ନିଜ ବ୍ଲକ ର କେନ୍ଦ୍ର ରେ ପରୀକ୍ଷା ଦେବାରୁ ବଞ୍ଚିତ ୪୪ ଛାତ୍ରୀଛାତ୍ର ଅନ୍ୟ ବ୍ଲକ ରେ ସାଗଜୁରି ହାଇସ୍କୁଲ ର ପରୀକ୍ଷା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ୪୪ ଜଣ ମାଟ୍ରିକ ଛାତ୍ରୀଛାତ୍ର ନିଜ ବ୍ଲକ ର ପରୀକ୍ଷା କେନ୍ଦ୍ର ରେ ପରୀକ୍ଷା ଦେବାରୁ ବଞ୍ଚିତ ହେବେ। ବ୍ଲକ ର ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଦୁର୍ଜନତୈଲା ପଞ୍ଚାୟତର ସାଗଜୁରି ରେ ଅଛି ଏକମାତ୍ର ଉନ୍ନୀତ ହାଇସ୍କୁଲ। ଏହି ସ୍କୁଲରେ ସମୁଦାୟ ୪୪ ଜଣ ଛାତ୍ରିଛାତ୍ର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୨୨ ଜଣ ଛାତ୍ରୀ ଓ ୨୨ ଜଣ ଛାତ୍ର ଅଟନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ସଂପ୍ରଦାୟ ର ଅଟନ୍ତି। ଚଳିତ ବର୍ଷ ସାଗଜୁରୀ ହାଇସ୍କୁଲ ର ପରୀକ୍ଷା କେନ୍ଦ୍ର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ସ୍ଥିତ ଶ୍ରୀଜଗନ୍ନାଥ ଏକାଡେମୀ ରେ ହୋଇଛି। ଏହି ଛାତ୍ରୀଛାତ୍ର ମାନଙ୍କ ପାଇଁ ବୀରମହାରାଜପୁର ବ୍ଲକ କୌଣସି ଏକ କେନ୍ଦ୍ର ରେ ପରୀକ୍ଷା ଦେବାର ବ୍ୟବସ୍ଥା ନ କରି ଅନ୍ୟ ବ୍ଲକ ର ପରୀକ୍ଷା କେନ୍ଦ୍ର ରେ ପରୀକ୍ଷା ଦେବାର ବ୍ୟବସ୍ଥା କରିବା ଅଞ୍ଚଳର ଶିକ୍ଷାବିତ ମହଲରେ ଅସନ୍ତୋଷ ଦେଖାଦେଇଛି। ଏନେଇ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ ଲୁହାଙ୍କୁ ପଚାରିବାରୁ ସାଗଜୁରୀ ହାଇସ୍କୁଲ ରୁ ବୀରମହାରାଜପୁର ବ୍ଲକ ର କୌଣସି ପରୀକ୍ଷା କେନ୍ଦ୍ର କୁ ଦୂର ହେଉଥିବାରୁ ଏବଂ ଉଲୁଣ୍ଡା ବ୍ଲକ ର କୋଟସମଲାଇ ପରୀକ୍ଷା କେନ୍ଦ୍ର ଏହାର ପାଖ ହୋଇଥିବାରୁ ଏଠାରେ ଏହାର କେନ୍ଦ୍ର ହୋଇଥିବା ପ୍ରକାଶ କରିଛନ୍ତି। ତେବେ ସାଗଜୁରୀ ହାଇସ୍କୁଲରୁ ବୀରମହାରାଜପୁର ବ୍ଲକ ର ଅମରପାଲି ହାଇସ୍କୁଲ ପାଖ ହୋଇଥିଲେ ମଧ୍ୟ ଏବଂ ଏଠାରେ ସବୁ ପ୍ରକାର ବ୍ୟବସ୍ଥା ଥିଲେ ମଧ୍ୟ ଏଠାରେ କେନ୍ଦ୍ର କରା ଯାଇ ନାହିଁ। ତେବେ ଶିକ୍ଷା ବିଭାଗର ଏଭଳି ଖିଆଲି ମନୋଭାବ ଯୋଗୁଁ ସାଗଜୁରି ହାଇସ୍କୁଲ ର ଛାତ୍ରୀଛାତ୍ର ନିଜ ବ୍ଲକ ର କୌଣସି କେନ୍ଦ୍ର ରେ ପରୀକ୍ଷା ଦେଇ ପାରୁ ନାହାନ୍ତି। ତେବେ ଶିକ୍ଷା ବିଭାଗ ଏହାକୁ ଗୁରୁତ୍ବ ଦେବାକୁ ସାଧାରଣ ରେ ଦାବୀ ହେଉଛି।
ନିଜ ବ୍ଲକ ର କେନ୍ଦ୍ର ରେ ପରୀକ୍ଷା ଦେବାରୁ ବଞ୍ଚିତ ୪୪ ଛାତ୍ରୀଛାତ୍ର ଅନ୍ୟ ବ୍ଲକ ରେ ସାଗଜୁରି ହାଇସ୍କୁଲ ର ପରୀକ୍ଷା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ୪୪ ଜଣ ମାଟ୍ରିକ ଛାତ୍ରୀଛାତ୍ର ନିଜ ବ୍ଲକ ର ପରୀକ୍ଷା କେନ୍ଦ୍ର ରେ ପରୀକ୍ଷା ଦେବାରୁ ବଞ୍ଚିତ ହେବେ। ବ୍ଲକ ର ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଦୁର୍ଜନତୈଲା ପଞ୍ଚାୟତର ସାଗଜୁରି ରେ ଅଛି ଏକମାତ୍ର ଉନ୍ନୀତ ହାଇସ୍କୁଲ। ଏହି ସ୍କୁଲରେ ସମୁଦାୟ ୪୪ ଜଣ ଛାତ୍ରିଛାତ୍ର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୨୨ ଜଣ ଛାତ୍ରୀ ଓ ୨୨ ଜଣ ଛାତ୍ର ଅଟନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ସଂପ୍ରଦାୟ ର ଅଟନ୍ତି। ଚଳିତ ବର୍ଷ ସାଗଜୁରୀ ହାଇସ୍କୁଲ ର ପରୀକ୍ଷା କେନ୍ଦ୍ର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ସ୍ଥିତ ଶ୍ରୀଜଗନ୍ନାଥ ଏକାଡେମୀ ରେ ହୋଇଛି। ଏହି ଛାତ୍ରୀଛାତ୍ର ମାନଙ୍କ ପାଇଁ ବୀରମହାରାଜପୁର ବ୍ଲକ କୌଣସି ଏକ କେନ୍ଦ୍ର ରେ ପରୀକ୍ଷା ଦେବାର ବ୍ୟବସ୍ଥା ନ
କରି ଅନ୍ୟ ବ୍ଲକ ର ପରୀକ୍ଷା କେନ୍ଦ୍ର ରେ ପରୀକ୍ଷା ଦେବାର ବ୍ୟବସ୍ଥା କରିବା ଅଞ୍ଚଳର ଶିକ୍ଷାବିତ ମହଲରେ ଅସନ୍ତୋଷ ଦେଖାଦେଇଛି। ଏନେଇ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ ଲୁହାଙ୍କୁ ପଚାରିବାରୁ ସାଗଜୁରୀ ହାଇସ୍କୁଲ ରୁ ବୀରମହାରାଜପୁର ବ୍ଲକ ର କୌଣସି ପରୀକ୍ଷା କେନ୍ଦ୍ର କୁ ଦୂର ହେଉଥିବାରୁ ଏବଂ ଉଲୁଣ୍ଡା ବ୍ଲକ ର କୋଟସମଲାଇ ପରୀକ୍ଷା କେନ୍ଦ୍ର ଏହାର ପାଖ ହୋଇଥିବାରୁ ଏଠାରେ ଏହାର କେନ୍ଦ୍ର ହୋଇଥିବା ପ୍ରକାଶ କରିଛନ୍ତି। ତେବେ ସାଗଜୁରୀ ହାଇସ୍କୁଲରୁ ବୀରମହାରାଜପୁର ବ୍ଲକ ର ଅମରପାଲି ହାଇସ୍କୁଲ ପାଖ ହୋଇଥିଲେ ମଧ୍ୟ ଏବଂ ଏଠାରେ ସବୁ ପ୍ରକାର ବ୍ୟବସ୍ଥା ଥିଲେ ମଧ୍ୟ ଏଠାରେ କେନ୍ଦ୍ର କରା ଯାଇ ନାହିଁ। ତେବେ ଶିକ୍ଷା ବିଭାଗର ଏଭଳି ଖିଆଲି ମନୋଭାବ ଯୋଗୁଁ ସାଗଜୁରି ହାଇସ୍କୁଲ ର ଛାତ୍ରୀଛାତ୍ର ନିଜ ବ୍ଲକ ର କୌଣସି କେନ୍ଦ୍ର ରେ ପରୀକ୍ଷା ଦେଇ ପାରୁ ନାହାନ୍ତି। ତେବେ ଶିକ୍ଷା ବିଭାଗ ଏହାକୁ ଗୁରୁତ୍ବ ଦେବାକୁ ସାଧାରଣ ରେ ଦାବୀ ହେଉଛି।
- ଗର୍ଭବତୀ ବୋହୁକୁ ଶାଶୁଘର ଲୋକ ହତ୍ୟା କରିବା ଘଟଣାରେ କଣ ମନ୍ତବ୍ୟ ରଖିଲେ ମହିଳା ଆଇନଜୀବୀ ଶୁଣନ୍ତୁ1
- ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ1
- Ajira Samachar // କଦଳୀ ରୁ ବାହାରୁଛି ମଞ୍ଜି । ଗୋଟା ଗୋଟା ମଞ୍ଜି ଦେଖିବାକୁ ମିଳିଛି ।1
- ବୀରମହାରାଜପୁର ହିଲୁଙ୍ଗ ଛକ ଠାରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ମୃତ ତିନିଜଣ ଆହତ l1
- ବୌଦ୍ଧରେ ପୂର୍ବତନ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ: ବେଆଇନ ବାଲି ଚୋରା ଚାଲାଣ ଓ ଗଞ୍ଜେଇ ଚାଷକୁ ନେଇ ପ୍ରଶାସନ ଉପରେ ବର୍ଷିଲେ ସୁଜିତ୍ ପାଢ଼ୀ ବୌଦ୍ଧ ସର୍କିଟ ହାଉସ ପରିସରରେ ଆଜି ପୂର୍ବତନ ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ସୁଜିତ୍ କୁମାର ପାଢ଼ୀ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଜିଲ୍ଲାରେ ଦିନକୁ ଦିନ ବଢ଼ିଚାଲିଥିବା ଅସାମାଜିକ କାର୍ଯ୍ୟକଳାପକୁ ନେଇ ସେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ରଜ୍ୟ ସରକାରଙ୍କ ନିୟମ କୁ ମାନୁ ନାହାନ୍ତି ଜିଲ୍ଲାପାଳ l ଜିଲ୍ଲାର ବିଭିନ୍ନ ନଦୀପଠାରୁ ବ୍ୟାପକ ଭାବେ ବେଆଇନ ବାଲି ଚୋରା ଚାଲାଣ ହେଉଛି, ଯାହା ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଏହା ସହିତ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ବୃଦ୍ଧି ପାଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଆଖିଦୃଶିଆ ପଦକ୍ଷେପ ନେଉନାହିଁ ବୋଲି ଶ୍ରୀ ପାଢ଼ୀ ଅଭିଯୋଗ କରିଛନ୍ତି। ଏହି ସବୁ ବେଆଇନ କାର୍ଯ୍ୟ ପ୍ରଶାସନର ନାକ ତଳେ ଚାଲିଥିଲେ ସୁଦ୍ଧା କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ସେ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ପାଢ଼ୀ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ରାଜସ୍ୱ ହାନି ରୋକିବା ସହ ଜିଲ୍ଲାରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ବେଆଇନ ବାଲି ଓ ଗଞ୍ଜେଇ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ବାଇଟ - ସୁଜିତ୍ କୁମାର ପାଢ଼ୀ,ପୁର୍ବତନ ବୌଦ୍ଧ ବିଧାୟକ1
- ମଙ୍ଗଳବାର ରାତିରେ ମନମୁଣ୍ଡା - ଶଗଡା ରାସ୍ତାର ଭାଲିଆପଦର ନାଳ ନିକଟରେ ଓଲଟି ପଡ଼ିଲା ଟ୍ରାକ୍ଟର, ଚାଳକ ମୃତ1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ଥିବା ଉପଖଣ୍ଡ ଚିକିତ୍ସାଳୟ ରେ ଏବେ ଠିକ୍ ରେ ମିଳୁ ନି ସ୍ବାସ୍ଥ୍ୟ ସେବା। ଫଳରେ ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବୀରମହାରାଜପୁର ରେ ବିକଳ ସ୍ବାସ୍ଥ୍ୟସେବା କୁ ନେଇ ମତ ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ର ଉପ ସଭାପତି କିଶୋର ହୋତା।1
- ବୀରମହାରାଜପୁର ମୁର୍ଷୁଣ୍ଢି ରାସ୍ତାର ହିଲୁଙ୍ଗ ଛକରେ ଦୁର୍ଘଟଣା ପରର ଦୃଶ୍ୟ1
- ସୋନପୁର ଜିଲ୍ଲା ରେ ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଛି । ସହ ସହ ପରିବାର ଏକାଠି ହୋଇ ଚଲିତ ବର୍ଷ ପାଇଁ ପାଲନ କରିଵାର ଦେଖିବାକୁ ମିଳିଛି । ଏହା ପାଳନ କରିବା ସହିତ ଭବିଷ୍ୟତ ପିଢି ପାଇଁ ଏହା ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି । ସମସ୍ଥ ପରିଵାର ଆନନ୍ଦ ରେ ପାଲନ କରିଛନ୍ତି ।1