ଡି.ଏ.ଭି ପବ୍ଲିକ ସ୍କୁଲ, କାଂସବାହାଲ ରେ ୧୫ତମ ବାର୍ଷିକ ମହୋତ୍ସବ 'ଉନ୍ମେଷ'- ୨୦୨୫-୨୬ ପାଳିତ । ଡି.ଏ.ଭି ପବ୍ଲିକ ସ୍କୁଲ, କାଂସବାହାଲ ରେ ୧୫ତମ ବାର୍ଷିକ ଉତ୍ସବ ତା ୧୮.୦୪. ୨୦୨୬ ରିଖ ସନ୍ଧ୍ୟା ୬.୦୦ ଘଟିକା ସମୟରେ ବିଦ୍ୟାଳୟ ପରିସରସ୍ଥ ମୁକ୍ତାକାଶ ରଙ୍ଗମଞ୍ଚରେ ଅତି ହର୍ଷ ଉଲ୍ଲାସର ସହ ନୃତ୍ୟ, ସଙ୍ଗୀତ ଓ ଅଭିନୟର ଅତି ଉଚ୍ଚକୋଟୀର ପ୍ରଦର୍ଶନ ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରୀନା ମହାପାତ୍ର ଓ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀବୃନ୍ଦ ଅତିଥିମାନଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ପ୍ରଦର୍ଶନୀସ୍ଥଳକୁ ପାଛୋଟି ନେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ଭାସ୍କର ବର୍ମା ଡି, ହେଡ଼ ଅପରେସନସ,ଏଲ୍ ଆଣ୍ଡ ଟି କାଂସବାହାଲର ୱାର୍କ୍ସ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ ପ୍ରମୋଦ ରଞ୍ଜନ ପାଣିଗ୍ରାହୀ, ଡି.ଜି.ଏମ ହେଡ୍ ପ୍ଲାଣ୍ଟ ମେନଟେନେସ ଆଣ୍ଡ ଫେସିଲିଟିଜ୍ ପ୍ଲାନିଙ୍ଗ, ଏଲ୍ ଆଣ୍ଡ ଟି କାଂସବାହାଲ ୱାର୍କ୍ସ ଯୋଗ ଦେଇଥିଲେ । ଏଲ୍. ଏମ୍. ସି ର ସଦସ୍ୟବୃନ୍ଦ ରୂପେ ଶ୍ରୀଯୁକ୍ତ ପ୍ରତିମ ରାୟ, ଡେପୁଟି ଜେନେରାଲ ମ୍ୟାନେଜର ଏକ୍ଜ୍ୟୁକେସନ ଏଲ୍ ଆଣ୍ଡ ଟି କାଂସବାହାଲ ୱାର୍କ୍ସ; ଶ୍ରୀଯୁକ୍ତ କୁମାରେନ୍ଦୁ ପରିଜା, ସିନିୟର ମ୍ୟାନେଜର, ଫାଇନାସ୍ ଆଣ୍ଡ ଆକାଉଣ୍ଟସ, ଏଲ୍ ଆଣ୍ଡ ଟି କାଂସବାହାଲ ୱାର୍କ୍ସ; ଶ୍ରୀଯୁକ୍ତ ଜାଗ୍ରତ ଓଝା, ଆସିଷ୍ଟାଣ୍ଡ ମ୍ୟାନେଜର, ଏଚ୍ ଆର ଆଣ୍ଡ ଆଇ ଆର, ଏଲ୍ ଆଣ୍ଡ ଟି କାଂସବାହାଲ ୱାର୍କ୍ସ ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥି ରୂପେ ବନ୍ଧବାହାଲ ଡ଼ି.ଏ.ଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ହୋତା, ଆଇ ଟି ପି ଏସ୍ ବନହରପାଲି ଡି.ଏ.ଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଅନୀତା ଭାଗ୍ୟରାଜ, ବସୁନ୍ଧରା ଡି.ଏ.ଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜନ କୁମାର ପଟେଲ, ଇବ୍ ଭ୍ୟାଲି ବ୍ରଜରାଜନଗର ଡି.ଏ.ଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପ୍ରଧାନ ଏବଂ ଆଇ ଟି ପି ଏସ୍ ବିନହରପାଲି ଡି.ଏ.ଭି ପବ୍ଲିକ ସ୍କୁଲ( ଓଡ଼ିଆ ମାଧ୍ୟମ)ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଣେଶ ମହାପାତ୍ର ତଥା ବିଦ୍ୟାଳୟର ଅଭିଭାବକ ବୃନ୍ଦ ଯୋଗଦାନ କରିଥିଲେ । ଅତିଥିବୃନ୍ଦଙ୍କ ଭବ୍ୟ ସ୍ୱାଗତ ପରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଅନ୍ୟ ମାନ୍ୟଗଣ୍ୟ ଅତିଥି ବୃନ୍ଦଙ୍କ ଗହଣରେ ଶୁଭ ପ୍ରଦୀପ ପ୍ରଜ୍ଵଳନ କରି ଉତ୍ସବର ଉଦଘାଟନ କରିଥିଲେ । ତତପଶ୍ଚାତ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ, ସମ୍ବଲପୁରୀ, ବିହୁ, ଜୋହର, ରେଟ୍ରୋ, ନାଟକ, କବାଲୀ, କବି ସମ୍ମିଳନୀ ଆଦି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅତି ଚମତ୍କାରଭାବରେ ପରିବେଷିତ ହୋଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ I ‘ଉନ୍ମେଷ’ ନାମିତ ଏହି ବାର୍ଷିକ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମମାନଙ୍କୁ ଉଚ୍ଚ ପ୍ରଶଂସା କରି ମୁଖ୍ୟଅତିଥି ନିଜ ବକ୍ତବ୍ୟରେ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କ ନୈତିକ ଚରିତ୍ର ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରି ଶିକ୍ଷାନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ I ଏହି ଅବସରରେ ଅତିଥିବୃନ୍ଦଙ୍କ ଦ୍ୱାରା ବିଦ୍ୟାଳୟର ମୁଖପତ୍ର 'ପନାଶ'ର ଲୋକାର୍ପଣ କରାଯାଇଥିଲା I ଦଶମ ଓ ଦ୍ୱାଦଶଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ଓ ଖେଳକୁଦରେ ଚମ୍ପିୟାନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ ଅତିଥି ପ୍ରଶଂସାପତ୍ର ପ୍ରଦାନ କରିଥିଲେ I ଅମିତ ସ୍ମାରକୀ ପୁରସ୍କାର , ପି.କେ. ପଣ୍ଡା ସ୍ମାରକୀ , ଦୀପଙ୍କର ସ୍ମାରକୀ , ପ୍ରଜ୍ଞାଜ୍ୟୋତି ପୁରସ୍କାରପ୍ରାପ୍ତ କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ I ବିଭିନ୍ନ କ୍ଷେତ୍ରରେ କୃତିତ୍ୱଲାଭ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା I ପୂର୍ବରୁ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରୀନା ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ I ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟା ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିବା ସହ ଜାତୀୟସଙ୍ଗୀତ ଗାନ କରାଯାଇ ଉତ୍ସବଟିକୁ ସମାହିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମର ସଞ୍ଚାଳନ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ମିନାକ୍ଷୀ ରାଓ, ଶ୍ରୀମତୀ ନବନୀତା ରାୟ, ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ପାତ୍ର ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା I ସମସ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରୀନା ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଓ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ତଥା ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ସଫଳ ହୋଇପାରିଥିଲା I ସମସ୍ତ କାର୍ଯ୍ୟକ୍ରମଟି ଶ୍ରୀଯୁକ୍ତ ବି. ଏନ୍. ଅରୋରା , ହେଡ୍ ପ୍ରଡ଼କ୍ଟ ବିଜନେସ୍ ୟୁନିଟ୍, ଏଲ୍ ଏଣ୍ଡ ଟି କାଂସବାହାଲ ଓ ଇଣ୍ଟରନ୍ୟାସନାଲ ତଥା ଏଲ୍.ଏମ. ସି. ର ଚେୟାରମ୍ୟାନ; ଓଡ଼ିଶା ଡି.ଏ.ଭି ସଂସ୍ଥାର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥି ଏବଂ ଓଡିଶା ଡି.ଏ.ଭି ସଂସ୍ଥାର ଆଞ୍ଚଳିକ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ପ୍ରଧାନଙ୍କ ମାର୍ଗଦର୍ଶନ ଓ ପ୍ରେରଣା ଯୋଗୁଁ ଶତ ପ୍ରତିଶତ ସଫଳୀକୃତ ହୋଇଥିଲା |

- ଦିନକୁ ଦିନ ସରକାରଙ୍କ ବିକଶିତ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସବଡେଗା ରେ ଜଳସେଚନ ବିଭାଗର ଏକ ହରିଦ୍ରାଲେପନ୍ କାର୍ଯ୍ୟ ସାମ୍ନା କୁ ଆସିଛି । ଚାଷୀଙ୍କ ପାଇଁ ଜଳସେଚନ ନିତାନ୍ତ ଆବଶ୍ୟକ ଥିବାବେଳେ ଜଳସେଚନ ର ବିଭାଗୀୟ କତୃପକ୍ଷ ପ୍ରକୃତ କାର୍ଯ୍ୟ ନ କରି ଲୋକଙ୍କ ଟଙ୍କାର ଅପଵ୍ୟୟ କରିଥିବା ଘଟଣା ସାମ୍ନାକୁ କୁ ଆସିଛି । ସବଡେଗା ର ମୁଖ୍ୟ କେନାଲ ସଙ୍କଟ ରେ ଥିବା ସହିତ ଆଜି ର ସମୟରେ ଅନେକ ଅନାବନା ଗଛ ସହିତ ଅନେକ ଅପରିତକତ୍ୟ ଜିନିଷ ଭରି ରହିବା କାରଣରୁ ପାଣି ଗନ୍ଧ ହେବା ସହିତ ଏଥିରେ ମଶା ମାଛି ହେବାର ଦେଖିବାକୁ ମିଳୁଛି । ତା ସହିତ କ୍ରମାଗତ ଭାବରେ ତାର ରକ୍ଷଣାବେକ୍ଷଣ ନ ହେବା କାରଣରୁ ତାହା ଏକ ଆବର୍ଜନା ର ପେନ୍ଥ ସ୍ଥଳ ପାଲଟିଛି । ଦିନ ସମୟରେ ଅନେକ ପ୍ରକାର ବିଷଧର ସରୀସୃପ ଦେଖିବାକୁ ମିଳୁଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ଜଣାପଡିଛି । ଏସବୁ ଉପରେ ଧ୍ୟାନ ନ ଦେଇ ଜଳସେଚନ ବିଭାଗ କେନାଲ ଉପରେ ରାସ୍ତା ତିଆରି କରୁଥିବାରୁ ମିଳିଥିବାବେଳେ ତାର ପ୍ରୋଜେକ୍ଟ ପିଲର ରେ ସଠିକ୍ ତଥ୍ୟ ଦେଖା ନ ଯିବା ସାଧାରଣରେ ଚର୍ଚ୍ଚା ହେଉଛି । ତା ସହିତ ସବଡେଗା ଅଞ୍ଚଳ ର ପ୍ରତ୍ୟେକ କେନାଲ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାବେଳେ ତାର ଉନ୍ନତି କରଣ ନ ହୋଇ ଅନ୍ୟ ଦିଗରେ ଟଙ୍କା ଖର୍ଚ୍ଚ ହେବା ଏକ ଅନ୍ୟ ଦିଗକୁ ଇଙ୍ଗିତ କରିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢ଼ାଇବାରେ ଲାଗିଛି । ଦେଖିବାକୁ ବାକି ରହିଲା ଜଳସେଚନ ବିଭାଗ ଏଥିପ୍ରତି କେବେ ଦୃଷ୍ଟି ଦେବ ।1
- ୩୨ତମ ବାର୍ଷିକ ଉତ୍ସବ ୨୦୨୭ ସସ୍ତିକ ଉପ୍ରା ମ ଇ ବିଦ୍ୟାଳୟ ଗୋଡ଼ ଭଙ୍ଗା ଦେବଗଡ଼1
- ଆଜି ପବିତ୍ର ଅକ୍ଷୟ ତୃତୀୟା ଆଜି ଠାରୁ ମହାପ୍ରଭୁଙ୍କ ରଥଯାତ୍ରା ର ରଥକାଠ ଅନୁକୂଳ ହୋଇଥାଏ ଏବଂ ଚାଷୀ ଭାଇମାନେ କ୍ଷେତରେ ଧାନ ବୁଣା ଆରମ୍ଭ କରିଥାନ୍ତି।1
- ଜମନକିରା ବ୍ଲକ୍ ସଦର ମହକୁମା ରେ ଭଲ Patho Labs ଟିଏ ନ ଥିଲା। ଯେଉଁ ହାତ ଗଣତି Patho Labs ଥିଲା ସେଥିରେ ଅଳ୍ପ କିଛି ରକ୍ତ ପରୀକ୍ଷା ହୋଇପାରୁଥିଲା। ଫଳରେ ଉନ୍ନତମାନର ରକ୍ତପରୀକ୍ଷା ପାଇଁ ସମ୍ବଲପୁର ଓ ବୁର୍ଲା ସହର ଉପରେ ନିର୍ଭର କରିବାକୁ ପଡୁଥିଲା। ଆଜି ଠାରୁ Pathkind Labs ହେବା ଫଳରେ ଜମନକିରା ଓ ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ୍ ୧୬ ଗୋଟି ଅଞ୍ଚଳ ର ଲୋକେ ଉପକୃତ ହୋଇପାରିବେ।3
- ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହ ରେ ସିଡ଼ି ଅନୁଷ୍ଠାନ, ଜମନକିରା ଆନୁକୂଲ୍ୟରେ ଜଷ୍ଟ ରାଇଟ ଫର ଚିଲଡ୍ରେନ, ନୂଆ ଦିଲ୍ଲୀ ସହାୟତା ରେ ଚାଲିଥିବା ବାଲ୍ୟ ବିବାହ ପ୍ରକଳ୍ପ ଦ୍ୱାରା ବାଲ୍ୟ ବିବାହ ନିବାରଣ ପାଇଁ ସଚେତନତା ଓ ସତର୍କତା ବୃଦ୍ଧି ସଭା ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ କଳ୍ପନା ପଟେଲ ଏବଂ ଶ୍ରୀମତୀ ସରୋଜିନୀ ପଟେଲ, ବାଲ୍ୟ ବିବାହ ପ୍ରତିରୋଧ ଅଧିକାରୀ ଭାବରେ ଓ ଅଙ୍ଗନବାଡି କର୍ମୀମାନେ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡା. ହରିଶ୍ଚନ୍ଦ୍ର ବାଘ, ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ସଦସ୍ୟ ଡାକ୍ତର ରାଜାରାମ ଷଢଙ୍ଗୀ ଅତିଥି ଏବଂ ରିଶୋର୍ସପେରସନ ଭାବରେ ଯୋଗ ଦେଇଥିଲେ | ସିଡ଼ି ଅନୁଷ୍ଠାନ ର ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପ୍ରଧାନ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ | ଏହି ସଭାର ଉଦେଶ୍ୟ ଅକ୍ଷୟ ତୃତୀୟା ସମୟରେ ସମ୍ଭାବ୍ୟ ବାଲ୍ୟ ବିବାହ କୁ କିପରି ରୋକାଯିବ, ଏଥିପାଇଁ ତୃଣମୂଳ ସ୍ତରରେ ସତେତନତା ର ଜ୍ଞାନ ବୃଦ୍ଧି ଓ ସତର୍କତା ବ୍ୟବସ୍ତା କୁ ସାମୁହିକ ଭାବରେ ଶୁଦ୍ଧୃଢ଼ କରିବା ଉକ୍ତ ଶିବିର ର ମୂଳ ଉଦ୍ୟେଶ, ଡକ୍ଟର ରାଜାରାମ ଷଢଙ୍ଗୀ ତାଙ୍କ ଉଦବୋଧନରେ ବାଲ୍ୟ ବିବାହ ର କାରଣ, ବାଲ୍ୟ ବିବାହ ପ୍ରତିରୋଧ ଆଇନ, ରିପୋଟିଙ୍ଗ ବ୍ୟବସ୍ଥା, ସତର୍କତା ବୃଦ୍ଧି ବିଷୟରେ ସରଳ ଭାଷାରେ ବୁଝାଇଥିଲେ |ଆଇ ସି ଡି ଏସ ସୁପରଭାଇଜର ମାନେ ଗ୍ରାମ ସ୍ତରରେ ବାଲ୍ୟ ବିବାହ ରୋକିବା ପାଈଁ ଦୃଢ ସଂକଳ୍ପ ପ୍ରକାଶ କରିଥିଲେ, ଏହି ସଭା କୁ ସଫଳ କରିବାରେ ସିଡ଼ି ଅନୁଷ୍ଠାନ ର ସହଯୋଗୀ କର୍ମୀ ଶ୍ରୀଯୁକ୍ତ ସଞ୍ଜୟ ଧୂରୁଆ ଓ କମଳ ଭୋଇ ପୂର୍ଣ୍ଣ ସହଯୋଗ କରିଥିଲେ |1
- Post by ମିଲନ କୁମାର ନାଏକ1
- ହରେ କୃଷ୍ଣ.. ହରେ କୃଷ୍ଣ.. କୃଷ୍ଣ କୃଷ୍ଣ ହରେ ହରେ... ହରେ ରାମ.. ହରେ ରାମ.... ରାମ ରାମ ହରେ ହରେ.... 🙏1
- ଷ୍ଟଣ୍ଡ କରୁ କରୁ ବାଇକ୍ ଜଲିଗଲା1