ନୂଆପଡ଼ାରେ କୃଷି ଓ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ l ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା ନୂଆପଡ଼ା- ୦୯/୦୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ କୃଷି ଓ ଉଦ୍ୟାନ କୃଷି କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ରବି ଋତୁ ୨୦୨୫-୨୬ ପାଇଁ ଫସଲ ଖସଡ଼ା, ସାର ବଣ୍ଟନ ଏବଂ ବିଭିନ୍ନ ପ୍ରୋତ୍ସାହନ ବିତରଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ଏହାସହିତ ରବି ଋତୁ ପାଇଁ ଡାଲି ଚାଷରେ ଆତ୍ମନିର୍ଭରତା ମିଶନ, ଶ୍ରୀ ଅନ୍ନ ଅଭିଯାନ ଏବଂ ଚାଷୀ ରେଜିଷ୍ଟ୍ରି ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ଅଧିକାରୀମାନଙ୍କୁ ଚାଷୀମାନେ ବିଭିନ୍ନ ଯୋଜନାର ସୁଫଳ ଏବଂ ସର୍ବାଧିକ ସୁବିଧା ପାଇବା ପାଇଁ ସମନ୍ୱୟର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ, କୋମନା ବ୍ଲକ ନଉଗାଁ ଗ୍ରାମର ସଫଳ ଯୁବା ଚାଷୀ ତୁଳାରାମ ଭୋଇଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ। ୨୯ ବର୍ଷୀୟ ତୁଳାରାମ ଭୋଇ ସମନ୍ୱିତ ଚାଷ ପ୍ରୋତ୍ସାହନ ସ୍ପେସିଆଲ ପ୍ରୋଗ୍ରାମରୁ କିଭଳି ସୁବିଧା ପାଇଲେ ଏବଂ ବର୍ତ୍ତମାନ ଚାଷରୁ ବର୍ଷକୁ ୫ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି ତାହା ବର୍ଣ୍ଣନା କରିଥିଲେ।ଏହି ଅବସରରେ ଜିଲ୍ଲା ସ୍ତରୀୟ ହରଡ଼ ଅଧିଗ୍ରହଣ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହାସହିତ ଜିଲ୍ଲାପାଳ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନା ଯଥା ଉଦ୍ୟାନ କୃଷି ଅଭିବୃଦ୍ଧି ପାଇଁ ସମନ୍ୱିତ ମିଶନ, ପ୍ରତି ବୁନ୍ଦାରୁ ଅଧିକ ଉତ୍ପାଦନ, ଖାଇବା ତେଲ ର ଜାତୀୟ କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ l ଏହି ଅବସରରେ ପାଞ୍ଚଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରା ଯାଇଥିଲା। ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ବିଭାଗୀୟ ବିବରଣୀ ଉପସ୍ଥାପନ କରିଥିଲେ। ବୈଠକରେ ସାଂସଦ ଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ବିଧାୟକ ନୂଆପଡା ଙ୍କ ପ୍ରତିନିଧି ରାମଲାଲ ହଂସ ତଥା କୃଷି ଓ ଉଦ୍ୟାନ କୃଷି ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ସମନ୍ଵିତ କୃଷି ମାଧ୍ୟମରେ କୃଷକର ଉନ୍ନତି ,ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପଳାୟନ ରୋକିବା, ବେକାରୀ ସମସ୍ୟା ର ସମାଧାନ ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ l
ନୂଆପଡ଼ାରେ କୃଷି ଓ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ l ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା ନୂଆପଡ଼ା- ୦୯/୦୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ କୃଷି ଓ ଉଦ୍ୟାନ କୃଷି କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ରବି ଋତୁ ୨୦୨୫-୨୬ ପାଇଁ ଫସଲ ଖସଡ଼ା, ସାର ବଣ୍ଟନ ଏବଂ ବିଭିନ୍ନ ପ୍ରୋତ୍ସାହନ ବିତରଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ଏହାସହିତ ରବି ଋତୁ ପାଇଁ ଡାଲି ଚାଷରେ ଆତ୍ମନିର୍ଭରତା ମିଶନ, ଶ୍ରୀ ଅନ୍ନ ଅଭିଯାନ ଏବଂ ଚାଷୀ ରେଜିଷ୍ଟ୍ରି ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ଅଧିକାରୀମାନଙ୍କୁ ଚାଷୀମାନେ ବିଭିନ୍ନ ଯୋଜନାର ସୁଫଳ ଏବଂ ସର୍ବାଧିକ ସୁବିଧା ପାଇବା ପାଇଁ ସମନ୍ୱୟର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ, କୋମନା ବ୍ଲକ ନଉଗାଁ ଗ୍ରାମର ସଫଳ ଯୁବା ଚାଷୀ ତୁଳାରାମ ଭୋଇଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ। ୨୯ ବର୍ଷୀୟ ତୁଳାରାମ ଭୋଇ ସମନ୍ୱିତ ଚାଷ ପ୍ରୋତ୍ସାହନ
ସ୍ପେସିଆଲ ପ୍ରୋଗ୍ରାମରୁ କିଭଳି ସୁବିଧା ପାଇଲେ ଏବଂ ବର୍ତ୍ତମାନ ଚାଷରୁ ବର୍ଷକୁ ୫ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି ତାହା ବର୍ଣ୍ଣନା କରିଥିଲେ।ଏହି ଅବସରରେ ଜିଲ୍ଲା ସ୍ତରୀୟ ହରଡ଼ ଅଧିଗ୍ରହଣ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହାସହିତ ଜିଲ୍ଲାପାଳ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନା ଯଥା ଉଦ୍ୟାନ କୃଷି ଅଭିବୃଦ୍ଧି ପାଇଁ ସମନ୍ୱିତ ମିଶନ, ପ୍ରତି ବୁନ୍ଦାରୁ ଅଧିକ ଉତ୍ପାଦନ, ଖାଇବା ତେଲ ର ଜାତୀୟ କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ l ଏହି ଅବସରରେ ପାଞ୍ଚଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରା ଯାଇଥିଲା। ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ବିଭାଗୀୟ ବିବରଣୀ ଉପସ୍ଥାପନ କରିଥିଲେ। ବୈଠକରେ ସାଂସଦ ଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ବିଧାୟକ ନୂଆପଡା ଙ୍କ ପ୍ରତିନିଧି ରାମଲାଲ ହଂସ ତଥା କୃଷି ଓ ଉଦ୍ୟାନ କୃଷି ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ସମନ୍ଵିତ କୃଷି ମାଧ୍ୟମରେ କୃଷକର ଉନ୍ନତି ,ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପଳାୟନ ରୋକିବା, ବେକାରୀ ସମସ୍ୟା ର ସମାଧାନ ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ l
- ସିନାପାଲିରେ ୧୦ ଦାଦନ ଶ୍ରମିକ ଉଦ୍ଧାର ସହ ଆର୍ଟିକା ଗାଡି ଜବତ, ସର୍ଦ୍ଦାର କୋର୍ଟଚାଲାଣ I1
- ଜୋଙ୍କ ପୋଲିସ ଖରିଆର ରୋଡ ଦ୍ବାରା ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ। ଆଠ କେଜି ଗଞ୍ଜେଇ ଓ ଦୁଇ ମୋବାଇଲ ଜବତ। ଏନ୍ ଡି ପି ଏସ ଆକ୍ଟ ରେ କେସ ରୁଜୁ କରି ଅଭିଯୁକ୍ତ ଦ୍ବୟ ଙ୍କୁ କୋର୍ଟ ଚାଲାଣ।2
- ପାଟଣାଗଡ଼ ଧୁବଲପଡା ଠାରେ କାର ଦୁର୍ଘଟଣା।1
- ଅନ୍ନଦାତାଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତାତ୍ସଲ୍ୟ ପ୍ରତିବାଦରେ ସୋନପୁରରେ କୃଷିମନ୍ତ୍ରୀଙ୍କୁ ବିରୋଧକଲେ ସୋନପୁରର ଚାଷୀ l ଗଣତନ୍ତ୍ରରେ ପ୍ରତିବାଦ ଏକ ସ୍ୱାଭାବିକ ପ୍ରକ୍ରିୟା ମାତ୍ର ଆନ୍ଦୋଳନ ରତ କୃଷକଙ୍କୁ ପୁଲିସ ଉପସ୍ଥିତିରେ ବିଜେପି କର୍ମୀଙ୍କ ଆକ୍ରମଣ l ଏବଂ ପୁଲିସର ନୀରବତା କୁ ମୁଁ ଦୃଢ଼ ନିନ୍ଦା କରୁଛି l ଗଣତନ୍ତ୍ର ହତ୍ୟାକାରୀ ବିଜେପି ଦଳର ଏତାଦୃଶ କାର୍ଯ୍ୟର ଦୃଢ଼ ଯବାବ ନିଶ୍ଚିତ ଭାବରେ ଓଡ଼ିଶାବାସୀ ଦେବେ.. ଏତେବଡ଼ ଘଟଣା ପରେବି ସମସ୍ତ ପ୍ରମୁଖ ଗଣମାଧ୍ୟମ ନୀରବ Naveen Patnaik Pradip Kumar Amat Debi Prasad Mishra Dr Arun Kumar Sahoo Abakash Sahoo CMO Odisha Biju Janata Dal Odisha BJP Odisha1
- #ପୋଲିସ_ଆନ୍ଦୋଳନ_କରୁଥିବା_ଚାଷୀଙ୍କୁ_ଉଠାଇ_ନେଲେ #ଅତାବିରାରେ_ଟୋକନ_ଓ_ଧାନ_ବିକ୍ରି_ସମସ୍ୟାକୁ_ନେଇ_ଆନ୍ଦୋଳନ_କରୁଥିଲେ_ଚାଷୀ #ଜୟ_କିଶାନ_ଆନ୍ଦୋଳନ_ତରଫରୁ_ଅତାବିରା_ଠାରେ_ଆନ୍ଦୋଳନ_ଚାଲିଥିଲା #ରାସ୍ତା_ରୋକ_କରିଥିଲେ_ଚାଷୀ_ପୋଲିସ_ଚାଷୀଙ୍କୁ_ଗିରଫ_କଲା1
- ଟିଟିଲାଗଡ଼ ନିକଟସ୍ଥ ବାନ୍ଧୁପଲା ଗାଁ ରେ ସ୍କୁଲ ସମସ୍ୟାର ସମାଧାନ ତଥା ସୁରକ୍ଷା ଦାବୀ ନେଇ ଆଜି ବାନ୍ଧୁପଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସହିତ ଅଭିଭାବକ ଏବଂ ଗ୍ରାମବାସୀ ମାନେ ମିଳିତ ହୋଇ ଟିଟିଲାଗଡ଼ ବେଲଗାଁ ଜାତୀୟ ରାଜପଥ ୫୯ କୁ ଗାଁ ର ମୁଖ୍ୟ ଛକ ତଥା ସ୍କୁଲ ସମ୍ମୁଖସ୍ଥ ରାଜପଥ ଉପରେ ବସି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଟିଟିଲାଗଡ଼ ତହସିଲଦାର ଶଙ୍କର ବାଗ, ଟିଟିଲାଗଡ଼ ପୋଲିସ ପ୍ରଶାସନ ପହଂଚି ଆନ୍ଦୋଳନକାରୀ ମାନଙ୍କୁ ବୁଝା ସୁଝା କରିବା ସହିତ ସ୍ଥାନୀୟ ପ୍ରଶାସନ ବାନ୍ଧୁପଲା ଗାଁ ରେ ୫୦ ଡିସମିଳ ସରକାରୀ ଜମି ସ୍କୁଲ ନିର୍ମାଣ ପାଇଁ ଯୋଗାଇ ଦେବା ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା l1
- ସମ୍ବଲପୁରରେ ଇ-ବସ୍ ସେବା ଆରମ୍ଭ1
- ନୂଆପଡା ଜ଼ିଲ୍ଲା ଖଡ଼ିଆଳ ପୋଲିସ ପାଇଁ ବଡ ସଫଳତା ଗତ ସପ୍ତାହ ରାଇପୁର ର ଜଣେ ବ୍ୟାପାରୀ ଗୋବିନ୍ଦ ପ୍ରସାଦ ଜିନ୍ଦଲ ଟ୍ରକ ଯୋଗେ ୭୦୦ ବସ୍ତା ବିଗ ବୋଷ ବ୍ରାଣ୍ଡ ର ଚାଉଳ ରାଇପୁର ରୁ ବିଶାଖାପାଟଣା ନେଉଥିବା ବେଳେ ୨୮୨ ବସ୍ତା ଚାଉଳ ଚୋରି ହୋଇଥିବା ନେଇ ଖଡ଼ିଆଳ ଥାନା ରେ ୦୮-୦୧-୨୬ ଦିନ ରିପୋର୍ଟ କରିଥିଲେ l ଏହି ବିଷୟ ରେ ଖଡ଼ିଆଳ ଉପଖଣ୍ଡ ଆରକ୍ଷ୍ୟ ଅଧିକାରୀ ଶ୍ରୀଯୁକ୍ତ ଉପେନ୍ଦ୍ର ପ୍ରଧାନ ଙ୍କ ଦ୍ୱାରା ଖଡ଼ିଆଳ ପୋଲିସ ର ସଫଳତା ନେଇ ସାମ୍ବାଦିକ ସମ୍ମିଳନୀ1