logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚାଖି ଖୁଣ୍ଟିଆ ଙ୍କ ୨୦୪ ତମ ଜୟନ୍ତୀ ପାଳିତ। (ଡ଼ଃ ମନୋଜ କୁମାର ବଳିଆରସିଂ)ପୁରୀ ୩୦/୧୨ ଦେଶର ସୁରକ୍ଷା ଓ ଗୌରବ ପାଇଁ ବିପ୍ଲବୀ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କର ଅବଦାନ ଅତୁଳନୀୟ।ସେ ଏପରି ଜଣେ ବୀର ଯିଏ ଦେଶ ମାତୃକାର ସେବା ସହ ମହାପ୍ରଭୁଙ୍କ ସେବା ରେ ମଧ୍ୟ ସମର୍ପିତ ଥିଲେ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା। ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଚାଖି ଖୁଣ୍ଟିଆ ସ୍ମୃତି ସମିତି ର ମିଳିତ ସହଯୋଗରେ ଚାଖି ଖୁଣ୍ଟିଆଙ୍କର ୨୦୪ ତମ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ମହାପୁରୁଷ ମାନଙ୍କର ସେବା ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଗାମୀ ପିଢ଼ି କୁ ଅବଗତ କରାଯିବା ଉଚିତ ବୋଲି କହିଥିଲେ।ଅନ୍ୟତମ ଅତିଥି ଭାବେ ପିକେଡିଏ ସଚିବ ଦିଲ୍ଲୀପ କୁମାର ମହାରଣା ଚାଖି ଖୁଣ୍ଟିଆ ଙ୍କ ତ୍ୟାଗ ଓ ବୀରତ୍ବର କଥା କାଳ କାଳକୁ ପ୍ରତିଟି ଓଡ଼ିଆ ଙ୍କୁ ଉଦବୁଦ୍ଧ କରିବ ବୋଲି କହିବା ସହ ଆମ ମହାନ ପରମ୍ପରା ଓ ଗୌରବ କୁ ଆଗକୁ ନେବାକୁ ଶପଥ ନେବାକୁ ମତ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ପ୍ରଫେସର ଅସିତ କୁମାର ମହାନ୍ତି ଚାଖି ଖୁଣ୍ଟିଆ ଙ୍କ ଜନ୍ମ, ନାମର ସାର୍ଥକତା, କର୍ମ,ସଂଗ୍ରାମ, ଦେଶପ୍ରେମ, ଆଧ୍ୟାତ୍ମିକତା, ଚାଖି ଙ୍କ ଦ୍ୱାରା ରଚିତ ଜଗନ୍ନାଥ ଜଣାଣ ଭଜନ ସମ୍ପର୍କରେ ବିଷଦ ଆଲୋକପାତ କରିଥିଲେ।ଚାଖି ଖୁଣ୍ଟିଆ ଓ ଜୟୀ ରାଜଗୁରୁ ଙ୍କ ପରି ପ୍ରଥମ ଓ ପ୍ରଧାନ ସଂଗ୍ରାମୀ ମାନଙ୍କ ସମ୍ପର୍କରେ ଅଧିକ ପ୍ରାମାଣିକ ତଥ୍ୟ ଆଧାରିତ ଗବେଷଣା ଜରୁରୀ ବୋଲି ସେ କହିବା ସହ ଯୁବ ପିଢି ଏହା ଉପରେ ଅଧିକ ମନୋନିବେଶ ପାଇଁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଚାଖି ଙ୍କ ଦାୟାଦ ହଜୁରୀ ନୀଳକଣ୍ଠ ଖୁଣ୍ଟିଆ, ସ୍ମୃତି ସମିତିର କାର୍ଯ୍ୟକାରୀ ସଭାପତି ତଥା ଉତ୍ସବ ର ସଭାପତି ମାୟାଧର ମହାରଣା ଚାଖି ଙ୍କ ଜୀବନୀ ଓ କାର୍ଯ୍ୟ ଧାରା ସମ୍ପର୍କରେ ଆଲୋଚନା କରି ତାଙ୍କ ପରି ଦୁର୍ଦ୍ଦଶ ସଂଗ୍ରାମୀ ପୁରୀ ମାଟିରେ ଜନ୍ମ ନେବା ଅତ୍ୟନ୍ତ ଗୌରବର କଥା।ତାଙ୍କରି ଭଳି ସାହସୀ ଓ ଦେଶ ପ୍ରେମୀ ହେବାକୁ ସେମାନେ ଅନୁରୋଧ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା କରିବା ସହ ସମସ୍ତଙ୍କୁ ସ୍ବାଗତ, ଅତିଥି ପରିଚୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଚାଖି ଖୁଣ୍ଟିଆ ସ୍ମୃତି ସମିତି ସମ୍ପାଦକ ଧୃବ ଚରଣ କର ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଉଲ୍ଲେଖନୀୟ ଅବଦାନ ପାଇଁ ଭଗବାନ ସୁଆର ଓ ଫକୀର ପଣ୍ଡାଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ସେହିପରି ଗଙ୍ଗାଧର ହାଇସ୍କୁଲ ର ଏନସିସି ଓ ଘୋଡ଼ା ବଜାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଗାଇଡ ଟିମକୁ ଶୃଙ୍ଖଳା ରକ୍ଷା ପାଇଁ ପୁରସ୍କୃତ କରାଯାଇଥିଲା।ଶ୍ରୀପର୍ଣ୍ଣା କଳା ପରିଷଦ ସ୍ୱାଗତ ସଂଗୀତ ଓ ଚାଖି ଙ୍କ ରଚିତ ଭଜନ ପରିବେଷଣ କରିଥିଲେ।ଶେଷରେ ଅନାମ ଚନ୍ଦ୍ର ସାହୁ ,ଶିବ ସୁନ୍ଦର ମିଶ୍ର ଓ କ୍ରିଷ୍ଣା ମହାପାତ୍ର ଙ୍କ ସଂଯୋଜନା ରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟୁଷରୁ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଙ୍କ କାର୍ଯ୍ୟାଳୟ ଠାରେ ଚାଖି ଖୁଣ୍ଟିଆ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ଉପରୋକ୍ତ ଅତିଥି ମାନଙ୍କ ସହ କୃଷ୍ଣଚନ୍ଦ୍ର ମିଶ୍ର, ଗଣେଶ୍ବର ପ୍ରହରାଜ, ସୁକାନ୍ତ ପଣ୍ଡା, ଅଖିଳ କୁମାର ଦଳାଇ, ବିଜୟ ଦାସ,ଅନାମ ଚରଣ ସାହୁ, ଶିବ ସୁନ୍ଦର ମିଶ୍ର, ସୂର୍ଯ୍ୟ ନାରାୟଣ ମିଶ୍ର,ବିଭୁଦାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ମାଲ୍ୟାର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ।ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

6 hrs ago
user_Manoj kumar baliyarsingh
Manoj kumar baliyarsingh
Journalist ପୁରୀ (M), ପୁରୀ, ଓଡ଼ିଶା•
6 hrs ago

ଚାଖି ଖୁଣ୍ଟିଆ ଙ୍କ ୨୦୪ ତମ ଜୟନ୍ତୀ ପାଳିତ। (ଡ଼ଃ ମନୋଜ କୁମାର ବଳିଆରସିଂ)ପୁରୀ ୩୦/୧୨ ଦେଶର ସୁରକ୍ଷା ଓ ଗୌରବ ପାଇଁ ବିପ୍ଲବୀ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କର ଅବଦାନ ଅତୁଳନୀୟ।ସେ ଏପରି ଜଣେ ବୀର ଯିଏ ଦେଶ ମାତୃକାର ସେବା ସହ ମହାପ୍ରଭୁଙ୍କ ସେବା ରେ ମଧ୍ୟ ସମର୍ପିତ ଥିଲେ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା। ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଚାଖି ଖୁଣ୍ଟିଆ ସ୍ମୃତି ସମିତି ର ମିଳିତ ସହଯୋଗରେ ଚାଖି ଖୁଣ୍ଟିଆଙ୍କର ୨୦୪ ତମ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ମହାପୁରୁଷ ମାନଙ୍କର ସେବା ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଗାମୀ ପିଢ଼ି କୁ ଅବଗତ କରାଯିବା ଉଚିତ ବୋଲି କହିଥିଲେ।ଅନ୍ୟତମ ଅତିଥି ଭାବେ ପିକେଡିଏ

ସଚିବ ଦିଲ୍ଲୀପ କୁମାର ମହାରଣା ଚାଖି ଖୁଣ୍ଟିଆ ଙ୍କ ତ୍ୟାଗ ଓ ବୀରତ୍ବର କଥା କାଳ କାଳକୁ ପ୍ରତିଟି ଓଡ଼ିଆ ଙ୍କୁ ଉଦବୁଦ୍ଧ କରିବ ବୋଲି କହିବା ସହ ଆମ ମହାନ ପରମ୍ପରା ଓ ଗୌରବ କୁ ଆଗକୁ ନେବାକୁ ଶପଥ ନେବାକୁ ମତ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ପ୍ରଫେସର ଅସିତ କୁମାର ମହାନ୍ତି ଚାଖି ଖୁଣ୍ଟିଆ ଙ୍କ ଜନ୍ମ, ନାମର ସାର୍ଥକତା, କର୍ମ,ସଂଗ୍ରାମ, ଦେଶପ୍ରେମ, ଆଧ୍ୟାତ୍ମିକତା, ଚାଖି ଙ୍କ ଦ୍ୱାରା ରଚିତ ଜଗନ୍ନାଥ ଜଣାଣ ଭଜନ ସମ୍ପର୍କରେ ବିଷଦ ଆଲୋକପାତ କରିଥିଲେ।ଚାଖି ଖୁଣ୍ଟିଆ ଓ ଜୟୀ ରାଜଗୁରୁ ଙ୍କ ପରି ପ୍ରଥମ ଓ ପ୍ରଧାନ ସଂଗ୍ରାମୀ ମାନଙ୍କ ସମ୍ପର୍କରେ ଅଧିକ ପ୍ରାମାଣିକ ତଥ୍ୟ ଆଧାରିତ ଗବେଷଣା ଜରୁରୀ ବୋଲି ସେ କହିବା ସହ ଯୁବ ପିଢି ଏହା ଉପରେ ଅଧିକ ମନୋନିବେଶ ପାଇଁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଚାଖି ଙ୍କ ଦାୟାଦ ହଜୁରୀ ନୀଳକଣ୍ଠ ଖୁଣ୍ଟିଆ,

ସ୍ମୃତି ସମିତିର କାର୍ଯ୍ୟକାରୀ ସଭାପତି ତଥା ଉତ୍ସବ ର ସଭାପତି ମାୟାଧର ମହାରଣା ଚାଖି ଙ୍କ ଜୀବନୀ ଓ କାର୍ଯ୍ୟ ଧାରା ସମ୍ପର୍କରେ ଆଲୋଚନା କରି ତାଙ୍କ ପରି ଦୁର୍ଦ୍ଦଶ ସଂଗ୍ରାମୀ ପୁରୀ ମାଟିରେ ଜନ୍ମ ନେବା ଅତ୍ୟନ୍ତ ଗୌରବର କଥା।ତାଙ୍କରି ଭଳି ସାହସୀ ଓ ଦେଶ ପ୍ରେମୀ ହେବାକୁ ସେମାନେ ଅନୁରୋଧ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା କରିବା ସହ ସମସ୍ତଙ୍କୁ ସ୍ବାଗତ, ଅତିଥି ପରିଚୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଚାଖି ଖୁଣ୍ଟିଆ ସ୍ମୃତି ସମିତି ସମ୍ପାଦକ ଧୃବ ଚରଣ କର ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଉଲ୍ଲେଖନୀୟ ଅବଦାନ ପାଇଁ ଭଗବାନ ସୁଆର ଓ ଫକୀର ପଣ୍ଡାଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ସେହିପରି ଗଙ୍ଗାଧର ହାଇସ୍କୁଲ ର ଏନସିସି ଓ

ଘୋଡ଼ା ବଜାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଗାଇଡ ଟିମକୁ ଶୃଙ୍ଖଳା ରକ୍ଷା ପାଇଁ ପୁରସ୍କୃତ କରାଯାଇଥିଲା।ଶ୍ରୀପର୍ଣ୍ଣା କଳା ପରିଷଦ ସ୍ୱାଗତ ସଂଗୀତ ଓ ଚାଖି ଙ୍କ ରଚିତ ଭଜନ ପରିବେଷଣ କରିଥିଲେ।ଶେଷରେ ଅନାମ ଚନ୍ଦ୍ର ସାହୁ ,ଶିବ ସୁନ୍ଦର ମିଶ୍ର ଓ କ୍ରିଷ୍ଣା ମହାପାତ୍ର ଙ୍କ ସଂଯୋଜନା ରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟୁଷରୁ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଙ୍କ କାର୍ଯ୍ୟାଳୟ ଠାରେ ଚାଖି ଖୁଣ୍ଟିଆ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ଉପରୋକ୍ତ ଅତିଥି ମାନଙ୍କ ସହ କୃଷ୍ଣଚନ୍ଦ୍ର ମିଶ୍ର, ଗଣେଶ୍ବର ପ୍ରହରାଜ, ସୁକାନ୍ତ ପଣ୍ଡା, ଅଖିଳ କୁମାର ଦଳାଇ, ବିଜୟ ଦାସ,ଅନାମ ଚରଣ ସାହୁ, ଶିବ ସୁନ୍ଦର ମିଶ୍ର, ସୂର୍ଯ୍ୟ ନାରାୟଣ ମିଶ୍ର,ବିଭୁଦାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ମାଲ୍ୟାର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ।ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

More news from ଓଡ଼ିଶା and nearby areas
  • ବଉଲଗଡ କ୍ଲବ ର 50 ବର୍ଷ ପୂରଣ ଅବସରେ ଇଷ୍ଟ ଜୋନ ସୁନ୍ଦର ପ୍ରତିଯୋଗିତା ଅନୁଷ୍ଠିତ ହେବ:ବାବୁ ସିଂ#highlights
    1
    ବଉଲଗଡ କ୍ଲବ ର 50 ବର୍ଷ ପୂରଣ ଅବସରେ ଇଷ୍ଟ ଜୋନ ସୁନ୍ଦର ପ୍ରତିଯୋଗିତା ଅନୁଷ୍ଠିତ ହେବ:ବାବୁ ସିଂ#highlights
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ଡେରାବିଷ ମହୋତ୍ସବ ରେ ଜଗନ୍ନାଥ ଙ୍କ ସାମ୍ନାରେ କୋରାନ ପାଠ କୁ ବିରୋଧ କରି,ଦଧିବାମନଜୀଉ ଯୁବକ ସଂଘ ତରଫରୁ ଡେରାବିଶ ଥାନା ରେ ଏତଲା
    1
    ଡେରାବିଷ ମହୋତ୍ସବ ରେ ଜଗନ୍ନାଥ ଙ୍କ ସାମ୍ନାରେ କୋରାନ ପାଠ କୁ ବିରୋଧ କରି,ଦଧିବାମନଜୀଉ ଯୁବକ ସଂଘ ତରଫରୁ ଡେରାବିଶ ଥାନା ରେ ଏତଲା
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    2 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    କୋଡ଼ାଳା, ଗଞ୍ଜାମ, ଓଡ଼ିଶା•
    7 hrs ago
  • ସମୟ ରେ ସମସ୍ତେ ନିଜର,, ଅସୁବିଧା ପଡ଼ିଲେ କିଏ କାହାର ?
    1
    ସମୟ ରେ ସମସ୍ତେ ନିଜର,, ଅସୁବିଧା ପଡ଼ିଲେ କିଏ କାହାର ?
    user_User9947
    User9947
    Social worker ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    9 hrs ago
  • Post by Subrat Behera
    1
    Post by Subrat Behera
    user_Subrat Behera
    Subrat Behera
    Journalist ପୋଲସରା, ଗଞ୍ଜାମ, ଓଡ଼ିଶା•
    1 day ago
  • ବୋରିଗାଁରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ପରେ ମୃତ୍ୟୁକ ପରିବାରକୁ ଆର୍ଥିକ ସହାୟତା କଲେ ପରିବହନ ମନ୍ତ୍ରୀ
    1
    ବୋରିଗାଁରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ପରେ ମୃତ୍ୟୁକ ପରିବାରକୁ  ଆର୍ଥିକ ସହାୟତା କଲେ ପରିବହନ ମନ୍ତ୍ରୀ
    user_Live Odisha NewsUpdate District reporter
    Live Odisha NewsUpdate District reporter
    Journalist Brahmapur Sadar, Ganjam•
    3 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    15 hrs ago
  • +2 ମାଧ୍ୟମିକ ଶିକ୍ଷା ପରିଷଦରେ ଏ ସବୁ ଚାଲିଛି କଣ???#highlights
    1
    +2 ମାଧ୍ୟମିକ ଶିକ୍ଷା ପରିଷଦରେ ଏ ସବୁ ଚାଲିଛି କଣ???#highlights
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • କେନ୍ଦ୍ରାପଡ଼ା ଉପକୁଳ ଅଞ୍ଚଳ କେନାଲ ରେ ପାଣି ନ ଥିବାରୁ ଚାଷ ଜମି ଫାଟି ଆଁ କରିଛି ପାଣି ନ ପାଇ ଜମଧର ଗ୍ରାମର ଚାଷୀ ଆଣିଲେ ଅଭିଯୋଗ..!
    1
    କେନ୍ଦ୍ରାପଡ଼ା ଉପକୁଳ ଅଞ୍ଚଳ କେନାଲ ରେ ପାଣି ନ ଥିବାରୁ ଚାଷ ଜମି ଫାଟି ଆଁ କରିଛି ପାଣି ନ ପାଇ ଜମଧର ଗ୍ରାମର ଚାଷୀ ଆଣିଲେ ଅଭିଯୋଗ..!
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.