ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୩ଟି ବିଭାଗର ୧୬ଟି ପ୍ରସ୍ତାବକୁ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି। ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିଅରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ନୀତିରେ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ଅନୁସୂଚିତ ଜନଜାତି ୨୨.୫୦ ପ୍ରତିଶତ, ଅନୁସୂଚିତ ଜାତି ୧୬.୨୫ ପ୍ରତିଶତ ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ ଛାତ୍ରଛାତ୍ରୀମାନେ ୧୧.୨୫ ପ୍ରତିଶତ ସଂରକ୍ଷଣ ପାଇବେ । 'ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ମାଧ୍ୟମରେ ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ (NFSA) ତଥା ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ (SFSS) ଅଧିନସ୍ଥ ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ କୋଟା ବଣ୍ଟନ କରିବା ପାଇଁ ସ୍ଥିର କରାଯାଇଛି। ବଡମ୍ବା ଚିନି କଳର ପୁନରୁଦ୍ଧାର ପାଇଁ ୩୫୨ କୋଟିର ବ୍ୟୟ ବରାଦ ହୋଇଛି। କ୍ୟାବିନେଟର ନିଷ୍ପତ୍ତିଗୁଡ଼ିକ ଲୋକ କଲ୍ୟାଣ ଏବଂ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନମନ୍ତେ ସହାୟକ ହେବ। ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ Kanak Vardhan Singh Deo ଓ ଶ୍ରୀମତୀ Prabhati Parida ଙ୍କ ସମେତ ସମସ୍ତ ମନ୍ତ୍ରୀଗଣ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୩ଟି ବିଭାଗର ୧୬ଟି ପ୍ରସ୍ତାବକୁ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି। ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିଅରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ନୀତିରେ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ଅନୁସୂଚିତ ଜନଜାତି ୨୨.୫୦ ପ୍ରତିଶତ, ଅନୁସୂଚିତ ଜାତି ୧୬.୨୫ ପ୍ରତିଶତ ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ ଛାତ୍ରଛାତ୍ରୀମାନେ ୧୧.୨୫ ପ୍ରତିଶତ ସଂରକ୍ଷଣ ପାଇବେ । 'ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ମାଧ୍ୟମରେ ‘ଜାତୀୟ
ଖାଦ୍ୟ ସୁରକ୍ଷା ଆଇନ’ (NFSA) ତଥା ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ (SFSS) ଅଧିନସ୍ଥ ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ କୋଟା ବଣ୍ଟନ କରିବା ପାଇଁ ସ୍ଥିର କରାଯାଇଛି। ବଡମ୍ବା ଚିନି କଳର ପୁନରୁଦ୍ଧାର ପାଇଁ ୩୫୨ କୋଟିର ବ୍ୟୟ ବରାଦ ହୋଇଛି। କ୍ୟାବିନେଟର ନିଷ୍ପତ୍ତିଗୁଡ଼ିକ ଲୋକ କଲ୍ୟାଣ ଏବଂ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନମନ୍ତେ ସହାୟକ ହେବ। ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ Kanak Vardhan Singh Deo ଓ ଶ୍ରୀମତୀ Prabhati Parida ଙ୍କ ସମେତ ସମସ୍ତ ମନ୍ତ୍ରୀଗଣ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
- Post by SOUMYA RANJAN1
- Post by Manoj kumar baliyarsingh4
- Post by Rajesh Samantaray1
- Post by NEWS MANORANJAN1
- ok2
- ଜଗତସିଂହପୁର ୪/୪- ଅପ୍ରେଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ୨ ତାରିଖ ଓ ୩ ତାରିଖ ପାରମ୍ପରିକ ପୋଷାକ ପରିଧାନ ଦିବସ 'ଆମ ପୋଷାକ ଆମ ପରିଚୟ' ପାଳିତ ହେଉଅଛି।ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଜେ ସୋନାଲ , ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଉପ ଜିଲ୍ଲପାଳ ପ୍ରଶାନ୍ତ କୁମାର ତରାଇଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ କାର୍ଯ୍ୟାଳୟକୁ ଆସିଥିଲେ । “ଆମ ପୋଷାକ ଆମ ପରିଚୟ” ସ୍ଲୋଗାନ୍କୁ ସମ୍ମାନ ଜଣାଇ ଆଜି ଖଦୀ, ସମ୍ବଲପୁରୀ, ସୋନପୁରୀ, କୋଟପାଡ, ମାଣିଆବନ୍ଧ, ନୂଆପାଟଣା, ବୋମକାଇ ଆଦି ରାଜ୍ୟର ବିଭିନ୍ନ ସ୍ଥାନର ହସ୍ତତନ୍ତ ବୁଣା ପୋଷାକ ପରିଧାନ କରିଥିଲେ । ଆମ ବସ୍ତ୍ର ହେଉଛି ଆମ ସ୍ୱାଭିମାନ ଓ ଆମ ପରିଚୟ । ଓଡ଼ିଶା ହସ୍ତତନ୍ତ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଏଣୁ କେବଳ ଓଡ଼ିଆ ପକ୍ଷ ପାଳନ ନୁହେଁ ଦୈନନ୍ଦିନ ଜୀବନରେ ସମସ୍ତେ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରି ଆମ ବୁଣାକାର ଓ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଅଂଶୀଦାର ହେବାକୁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଏକତ୍ରିତ ହୋଇ ଫଟୋ ଉଠାଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟଠାରେ ମଧ୍ୟ ପାରମ୍ପରିକ ପୋଷାକ ପରିଧାନ ଦିବସ ଅନୁରୂପ ଭାବେ ପାଳିତ ହୋଇଯାଇଛି । ଏହା ମାଧ୍ୟମରେ ଲୋକମାନଙ୍କ ମନରେ ନିଜ ସଂସ୍କୃତି ପ୍ରତି ସମ୍ମାନ ବଢ଼ିବା ସହ ଏହାକୁ ଆଗାମୀ ପିଢି ପର୍ଯ୍ୟନ୍ତ ପହଞ୍ଚାଇବାର ଏହା ଏକ ପ୍ରୟାସ l ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ, ଜଗତସିଂହପୁର4
- କଟକ ଚୌଦ୍ୱାର ଜେଲ୍ ରୁ ଫେରାର ପରେ କର୍ଣ୍ଣାଟକ ର ମହୀଶୂରରୁ ଏକ ଅଳଙ୍କାର ଦୋକାନ ରୁ ୨୦୨୫ ଡିସେମ୍ବର ମାସରେ ଲୁଟ୍ କରିଥିଲା ରାଜା ଏହାପରେ ହାଇଦ୍ରାବାଦ ରୁ ଆଉ ଏକ ସୁନା ଅଳଙ୍କାର ଦୋକାନରୁ ଲୁଟ ଉଦ୍ୟମ କରିଥିବା ବେଳେ ସଫଳ ହୋଇ ନଥିଲା । ରାଜା କୁ ଧରିବା ପାଇଁ କମିଶନରେଟ ପୋଲିସ ର ୨୪ ଜଣିଆ ଟିମ୍ ନିୟୋଜିତ ହୋଇଥିଲେ। ବିଭିନ୍ନ ଲୋକେସ ରେ ପୋଲିସ ଚଢ଼ାଉ କରିଥିବା ବେଳେ ରାଜା ପୋଲିସ କୁ ବାରମ୍ବାର ଚଖମା ଦେଇଥିଲା। ଶେଷରେ ଉତ୍ତରାଖଣ୍ଡ ର ଋଷିକେଶ ରୁ ରାଜା କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ। ସବୁଠାରୁ ବଡ଼ କଥା ହେଲା କି କୁଖ୍ୟାତ ଅପରାଧୀ ରାଜା ସାହାଣୀ ନାମରେ ଏକାଧିକ ହତ୍ୟା ମାମଲା ସହ ଭାରତର ବିଭିନ୍ନ ରାଜ୍ୟ ରେ ୨୮ ଟି ଜଘନ୍ୟ ଅପରାଧିକ ମାମଲା ରହିଛି।ଏହି ମାମଲା ଭିତରେ ଡକାୟତି ମାମଲା ଅଧିକ ରହିଛି। ରାଜା ଏକ ବଡ଼ ନେଟୱର୍କ କରି ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଲୁଟ ଘଟଣା ଘଟାଉଥିଲା । ଶେଷରେ ପୋଲିସ ରାଜାକୁ ଧରିବା ପରେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲ କୁ ପଠା ଯାଇଛି। ଅନ୍ୟ ରାଜ୍ୟର ପୋଲିସ ର ମଧ୍ୟ ମୋଷ୍ଟ୍ ୱାଣ୍ଟେଡ ଥିବା ରାଜା ସାହାଣୀ କୁ ପଚରା ଉଚରା କରି ପାରନ୍ତି ଅନ୍ୟ ରାଜ୍ୟର ପୋଲିସ। ତେବେ ରାଜା ର ଗିରଫ ପରେ ତାଙ୍କ ଗ୍ୟାଙ୍ଗ ର ମନୋବଳ ହ୍ରାସ ପାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ଏସ ଦେବଦତ୍ତ ସିଂ ( ପୋଲିସ କମିଶନର)2
- Post by SOUMYA RANJAN1