ଭୟଙ୍କର ଘାଟି ଦେଇ ଆମେ ବାହାରିଲୁ କମ୍ବଳ ବଣ୍ଟନ ପାଇଁ। (ଗଜପତି ) ଗୋଟିଏ ପଟେ ସମସ୍ତେ ଶୀତ ଋତୁକୁ ଉପଭୋଗର ଋତୁ ମଣି ଉପଭୋଗ କରୁଥିବା ବେଳେ ଅନ୍ୟ ପଟେ ସମାଜରେ ଏମିତି ବି କିଛି ମଣିଷ ଅଛନ୍ତି ଯାହା ପାଇଁ ଓ ଏମିତି କିଛି ଉପାନ୍ତ ଅଞ୍ଚଳ ଅଛି ଯେଉଁଠି ଶୀତ ସାଜିଯାଏ ଅଭିଶାପର ଋତୁ। ଶୀତୁଆ ପବନ କେବଳ ସେମାନଙ୍କ ଦେହକୁ ଥରାଏ ତାହା ନୁହେଁ ସେମାନଙ୍କ ମୌଳିକ ଅକ୍ଷମତାକୁ ବାରମ୍ବାର ମନେ ପକାଇ, ରାତିର ନିଦ ହଜାଇ, ସେମାନଙ୍କୁ ସାମାଜିକ ସ୍ରୋତରୁ ପଛୁଆ କରିପକାଏ। ସେହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିପଦର ବନ୍ଧୁ ଓଡିଶା ପ୍ରତିବର୍ଷ ବିଭିନ୍ନ ଅଞ୍ଚଳରେ "ଧାରାବାହିକ ଶୀତବସ୍ତ୍ର ବଣ୍ଟନ" କାର୍ଯ୍ୟକ୍ରମ ଆୟୋଜିତ କରିଆସୁଅଛି। ସେହିଧାରରେ ଗତ ତା ୦୫/୦୧/୨୦୨୫ ରିଖ ଦିନ ସଂଗଠନର ଏକ ବାର ଜଣିଆ ଦଳ ବ୍ରହ୍ମପୁରରୁ ଗଜପତି ଅଭିମୁଖେ ଯାତ୍ରା ଆରମ୍ବ କରିଥିଲେ। ସଂଗଠନର ସଭାପତି ଶ୍ରୀମାନ ବାଦଲ କୁମାର ତ୍ରିପାଠୀ ଙ୍କ ନେତୃତ୍ୱ ଏବଂ ଗଜପତି ଜିଲ୍ଲାର ସଦସ୍ୟମାନଙ୍କ ସୁପରିଚାଳନାରେ ସଦସ୍ୟମାନେ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଉପାନ୍ତ ଗ୍ରାମ ରାଜଖମା, ବାଳିଗୁଦି, ଗଉଡ଼ମା, ଗମ୍ଭାରୀ ଗାଁ ର ବାସିନ୍ଦାମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଶୀତବସ୍ତ୍ର ଓ କମ୍ବଳ ବଣ୍ଟନ ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା। ତତ୍ ସହିତ ସେଠାକାର କୁନି କୁନି ପିଲାଙ୍କୁ ନୂତନ ପୋଷାକ ମଧ୍ୟ ପ୍ରଦାନ କରାଯାଇଥିଲା। ସଂଗଠନର ଏଭଳି ପରିକଳ୍ପନାକୁ ଉକ୍ତ ଗ୍ରାମର ବାସିନ୍ଦାମାନେ ସାଧୁବାଦ ଜଣାଇଥିଲେ। ସୂଚନା ଥାଉ କି ସମାନ କାର୍ଯ୍ୟକ୍ରମ ସଂଗଠନ ଦ୍ୱାରା ଓଡ଼ିଶାର ଅନେକ ସ୍ଥାନରେ ଜାରି ରହିଛି।

- ଶିକ୍ଷକ,ଶିକ୍ଷୟିତ୍ରୀ ତାଲିମ୍ ଶିବିର ସୁରେନ୍ଦ୍ର ସାଏ ଦବ୍ୟଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ1
- ରାୟଗଡା ଜିଲ୍ଲା ମହତ୍ସବ ଚଇତି ରେ ଗଣମାଧ୍ୟମଙ୍କୁ ଅଣଦେଖା ।1
- ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା | ଆସିଗଲା ଖୁସି ଖବର | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣ |1
- ନିବେଶକଙ୍କୁ ଆକୃଷ୍ଟ କରୁଛନ୍ତି ମୋହନ ସରକାର1
- ଫାଇଲ ଦବାଇ ଦେଇଥିଲେ ନବୀନ, ବାହାର କଲେ ମୋହନ ମାଝୀ !Kalinga Today Live| Odisha Politics| Naveen Patnaik|1
- ଫୁଲ ବୁଲି ଦେଖିଲେ ମୋହନ1
- ବିଜେପିର ମୁଖ୍ୟମନ୍ତ୍ରୀ ନୁହଁନ୍ତି ମୁଖପାତ୍ର ମୋହନ ! ll1