ରାଜ୍ୟର ସର୍ବବୃହତ୍ ଜିଲ୍ଲା ମୟୂରଭଞ୍ଜକୁ ଅଖଣ୍ଡ ରଖିବା ସହ ପାଞ୍ଚପୀଢ଼ ଉପଖଣ୍ଡର ଦୀର୍ଘଦିନର ପ୍ରଶାସନିକ ଓ ବିକାଶମୂଳକ ଦାବି ପୂରଣ କରିବାକୁ ଗତ ବୁଧବାର ସନ୍ଧ୍ୟାରେ ପାଞ୍ଚପୀଢ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କରଞ୍ଜିଆରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। କମିଟିର ସଭାପତି ବାଞ୍ଛାନିଧି ପୃଷ୍ଟିଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ବିଭିନ୍ନ ସଙ୍ଗଠନ, ରାଜନୈତିକ ଦଳ ଓ ସାଧାରଣ ଜନତାଙ୍କ ବ୍ୟାପକ ସହଭାଗିତା ଦେଖିବାକୁ ମିଳିଥିଲା। ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ପାଞ୍ଚପୀଢ଼ ଉପଖଣ୍ଡ ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ରରେ ଅବହେଳିତ ରହିଥିବା ଅଭିଯୋଗ କରି ଆନ୍ଦୋଳନକାରୀମାନେ ଉପଖଣ୍ଡ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଥିଲେ। ସେମାନେ ମୁଖ୍ୟତଃ କରଞ୍ଜିଆଠାରେ ଏଡିଏମ, ଏଏସପି ଓ ଏଆରଟିଓ କାର୍ଯ୍ୟାଳୟ ସ୍ଥାପନ, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ଖୋଲିବା, ରେଳସେବା ସଂଯୋଗ ପ୍ରଦାନ ଏବଂ ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଲାସ୍ତରୀୟ ଚିକିତ୍ସାଳୟରେ ଉନ୍ନୀତ କରିବାକୁ ଦାବି ଉଠାଇଥିଲେ। ଶ୍ରୀଶ୍ରୀ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରୁ ବାହାରିଥିବା ଏହି ମଶାଲ ଶୋଭାଯାତ୍ରା କରଞ୍ଜିଆ ସହରର ବିଭିନ୍ନ ପ୍ରମୁଖ ରାସ୍ତା ପରିକ୍ରମା କରି ସଙ୍ଗୀତ ମହାବିଦ୍ୟାଳୟଠାରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ କଂଗ୍ରେସ (ପଶ୍ଚିମ) ଜିଲ୍ଲା ସଭାପତି ଭୁବନ ବିହାରୀ ସାହୁ, ପୂର୍ବତନ ବିଧାୟିକା ଓ ପ୍ରାକ୍ତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, କରଞ୍ଜିଆ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି, ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, ଓକିଲ ସଂଘ ସଭାପତି ତଥା ୩ ନମ୍ବର ୱାର୍ଡ କାଉନସିଲର ବିଶ୍ୱଜିତ ଚୌଧୁରୀଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲର, ବରିଷ୍ଠ ନାଗରିକ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ସାମ୍ବାଦିକ ସଂଘ, ବଣିକ ସଂଘ, ଉଠା ଦୋକାନୀ ସଂଘ, ମାରୱାଡ଼ି ଯୁବାମଞ୍ଚ, ‘ମୋ କରଞ୍ଜିଆ’ ସଂଗଠନ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଥିଲେ। ପରେ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସାଧାରଣ ସଭାରେ ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ମୟୂରଭଞ୍ଜ ଗସ୍ତରେ ଆସୁଥିବା ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏକ ପ୍ରତିନିଧିମଣ୍ଡଳୀ ଭେଟି ପାଞ୍ଚପୀଢ଼ ଉପଖଣ୍ଡର ବିକାଶ ସମ୍ପର୍କିତ ଦାବିପତ୍ର ପ୍ରଦାନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ରାଜ୍ୟର ସର୍ବବୃହତ୍ ଜିଲ୍ଲା ମୟୂରଭଞ୍ଜକୁ ଅଖଣ୍ଡ ରଖିବା ସହ ପାଞ୍ଚପୀଢ଼ ଉପଖଣ୍ଡର ଦୀର୍ଘଦିନର ପ୍ରଶାସନିକ ଓ ବିକାଶମୂଳକ ଦାବି ପୂରଣ କରିବାକୁ ଗତ ବୁଧବାର ସନ୍ଧ୍ୟାରେ ପାଞ୍ଚପୀଢ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କରଞ୍ଜିଆରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। କମିଟିର ସଭାପତି ବାଞ୍ଛାନିଧି ପୃଷ୍ଟିଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ବିଭିନ୍ନ ସଙ୍ଗଠନ, ରାଜନୈତିକ ଦଳ ଓ ସାଧାରଣ ଜନତାଙ୍କ ବ୍ୟାପକ ସହଭାଗିତା ଦେଖିବାକୁ ମିଳିଥିଲା। ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ
ପାଞ୍ଚପୀଢ଼ ଉପଖଣ୍ଡ ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ରରେ ଅବହେଳିତ ରହିଥିବା ଅଭିଯୋଗ କରି ଆନ୍ଦୋଳନକାରୀମାନେ ଉପଖଣ୍ଡ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଥିଲେ। ସେମାନେ ମୁଖ୍ୟତଃ କରଞ୍ଜିଆଠାରେ ଏଡିଏମ, ଏଏସପି ଓ ଏଆରଟିଓ କାର୍ଯ୍ୟାଳୟ ସ୍ଥାପନ, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ଖୋଲିବା, ରେଳସେବା ସଂଯୋଗ ପ୍ରଦାନ ଏବଂ ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଲାସ୍ତରୀୟ ଚିକିତ୍ସାଳୟରେ ଉନ୍ନୀତ କରିବାକୁ ଦାବି ଉଠାଇଥିଲେ। ଶ୍ରୀଶ୍ରୀ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରୁ ବାହାରିଥିବା ଏହି ମଶାଲ ଶୋଭାଯାତ୍ରା କରଞ୍ଜିଆ
ସହରର ବିଭିନ୍ନ ପ୍ରମୁଖ ରାସ୍ତା ପରିକ୍ରମା କରି ସଙ୍ଗୀତ ମହାବିଦ୍ୟାଳୟଠାରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ କଂଗ୍ରେସ (ପଶ୍ଚିମ) ଜିଲ୍ଲା ସଭାପତି ଭୁବନ ବିହାରୀ ସାହୁ, ପୂର୍ବତନ ବିଧାୟିକା ଓ ପ୍ରାକ୍ତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, କରଞ୍ଜିଆ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି, ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, ଓକିଲ ସଂଘ ସଭାପତି ତଥା ୩ ନମ୍ବର ୱାର୍ଡ କାଉନସିଲର ବିଶ୍ୱଜିତ ଚୌଧୁରୀଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲର, ବରିଷ୍ଠ ନାଗରିକ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ,
ସାମ୍ବାଦିକ ସଂଘ, ବଣିକ ସଂଘ, ଉଠା ଦୋକାନୀ ସଂଘ, ମାରୱାଡ଼ି ଯୁବାମଞ୍ଚ, ‘ମୋ କରଞ୍ଜିଆ’ ସଂଗଠନ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଥିଲେ। ପରେ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସାଧାରଣ ସଭାରେ ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ମୟୂରଭଞ୍ଜ ଗସ୍ତରେ ଆସୁଥିବା ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏକ ପ୍ରତିନିଧିମଣ୍ଡଳୀ ଭେଟି ପାଞ୍ଚପୀଢ଼ ଉପଖଣ୍ଡର ବିକାଶ ସମ୍ପର୍କିତ ଦାବିପତ୍ର ପ୍ରଦାନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
- କେନ୍ଦ୍ରାପଡ଼ା ଜିଲ୍ଲାପାଳ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ଉପୁଜିଥିବା ବିବାଦ ପ୍ରସଙ୍ଗରେ ନିଜ ମନ୍ତବ୍ୟ ରଖିଛନ୍ତି।1
- ଓଡ଼ିଶାରେ ଜଣେ ପୋଲିସ୍ କର୍ମଚାରୀ ବିନା ହେଲମେଟରେ ମୋଟରସାଇକେଲ୍ ଚଳାଉଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଫଟୋରେ ଦେଖାଯାଇଛି ଯେ, ପୋଲିସ କର୍ମଚାରୀ ଜଣକ ହେଲମେଟ୍ ପିନ୍ଧି ନାହାନ୍ତି ଏବଂ ଗାଡ଼ିର ପଛପଟେ ଜଣେ ମହିଳା ମଧ୍ୟ ବସିଛନ୍ତି, ଯିଏକି ମଧ୍ୟ ହେଲମେଟ୍ ପିନ୍ଧି ନାହାନ୍ତି। ଏହି ଘଟଣା ପରେ #OdishaPolice ଓ #MohanMajhi ହ୍ୟାସଟ୍ୟାଗ୍ ସହ ପ୍ରଶ୍ନ କରାଯାଉଛି ଯେ, ନିୟମ ଭାଙ୍ଗୁଥିବା ଏହି ପୋଲିସ କର୍ମଚାରୀଙ୍କ ବିରୋଧରେ କିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ? ସାଧାରଣ ଲୋକଙ୍କୁ ହେଲମେଟ୍ ନ ପିନ୍ଧିବା ପାଇଁ ଚାଲାଣ କଟାଯାଉଥିବା ବେଳେ, ପୋଲିସ୍ ନିଜେ ନିୟମ ଉଲ୍ଲଂଘନ କରୁଥିବା ଏହି ଘଟଣାକୁ ନେଇ ସମାଲୋଚନା ପ୍ରକାଶ ପାଇଛି।1
- ଭଦ୍ରକ ଜିଲ୍ଲାର ଧାମନଗର ଥାନା ଅଧୀନରେ ଥିବା ହରିହଂସ ନଦୀଗାଁ ରାସ୍ତାରେ ଥିବା ଏକ ମଦ ଦୋକାନକୁ ହଟାଇବା ଦାବିରେ ତିନୋଟି ପଞ୍ଚାୟତର ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି। ଏହି ମଦ ଦୋକାନ ହଟାଇବା ପାଇଁ ଚାଲିଥିବା ପ୍ରତିବାଦ ବର୍ତ୍ତମାନ ଅଧିକ ଶାଣିତ ହେବାରେ ଲାଗିଛି।1
- ରଜ ପର୍ବର ଅନ୍ତିମ ଦିବସରେ ମା' ଘଟଙ୍ଗା ତାରିଣୀଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଦେବୀଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଦେଖାଯାଇଛି, ଯାହା ଏହି ପବିତ୍ର ଅବସରରେ ଭକ୍ତିମୟ ବାତାବରଣ ସୃଷ୍ଟି କରିଛି।1
- ପ୍ରେମିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍ କରିବା ଅଭିଯୋଗରେ ଜଣେ ପ୍ରେମିକକୁ ଗିରଫ କରାଯାଇଛି। ପ୍ରେମିକା ନିଜର ଟଙ୍କା ଓ ସୁନା ଫେରାଇବାକୁ ଦାବି କରିବା ପରେ ପ୍ରେମିକ ଏପରି କାଣ୍ଡ ଭିଆଇଥିଲା। ଏହି ଘଟଣାରେ ସାଇବର ଥାନାରେ ଏକ ଜିରୋ ଏଫଆଇଆର ପଞ୍ଜିକୃତ ହେବା ପରେ ବଡ଼ଗଡ଼ ଥାନା ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି।1
- ପୂର୍ବର କଂଗ୍ରେସ ସରକାର ଓ ନବୀନ ସରକାର ଉଭୟ ଭଲ ଥିଲେ ବୋଲି ପ୍ରଶଂସା କରାଯାଇଛି। ବର୍ତ୍ତମାନର ମୋହନ ସରକାର ଭତ୍ତା ଦେବାରେ ଅସମର୍ଥ ହେଉଥିବାରୁ ତାଙ୍କୁ କ୍ଷମତା ଛାଡ଼ିବାକୁ ଦାବି କରାଯାଇଛି।1
- ପ୍ରେସ ଇନ୍ଫରମେଶନ ବ୍ୟୁରୋ (ପିଆଇବି) ତରଫରୁ ଭଦ୍ରକଠାରେ ସାମ୍ବାଦିକମାନଙ୍କୁ ନେଇ ଏକ ବାର୍ତ୍ତାଳାପ କର୍ମଶାଳା ଆୟୋଜିତ ହୋଇଯାଇଛି।1
- ଓଡ଼ିଶାର ଏକ ବିଡିଓଙ୍କ ଅଫିସ ଭିତରେ ଜଣେ ମହିଳା ପ୍ରତିନିଧିଙ୍କୁ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କିଛି ବ୍ୟକ୍ତି ମହିଳା ପ୍ରତିନିଧିଙ୍କ ସହ ଆକ୍ରମଣାତ୍ମକ ବ୍ୟବହାର ଓ ତର୍କବିତର୍କ କରୁଥିବା ଦେଖାଯାଇଛି।1