ଉତ୍କଳିକା ପତ୍ରିକାରେ ❤️ ଗର୍ଭପାତ ***************************** ଜରାୟୁର ଅନ୍ଧାରରୁ ରହିଛି ଚାହିଁ, ଆଲୋକର ଟିକେ ଝଲକ ପାଇଁ, ଆଶା ବାନ୍ଧୁଛି ମା' ନାଡରେ, ଦିନ ଗଣୁଛି, କେବେ ପହଞ୍ଚିବି ଯାଇ ନୀଡ଼ରେ। ମନରେ ଭରପୁର ସ୍ୱପ୍ନକୁ ନେଇ, ନଅ ମାସ ଦଶ ଦିନ କାରାବରଣକୁ ସହି, ଆସି ଗଲିଣି କିଛି ବାଟ ଧାଇଁ ଧାଇଁ, ଝୁଣ୍ଟିବାରେ ନାହିଁ ଭୟ, ସୁରକ୍ଷିତ ସ୍ଥାନ ଅଟେ ମା' ଗର୍ଭାଶୟ। ଅଜଣା,ନିରୀହ,ନିଷ୍ପାପ,କୋମଳ ମୁଁ, ଜାଣେ ଖାଲି, ଶିଶୁ ବୋଲି ମୋର ପରିଚୟ, ହେଲେ ସମାଜ କରିଛି ପାତର ଅନ୍ତର, ପୁତ୍ର ଓ କନ୍ୟା ଭ୍ରୁଣର ବାଛବିଚାର। ଭେଦଭାବର ସଂଜ୍ଞାକୁ ଗ୍ରହଣ କରି, ତଣ୍ଟି ଚିପି ଆସ୍ତେ ନିଜ ରକ୍ତକୁ ମାରି, ପୁଅ ସୁଖ ପାଇଁ ଝିଅକୁ ବଳୀ ଦେଲ, କିନ୍ତୁ ଛଳନାର ମୁଖା ପିନ୍ଧି କହିବୁଲ, ଅଜାଣତେ ଗର୍ଭପାତ ହୋଇଲା ଆମର। ନିବେଦନ କରୁଛି ମୁଁ, ବଞ୍ଚିବାକୁ,ବଢ଼ିବାକୁ ଦିଅ ତୁମେ, ସୁଧୁରି ଯାଉ ଏ ନିମ୍ନ ମାନସିକତା, ନାହିଁ ଅନ୍ତର କନ୍ୟା ଓ ପୁତ୍ରର, ଦୁହେଁ ଆଗାମୀ ଭବିଷ୍ୟତର ଏକ ଉଜ୍ବଳ, ଈଶ୍ଵରଙ୍କ ଆଶୀର୍ବାଦର ଏକ ଅମୃତ ଫଳ। ଡ଼ା.ଶୁଭଶ୍ରୀ ପ୍ରଭା ସ୍ଵାଇଁ