Shuru
Apke Nagar Ki App…
ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜରୁ ପୁରୀକୁ ଶ୍ରୀ ଜଗନ୍ନାଥ ରଥଯାତ୍ରାରେ ରଥ ତିଆରି ପାଇଁ ଗଲା ରଥ କାଠ ହରଭଙ୍ଗା ମାଧପୁର ରେଞ୍ଜ ରୁ ପୁରୀ କୁ ଗଲା ରଥ କାଠ l ବୌଦ୍ଧ ବନଖଣ୍ଡ ହରଭଙ୍ଗା ବ୍ଲକ ମାଧପୁର ରେଞ୍ଜ ରୁ ରଥ ଯାତ୍ରା ରେ ରଥ ନିର୍ମାଣ ପାଇଁ ଗଲା ରଥ କାଠ l ଆଜି ଦୁଇଗୋଟି ଟ୍ରକ ରେ ଧଉରା ସମୁଦାୟ 54 ଟି 12 ଫୁଟ ଓ 20 ଫୁଟ ଲମ୍ବର ରଥ କାଠ ପଠାଯାଇଛି ପୁରୀ କୁ l ପ୍ରଥମେ ଲେଙ୍ଗରପାଜୁ ଗ୍ରାମ ର ପୂଜାରୀ ( ଦେହୁରୀ ) ଜୟଦ୍ରଥ ମଲ୍ଲିକ ଓ ତାଙ୍କ ଧର୍ମପତ୍ନୀ ଉଭୟ ରଥ କାଠ ଗାଡି ଦ୍ବୟ କୁ ପୂଜାର୍ଚ୍ଚନା କରିଥିଲେ l ଏହି ଅବସରରେ ବନାଞ୍ଚଳ ଅଧିକାରୀ ଆସିକ କୁମାର ଦିଗାଲ, ବନପାଳ ଭକ୍ତବତ୍ସଲ ମଲ୍ଲିକ, ବନରକ୍ଷୀ ଗୀତା ଏକ୍କା ଏବଂ ସମସ୍ତ ସ୍କ୍ୱାଡ଼ ମେମ୍ବର ମାନେ ଉପସ୍ଥିତ ଥିଲେ l
Baidyanath Samal Mozillakhabra
ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜରୁ ପୁରୀକୁ ଶ୍ରୀ ଜଗନ୍ନାଥ ରଥଯାତ୍ରାରେ ରଥ ତିଆରି ପାଇଁ ଗଲା ରଥ କାଠ ହରଭଙ୍ଗା ମାଧପୁର ରେଞ୍ଜ ରୁ ପୁରୀ କୁ ଗଲା ରଥ କାଠ l ବୌଦ୍ଧ ବନଖଣ୍ଡ ହରଭଙ୍ଗା ବ୍ଲକ ମାଧପୁର ରେଞ୍ଜ ରୁ ରଥ ଯାତ୍ରା ରେ ରଥ ନିର୍ମାଣ ପାଇଁ ଗଲା ରଥ କାଠ l ଆଜି ଦୁଇଗୋଟି ଟ୍ରକ ରେ ଧଉରା ସମୁଦାୟ 54 ଟି 12 ଫୁଟ ଓ 20 ଫୁଟ ଲମ୍ବର ରଥ କାଠ ପଠାଯାଇଛି ପୁରୀ କୁ l ପ୍ରଥମେ ଲେଙ୍ଗରପାଜୁ ଗ୍ରାମ ର ପୂଜାରୀ ( ଦେହୁରୀ ) ଜୟଦ୍ରଥ ମଲ୍ଲିକ ଓ ତାଙ୍କ ଧର୍ମପତ୍ନୀ ଉଭୟ ରଥ କାଠ ଗାଡି ଦ୍ବୟ କୁ ପୂଜାର୍ଚ୍ଚନା କରିଥିଲେ l ଏହି ଅବସରରେ ବନାଞ୍ଚଳ ଅଧିକାରୀ ଆସିକ କୁମାର ଦିଗାଲ, ବନପାଳ ଭକ୍ତବତ୍ସଲ ମଲ୍ଲିକ, ବନରକ୍ଷୀ ଗୀତା ଏକ୍କା ଏବଂ ସମସ୍ତ ସ୍କ୍ୱାଡ଼ ମେମ୍ବର ମାନେ ଉପସ୍ଥିତ ଥିଲେ l
More news from ଓଡ଼ିଶା and nearby areas
- ବୌଦ୍ଧ ସହର ମଧ୍ୟରେ ଆଜି ଭଗବାନ ଶ୍ରୀ ଶିବଙ୍କ ଅଷ୍ଟସମ୍ଭୁଙ୍କ ମିଳନ ଦେଖିବାକୁ ମିଳିଥିବା ବେଳେ ଭକ୍ତଙ୍କ ପ୍ରବଳ ସମାଗମ ଦେଖାଦେଇଥିଲା ।1
- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶନିବାର ଦିନ ଜିଲ୍ଲା ସ୍ତରୀୟ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ପିଲାଙ୍କ ନାମ ଲେଖା ପାଇଁ "ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ" ଏବଂ "ଶିକ୍ଷା ସଚେତନତା ରଥ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଭାସ୍କର ଲେଙ୍କା, ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ, ତହସିଲଦାର ବଳଦେବ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ହରଭଙ୍ଗା ହାଡିବନ୍ଧୁ ବେହେରା,ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ, ସି ଡି ପି ଓ ଦୀପ୍ତି ମୟୀ ପାତ୍ର ସ୍ଥାନୀୟ ସରପଞ୍ଚ ସୁଜାତା କର୍ଣ୍ଣ, ଧଳପୁର ର ସମିତି ସଭ୍ୟା ସନ୍ଧ୍ୟାରାଣୀ ନାୟକ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୋୖଲସ୍ତି ଭୋକ୍ତା ମଂଚାସୀନ ରହିଥିଲେ l ପ୍ରଥମେ ମଂଚାସୀନ ଅତିଥି ଗଣ ବିଦ୍ୟାଦାତା ଗଣେଶ ଓ ବିଦ୍ୟାଦାତ୍ରୀ ସରସ୍ବତୀ ପ୍ରଦୀପ ପ୍ରଜ୍ବଳନ କରି ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସ୍ୱାଗତ ସଂଗୀତ ଗାନ ପରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବା ପରେ ଅତିଥି ଗଣ ପ୍ରବେଶ ଉତ୍ସବ ଓ ଖଡ଼ି ଖୁଆଁ ଉତ୍ସବ ଉପରେ ନିଜ ନିଜ ମତ ରଖିଥିଲେ l ୨୦୨୬-୨୭ ଶିକ୍ଷା ବର୍ଷ ଆରମ୍ଭ କୁ ନେଇ ବିଦ୍ୟାଳୟ ସ୍ତରରେ ଅଙ୍ଗନୱାଡି ରୁ ଆସୁଥିବା ଏବଂ ଶିଶୁବାଟିକା ରେ ନାମ ଲେଖେଇବାକୁ ଯୋଗ୍ୟ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ ରେ ନାମ ଲେଖେଇବାପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସ୍ଵାକ୍ଷରିତ ଥିବା ନିମନ୍ତ୍ରଣ ପତ୍ରକୁ ପୂର୍ବରୁ ଛାତ୍ର ଅଭିଭାବକ ମାତାପିତା ଙ୍କୁ ବଣ୍ଟନ କରାଯାଇଥିଲା । ଏବଂ ଆଜି ଏପ୍ରିଲ ୪ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ରେ ଜିଲ୍ଲା ସ୍ତରୀୟ ୪ ହଜାର ୬ ଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ନାମ ଲେଖାଇବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି l ମଞ୍ଚ ରେ ଅତିଥି ଗଣ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆ ରେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ପାଠ୍ୟ ପୁସ୍ତକ କୀଟ ଓ ୱା ସି ଡି ଏ ବାଉଶୁନି ର ପୋଗ୍ରାମ କୋଡିନେଟର ଶୁଭଲକ୍ଷ୍ମୀ ବାରିକ ଙ୍କ ପକ୍ଷରୁ ମଧ୍ୟ କୀଟ ପ୍ରଦାନ ପୂର୍ବକ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପୁରୋହିତ ର ମନ୍ତ୍ର ପାଠ ରେ ଛାତ୍ର ଛାତ୍ରୀ ଙ୍କୁ ସ୍ଵ ହସ୍ତରେ ଖଡ଼ି ଛୁଆଁଇଁ ଥିଲେ l ଏହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଧଳପୁର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ହୋଇଥିଲା ବେଳେ ବିଦ୍ୟାଳୟ ଏକ ମନ୍ଦିର ସଦୃଶ ଥିବାରୁ ବିଦ୍ୟାଳୟ ପରିସରରେ ଥିବା ଲୁମ୍ବିନୀ ଉଦ୍ୟାନ, ବ୍ୟାସ ଦେବ କୁଟୀର,ଯୋମେଟ୍ରିକଲ ଉଦ୍ୟାନ କୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଶୁଭ ଉଦଘାଟନ କରିଥିବା ସହିତ ଉତ୍ସବ ରେ ଶିଶୁ ଙ୍କ ସହଜ ପାଠ ପଢା ପାଇଁ ଗପ ରାଇଜ, ରଙ୍ଗ ଦୁନିଆ, ଖେଳ ମାଧ୍ୟମ ରେ ଶିକ୍ଷ। ପାଇଁ ତିନି ଗୋଟି ଶିକ୍ଷଣ କୋଣ ଷ୍ଟଲ କୁ ପରିଦର୍ଶନ କରିଥିଲେ l ପରେ ତିନ ବ୍ଲକ ପାଇଁ ତିନୋଟି ଶିକ୍ଷା ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକ କୁ ତିନି ଗୋଟି ସଚେତନତା ରଥ କୁ ଅତିଥି ଗଣ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ମଞ୍ଚ କାର୍ଯ୍ୟକ୍ରମ କୁ ନବ କିଶୋର ଦୀପ ମଞ୍ଚ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଜିଲ୍ଲା ସ୍ତରୀୟକାର୍ଯ୍ୟକ୍ରମ ରେ ପିପଲକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛତରଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ରାମଗଡ ଉଚ୍ଚ ପ୍ରାଥମିକ ରୁ ଆସିଥିବା ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ସଚେତନତା ଭିତିକ ନୃତ୍ୟ ଅତି ଚିତାକର୍ଷକ ଥିବା ବେଳେ ସାଂକୃତିକ କାର୍ଯ୍ୟକ୍ରମ ମନୋରଞ୍ଜନ କରିଥିଲା l କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ, ଅଭିଭାବକ,ତଥା ବହୁସଂଖ୍ୟକ ମହିଳା ଅଭିଵାବିକା ,ସି ଆର ସି ସି ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଓ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ.। ଶିକ୍ଷକ ମାନଙ୍କ ଦ୍ୱାରା ଖଡିଛୁଆଁ କାର୍ଯ୍ୟକ୍ରମ ଉପରେ ଦାସକାଠିଆ ପରିବେଷଣ କରାଯାଇଥିଲା ।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମେଣ୍ଡାମାଲ ରେ ରାମାୟଣ ର ସିତାଚୋରୀ ଗିତିନାଟ୍ୟ ଅଭିନିତ।1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୦୫/୦୪/୨୦୨୬ ରଵିଵାର । ସକାଳ ୯ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ଚ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ-୬୩୭୨୯୬୬୧୨୭1
- Post by Sonepur news khulasa1
- ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟକୁ ନେଇ ନାପସନ୍ଦ ସୁବର୍ଣ୍ଣପୁର: ଆଜି ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ପର୍ବ ଜିଲ୍ଲା ସଦର ମହକୁମା ସ୍ଥିତ ମଝିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ହାଲୁକା ଭାବେ ନେଇ ବିଧିରକ୍ଷା ପୂର୍ବକ ପାଳନ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ ସାଧାରଣରେ ନାପସନ୍ଦ କରାଯାଇଛି। ଏହାକୁ ନେଇ ବରିଷ୍ଠ ନାରୀନେତ୍ରୀ ତଥା ସମାଜସେବୀ ଶ୍ରଦ୍ଧାଞ୍ଜଳି ମିଶ୍ର କଣ କହୁଛନ୍ତି ଶୁଣନ୍ତୁ...1
- ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ1
- ଆଜି ନାସିକ ଠାରେ ଅନୁଷ୍ଠିତ ବୈଠକରେ ଅଖିଳ ଭାରତ ସନ୍ଥ ସମିତି ତରଫରୁ ଓଡ଼ିଶାର ରାଜ୍ୟ ସଂଗଠନ ମହାମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି । ଆଉ ମହାମନ୍ତ୍ରୀ ଭାବରେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ବରକନିଆ ସ୍ଥିତ ହନୁମାନ ମଠର ମହନ୍ତ ବାବା ଲଛମନ ଦାସ ମହାରାଜଙ୍କୁ ନିଯୁକ୍ତ କରାଯିବ ଖବର ସାମନାକୁ ଆସିବା ପରେ ସନ୍ଥ ସମାଜ ମଧ୍ୟରେ ଖୁସିର ମହୋଲ ଦେଖିବାକୁ ମିଳିଛି । ଏନେଇ କଣ କହୁଛନ୍ତି ମହାରାଜ ଦେଖନ୍ତୁ ।1