Shuru
Apke Nagar Ki App…
🚭 ଆଉ ସବୁ ରାଇଟ ନା❗
Gobinda Majhi
🚭 ଆଉ ସବୁ ରାଇଟ ନା❗
More news from Lingaraj and nearby areas
- ।।ବେଲପାହାଡ଼ରେ ଅନୁଷ୍ଠିତ ହେଲା ଉତ୍କଳ ଶ୍ରୀ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ।। ଉତ୍କଳ ଶ୍ରୀ ହେଲେ ହେମନ୍ତ ଭୋଇ, ଶୁଭଙ୍କର ରାଉତ ଓ ଅନୁପମା ସ୍ୱାଇଁ ଝାରସୁଗୁଡ଼ା ଜିଲା ବେଲପାହାଡ଼ ବଡି ବିଲ୍ଡିଂ ଆଣ୍ଡ ପାୱାର ଲିଫ୍ଟିଙ୍ଗ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଜୁବୁଲି ହଲଠାରେ ରାଜ୍ୟସ୍ତରୀୟ 'ଉତ୍କଳ ଶ୍ରୀ' ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଆଜି ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହା ଗତକାଲି ଜାନୁଆରୀ ୪ ଆରମ୍ଭ ହୋଇଥିବା ବେଳେ ଆଜି ୫ ତାରିଖ ଉଦଯାପିତ ହେବ। ଓଡ଼ିଶା ବଡି ବିଲ୍ଡିଂ ଆସୋସିଏସନ୍ ସହଯୋଗିତାରେ ଏହା ଅନୁଷ୍ଠିତ ହୋଇଛି। ଏଥିରେ ସମଗ୍ର ଓଡ଼ିଶାରୁ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଆଜି ପ୍ରଥମ ସନ୍ଧ୍ୟାରେ ମେନ୍ସ ଫିଜିକ୍ସ ୧୬୫ ସେଣ୍ଟି ମିଟର ଉଚ୍ଚତାରୁ କମ୍ ବିଭାଗରେ ହେମନ୍ତ ଭୋଇ ପ୍ରଥମ, ନାରାୟଣ ବୋଷୋଇ ଦ୍ଵିତୀୟ, ଦୀପକ ରଞ୍ଜନ ଜେନା ତୃତୀୟ, କେ. ରାମୁ ରେଡ୍ଡୀ ଚତୁର୍ଥ ଓ ଦେବ ଶର୍ମା ପଞ୍ଚମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ମେନ୍ସ ଫିଜିକ୍ସ ୧୬୫ ସେଣ୍ଟି ମିଟର ଉଚ୍ଚତାରୁ ଅଧିକ ବିଭାଗରେ ଶୁଭଙ୍କର ରାଉତ ପ୍ରଥମ, ନରହରି ସାହୁ ଦ୍ଵିତୀୟ ଓ ଦୀପ୍ତି ରଞ୍ଜନ ସାମନ୍ତରାୟ ତୃତୀୟ, ପ୍ରସାଦ ଭବାନୀ ଶଙ୍କର ସାହୁ ଚତୁର୍ଥ ଓ ଜିତେନ୍ଦ୍ର ବାରିକ ପଞ୍ଚମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ବଡି ବିଲ୍ଡିଂ ମହିଳା ବର୍ଗରେ ମୋଟ ୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସେଥିରୁ ଅନୁପମା ସ୍ୱାଇଁ ପ୍ରଥମ, ସୁନିତାରାଣୀ ବେଶ୍ରା ଦ୍ଵିତୀୟ, ପିଙ୍କି ବେହେରା ତୃତୀୟ, ଡା. ସ୍ମିତି ପାଢ଼ୀ ଚତୁର୍ଥ ଓ ପୁଷ୍ପଲତା ପଣ୍ଡା ପଞ୍ଚମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଏଥିରେ ମନୋନୀତ ପ୍ରତିଯୋଗୀମାନେ ଆଗାମୀ ଜାତୀୟ ସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି କୁହାଯାଉଛି। ବିଚାରକ ଭାବେ ପ୍ରସନ୍ନ ମହାସ୍ୱର, ତରୁଣ ଚଟାର୍ଜୀ, ବିରଞ୍ଚି ମିଶ୍ର, ସଞ୍ଜୟ ଶତପଥୀ, ଅଜୟ ମହାପାତ୍ର, ଉମା ଶତପଥୀ, ମନମଥ୍ ମିଶ୍ର, ରାଜେଶ ଆଚାରୀ, ବାବୁଲି ସ୍ୱାଇଁ, ପ୍ରଫୁଲ୍ଲ ଚନ୍ଦ୍ର ଗୁରୁ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତା ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ଉଦଘାଟନୀ ସମାରୋହରେ ଅତିଥିଙ୍କ ଗହଣରେ ଡ. ସନ୍ତୋଷ ମିଶ୍ର, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ରାଜକିଶୋର ରାଉତ, ଆରତୀ ପଧାନ, ଅଖିଳ ସ୍ୱାଇଁ, ସନ୍ତୋଷ ମହାନ୍ତି, ଶ୍ରୀକାନ୍ତ ରାଏ, ହିତେଶ ଠକ୍କର, ତେଜରାଜ ସାହୁ, ବିପ୍ଳବ ଅଗ୍ରୱାଲ, ବିଶ୍ୱଜିତ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଆୟୋଜକ ବେଲପାହାଡ଼ ବଡି ବିଲ୍ଡିଂ ଆଣ୍ଡ ପାୱାର ଲିଫ୍ଟିଙ୍ଗ ଆସୋସିଏସନର ମୁଖ୍ୟ ପୃଷ୍ଠପୋଷକ ଡ଼ା. ଅନୀଲ ନାୟକ, ସଭାପତି ମନୋଜ ମହାନ୍ତି, ଉପସଭାପତି ବିକାଶ ମହାନ୍ତି, ସୁରଜ ମହାରାଜ, ସାଧାରଣ ସମ୍ପାଦକ ଶିବରାମ ମହାରଣା, କୋଷାଧ୍ୟକ୍ଷ ଦୀପକ ମହାନ୍ତି, ଉପଦେଷ୍ଟା ରାଜକିଶୋର ରାଉତ, ସ୍ମୃତିରଞ୍ଜନ ପ୍ରଧାନ, ଶକ୍ତିକାନ୍ତ ମହାପାତ୍ରଙ୍କ ସମେତ ଗଜେନ୍ଦ୍ର ରାଉତ, କୁବେର ସାହୁ, ଲିଙ୍ଗରାଜ ମହାରଣା, ସଞ୍ଜୟ ପ୍ରଧାନ, ଦୀନେଶ କରାଲୀ, ପ୍ରଶାନ୍ତ ଦାସ, ଦେବେନ୍ଦ୍ର ରାଉତ, ଶୁଭେନ୍ଦୁ ପଟ୍ଟନାୟକ, ସଞ୍ଜୟ ମହାନ୍ତି, କେଶବ ଖମାରୀ, ନରେଶ ବାରିକ ପ୍ରମୁଖ ଆୟୋଜନରେ ସହଯୋଗ କରିଥଲେ।1
- Hari Hari1
- ଭଦ୍ରକ ବ୍ଲକ କାଉପୁର ପଞ୍ଚାୟତ ସ୍ତରୀୟ ଧାନମଣ୍ଡି ଉଦଘାଟନ, କାଉପୂର ସେବା ସମବାୟ ସମିତି ଧାନମଣ୍ଡି ଶୁଭାରମ୍ଭ କଲେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଖାଦ୍ୟ ଯୋଗାଳ ଅଧିକାରୀ ଲିଙ୍ଗରାଜ ବେହେରା l ଉପସ୍ଥିତ ଥିଲେ ଧାନମଣ୍ଡି କାର୍ଯ୍ୟକର୍ତା l #KKNewsodia #Breaking #News #Update #News #Bhubaneswar #Odisha l1
- ପ୍ରବାସୀଙ୍କ ପାଇଁ ସଜେଇ ହେଉଛି ଲିଙ୍ଗରାଜ ମନ୍ଦିର ...1
- ବେଆଇନ ଭବେ ଚାଲାଣ ହେଉଥିବା ମହୁଲ ଫୁଲ ଗାଡ଼ିକୁ ଜବତ କରିବା ସହ ଦୁଇ ଗିରଫ ll1
- Pure Dance☁️☁️1
- #ମୁଁ_ମୋବାଇଲ_ର_ମିସୟୁଜ_କରେନି #ମତେ_ଡ୍ରଇଂ_କରିବା_ପସନ୍ଦ ଲିଙ୍ଗରାଜ ଦର୍ଶନ କରି ନୂଆ ବର୍ଷ ଆରମ୍ଭ କରିଲି...1
- Day 4❤️✨ (30days)1