନଭେମ୍ବର ୧୯ ରିଖ ଠାରୁ ଆରମ୍ଭ ହୋଇଥିବା ଏହି ମେଳା ୨୧ ତାରିଖ ଗୁରୁବାର ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ତାଳଚେର ଉପ-ଜିଲ୍ଲାପାଳ ସମୀର କୁମାର ଜେନା (ଆଇଏଏସ୍) ଯୋଗଦେଇ ଥିଲେ । ତାଳଚେର କୃଷି ଜିଲ୍ଲା ଅଧିକାରୀ ଦିଲ୍ଲୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତା କରିବା ସହ ମେଳାର ଆଭିମୁଖ୍ୟ ଏବଂ ପ୍ରାସଙ୍ଗିକତା ଉପରେ ଆଲୋଚନା କରି ସମସ୍ତଙ୍କର ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ନିର୍ବାହୀ ଯନ୍ତ୍ରୀ (କୃଷି) ଢେଙ୍କାନାଳ ପ୍ରଦ୍ୟୁତ୍ କୁମାର ପଟ୍ଟନାୟକ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ସରୋଜ କୁମାର ସାହୁ, ସହକାରୀ କୃଷି ନିର୍ବାହୀ ଅଧିକାରୀ ବ୍ରଜବନ୍ଧୁ ସ୍ୱାଇଁ, ପ୍ରମୋଦ କୁମାର ଦାସ ପ୍ରମୁଖ ମଂଚାସୀନ ଥିଲେ । ଏହି ମେଳାରେ ୩୬ଟି କୃଷି ଯନ୍ତ୍ରପାତି ପ୍ରଦର୍ଶନ ଷ୍ଟଲ ସହିତ ବିଭାଗୀୟ ପ୍ରଦର୍ଶନ ଷ୍ଟଲ୍ ଗୁଡିକ ଚାଷୀଙ୍କ ମଧ୍ୟରେ ବେଶ୍ ଆଦୃତ ଲାଭ କରିପାରିଥିଲା । ଏହି ମେଳାକୁ ତାଳଚେର ଉପଖଣ୍ଡ କୃଷି ବିଭାଗ ଅଧିକାରୀ ଓ କର୍ମଚାରୀ ଏବଂ ବ୍ଲକ କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ସାହୁ, ସହକାରୀ କୃଷି ଅଧିକାରୀ ଅବିନାଶ ନାହାକ, କୃଷି ଅଧିଦର୍ଶକ ସୁନିଲ୍ କୁମାର ଶତପଥି, ଆଶୋକ କୁମାର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଏହି ମେଳାରେ ବହୁ ଚାଷୀ ଯୋଗଦେଇ ସରକାରଙ୍କ ଦ୍ୱାରା ସବ୍ସିଡି ଜରିଆରେ କୃଷି ଯନ୍ତ୍ରପାତି କ୍ରୟ କରି ଲାଭ ଉଠାଇଥିଲେ ।

- Post by Bimala lochan majhi1
- tikarpada satakosia police Sabha4
- Post by Sangeetha Vndana1
- odisha.collaboration1 Please support 🥺🙏1
- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଆଖୁଆପାଳ ପଞ୍ଚାୟତ ଠାରେ ଦଦରା ଘଟି ଜଳପ୍ରକଳ୍ପ1
- ଅନୁଗୁଳ ର ନୂଆ ରାଜା କେମିତି ରେଡ୍ଡୀ ହୁଏ ଦେଖ | DJ S.M AUDIO GRAND OPENING DJ SETUP 2024 |AT_ MAIDHARPUR1
- ଅନୁଗୁଳ ରେ ଜିଲ୍ଲା ସ୍ତରୀୟ ସମବାୟ ମହୋତ୍ସବ ଅନୁଷ୍ଠିତ ।1