logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ଚାଷୀ_କରୁଥିଲେ_ଜମା #ବାବୁ_କରୁଥିଲେ_ହଡ଼ପ ଚାଷୀ ଜମା କରୁଥିଲେ ଋଣ ଟଙ୍କା, ହେଲେ ବ୍ୟାଙ୍କ ଖାତାରେ ଜମା ନକରି ନିଜ ଆକାଉଣ୍ଟରେ ଭରୁଥିଲେ ବାବୁ । କୃଷକଙ୍କ ଋଣ ପରିଶୋଧ ଟଙ୍କା ସହ ସମବାୟ ସମିତିର ବିଭିନ୍ନ ପାଣ୍ଠିରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ବନ୍ଧା ହୋଇଛନ୍ତି ବେତନଟୀ ଲ୍ୟାମ୍ପର ପୂର୍ବତନ ନିର୍ଦ୍ଦେଶକ ହିମାଂଶୁ ଦାସ । ହିମାଂଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଭିଜିଲାନ୍ସ........

8 hrs ago
user_Rajib Behera
Rajib Behera
Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
8 hrs ago

#ଚାଷୀ_କରୁଥିଲେ_ଜମା #ବାବୁ_କରୁଥିଲେ_ହଡ଼ପ ଚାଷୀ ଜମା କରୁଥିଲେ ଋଣ ଟଙ୍କା, ହେଲେ ବ୍ୟାଙ୍କ ଖାତାରେ ଜମା ନକରି ନିଜ ଆକାଉଣ୍ଟରେ ଭରୁଥିଲେ ବାବୁ । କୃଷକଙ୍କ ଋଣ ପରିଶୋଧ ଟଙ୍କା ସହ ସମବାୟ ସମିତିର ବିଭିନ୍ନ ପାଣ୍ଠିରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ବନ୍ଧା ହୋଇଛନ୍ତି ବେତନଟୀ ଲ୍ୟାମ୍ପର ପୂର୍ବତନ ନିର୍ଦ୍ଦେଶକ ହିମାଂଶୁ ଦାସ । ହିମାଂଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଭିଜିଲାନ୍ସ........

More news from ଓଡ଼ିଶା and nearby areas
  • କଉଠିକି ଜୀବ, ଆଜି ଟ୍ରାନ୍ସଫର କରିବି, ସବୁ ପୋଲ ଖୋଲି ତାଗିଦ କଲେ
    1
    କଉଠିକି ଜୀବ, ଆଜି ଟ୍ରାନ୍ସଫର କରିବି, ସବୁ ପୋଲ ଖୋଲି ତାଗିଦ କଲେ
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    22 min ago
  • ସାମ୍ବାଦିକ ପରିଚୟର ଅପବ୍ୟବହାର -ଗଣମାଧ୍ୟମର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି -ଜିଲ୍ଲାପାଳଙ୍କୁ ଭେଟିଲା ମୟୂରଭଞ୍ଜ ସାମ୍ବାଦିକ ପରିବାର ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର ସଦସ୍ୟ ଶନିବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟି ନିଜର ସମସ୍ୟା ଜଣାଇବା ସହିତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାରେ କିଛି ବ୍ୟକ୍ତି ସାମ୍ବାଦିକ କିମ୍ବା ୱେବ୍ ଚ୍ୟାନେଲର ପ୍ରତିନିଧି/ସମ୍ପାଦକ/ମାଲିକ ପରିଚୟ ଦେଇ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଅବାଧରେ ପ୍ରବେଶ କରୁଥିବା ଏବଂ ସାମ୍ବାଦିକତାର ନାମରେ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ପତ୍ରରେ ଦର୍ଶାଇଛନ୍ତି । ଅଭିଯୋଗ ଅନୁଯାୟୀ, କେତେକ ବ୍ୟକ୍ତି ନାମକୁ ଖବରକାଗଜ ସହ ଜଡ଼ିତ ଥିଲେ ମଧ୍ୟ ସେମାନଙ୍କ ଖବର ପ୍ରକାଶ ପାଉନଥିବା ସତ୍ତ୍ୱେ ସାମ୍ବାଦିକ ପରିଚୟକୁ ବ୍ୟବହାର କରି ବିଭିନ୍ନ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ନିକଟତା ସୃଷ୍ଟି କରିବାର ପ୍ରୟାସ କରୁଛନ୍ତି। ଏପରିକି ନିଜସ୍ୱ ବୁମ୍ ଓ ମାଇକ୍ ବ୍ୟବହାର କରି ୱେବ୍ ରିପୋର୍ଟର ପରିଚୟ ଦେଇ ବିଭିନ୍ନ କାର୍ଯ୍ୟାଳୟ ବୁଲି ବିଜ୍ଞାପନ ଆଳରେ ଅର୍ଥ ଦାବି କରିବା ଏବଂ ଅର୍ଥ ନମିଳିଲେ ସୋସିଆଲ ମିଡିଆରେ ମିଥ୍ୟା କିମ୍ବା ଅପମାନଜନକ ପ୍ରଚାର କରିବାର ଧମକ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ସେହିପରି, ରାସ୍ତାଘାଟରେ ଯାନବାହନ/ପରିବହନ ଯାଞ୍ଚକରିବା, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପ୍ରବେଶ କରି ତ୍ରୁଟି ଖୋଜିବା ନାଁରେ ଅନୈତିକ ଭାବେ ଅର୍ଥ ଆଦାୟ କରିବାର ଉଦ୍ୟମ କରାଯାଉଥିବା ନେଇ ମଧ୍ୟ ବିଭିନ୍ନ ଅଭିଯୋଗ ସାମ୍ନାକୁ ଆସୁଛି। ଏହାବ୍ୟତୀତ, କିଛି ଅପରାଧିକ ପୃଷ୍ଠଭୂମି ଥିବା କିମ୍ବା ବିଭିନ୍ନ ଥାନାରେ ମାମଲା ରହିଥିବା ବ୍ୟକ୍ତିମାନେ ମଧ୍ୟ ସାମ୍ବାଦିକ, ୱେବ୍ ଚ୍ୟାନେଲ ରିପୋର୍ଟର କିମ୍ବା କ୍ୟାମେରାମ୍ୟାନ୍ ପରିଚୟ ଦେଇ ସରକାରୀ ଓ ବେସରକାରୀ ପ୍ରେସ୍ ମିଟ୍‌ରେ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ସାମ୍ବାଦିକ ନଥାଇ ନିଜ ଦୁଇ/ଚାରି ଚକିଆ ଯାନରେ ପ୍ରେସ୍ ଲେଖି କିଛି ବ୍ୟକ୍ତି ବେଆଇନ କାର୍ଯ୍ୟର ଫାଇଦା ହାସଲ କରୁଛନ୍ତି । ଏପରି କାର୍ଯ୍ୟକଳାପ ଫଳରେ ଜିଲ୍ଲାର ପ୍ରକୃତ ଓ ମୁଖ୍ୟଧାରାର ସାମ୍ବାଦିକମାନଙ୍କର ସମ୍ମାନ କ୍ଷୁର୍ଣ୍ଣ ହେଉଥିବା ସହ ସାମ୍ବାଦିକତା ପେଶାର ବିଶ୍ୱସନୀୟତା ମଧ୍ୟ ପ୍ରଭାବିତ ହେଉଛି। ଏଣୁ, ଉପରୋକ୍ତ ବିଷୟରେ ଏକ ନିରପେକ୍ଷ ତଦନ୍ତ ସହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ମାଧ୍ୟମରେ ପ୍ରକୃତ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପରିଚୟ ଯାଞ୍ଚ କରାଯାଇ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ ପାଇଁ ସମସ୍ତ ଉପସ୍ଥିତ ସଦସ୍ୟ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଗଣମାଧ୍ୟମର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବା ସହ ସାଧାରଣ ଲୋକଙ୍କ ବିଶ୍ୱାସ ମଧ୍ୟ ବଜାୟ ରହିବ।
    4
    ସାମ୍ବାଦିକ ପରିଚୟର ଅପବ୍ୟବହାର
 -ଗଣମାଧ୍ୟମର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି
-ଜିଲ୍ଲାପାଳଙ୍କୁ ଭେଟିଲା ମୟୂରଭଞ୍ଜ ସାମ୍ବାଦିକ ପରିବାର
ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର ସଦସ୍ୟ ଶନିବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟି ନିଜର ସମସ୍ୟା ଜଣାଇବା ସହିତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ ପତ୍ର ପ୍ରଦାନ କରିଛନ୍ତି । 
ଜିଲ୍ଲାରେ କିଛି ବ୍ୟକ୍ତି ସାମ୍ବାଦିକ କିମ୍ବା ୱେବ୍ ଚ୍ୟାନେଲର ପ୍ରତିନିଧି/ସମ୍ପାଦକ/ମାଲିକ ପରିଚୟ ଦେଇ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଅବାଧରେ ପ୍ରବେଶ କରୁଥିବା ଏବଂ ସାମ୍ବାଦିକତାର ନାମରେ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ପତ୍ରରେ ଦର୍ଶାଇଛନ୍ତି ।
ଅଭିଯୋଗ ଅନୁଯାୟୀ, କେତେକ ବ୍ୟକ୍ତି ନାମକୁ ଖବରକାଗଜ ସହ ଜଡ଼ିତ ଥିଲେ ମଧ୍ୟ ସେମାନଙ୍କ ଖବର ପ୍ରକାଶ ପାଉନଥିବା ସତ୍ତ୍ୱେ ସାମ୍ବାଦିକ ପରିଚୟକୁ ବ୍ୟବହାର କରି ବିଭିନ୍ନ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ନିକଟତା ସୃଷ୍ଟି କରିବାର ପ୍ରୟାସ କରୁଛନ୍ତି। ଏପରିକି ନିଜସ୍ୱ ବୁମ୍ ଓ ମାଇକ୍ ବ୍ୟବହାର କରି ୱେବ୍ ରିପୋର୍ଟର ପରିଚୟ ଦେଇ ବିଭିନ୍ନ କାର୍ଯ୍ୟାଳୟ ବୁଲି ବିଜ୍ଞାପନ ଆଳରେ ଅର୍ଥ ଦାବି କରିବା ଏବଂ ଅର୍ଥ ନମିଳିଲେ ସୋସିଆଲ ମିଡିଆରେ ମିଥ୍ୟା କିମ୍ବା ଅପମାନଜନକ ପ୍ରଚାର କରିବାର ଧମକ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।
ସେହିପରି, ରାସ୍ତାଘାଟରେ ଯାନବାହନ/ପରିବହନ ଯାଞ୍ଚକରିବା, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପ୍ରବେଶ କରି ତ୍ରୁଟି ଖୋଜିବା ନାଁରେ ଅନୈତିକ ଭାବେ ଅର୍ଥ ଆଦାୟ କରିବାର ଉଦ୍ୟମ କରାଯାଉଥିବା ନେଇ ମଧ୍ୟ ବିଭିନ୍ନ ଅଭିଯୋଗ ସାମ୍ନାକୁ ଆସୁଛି।
ଏହାବ୍ୟତୀତ, କିଛି ଅପରାଧିକ ପୃଷ୍ଠଭୂମି ଥିବା କିମ୍ବା ବିଭିନ୍ନ ଥାନାରେ ମାମଲା ରହିଥିବା ବ୍ୟକ୍ତିମାନେ ମଧ୍ୟ ସାମ୍ବାଦିକ, ୱେବ୍ ଚ୍ୟାନେଲ ରିପୋର୍ଟର କିମ୍ବା କ୍ୟାମେରାମ୍ୟାନ୍ ପରିଚୟ ଦେଇ ସରକାରୀ ଓ ବେସରକାରୀ ପ୍ରେସ୍ ମିଟ୍‌ରେ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ସାମ୍ବାଦିକ ନଥାଇ ନିଜ ଦୁଇ/ଚାରି ଚକିଆ ଯାନରେ ପ୍ରେସ୍ ଲେଖି କିଛି ବ୍ୟକ୍ତି ବେଆଇନ କାର୍ଯ୍ୟର ଫାଇଦା ହାସଲ କରୁଛନ୍ତି ।
ଏପରି କାର୍ଯ୍ୟକଳାପ ଫଳରେ ଜିଲ୍ଲାର ପ୍ରକୃତ ଓ ମୁଖ୍ୟଧାରାର ସାମ୍ବାଦିକମାନଙ୍କର ସମ୍ମାନ କ୍ଷୁର୍ଣ୍ଣ ହେଉଥିବା ସହ ସାମ୍ବାଦିକତା ପେଶାର ବିଶ୍ୱସନୀୟତା ମଧ୍ୟ ପ୍ରଭାବିତ ହେଉଛି।
ଏଣୁ,  ଉପରୋକ୍ତ ବିଷୟରେ ଏକ ନିରପେକ୍ଷ ତଦନ୍ତ ସହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ମାଧ୍ୟମରେ ପ୍ରକୃତ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପରିଚୟ  ଯାଞ୍ଚ କରାଯାଇ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ ପାଇଁ ସମସ୍ତ ଉପସ୍ଥିତ ସଦସ୍ୟ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଗଣମାଧ୍ୟମର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବା ସହ ସାଧାରଣ ଲୋକଙ୍କ ବିଶ୍ୱାସ ମଧ୍ୟ ବଜାୟ ରହିବ।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ ଗୋରୁ ବେପାର ବ୍ୟାନ ପରେ ମୁଁ ମଣିଷଙ୍କୁ କିପରି ବେପାର କରନ୍ତି ଦେଖିଲି।ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ
    1
    ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ 
ଗୋରୁ ବେପାର ବ୍ୟାନ ପରେ ମୁଁ ମଣିଷଙ୍କୁ କିପରି ବେପାର କରନ୍ତି ଦେଖିଲି।ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ
    user_Haybusha Hr
    Haybusha Hr
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    12 hrs ago
  • ସାନ୍ତରାପୁର ଗ୍ରାମରେ ଜଣେ ଆଦିବାସୀ ମୁଣ୍ଡା ଶ୍ରେଣୀ ର ସ୍ୱାମୀ ସ୍ତ୍ରୀ ଯୋଜନା ରୁ ବାହାରେ ଘଟଗାଁ ବ୍ଲକ ର ଆଦିବାସୀ ବହୁଳ ହେଇଥିଵା ଅଞ୍ଚଳ ରେ ସମରା ମୁଣ୍ଡା 70ବର୍ଷ ଚାଲିଛି କିନ୍ତୁ ମୁଧୁବାବୁ ପେନସନ ରୁ ବଞ୍ଚିତ ଅଛି
    4
    ସାନ୍ତରାପୁର ଗ୍ରାମରେ ଜଣେ ଆଦିବାସୀ ମୁଣ୍ଡା ଶ୍ରେଣୀ ର ସ୍ୱାମୀ ସ୍ତ୍ରୀ ଯୋଜନା ରୁ ବାହାରେ 
ଘଟଗାଁ ବ୍ଲକ ର ଆଦିବାସୀ ବହୁଳ ହେଇଥିଵା ଅଞ୍ଚଳ ରେ ସମରା ମୁଣ୍ଡା 70ବର୍ଷ ଚାଲିଛି କିନ୍ତୁ ମୁଧୁବାବୁ ପେନସନ ରୁ ବଞ୍ଚିତ ଅଛି
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    12 hrs ago
  • ବନ୍ୟା ପରିସ୍ଥିତି ପରିଚାଳନା ସମ୍ପର୍କିତ ସୂଚନାଦେଲେ ଜିଲ୍ଲାପାଳ! ସ୍ଥିତି ସମ୍ପୂର୍ଣ ନିୟନ୍ତ୍ରାଧୀନ,ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ କେନ୍ଦୁଝର,୩୧(ଦୁର୍ଯ୍ୟୋଧନ ପାତ୍ର):କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ଆଜି ମିନି କନଫରେନ୍ସ ହଲ୍‌ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବର୍ତ୍ତମାନର ସ୍ଥିତି, ରିଲିଫ୍ କାର୍ଯ୍ୟ ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଜିଲ୍ଲାପାଳ ଶ୍ରୀ ସିଂହ ସୂଚନା ଦେଇଛନ୍ତି ଯେ ଚମ୍ପୁଆ, ସ୍ୱାମପାଟଣା ଏବଂ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି।ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଆନନ୍ଦପୁରଠାରେ ଜଳସ୍ତର ୩୫.୩୫ ମିଟର ରହିଥିଲା, ଯାହା ବିପଦ ସଙ୍କେତ (୩୮.୩୬ ମିଟର)ଠାରୁ ଯଥେଷ୍ଟ ତଳେ ରହିଛି। ସେହିପରି ଚମ୍ପୁଆ ଏବଂ ସ୍ୱାମପାଟଣାଠାରେ ମଧ୍ୟ ନଦୀର ଜଳସ୍ତର ନିଜ ନିଜର ବିପଦ ସଙ୍କେତ ଠାରୁ ତଳେ ରହିଛି ଏବଂ କ୍ରମାଗତ ଭାବେ ହ୍ରାସ ପାଉଛି। କାନପୁର ଜଳସେଚନ ପ୍ରକଳ୍ପ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି ଯେ, ବର୍ତ୍ତମାନ କଫର ଡ୍ୟାମ୍ ଉପରେ ପାଣି ପ୍ରବାହିତ ହେଉଛି ଏବଂ ସର୍ବାଧିକ ସୁରକ୍ଷିତ ସ୍ତର ୪୪୦.୦୦ ମିଟର ତୁଳନାରେ ଜଳଭଣ୍ଡାରର ଜଳସ୍ତର ୪୩୦.୪୦ ମିଟର ରେକର୍ଡ କରାଯାଇଛି।ଏହି ପ୍ରକଳ୍ପକୁ ପ୍ରତି ସେକେଣ୍ଡରେ ୪୦.୧୬୨ କ୍ୟୁମେକ (ଘନ ମିଟର) ଜଳ ପ୍ରବେଶ କରୁଥିବା ବେଳେ ୫୮୭.୯७୮ କ୍ୟୁମେକ ଜଳ ନିଷ୍କାସିତ ହେଉଛି। ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ଜଳ ନିଷ୍କାସନ ଯୋଗୁଁ କୌଣସି ଗ୍ରାମ ପ୍ରଭାବିତ ହେବାର ଆଶଙ୍କା ନାହିଁ ଏବଂ ପ୍ରଶାସନ ପକ୍ଷରୁ ନିମ୍ନମୁଖୀ ବ୍ଲକ ଯଥା ଯୋଡ଼ା,ଚମ୍ପୁଆ,ଝୁମ୍ପୁରା,ସଦର ଏବଂ ପାଟଣାର ସ୍ଥିତି ଉପରେ କ୍ରମାଗତ ଭାବେ ନଜର ରଖାଯାଇଛି। ଜିଲ୍ଲାପାଳ ଦର୍ଶାଇଛନ୍ତି ଯେ ବିଗତ କିଛି ଦିନର ପ୍ରବଳ ବର୍ଷା ଯୋଗୁଁ ୧୩ଟି ବ୍ଲକର ୯୪ଟି ଗ୍ରାମ ପଞ୍ଚାୟତ ଏବଂ ୭୨୭ଟି ଗ୍ରାମ ପ୍ରଭାବିତ ହୋଇଛି।ମୋଟ ୪୮ଟି ଗ୍ରାମ ଜଳବନ୍ଦୀ ହୋଇ ରହିଥିଲା,କିନ୍ତୁ ବର୍ତ୍ତମାନ କୌଣସି ଗ୍ରାମ ଜଳବନ୍ଦୀ ହୋଇ ରହିନାହିଁ।ଫସଲ କ୍ଷତିର ଆକଳନ ଅନୁଯାୟୀ ୧୮୭ ହେକ୍ଟର ଧାନ ଜମି ଏବଂ ୭୦ ହେକ୍ଟର ଅଣଧାନ ଚାଷ ଜମି ନଷ୍ଟ ହୋଇଛି।ଜିଲ୍ଲାରେ ୫୨୩ଟି ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି, ଯେଉଁଥିରେ ୫୨୦ଟି ଆଂଶିକ କ୍ଷତିଗ୍ରସ୍ତ ଏବଂ ୩ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଘର ସାମିଲ ଅଛି, ଏହା ବ୍ୟତୀତ ୩୮ଟି ଗୁହାଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ଜନିତ ବିଭିନ୍ନ ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି-ଜଣେ କାନ୍ଥ ଭୁଶୁଡ଼ିବା ଯୋଗୁଁ, ଦୁଇ ଜଣ ପାଣିରେ ବୁଡ଼ିଯିବା ଯୋଗୁଁ ଏବଂ ଜଣେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି-ଏହା ସହିତ ୧୪ଟି ଗୋରୁଗାଈଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ସୂଚନା ମିଳିଛି।ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବାa ୧୮ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇଥିଲା, ଯେଉଁଥିରୁ ବର୍ତ୍ତମାନ ୨ଟି କାର୍ଯ୍ୟକ୍ଷମ ରହିଛି। ଏପର୍ଯ୍ୟନ୍ତ ମୋଟ ୬,୯୧୮ ଜଣ ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ଆଜି ୬୦ ଜଣଙ୍କୁ ଖାଦ୍ୟ ପରଷା ଯାଇଛି।ପ୍ରଶାସନ ପକ୍ଷରୁ ୧,୮୧୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୯୨ ଜଣ ଗର୍ଭବତୀ ମହିଳାଙ୍କୁ 'ମା' ଗୃହ'କୁ ସ୍ଥାନାନ୍ତର କରାଯାଇଛି। ଏହାବ୍ୟତୀତ ୧ଟି ଆଶ୍ରୟସ୍ଥଳୀ, ୧୦ଟି ଗୋପାଳନ ଶିବିର (କ୍ୟାଟଲ କ୍ୟାମ୍ପ),୧୦ଟି ମେଡିକାଲ ଟିମ୍,୨୬ଟି ମୋବାଇଲ୍ ମେଡିକାଲ୍ ୟୁନିଟ୍ ଏବଂ ୧୦ଟି ପ୍ରାଣୀଧନ ଚିକିତ୍ସା ଟିମ୍ ନିୟୋଜିତ କରାଯିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ୫୬୯ଟି ପଲିଥିନ୍ ସିଟ୍ ବଣ୍ଟନ କରାଯାଇଛି।ଜନସାଧାରଣଙ୍କୁ ସତର୍କ ଓ ସଜାଗ ରହିବାକୁ ନିବେଦନ କରି ନାଗରିକମାନେ କେବଳ ଭାରତୀୟ ପାଣିପାଗ ବିଭାଗ (IMD) ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି କରାଯାଉଥିବା ସଠିକ୍ ସୂଚନା ଉପରେ ଭରସା କରିବାସହ କୌଣସି ଗୁଜବ କିମ୍ବା ସୋସିଆଲ ମିଡିଆର ଅସତ୍ୟ ବାର୍ତ୍ତା ଉପରେ ବିଶ୍ୱାସ ନକରନ୍ତୁ କିମ୍ବା ତାହାକୁ ସେୟାର ନକରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ଯେ। ବଢ଼ି ପାଣି ଥିବା ନଦୀ,ନାଳ,ଡ୍ୟାମ୍ କିମ୍ବା ଅନ୍ୟାନ୍ୟ ଜଳାଶୟ ନିକଟକୁ ନଯିବାକୁ ଏବଂ ବନ୍ୟା ପାଣି ପାଖରେ ସେଲଫି ନେବା କିମ୍ବା କୌଣସି ବିପଜ୍ଜନକ କାର୍ଯ୍ୟ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି।ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପ୍ରଶାସନକୁ ସୂଚନା ଦେବାକୁ ଏବଂ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଡେପୁଟି କଲେକ୍ଟର (ଜରୁରୀକାଳୀନ) ଅଭିଳାଷ ପୁରୋହିତ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତଥିଲେ।
    1
    ବନ୍ୟା ପରିସ୍ଥିତି ପରିଚାଳନା ସମ୍ପର୍କିତ ସୂଚନାଦେଲେ ଜିଲ୍ଲାପାଳ!
ସ୍ଥିତି ସମ୍ପୂର୍ଣ ନିୟନ୍ତ୍ରାଧୀନ,ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ 

କେନ୍ଦୁଝର,୩୧(ଦୁର୍ଯ୍ୟୋଧନ ପାତ୍ର):କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ଆଜି ମିନି କନଫରେନ୍ସ ହଲ୍‌ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବର୍ତ୍ତମାନର ସ୍ଥିତି, ରିଲିଫ୍ କାର୍ଯ୍ୟ ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଜିଲ୍ଲାପାଳ ଶ୍ରୀ ସିଂହ ସୂଚନା ଦେଇଛନ୍ତି ଯେ ଚମ୍ପୁଆ, ସ୍ୱାମପାଟଣା ଏବଂ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି।ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଆନନ୍ଦପୁରଠାରେ ଜଳସ୍ତର ୩୫.୩୫ ମିଟର ରହିଥିଲା, ଯାହା ବିପଦ ସଙ୍କେତ (୩୮.୩୬ ମିଟର)ଠାରୁ ଯଥେଷ୍ଟ ତଳେ ରହିଛି। ସେହିପରି ଚମ୍ପୁଆ ଏବଂ ସ୍ୱାମପାଟଣାଠାରେ ମଧ୍ୟ ନଦୀର ଜଳସ୍ତର ନିଜ ନିଜର ବିପଦ ସଙ୍କେତ ଠାରୁ ତଳେ ରହିଛି ଏବଂ କ୍ରମାଗତ ଭାବେ ହ୍ରାସ ପାଉଛି।
କାନପୁର ଜଳସେଚନ ପ୍ରକଳ୍ପ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି ଯେ, ବର୍ତ୍ତମାନ କଫର ଡ୍ୟାମ୍ ଉପରେ ପାଣି ପ୍ରବାହିତ ହେଉଛି ଏବଂ ସର୍ବାଧିକ ସୁରକ୍ଷିତ ସ୍ତର ୪୪୦.୦୦ ମିଟର ତୁଳନାରେ ଜଳଭଣ୍ଡାରର ଜଳସ୍ତର ୪୩୦.୪୦ ମିଟର ରେକର୍ଡ କରାଯାଇଛି।ଏହି ପ୍ରକଳ୍ପକୁ ପ୍ରତି ସେକେଣ୍ଡରେ ୪୦.୧୬୨ କ୍ୟୁମେକ (ଘନ ମିଟର) ଜଳ ପ୍ରବେଶ କରୁଥିବା ବେଳେ ୫୮୭.୯७୮ କ୍ୟୁମେକ ଜଳ ନିଷ୍କାସିତ ହେଉଛି। ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ଜଳ ନିଷ୍କାସନ ଯୋଗୁଁ କୌଣସି ଗ୍ରାମ ପ୍ରଭାବିତ ହେବାର ଆଶଙ୍କା ନାହିଁ ଏବଂ ପ୍ରଶାସନ ପକ୍ଷରୁ ନିମ୍ନମୁଖୀ ବ୍ଲକ ଯଥା ଯୋଡ଼ା,ଚମ୍ପୁଆ,ଝୁମ୍ପୁରା,ସଦର ଏବଂ ପାଟଣାର ସ୍ଥିତି ଉପରେ କ୍ରମାଗତ ଭାବେ ନଜର ରଖାଯାଇଛି।
ଜିଲ୍ଲାପାଳ ଦର୍ଶାଇଛନ୍ତି ଯେ ବିଗତ କିଛି ଦିନର ପ୍ରବଳ ବର୍ଷା ଯୋଗୁଁ ୧୩ଟି ବ୍ଲକର ୯୪ଟି ଗ୍ରାମ ପଞ୍ଚାୟତ ଏବଂ ୭୨୭ଟି ଗ୍ରାମ ପ୍ରଭାବିତ ହୋଇଛି।ମୋଟ ୪୮ଟି ଗ୍ରାମ ଜଳବନ୍ଦୀ ହୋଇ ରହିଥିଲା,କିନ୍ତୁ ବର୍ତ୍ତମାନ କୌଣସି ଗ୍ରାମ ଜଳବନ୍ଦୀ ହୋଇ ରହିନାହିଁ।ଫସଲ କ୍ଷତିର ଆକଳନ ଅନୁଯାୟୀ ୧୮୭ ହେକ୍ଟର ଧାନ ଜମି ଏବଂ ୭୦ ହେକ୍ଟର ଅଣଧାନ ଚାଷ ଜମି ନଷ୍ଟ ହୋଇଛି।ଜିଲ୍ଲାରେ ୫୨୩ଟି ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି, ଯେଉଁଥିରେ ୫୨୦ଟି ଆଂଶିକ କ୍ଷତିଗ୍ରସ୍ତ ଏବଂ ୩ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଘର ସାମିଲ ଅଛି, ଏହା ବ୍ୟତୀତ ୩୮ଟି ଗୁହାଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ଜନିତ ବିଭିନ୍ନ ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି-ଜଣେ କାନ୍ଥ ଭୁଶୁଡ଼ିବା ଯୋଗୁଁ, ଦୁଇ ଜଣ ପାଣିରେ ବୁଡ଼ିଯିବା ଯୋଗୁଁ ଏବଂ ଜଣେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି-ଏହା ସହିତ ୧୪ଟି ଗୋରୁଗାଈଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ସୂଚନା ମିଳିଛି।ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବାa ୧୮ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇଥିଲା, ଯେଉଁଥିରୁ ବର୍ତ୍ତମାନ ୨ଟି କାର୍ଯ୍ୟକ୍ଷମ ରହିଛି। ଏପର୍ଯ୍ୟନ୍ତ ମୋଟ ୬,୯୧୮ ଜଣ ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ଆଜି ୬୦ ଜଣଙ୍କୁ ଖାଦ୍ୟ ପରଷା ଯାଇଛି।ପ୍ରଶାସନ ପକ୍ଷରୁ ୧,୮୧୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୯୨ ଜଣ ଗର୍ଭବତୀ ମହିଳାଙ୍କୁ 'ମା' ଗୃହ'କୁ ସ୍ଥାନାନ୍ତର କରାଯାଇଛି। ଏହାବ୍ୟତୀତ ୧ଟି ଆଶ୍ରୟସ୍ଥଳୀ, ୧୦ଟି ଗୋପାଳନ ଶିବିର (କ୍ୟାଟଲ କ୍ୟାମ୍ପ),୧୦ଟି ମେଡିକାଲ ଟିମ୍,୨୬ଟି ମୋବାଇଲ୍ ମେଡିକାଲ୍ ୟୁନିଟ୍ ଏବଂ ୧୦ଟି ପ୍ରାଣୀଧନ ଚିକିତ୍ସା ଟିମ୍ ନିୟୋଜିତ କରାଯିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ୫୬୯ଟି ପଲିଥିନ୍ ସିଟ୍ ବଣ୍ଟନ କରାଯାଇଛି।ଜନସାଧାରଣଙ୍କୁ ସତର୍କ ଓ ସଜାଗ ରହିବାକୁ ନିବେଦନ କରି ନାଗରିକମାନେ କେବଳ ଭାରତୀୟ ପାଣିପାଗ ବିଭାଗ (IMD) ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି କରାଯାଉଥିବା ସଠିକ୍ ସୂଚନା ଉପରେ ଭରସା କରିବାସହ  କୌଣସି ଗୁଜବ କିମ୍ବା ସୋସିଆଲ ମିଡିଆର ଅସତ୍ୟ ବାର୍ତ୍ତା ଉପରେ ବିଶ୍ୱାସ ନକରନ୍ତୁ କିମ୍ବା ତାହାକୁ ସେୟାର ନକରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ଯେ। ବଢ଼ି ପାଣି ଥିବା ନଦୀ,ନାଳ,ଡ୍ୟାମ୍ କିମ୍ବା ଅନ୍ୟାନ୍ୟ ଜଳାଶୟ ନିକଟକୁ ନଯିବାକୁ ଏବଂ ବନ୍ୟା ପାଣି ପାଖରେ ସେଲଫି ନେବା କିମ୍ବା କୌଣସି ବିପଜ୍ଜନକ କାର୍ଯ୍ୟ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି।ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପ୍ରଶାସନକୁ ସୂଚନା ଦେବାକୁ ଏବଂ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଡେପୁଟି କଲେକ୍ଟର (ଜରୁରୀକାଳୀନ) ଅଭିଳାଷ ପୁରୋହିତ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତଥିଲେ।
    user_ଦୁର୍ଯ୍ୟୋଧନ ପାତ୍ର
    ଦୁର୍ଯ୍ୟୋଧନ ପାତ୍ର
    Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    20 hrs ago
  • ସାର୍ ମୋତେ ମାରିଲ ତ , ରୁହ ମୁଁ ଦେଖିନେବି । ।............।...
    1
    ସାର୍ ମୋତେ ମାରିଲ ତ , ରୁହ ମୁଁ ଦେଖିନେବି । 
।............।...
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    32 min ago
  • ବାଲେଶ୍ୱର ଜିଲା ସୋର ବ୍ଲକ ଅନ୍ତର୍ଗତ ସାଧୁଆପଡା ଚିକିଡ଼ି ନଦୀରେ ଭାସି ଯାଇ ଯୁବକ ମୃତ।
    1
    ବାଲେଶ୍ୱର ଜିଲା ସୋର ବ୍ଲକ ଅନ୍ତର୍ଗତ ସାଧୁଆପଡା ଚିକିଡ଼ି ନଦୀରେ ଭାସି ଯାଇ ଯୁବକ ମୃତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.