ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଆଗାମୀ ୭୭ତମ ସାଧାରଣତନ୍ତ୍ର ଦିବସ-୨୦୨୬କୁ ମାଲକାନଗିରି ଜିଲ୍ଲାସ୍ତରରେ ପାଳନ କରାଯିବା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ଦ୍ୱାରା ଗତବର୍ଷ ପ୍ରସ୍ତୁତି ବୈଠକର ବିବରଣୀ ଉପସ୍ଥାପନ ଆଧାରରେ ଆଲୋଚନା କରାଯାଇ ବୈଠକର ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଉତ୍ସବ ପାଳନ ଉପଲକ୍ଷେ ୨୬ ଜାନୁଆରୀ ପ୍ରଭାତରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ମାଲକାନଗିରି ପୌରପାଳିକା ଅଞ୍ଚଳରେ ରାମଧୂନ ପରିକ୍ରମା କରାଯିବ । ସକାଳ ୭ ଟା ୩୦ରେ ବିଭିନ୍ନ ଅନୁଷ୍ଠାନରେ ପତାକା ଉତ୍ତୋଳନ କରାଯାଇ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ଏହି ଦିବସ ପାଳନ ଉପଲକ୍ଷେ ପୂର୍ବରୁ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ ଆଦି ପ୍ରତିଯୋଗିତାମାନ ଆୟୋଜନ କରାଯିବା ପାଇଁ ଦିନ ଓ ସମୟ ଧାର୍ଯ୍ୟ କରାଗଲା । ପ୍ରଭାତଫେରୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଓ ସମ୍ମିଳିତ ପ୍ୟାରେଡ଼, ପ୍ୟାରେଡ଼୍ ପ୍ରତିଯୋଗିତା, ପ୍ୟାରେଡ଼ ପୂର୍ବାଭ୍ୟାସ ଓ ପ୍ୟାରେଡ଼ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ସମ୍ବନ୍ଧରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ଓ ଶିଶୁ ଗୃହ ରେ ରୋଗୀମାନଙ୍କୁ ଫଳ ବଣ୍ଟନ ଆଦି କାର୍ଯ୍ୟକ୍ରମ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇ ପ୍ରାୟୋଜକ ଓ ପୃଷ୍ଠପୋଷକଭାବେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ମତାମତ ଗ୍ରହଣ କରାଯାଇଥିଲା । ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଗଣମାଧ୍ୟମ ପ୍ରତିନିଧି, ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତି ଏହି ବୈଠକରେ ଉପସ୍ଥିତ ଥିଲେ ।
ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଆଗାମୀ ୭୭ତମ ସାଧାରଣତନ୍ତ୍ର ଦିବସ-୨୦୨୬କୁ ମାଲକାନଗିରି ଜିଲ୍ଲାସ୍ତରରେ ପାଳନ କରାଯିବା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ଦ୍ୱାରା ଗତବର୍ଷ ପ୍ରସ୍ତୁତି ବୈଠକର ବିବରଣୀ ଉପସ୍ଥାପନ ଆଧାରରେ ଆଲୋଚନା କରାଯାଇ ବୈଠକର ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଉତ୍ସବ ପାଳନ ଉପଲକ୍ଷେ ୨୬ ଜାନୁଆରୀ ପ୍ରଭାତରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ମାଲକାନଗିରି ପୌରପାଳିକା ଅଞ୍ଚଳରେ ରାମଧୂନ ପରିକ୍ରମା କରାଯିବ । ସକାଳ ୭ ଟା ୩୦ରେ ବିଭିନ୍ନ ଅନୁଷ୍ଠାନରେ ପତାକା ଉତ୍ତୋଳନ
କରାଯାଇ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ଏହି ଦିବସ ପାଳନ ଉପଲକ୍ଷେ ପୂର୍ବରୁ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ ଆଦି ପ୍ରତିଯୋଗିତାମାନ ଆୟୋଜନ କରାଯିବା ପାଇଁ ଦିନ ଓ ସମୟ ଧାର୍ଯ୍ୟ କରାଗଲା । ପ୍ରଭାତଫେରୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଓ ସମ୍ମିଳିତ ପ୍ୟାରେଡ଼, ପ୍ୟାରେଡ଼୍ ପ୍ରତିଯୋଗିତା, ପ୍ୟାରେଡ଼ ପୂର୍ବାଭ୍ୟାସ ଓ ପ୍ୟାରେଡ଼ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ସମ୍ବନ୍ଧରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ଓ ଶିଶୁ ଗୃହ ରେ ରୋଗୀମାନଙ୍କୁ ଫଳ ବଣ୍ଟନ ଆଦି କାର୍ଯ୍ୟକ୍ରମ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇ ପ୍ରାୟୋଜକ ଓ ପୃଷ୍ଠପୋଷକଭାବେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ମତାମତ ଗ୍ରହଣ କରାଯାଇଥିଲା । ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଗଣମାଧ୍ୟମ ପ୍ରତିନିଧି, ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତି ଏହି ବୈଠକରେ ଉପସ୍ଥିତ ଥିଲେ ।
- ଇଣ୍ଟ୍ରା ସ୍କୁଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ମାଲକାନଗିରି ଜିଲ୍ଲାରୁ ଗଲେ ଅଣ୍ଡର ଫର୍ଟିନ ର ଦଳ। ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ୧୬ ଜଣ ଯାଇଥିବା ବେଳେ ୨ ଜଣ ମେଣ୍ଟର ଯାଇଛନ୍ତି4
- କୋରାପୁଟ ସ୍ପୋର୍ଟସ ଷ୍ଟାଡିୟମ ଠାରୁ ସ୍ଵଦେଶୀ ସଂକଳ୍ପ ଦୌଡ଼ ଓ ସ୍ଵଦେଶୀ ସଂକଳ୍ପ ଯାତ୍ରା ଶୁଭାରମ୍ଭ1
- Post by ଓମ୍ ସାଇ ରାମ୍1
- *ଜାନୁଆରୀ ୨୯ ରେ ହେବ ଡାବୁଗାଁ ପାରମ୍ପରିକ ମାଘ ମଣ୍ଡେଇ*1
- सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है। #Viral #TrendingReels #InternetBuzz #FunnyVideo #MemeCulture #Reels1
- Post by AK14TV1
- ଏସ ଏସ ଡି ସ୍କୁଲ ରେ ବାର୍ଷିକ ଉତ୍ସବ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼ କଳାକଟ ପଞ୍ଚାୟତ ର ସରକାରୀ ଉଚ୍ଚ ବିଦ୍ୟାଳୟ ଏସ ଏସ ଡି ଆଶ୍ରମ ସ୍କୁଲ ରେ ବାର୍ଷିକ ଉସର୍ବ ପାଳିତ ହୋଇଛି | ଏହି ବାର୍ଷିକ ଉସର୍ବ ରେ ମୁଖ୍ୟ ଅତିଥି ଭାବେ ଜଗଦେଲେ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଅଙ୍ଗଶୁମାନ ମହାପାତ୍ର, ଶ୍ରୀଯୁକ୍ତ ଶ୍ୟାମଘନ ଭୂୟାଁ ଶିକ୍ଷା ମଣ୍ଡଳା ଧୀନ ରାୟଗଡ଼ା ଓ ସଭାପତି ଶ୍ରୀଯୁକ୍ତ ସଲମନ ରାଇକା ଜିଲ୍ଲା ମଙ୍ଗଳ ଅଧିକାରୀ ଜଗ ଦେଇଥିଲେ | ପ୍ରଧାନ ଶିକ୍ଷକ ଶ୍ରୀ ପୁର୍ଣ ଚନ୍ଦ୍ର ମାଉଡ଼ି ବାର୍ଷିକ ଉସର୍ବ ର ବିବରଣୀ ପାଠ କରି ଶୁଣାଇ ଥିଲେ | ମୁଖ୍ୟ ଅତିଥି ମାନେ ଆଦିବାସୀ ଛାତ୍ର ଛାତ୍ରୀ ଙ୍କର ଶିକ୍ଷା ଓ ଦକ୍ଷତା ର ବିକାଶ ନିମନ୍ତେ ସରକାର ଯେଉଁ ପ୍ରକାର ଯଜନା କରୁଛନ୍ତି ସେହି ଯଜନା ମାନଙ୍କର ଲାଭ ଉଠାଇ ଭଲ ପାଠ ପଡ଼ିବା ବା ପାଇଁ ଅତିଥି ମାନେ ପରାମର୍ସ କରି ଥିଲେ | ଏହି ବାର୍ଷିକ ଉସର୍ବ ରେ ଉପସ୍ଥିତ ହୋଇଥିବା ଅନ୍ୟ ଅତିଥି ମାନେ ହେଲେ ରମେଶ ଚନ୍ଦ୍ର ଦାସ, ଜିଲ୍ଲା ଶିକ୍ଷା ନିରୀକ୍ଷକ, ରେଣୁକା ପାତ୍ର ଜିଲ୍ଲା ପରିଷଦ ସଭ୍ୟା,ସ୍ଥାନୀୟ ସରପଞ୍ଚ ମାସେସ ଗମାଙ୍ଗ ଓ ସଳତିଏଲ ଗମାଙ୍ଗ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ଥିଲେ |1
- Post by AK14TV1