Shuru
Apke Nagar Ki App…
ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ପରୀକ୍ଷା ଫଳାଫଳରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ନିହଲପ୍ରସାଦ ଗ୍ରାମର ମେଧାବୀ ଛାତ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ କର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ମୋଟ ୬୦୦ ନମ୍ବରରୁ ୫୯୫ ନମ୍ବର ରଖି ୯୯.୧୬ ପ୍ରତିଶତ ନମ୍ବର ସହ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ନିହଲପ୍ରସାଦ ଗ୍ରାମର ପ୍ରଦୀପ କୁମାର କର ଓ ସଂଘମିତ୍ରା କରଙ୍କ କନ୍ୟା ତଥା ହରିଶଙ୍କର କର ଓ ବିଷ୍ଣୁପ୍ରିୟା କରଙ୍କ ନାତୁଣୀ ଶୁଭଲକ୍ଷ୍ମୀଙ୍କ ଏହି କୃତିତ୍ୱ ସମଗ୍ର ଅଞ୍ଚଳରେ ଆନନ୍ଦର ଲହରୀ ଖେଳାଇ ଦେଇଛି ଏବଂ ସମସ୍ତଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ପାଲଟିଛି।
Dhenkanal News
ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ପରୀକ୍ଷା ଫଳାଫଳରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ନିହଲପ୍ରସାଦ ଗ୍ରାମର ମେଧାବୀ ଛାତ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ କର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ମୋଟ ୬୦୦ ନମ୍ବରରୁ ୫୯୫ ନମ୍ବର ରଖି ୯୯.୧୬ ପ୍ରତିଶତ ନମ୍ବର ସହ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ନିହଲପ୍ରସାଦ ଗ୍ରାମର ପ୍ରଦୀପ କୁମାର କର ଓ ସଂଘମିତ୍ରା କରଙ୍କ କନ୍ୟା ତଥା ହରିଶଙ୍କର କର ଓ ବିଷ୍ଣୁପ୍ରିୟା କରଙ୍କ ନାତୁଣୀ ଶୁଭଲକ୍ଷ୍ମୀଙ୍କ ଏହି କୃତିତ୍ୱ ସମଗ୍ର ଅଞ୍ଚଳରେ ଆନନ୍ଦର ଲହରୀ ଖେଳାଇ ଦେଇଛି ଏବଂ ସମସ୍ତଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ପାଲଟିଛି।
More news from Odisha and nearby areas
- ଆମ ଆଦମୀ ପାର୍ଟି ଓଡିଶାକୁ ନିଜର ଲକ୍ଷ୍ୟ କରିଛି। ଏହି ପରିପ୍ରେକ୍ଷୀରେ ସଞ୍ଜୟ ସିଂ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ଆହ୍ୱାନ ଦେଇଛନ୍ତି।1
- ଓଡ଼ିଶାରେ ପ୍ରବଳ ଅସହ୍ୟ ଗରମ ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ତାତିର ପ୍ରକୋପ ଏତେ ଅଧିକ ରହିଛି ଯେ ଏହା ଏକ ଭୟର ବାତାବରଣ ସୃଷ୍ଟି କରିସାରିଲାଣି।1
- ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଅଞ୍ଚଳରେ ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ଗତ ଗୁରୁବାର ଦିନ କିଛି ଲୋକଙ୍କୁ ଗୋରୁ ବେପାରୀ କହି ସେମାନଙ୍କୁ ରାସ୍ତାରେ ଆଣ୍ଠେଇ ଚଲାଯିବା ସହ ପ୍ରଚଣ୍ଡ ୪୦ ଡିଗ୍ରୀ ଖରାରେ ନିର୍ଯ୍ୟାତନା ଦିଆଯାଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ଲୋକଲୋଚନକୁ ଆସିଥିଲା। ଏହି ଅମାନୁଷିକ ନିର୍ଯ୍ୟାତନାକୁ ପ୍ରତିବାଦ ଜଣାଇ ଆଜି କଂଗ୍ରେସ ନେତା ଖେମରାଜ ବାଘଙ୍କ ନେତୃତ୍ବରେ ଶତାଧିକ ଲୋକ ଚନ୍ଦାହାଣ୍ଡି ଥାନା ଘେରାଉ କରିଥିଲେ। ସେମାନେ ଗୋରୁ ଚରାଳିଙ୍କୁ ନିର୍ଯ୍ୟାତନା ଦେଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦୃଢ଼ ଦାବି କରିଛନ୍ତି।2
- ଓଡ଼ିଶାରେ ଶିଳ୍ପାୟନର ପ୍ରସାର, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ ଆଜି ଖୋର୍ଦ୍ଧା ଜିଲ୍ଲାର ଦୁଇଟି ପ୍ରମୁଖ ଶିଳ୍ପ ସଂସ୍ଥା, କାଳୀବେଟି ସ୍ଥିତ ଏପିକ ଗ୍ରୁପ୍ର ବସ୍ତ୍ର ଉତ୍ପାଦନ କାରଖାନା ‘ଟ୍ରାଇମେଟ୍ରୋ ଗାର୍ମେଣ୍ଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ’ ଏବଂ ମୁଣ୍ଡାଆମ୍ବ ସ୍ଥିତ ପ୍ରତିରକ୍ଷା ଓ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଅଗ୍ରଣୀ ସଂସ୍ଥା ‘ଆନାଡ୍ରୋନ୍ ସିଷ୍ଟମ୍ସ’ ପରିଦର୍ଶନ କରିବା ସହ କର୍ମଚାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ Trimetro Garments କାରଖାନାର କର୍ମଚାରୀମାନଙ୍କ ସହ ଅତି ନିବିଡ଼ ଭାବେ ଆଲୋଚନା କରି ସେମାନଙ୍କ କାର୍ଯ୍ୟ ପ୍ରଣାଳୀ ଓ ପରିବେଶ ସମ୍ପର୍କରେ ପଚାରି ବୁଝିଥିଲେ। କର୍ମଚାରୀମାନେ ରାଜ୍ୟ ସରକାରଙ୍କ ଶିଳ୍ପାନୁକୂଳ ଓ ନିଯୁକ୍ତିଭିତ୍ତିକ ପଦକ୍ଷେପ ଯୋଗୁଁ ଆଉ ବାହାର ରାଜ୍ୟକୁ ଯିବାକୁ ପଡୁନଥିବାରୁ ଗର୍ବ ଓ ଆତ୍ମସନ୍ତୋଷ ଅନୁଭବ କରୁଥିବା କହିଥିଲେ। ଏହି କାରଖାନାଟି ୨୦୨୫ ଏପ୍ରିଲ ୩ ରେ ଶିଳାନ୍ୟାସ କରାଯିବା ପରେ ମାତ୍ର ଏକ ବର୍ଷରୁ କମ୍ ସମୟ ମଧ୍ୟରେ ଉତ୍ପାଦନ ଆରମ୍ଭ କରିଛି। ୩୭୬ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ଏହି ପ୍ଲାଣ୍ଟ ପ୍ରାୟ ୭,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି, ଯେଉଁଥିରୁ ଅଧିକାଂଶ ହେଉଛନ୍ତି ମହିଳା। ଏହା ବିଶ୍ୱସ୍ତରୀୟ ଫ୍ୟାସନ୍ ବ୍ରାଣ୍ଡ Uniqlo ପାଇଁ ଉତ୍ପାଦନ କରୁଛି। କର୍ମଚାରୀମାନଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଶିଳ୍ପାଞ୍ଚଳରେ ଶ୍ରମିକ ଓ କର୍ମଚାରୀମାନଙ୍କ ପାଇଁ ଆନୁଷଙ୍ଗିକ ସୁବିଧା ସୁଯୋଗର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବା ସହ ସ୍ଥାନୀୟ ନିଯୁକ୍ତିକୁ ସର୍ବାଧିକ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଥିଲେ। ବିଶେଷକରି କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଅତ୍ୟାଧୁନିକ ହଷ୍ଟେଲ ନିର୍ମାଣ କରାଯିବା ସହ ଦୈନନ୍ଦିନ ଯାତାୟାତକୁ ସହଜ, ସୁରକ୍ଷିତ ଓ ପରିବେଶ ଅନୁକୂଳ କରିବା ପାଇଁ ଇଭି (EV) ବସ୍ ସେବା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଆଗାମୀ ଦିନରେ ଏହି ଅଞ୍ଚଳରେ ଅନେକ ନୂତନ ଶିଳ୍ପ ୟୁନିଟ୍ ପ୍ରତିଷ୍ଠା କରାଯିବ ଏବଂ ଏହି ବୃହତ ଶିଳ୍ପଗୁଡ଼ିକୁ ଆଧାର କରି ଅନୁଷଙ୍ଗିକ ଶିଳ୍ପ ମଧ୍ୟ ଗଢ଼ିଉଠିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ Anadrone Systems Private Limitedର ସିଇଓ ଶ୍ରୀ ଅନନ୍ତ ଭାଲୋଟିଆଙ୍କ ସହ ଆଲୋଚନା କରି ‘ଅପରେସନ୍ ସିନ୍ଦୂର’ରେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାର ସଫଳ ବ୍ୟବହାର ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ, ଯାହା ୧୦୦ ପ୍ରତିଶତ ସଫଳତା ହାସଲ କରିଛି। ସେ କମ୍ପାନୀର କର୍ମଚାରୀମାନଙ୍କ ସହ ଆଲୋଚନା କରି ସେମାନଙ୍କର ଉନ୍ନତ ବୈଷୟିକ ଦକ୍ଷତା ଦେଶର ସୁରକ୍ଷାକୁ ସୁଦୃଢ଼ କରୁଥିବା କହି ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ ଏହି କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା Aerial Targets, Target Launchers & Trailers, Ground Support Equipment ଏବଂ Ground Stations ଭଳି ବିଭିନ୍ନ ଅତ୍ୟାଧୁନିକ ପ୍ରତିରକ୍ଷା ସାମଗ୍ରୀ ଦେଖିବା ସହ ଭବିଷ୍ୟତରେ ଏହି ସବୁ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଣିଥରେ ଦୋହରାଇଛନ୍ତି ଯେ, ଓଡ଼ିଶାର ପ୍ରତିଭାବାନ ଯୁବକଯୁବତୀମାନଙ୍କୁ ଜୀବିକା ସଂସ୍ଥାନ ପାଇଁ ଆଉ ନିଜ ପରିବାର ଓ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ସାଧାରଣ ଶ୍ରମିକ ଭାବେ ଯିବାକୁ ପଡ଼ିବ ନାହିଁ। ଓଡ଼ିଶାରେ ହିଁ ସମ୍ମାନଜନକ ଏବଂ ଶ୍ରେଷ୍ଠ ନିଯୁକ୍ତି ସୁଯୋଗ ଯୋଗାଇଦେବା ତାଙ୍କ ସରକାରଙ୍କ ପ୍ରାଥମିକ ସଂକଳ୍ପ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ଶିଳ୍ପାୟନର ଏହି ଅନୁକୂଳ ବାତାବରଣ ସ୍ଥାନୀୟ ଅର୍ଥନୀତିକୁ ଏକ ନୂତନ ଗତି ପ୍ରଦାନ କରିବ ଏବଂ ସରକାର ପ୍ରତିଟି ପ୍ରକଳ୍ପର ଅଗ୍ରଗତିକୁ ସତର୍କତା ସହ ଅନୁଧ୍ୟାନ କରୁଛନ୍ତି ବୋଲି ସେ କହିଥିଲେ। ଏହି ପରିଦର୍ଶନ ସମୟରେ ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।1
- ବ୍ରହ୍ମପୁରରେ ଘଟିଥିବା ଏକ ଘଟଣା ସ୍ପଷ୍ଟ ଭାବରେ ପ୍ରମାଣିତ କରୁଛି ଯେ ଓଡ଼ିଶାରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ।1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମଧୁପୁର ଗାଁର ଏକ ପୋଖରୀରେ ଏକ ହାତୀ ଦଳ ଦେଖିବାକୁ ମିଳିଛି। ଜଙ୍ଗଲୀ ହାତୀମାନେ ପାଣି ପିଇବା ସହ ଦୀର୍ଘ ସମୟ ଧରି ଜଳକ୍ରୀଡ଼ା କରିଥିଲେ। ଏହି ଦୃଶ୍ୟ ଦେଖି ଗାଁ ଲୋକେ ବେଶ ଭୟଭୀତ ହୋଇପଡ଼ିଛନ୍ତି।1
- ଯୁବପିଢ଼ିଙ୍କୁ ରିଲ୍ସ ନିଶା ବାଇଆ କରୁଥିବା ବେଳେ, କେବଳ ଲାଇକ ଓ ସେୟାର ପାଇଁ ଅକାରଣରେ ଜୀବନ ହାନି ଘଟୁଛି।1
- ଗତକାଲି ପଦ୍ମପୁରଠାରେ ଘଟିଥିବା ଏକ କାର ଦୁର୍ଘଟଣାର ସିସିଟିଭି ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।1
- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୪ ମଇ ୨୦୨୬ ରେ ଖୋର୍ଦ୍ଧା ଜିଲ୍ଲାର IDCO ଶିଳ୍ପ ଇଷ୍ଟେଟରେ ଥିବା EPIC ଗ୍ରୁପ୍ କମ୍ପାନୀ Trimetro Garments ପରିଦର୍ଶନ କରିଛନ୍ତି।1