logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସମସ୍ୟା: ଦୁର୍ବଳ ନେଟୱର୍କ ଯୋଗୁଁ ହନ୍ତସନ୍ତ ଲୋକେ

13 hrs ago
user_TV5 ଓଡ଼ିଆ
TV5 ଓଡ଼ିଆ
ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
13 hrs ago
d9a6c095-5050-4268-aa30-9a8eb115f3c4

ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସମସ୍ୟା: ଦୁର୍ବଳ ନେଟୱର୍କ ଯୋଗୁଁ ହନ୍ତସନ୍ତ ଲୋକେ

More news from ଓଡ଼ିଶା and nearby areas
  • ଫୁ କା ଫୁକା ଗା ଆ ଲା ନ ନୀ ତର କୁ ଚୂ କୁ ଚି ଆ ବା ଆ ଲା
    1
    ଫୁ କା ଫୁକା ଗା ଆ ଲା ନ ନୀ ତର କୁ ଚୂ କୁ ଚି ଆ ବା ଆ ଲା
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    14 hrs ago
  • कुतुरला शिव मंदिर में गह्मा पूर्णिमा उत्सव,,,,,,,,,,,,,,,,,,,,,,, कुतुरला शिव मंदिर में गह्मा पूर्णिमा उत्सव ‘स्वयंभू शिव महादेव’ पुस्तक का भव्य लोकार्पण पाटनागढ़, 28 अगस्त: पवित्र गह्मा पूर्णिमा के अवसर पर पाटनागढ़ प्रखंड की लरम्भा पंचायत अंतर्गत कुतुरला ग्राम स्थित ऐतिहासिक शिव मंदिर परिसर में श्रद्धा, भक्ति एवं आध्यात्मिक वातावरण के बीच विशेष पुस्तक लोकार्पण समारोह का आयोजन किया गया। इस अवसर पर पूर्व राज्यसभा सांसद निरंजन बिशी द्वारा रचित ‘स्वयंभू शिव महादेव’ पुस्तक का विशिष्ट अतिथियों द्वारा विधिवत लोकार्पण किया गया। पुस्तक में कुतुरला के स्वयंभू शिवलिंग के दिव्य प्राकट्य से जुड़ी लोकप्रचलित घटनाओं, मंदिर के धार्मिक इतिहास एवं आध्यात्मिक परंपराओं का विस्तार से वर्णन किया गया है। इसके साथ ही शिव पुराण पर आधारित महाशिवरात्रि उत्सव, भगवान शिव की विशेष पूजा-पद्धति, शिव स्तुति, आरती एवं अभिषेक विधि को भी पुस्तक में प्रमुखता से स्थान दिया गया है। लोकार्पण समारोह में पूर्व राज्यसभा सांसद एवं पुस्तक के रचयिता निरंजन बिशी, मुख्य अतिथि के रूप में वरिष्ठ पत्रकार लक्ष्मीकांत मिश्र, सम्मानित अतिथि के रूप में समाजसेवी एवं सेवानिवृत्त बैंक प्रबंधक घनश्याम मेहेर, सम्मानित वक्ता के रूप में बलांगीर किस हाईस्कूल के प्रधानाध्यापक आकाश कुमार मिश्र तथा विशिष्ट अतिथि के रूप में खपराखोल सरपंच संघ के अध्यक्ष सुशील गुरु उपस्थित रहे। अतिथियों ने अपने संबोधन में कुतुरला की प्राचीन शैव परंपरा, स्वयंभू शिव महादेव की महिमा तथा क्षेत्र की समृद्ध धार्मिक एवं आध्यात्मिक विरासत पर प्रकाश डाला। उन्होंने कहा कि इन धार्मिक मान्यताओं, लोकपरंपराओं और ऐतिहासिक प्रसंगों को लिपिबद्ध कर भावी पीढ़ियों के लिए संरक्षित करने की दिशा में ‘स्वयंभू शिव महादेव’ पुस्तक एक महत्वपूर्ण एवं सराहनीय प्रयास है। यह पुस्तक स्थानीय धार्मिक इतिहास और शैव परंपरा से नई पीढ़ी को परिचित कराने में भी उपयोगी सिद्ध होगी। गह्मा पूर्णिमा के इस पावन अवसर पर आयोजित समारोह में कुतुरला सहित आसपास के क्षेत्रों से सैकड़ों पुरुष, महिलाएं, श्रद्धालु एवं शिवभक्त शामिल हुए। श्रद्धालुओं की उपस्थिति से पूरा शिव मंदिर परिसर भक्तिमय एवं आध्यात्मिक वातावरण से सराबोर रहा। समारोह के दौरान परमानंद साहू, रामचंद्र मुर्मू, नीलमाधव शतपथी, जयदेव बरिहा, जल धरुआ एवं रमेश साहू ने अतिथियों का अभिनंदन एवं सम्मान किया। गिरिधारी भोई ने कार्यक्रम का मंच संचालन किया।
    1
    कुतुरला शिव मंदिर में गह्मा पूर्णिमा उत्सव,,,,,,,,,,,,,,,,,,,,,,,
कुतुरला शिव मंदिर में गह्मा पूर्णिमा उत्सव
‘स्वयंभू शिव महादेव’ पुस्तक का भव्य लोकार्पण
पाटनागढ़, 28 अगस्त: पवित्र गह्मा पूर्णिमा के अवसर पर पाटनागढ़ प्रखंड की लरम्भा पंचायत अंतर्गत कुतुरला ग्राम स्थित ऐतिहासिक शिव मंदिर परिसर में श्रद्धा, भक्ति एवं आध्यात्मिक वातावरण के बीच विशेष पुस्तक लोकार्पण समारोह का आयोजन किया गया।
इस अवसर पर पूर्व राज्यसभा सांसद निरंजन बिशी द्वारा रचित ‘स्वयंभू शिव महादेव’ पुस्तक का विशिष्ट अतिथियों द्वारा विधिवत लोकार्पण किया गया। पुस्तक में कुतुरला के स्वयंभू शिवलिंग के दिव्य प्राकट्य से जुड़ी लोकप्रचलित घटनाओं, मंदिर के धार्मिक इतिहास एवं आध्यात्मिक परंपराओं का विस्तार से वर्णन किया गया है। इसके साथ ही शिव पुराण पर आधारित महाशिवरात्रि उत्सव, भगवान शिव की विशेष पूजा-पद्धति, शिव स्तुति, आरती एवं अभिषेक विधि को भी पुस्तक में प्रमुखता से स्थान दिया गया है।
लोकार्पण समारोह में पूर्व राज्यसभा सांसद एवं पुस्तक के रचयिता निरंजन बिशी, मुख्य अतिथि के रूप में वरिष्ठ पत्रकार लक्ष्मीकांत मिश्र, सम्मानित अतिथि के रूप में समाजसेवी एवं सेवानिवृत्त बैंक प्रबंधक घनश्याम मेहेर, सम्मानित वक्ता के रूप में बलांगीर किस हाईस्कूल के प्रधानाध्यापक आकाश कुमार मिश्र तथा विशिष्ट अतिथि के रूप में खपराखोल सरपंच संघ के अध्यक्ष सुशील गुरु उपस्थित रहे।
अतिथियों ने अपने संबोधन में कुतुरला की प्राचीन शैव परंपरा, स्वयंभू शिव महादेव की महिमा तथा क्षेत्र की समृद्ध धार्मिक एवं आध्यात्मिक विरासत पर प्रकाश डाला। उन्होंने कहा कि इन धार्मिक मान्यताओं, लोकपरंपराओं और ऐतिहासिक प्रसंगों को लिपिबद्ध कर भावी पीढ़ियों के लिए संरक्षित करने की दिशा में ‘स्वयंभू शिव महादेव’ पुस्तक एक महत्वपूर्ण एवं सराहनीय प्रयास है। यह पुस्तक स्थानीय धार्मिक इतिहास और शैव परंपरा से नई पीढ़ी को परिचित कराने में भी उपयोगी सिद्ध होगी।
गह्मा पूर्णिमा के इस पावन अवसर पर आयोजित समारोह में कुतुरला सहित आसपास के क्षेत्रों से सैकड़ों पुरुष, महिलाएं, श्रद्धालु एवं शिवभक्त शामिल हुए। श्रद्धालुओं की उपस्थिति से पूरा शिव मंदिर परिसर भक्तिमय एवं आध्यात्मिक वातावरण से सराबोर रहा।
समारोह के दौरान परमानंद साहू, रामचंद्र मुर्मू, नीलमाधव शतपथी, जयदेव बरिहा, जल धरुआ एवं रमेश साहू ने अतिथियों का अभिनंदन एवं सम्मान किया। गिरिधारी भोई ने कार्यक्रम का मंच संचालन किया।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    2 hrs ago
  • ପ୍ରକୃତି ସହ ପବିତ୍ର ବନ୍ଧନ: କଣ୍ଟାମାଳ ପଞ୍ଚାୟତ କଲେଜରେ ଅନୁଷ୍ଠିତ ହେଲା ‘ବୃକ୍ଷ ରକ୍ଷା ବନ୍ଧନ’ ପ୍ରକୃତି ସହ ପବିତ୍ର ବନ୍ଧନ: କଣ୍ଟାମାଳ ପଞ୍ଚାୟତ କଲେଜରେ ଅନୁଷ୍ଠିତ ହେଲା ‘ବୃକ୍ଷ ରକ୍ଷା ବନ୍ଧନ’ ବୌଦ୍ଧ: ​ପରିବେଶ ସୁରକ୍ଷା ଓ ସଚେତନତାର ବାର୍ତ୍ତା ନେଇ ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳସ୍ଥିତ ପଞ୍ଚାୟତ କଲେଜ ପରିସରରେ ଯୁବ ରେଡ୍ କ୍ରସ୍ (YRC) ଶାଖା ପକ୍ଷରୁ ଏକ ଅଭିନବ ‘ବୃକ୍ଷ ରକ୍ଷା ବନ୍ଧନ’ କାର୍ଯ୍ୟକ୍ରମ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହିତ ଆୟୋଜିତ ହୋଇଯାଇଛି। ​ଛାତ୍ରଛାତ୍ରୀମାନେ ବୃକ୍ଷକୁ ଭାଇ-ଭଉଣୀର ସ୍ନେହର ପ୍ରତୀକ ଭାବେ ଗ୍ରହଣ କରି ଗଛଗୁଡ଼ିକରେ ରାକ୍ଷୀ ବାନ୍ଧି ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସଂକଳ୍ପ ନେଇଥିଲେ । ​ଯୁବ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀ ବିକାଶ ରଣା ଓ ଝିଲି ରାଣୀ ବେହେରାଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତ ନିର୍ମିତ ରାକ୍ଷୀ ବୃକ୍ଷଗୁଡ଼ିକରେ ବନ୍ଧାଯାଇଥିଲା । ​"ବୃକ୍ଷ ବଞ୍ଚାଅ, ପରିବେଶ ବଞ୍ଚାଅ" ସ୍ଲୋଗାନରେ ସାରା କଲେଜ ପରିସର ପ୍ରକମ୍ପିତ ହୋଇଥିଲା । ​କଲେଜ ଅଧ୍ୟକ୍ଷ ଶ୍ରୀ ଅନୋଜ୍ କୁମାର ଭୁକ୍ତା ବୃକ୍ଷର ଉପକାରିତା ବର୍ଣ୍ଣନା କରି ଏହାର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ନୈତିକ ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା YRC ପରାମର୍ଶଦାତା ଶ୍ରୀ ସମୀର ମେହେର ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରକୃତି ପ୍ରତି ଭଲପାଇବା ବୃଦ୍ଧି କରିବ ବୋଲି ମତ ଦେଇଥିବା ବେଳେ ସଂସ୍କୃତ ଅଧ୍ୟାପକ ଶ୍ରୀ ପୌଲସ୍ଥି ପ୍ରଧାନ ଭାରତୀୟ ସଂସ୍କୃତିରେ ବୃକ୍ଷର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ​ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ କୁଶଲେଶ୍ୱର ସାହୁ, କରୁଣାକର ପ୍ରଧାନ ଏବଂ ଅଧ୍ୟାପିକା ଅର୍ଚ୍ଚନା ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ପରିଶେଷରେ ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ଶ୍ରୀ ସୁନୀଲ ପୁଟା ଧନ୍ୟବାଦ ଅର୍ପଣ କରିଥିଲେ । ​ଆସନ୍ତୁ, ଆମେ ସମସ୍ତେ ଗଛ ଲଗାଇବା ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା l
    1
    ପ୍ରକୃତି ସହ ପବିତ୍ର ବନ୍ଧନ: କଣ୍ଟାମାଳ ପଞ୍ଚାୟତ କଲେଜରେ ଅନୁଷ୍ଠିତ ହେଲା ‘ବୃକ୍ଷ ରକ୍ଷା ବନ୍ଧନ’
ପ୍ରକୃତି ସହ ପବିତ୍ର ବନ୍ଧନ: କଣ୍ଟାମାଳ ପଞ୍ଚାୟତ କଲେଜରେ ଅନୁଷ୍ଠିତ ହେଲା ‘ବୃକ୍ଷ ରକ୍ଷା ବନ୍ଧନ’ 
ବୌଦ୍ଧ: ​ପରିବେଶ ସୁରକ୍ଷା ଓ ସଚେତନତାର ବାର୍ତ୍ତା ନେଇ ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳସ୍ଥିତ ପଞ୍ଚାୟତ କଲେଜ ପରିସରରେ ଯୁବ ରେଡ୍ କ୍ରସ୍ (YRC) ଶାଖା ପକ୍ଷରୁ ଏକ ଅଭିନବ ‘ବୃକ୍ଷ ରକ୍ଷା ବନ୍ଧନ’ କାର୍ଯ୍ୟକ୍ରମ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହିତ ଆୟୋଜିତ ହୋଇଯାଇଛି। ​ଛାତ୍ରଛାତ୍ରୀମାନେ ବୃକ୍ଷକୁ ଭାଇ-ଭଉଣୀର ସ୍ନେହର ପ୍ରତୀକ ଭାବେ ଗ୍ରହଣ କରି ଗଛଗୁଡ଼ିକରେ ରାକ୍ଷୀ ବାନ୍ଧି ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସଂକଳ୍ପ ନେଇଥିଲେ । ​ଯୁବ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀ ବିକାଶ ରଣା ଓ ଝିଲି ରାଣୀ ବେହେରାଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତ ନିର୍ମିତ ରାକ୍ଷୀ ବୃକ୍ଷଗୁଡ଼ିକରେ ବନ୍ଧାଯାଇଥିଲା ।
​"ବୃକ୍ଷ ବଞ୍ଚାଅ, ପରିବେଶ ବଞ୍ଚାଅ" ସ୍ଲୋଗାନରେ ସାରା କଲେଜ ପରିସର ପ୍ରକମ୍ପିତ ହୋଇଥିଲା । ​କଲେଜ ଅଧ୍ୟକ୍ଷ ଶ୍ରୀ ଅନୋଜ୍ କୁମାର ଭୁକ୍ତା ବୃକ୍ଷର ଉପକାରିତା ବର୍ଣ୍ଣନା କରି ଏହାର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ନୈତିକ ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା YRC ପରାମର୍ଶଦାତା ଶ୍ରୀ ସମୀର ମେହେର ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରକୃତି ପ୍ରତି ଭଲପାଇବା ବୃଦ୍ଧି କରିବ ବୋଲି ମତ ଦେଇଥିବା ବେଳେ ସଂସ୍କୃତ ଅଧ୍ୟାପକ ଶ୍ରୀ ପୌଲସ୍ଥି ପ୍ରଧାନ ଭାରତୀୟ ସଂସ୍କୃତିରେ ବୃକ୍ଷର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।
​ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ କୁଶଲେଶ୍ୱର ସାହୁ, କରୁଣାକର ପ୍ରଧାନ ଏବଂ ଅଧ୍ୟାପିକା ଅର୍ଚ୍ଚନା ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ପରିଶେଷରେ ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ଶ୍ରୀ ସୁନୀଲ ପୁଟା ଧନ୍ୟବାଦ ଅର୍ପଣ କରିଥିଲେ ।
​ଆସନ୍ତୁ, ଆମେ ସମସ୍ତେ ଗଛ ଲଗାଇବା ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା l
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    3 hrs ago
  • ବୌଦ୍ଧରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ, ଯୋଗଦେଲେ ଉଭୟ ବିଧାୟକ; ମହିଳା ସଶକ୍ତିକରଣକୁ ସୁଭଦ୍ରା ଯୋଜନାରେ ଗୁରୁତ୍ୱ l ବୌଦ୍ଧ, ତା. ୨୮/୦୮: ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଅନ୍ୟତମ ମହତ୍ୱାକାଙ୍କ୍ଷୀ ପଦକ୍ଷେପ ‘ସୁଭଦ୍ରା ଯୋଜନା’ର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ବୌଦ୍ଧ ଜିଲ୍ଲାସ୍ତରୀୟ ସମାରୋହ ସ୍ଥାନୀୟ ମାଉସୀମା ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ଯୋଗଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ମାନ୍ୟବର କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ କହ୍ନାଇ ଚରଣ ଡାଙ୍ଗ ଯୋଗଦେଇଥିଲେ। କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଓ ସମାଜସେବୀ ଶ୍ରୀ ବିପ୍ର ଚରଣ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଉଭୟ ବିଧାୟକ ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନାରେ କିଭଳି ଲକ୍ଷ ଲକ୍ଷ ମହିଳା ନିଜ ଜୀବନ ଜୀବିକାକୁ ସୁଦୃଢ଼ କରି ସଫଳତା ପାଇଛନ୍ତି ସେ ବିଷୟରେ କହିଥିଲେ lସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ଭାବେ ସୁଦୃଢ଼ କରିବା ସହ ସେମାନଙ୍କ ମଧ୍ୟରେ ସ୍ୱାବଲମ୍ବନ, ଆତ୍ମବିଶ୍ୱାସ ଓ ଉଦ୍ୟମିତାର ଭାବନା ସୃଷ୍ଟି କରିବା ଦିଗରେ ସରକାରଙ୍କ ପ୍ରୟାସ ଜାରି ରହିବ ବୋଲି ବିଶ୍ୱାସ ଦେଇଥିଲେ। ଆଜି ନୟାଗଡ଼ଠାର ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନର ରାଜ୍ୟ ସ୍ତରୀୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମର ସିଧାପ୍ରସାରଣ ଏଠାରେ ବଡ଼ ପରଦା ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଏହି ପର୍ଯ୍ୟାୟରେ ସମଗ୍ର ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୫ ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହି ଯୋଜନାର ୧,୦୮,୮୪୯ ଜଣ ହିତାଧିକାରୀ ଉପକୃତ ହେବେ। ସେମାନଙ୍କ ମଧ୍ୟରୁ ପ୍ରମିଳା ନାଏକ -ବୌଦ୍ଧ, ଜାନକୀ ମହାନନ୍ଦିଆ- କଣ୍ଟାମାଳ ଓ ଶାନ୍ତିଲତା ଭୂୟାଁ -ହରଭଙ୍ଗା ସୁଭଦ୍ରା ଯୋଜନାରୁ ପାଇଥିବା ସହାୟତା କିପରି ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି, ସେ ସମ୍ପର୍କରେ ନିଜ ନିଜ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତଙ୍କ ଆୟୋଜନରେ ଅନୁଷ୍ଠିତ ଏହି ସମାରୋହକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ସଂଯୋଜନା କରିଥିଲେ। ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜିଲ୍ଲା ସମାଜ ମଙ୍ଗଳ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ୍‌ରୁ ବହୁ ସଂଖ୍ୟାରେ ଜନ ପ୍ରତିନିଧି ,ମହିଳା ହିତାଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗଣ ମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।
    3
    ବୌଦ୍ଧରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ,
ଯୋଗଦେଲେ ଉଭୟ ବିଧାୟକ; ମହିଳା ସଶକ୍ତିକରଣକୁ ସୁଭଦ୍ରା ଯୋଜନାରେ ଗୁରୁତ୍ୱ l 
ବୌଦ୍ଧ, ତା. ୨୮/୦୮:
ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଅନ୍ୟତମ ମହତ୍ୱାକାଙ୍କ୍ଷୀ ପଦକ୍ଷେପ ‘ସୁଭଦ୍ରା ଯୋଜନା’ର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ବୌଦ୍ଧ ଜିଲ୍ଲାସ୍ତରୀୟ ସମାରୋହ ସ୍ଥାନୀୟ ମାଉସୀମା ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ଯୋଗଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ମାନ୍ୟବର କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ କହ୍ନାଇ ଚରଣ ଡାଙ୍ଗ ଯୋଗଦେଇଥିଲେ।
କନ୍ଧମାଳ ସାଂସଦଙ୍କ ପ୍ରତିନିଧି  ଯୁଗଳ କିଶୋର ସାମଲ, ଅତିରିକ୍ତ ଜିଲ୍ଲାପାଳ  ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ  ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଓ ସମାଜସେବୀ ଶ୍ରୀ ବିପ୍ର ଚରଣ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଉଭୟ ବିଧାୟକ ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନାରେ କିଭଳି ଲକ୍ଷ ଲକ୍ଷ ମହିଳା ନିଜ ଜୀବନ ଜୀବିକାକୁ ସୁଦୃଢ଼ କରି ସଫଳତା ପାଇଛନ୍ତି ସେ  ବିଷୟରେ କହିଥିଲେ lସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ଭାବେ ସୁଦୃଢ଼ କରିବା ସହ ସେମାନଙ୍କ ମଧ୍ୟରେ ସ୍ୱାବଲମ୍ବନ, ଆତ୍ମବିଶ୍ୱାସ ଓ ଉଦ୍ୟମିତାର ଭାବନା ସୃଷ୍ଟି କରିବା ଦିଗରେ ସରକାରଙ୍କ ପ୍ରୟାସ ଜାରି ରହିବ ବୋଲି ବିଶ୍ୱାସ ଦେଇଥିଲେ। ଆଜି ନୟାଗଡ଼ଠାର ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନର ରାଜ୍ୟ ସ୍ତରୀୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମର ସିଧାପ୍ରସାରଣ ଏଠାରେ ବଡ଼ ପରଦା ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଏହି ପର୍ଯ୍ୟାୟରେ ସମଗ୍ର ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୫ ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହି ଯୋଜନାର  ୧,୦୮,୮୪୯ ଜଣ ହିତାଧିକାରୀ ଉପକୃତ ହେବେ।
ସେମାନଙ୍କ ମଧ୍ୟରୁ ପ୍ରମିଳା ନାଏକ -ବୌଦ୍ଧ, ଜାନକୀ ମହାନନ୍ଦିଆ- କଣ୍ଟାମାଳ ଓ ଶାନ୍ତିଲତା ଭୂୟାଁ -ହରଭଙ୍ଗା ସୁଭଦ୍ରା ଯୋଜନାରୁ ପାଇଥିବା ସହାୟତା କିପରି ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି, ସେ ସମ୍ପର୍କରେ ନିଜ ନିଜ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତଙ୍କ ଆୟୋଜନରେ ଅନୁଷ୍ଠିତ ଏହି ସମାରୋହକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ବିଦ୍ୟାପତି ପଣ୍ଡା ଓ ଶିକ୍ଷକ  ପ୍ରମୋଦ କୁମାର ପ୍ରଧାନ ସଂଯୋଜନା କରିଥିଲେ। ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜିଲ୍ଲା ସମାଜ ମଙ୍ଗଳ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ୍‌ରୁ ବହୁ ସଂଖ୍ୟାରେ ଜନ ପ୍ରତିନିଧି ,ମହିଳା ହିତାଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗଣ ମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।
    user_Ashwini Kumar Nanda
    Ashwini Kumar Nanda
    Newsstand Kantamal, Boudh•
    4 hrs ago
  • ପରମ୍ପରା ରିତୀ ନିତୀ ଅନୁସାରେ କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଗ୍ରାମରେ ପାଳିଲେ ଭାଇ ଭଉଣୀଙ୍କ ବନ୍ଧନ...ରକ୍ଷାବନ୍ଧନ,
    4
    ପରମ୍ପରା ରିତୀ ନିତୀ ଅନୁସାରେ କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଗ୍ରାମରେ ପାଳିଲେ ଭାଇ ଭଉଣୀଙ୍କ ବନ୍ଧନ...ରକ୍ଷାବନ୍ଧନ,
    user_Prabhat Sahu
    Prabhat Sahu
    Local News Reporter କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    12 hrs ago
  • ଆନ୍ଧ୍ର ନିକଟରେ ଓଡିଶା ସରକାର ଵିକିଲା ମୁଣ୍ଡ । "ପାଣିଡଙ୍ଗର ଜଳ ପ୍ରକଳ୍ପ କରିବା ଦାବୀରେ ଗଣ ପ୍ରତିବାଦ" ରାୟଗଡ଼/ଗୁଣୁପୁର , ୨୮/୦୮ (ନିଉଜ ) ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ବଂଶଧାରା ନଦୀ ଗୁଡାରୀର ପାଣି ଡଙ୍ଗର ଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବୀରେ ଶୁକ୍ରବାର ଦିନ ଗୁଣପୁର ନୁଆ ବସଷ୍ଟାଣ୍ଡ ଠାରେ ଏକ ଗଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଗତ ସରକାରଙ୍କ ବଂଶଧାରା ଓ ଋଷିକୁଲ୍ୟା ସଂଯୋଗୀ କରଣ ଯୋଜନାରେ ଗୁଡ଼ାରୀର ପାଣି ଡ଼ଙ୍ଗର ଠାରେ ଜଳ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ଭୋଟ ରାଜନୀତି ମନେକରି ଦୀର୍ଘ ୧୫ ବର୍ଷ ହେଲା ଦାବି କରାଯାଇଛି । କୈଣସି ସରକାର କର୍ଣ୍ଣପାତ କରୁ ନାହାଁନ୍ତି। ବଂଶଧାରା ପାଣିକୁ ନେଇ ବହୁ ଦିନର ବିବାଦ ଅନ୍ତ ଘଟିଛି। ଶେଷରେ ଆନ୍ଧ୍ରର କାଟ୍ରାଗାଡା ଠାରେ ୨ ପର୍ଯ୍ୟାୟ ପ୍ରକଳ୍ପକୁ ମାନ୍ୟବର ସୁପ୍ରିମକୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେଇଛନ୍ତି। ବିବାଦ ଭିତରେ ଆନ୍ଧ୍ର ସରକାର ବଂଶଧାରା ନଦୀର ପାଣିକୁ ସଦ୍ ବିନିଯୋଗ କରିବା ପାଇଁ ତାର ସମସ୍ତ କାର୍ଯ୍ୟ ଶେଷ କରିଛି । ଆମେ ଆନ୍ଧ୍ରର ପ୍ରକଳ୍ପକୁ ବିରୋଧ କରୁ ନାହୁଁ । ସରକାରଙ୍କ ପ୍ରତାବିତ ଯୋଜନା ଉପରେ ଦାବୀ କରୁଛୁ। ବଂଶଧାରା ନଦୀ ଉପର ମୁଣ୍ଡ ଗୁଡ଼ାରୀ ପାଣି ଡ଼ଙ୍ଗର ଠାରେ ପ୍ରକଳ୍ପ କରାଗଲେ ରାୟଗଡା ଜିଲ୍ଲା ସମେତ ଗଞ୍ଜାମ ଗଜପତି ଓ ଆନ୍ଦ୍ରପ୍ରଦେଶର ଚାଷୀକୁଳ ଉପକୃତ ହେବା ସାଙ୍ଗକୁ ଅଞ୍ଚଳରେ ବିଦ୍ୟୁତ ଉତ୍ପନ୍ନ ହୋଇପାରିବ। ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଋଷିକୁଲ୍ୟା - ହରଭଙ୍ଗି - ବାଂଶଧାରା ନଦୀ ସଂଯୋଗୀ କରଣ ପାଇଁ ଘୋଷଣା କରିବା ପରେ ରାଜ୍ୟ ସରକାର ମଧ୍ଯ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଗୁଡାରୀ ଠାରେ କାର୍ଯ୍ୟାଳୟ ନିର୍ମାଣ ସହ ଉଦଘାଟନ କରି ତିନି ତିନି ଥର ସର୍ଭେ କରାଯାଇ ସରକାର ତହବିଲ୍ ରୁ ପ୍ରାୟ ୪ ରୁ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୦୭ ମସିହାରୁ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଉଛି। କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ମନମୁଖୀ କାମ ଓ ନିର୍ବାଚିତ ପ୍ରତିନିଧି ମାନଙ୍କ ଅଣଦେଖା ସହିତ ବିଭାଗୀୟ ଅଧିକାରୀଙ୍କ ଗାଲୁଆମି ଯୋଗୁଁ ପ୍ରକଳ୍ପ ଆଉ ଆଗେଇ ପାରିଲା ନାହିଁ । କେନ୍ଦ୍ର ଓ ରାଜ୍ଯ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କାରିବା ପାଇଁ ଅତିଶୀଘ୍ର ଘୋଷଣା କରନ୍ତୁ ନଚେତ ସେପ୍ଟେମ୍ବର ମାସରେ ଗୁଣପୁର ବନ୍ଦ ପାଳନ କରିବାକୁ ବାଧ୍ୟ ହେବୁ ବୋଲି ସିପିଆଇ (ଏମ୍ ଏଲ) ଲିବରେସନର ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରୀପତି ଗମାଙ୍ଗ ଆଜିର ପ୍ରତିବାଦ ସଭାରେ ଚେତାବନୀ ଦେଇଛନ୍ତି। ଏହି ପ୍ରତିବାଦ ସଭାରେ ସଂଜୀବ ଶବର,ସିଦ୍ଧାର୍ଥ ଗମାଙ୍ଗ, ମୋନଜ ନିମାଲା, ମୋଜେସ ବିଡିକା,ମୋନଜ ନିମାଲା, ରାଜୁ ପାତିକା, ଜଗନ୍ନାଥ ଶବର,ଗିରିଧର ଶବର, ଓସମା ବିନ ଶବର ପ୍ରମୁଖ ଯୋଗଦେଇ ପ୍ରତିବାଦ କରିଥିଲେ।
    4
    ଆନ୍ଧ୍ର ନିକଟରେ ଓଡିଶା ସରକାର ଵିକିଲା ମୁଣ୍ଡ ।
"ପାଣିଡଙ୍ଗର ଜଳ ପ୍ରକଳ୍ପ କରିବା ଦାବୀରେ ଗଣ ପ୍ରତିବାଦ" 

ରାୟଗଡ଼/ଗୁଣୁପୁର , ୨୮/୦୮ (ନିଉଜ ) ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ବଂଶଧାରା ନଦୀ ଗୁଡାରୀର ପାଣି ଡଙ୍ଗର ଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବୀରେ ଶୁକ୍ରବାର ଦିନ ଗୁଣପୁର ନୁଆ ବସଷ୍ଟାଣ୍ଡ ଠାରେ ଏକ ଗଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଗତ ସରକାରଙ୍କ ବଂଶଧାରା ଓ ଋଷିକୁଲ୍ୟା ସଂଯୋଗୀ କରଣ ଯୋଜନାରେ ଗୁଡ଼ାରୀର ପାଣି ଡ଼ଙ୍ଗର ଠାରେ  ଜଳ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ଭୋଟ ରାଜନୀତି ମନେକରି ଦୀର୍ଘ ୧୫ ବର୍ଷ ହେଲା ଦାବି କରାଯାଇଛି । କୈଣସି ସରକାର କର୍ଣ୍ଣପାତ କରୁ ନାହାଁନ୍ତି। ବଂଶଧାରା ପାଣିକୁ ନେଇ ବହୁ ଦିନର ବିବାଦ ଅନ୍ତ ଘଟିଛି। ଶେଷରେ ଆନ୍ଧ୍ରର କାଟ୍ରାଗାଡା ଠାରେ ୨ ପର୍ଯ୍ୟାୟ ପ୍ରକଳ୍ପକୁ ମାନ୍ୟବର ସୁପ୍ରିମକୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେଇଛନ୍ତି। ବିବାଦ ଭିତରେ ଆନ୍ଧ୍ର ସରକାର ବଂଶଧାରା ନଦୀର ପାଣିକୁ ସଦ୍ ବିନିଯୋଗ କରିବା ପାଇଁ ତାର ସମସ୍ତ କାର୍ଯ୍ୟ ଶେଷ କରିଛି । ଆମେ ଆନ୍ଧ୍ରର ପ୍ରକଳ୍ପକୁ ବିରୋଧ କରୁ ନାହୁଁ । ସରକାରଙ୍କ ପ୍ରତାବିତ ଯୋଜନା ଉପରେ ଦାବୀ କରୁଛୁ। ବଂଶଧାରା ନଦୀ ଉପର ମୁଣ୍ଡ ଗୁଡ଼ାରୀ ପାଣି ଡ଼ଙ୍ଗର ଠାରେ ପ୍ରକଳ୍ପ କରାଗଲେ ରାୟଗଡା ଜିଲ୍ଲା ସମେତ ଗଞ୍ଜାମ ଗଜପତି ଓ ଆନ୍ଦ୍ରପ୍ରଦେଶର ଚାଷୀକୁଳ ଉପକୃତ ହେବା ସାଙ୍ଗକୁ ଅଞ୍ଚଳରେ ବିଦ୍ୟୁତ ଉତ୍ପନ୍ନ ହୋଇପାରିବ। ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଋଷିକୁଲ୍ୟା - ହରଭଙ୍ଗି - ବାଂଶଧାରା ନଦୀ ସଂଯୋଗୀ କରଣ ପାଇଁ ଘୋଷଣା କରିବା ପରେ ରାଜ୍ୟ ସରକାର ମଧ୍ଯ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଗୁଡାରୀ ଠାରେ କାର୍ଯ୍ୟାଳୟ ନିର୍ମାଣ ସହ ଉଦଘାଟନ କରି ତିନି ତିନି ଥର ସର୍ଭେ କରାଯାଇ ସରକାର ତହବିଲ୍ ରୁ ପ୍ରାୟ ୪ ରୁ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୦୭ ମସିହାରୁ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଉଛି। କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ମନମୁଖୀ କାମ ଓ ନିର୍ବାଚିତ ପ୍ରତିନିଧି ମାନଙ୍କ ଅଣଦେଖା ସହିତ ବିଭାଗୀୟ ଅଧିକାରୀଙ୍କ ଗାଲୁଆମି ଯୋଗୁଁ ପ୍ରକଳ୍ପ ଆଉ ଆଗେଇ ପାରିଲା ନାହିଁ ।  କେନ୍ଦ୍ର ଓ ରାଜ୍ଯ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କାରିବା ପାଇଁ ଅତିଶୀଘ୍ର ଘୋଷଣା କରନ୍ତୁ ନଚେତ ସେପ୍ଟେମ୍ବର ମାସରେ ଗୁଣପୁର ବନ୍ଦ ପାଳନ କରିବାକୁ ବାଧ୍ୟ ହେବୁ ବୋଲି ସିପିଆଇ (ଏମ୍ ଏଲ) ଲିବରେସନର ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରୀପତି ଗମାଙ୍ଗ ଆଜିର ପ୍ରତିବାଦ ସଭାରେ ଚେତାବନୀ ଦେଇଛନ୍ତି। ଏହି ପ୍ରତିବାଦ ସଭାରେ ସଂଜୀବ ଶବର,ସିଦ୍ଧାର୍ଥ ଗମାଙ୍ଗ, ମୋନଜ ନିମାଲା, ମୋଜେସ ବିଡିକା,ମୋନଜ ନିମାଲା, ରାଜୁ ପାତିକା, ଜଗନ୍ନାଥ ଶବର,ଗିରିଧର ଶବର, ଓସମା ବିନ ଶବର ପ୍ରମୁଖ ଯୋଗଦେଇ ପ୍ରତିବାଦ କରିଥିଲେ।
    user_Narattam Kumar padhy
    Narattam Kumar padhy
    ବିଷମାକଟକ, ରାୟଗଡା, ଓଡ଼ିଶା•
    5 hrs ago
  • ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ l ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ ସୁବର୍ଣ୍ଣପୁର, ତା ୨୮/୦୮/୨୦୨୬: ସୁବର୍ଣ୍ଣପୁର ଜିଲ୍ଲାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନା ର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ ନିମନ୍ତେ ଏକ କାର୍ଯ୍ୟକ୍ରମ ନୂତନ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବଲାଙ୍ଗୀର ସାଂସଦ, ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ, ଜିଲ୍ଲାପାଳ ଡ.ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ, ସୋନପୁର ଡ. ସୌମ୍ଯରୂପା ରଥ, ବଲାଙ୍ଗୀର ସାଂସଦ ପ୍ରତିନିଧି ଶ୍ରୀମତୀ ନଳିନୀ ପଣ୍ଡା ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବୀଣାପାଣି ମିଶ୍ର ମଞ୍ଚାସୀନ ହୋଇଥିଲେ l ୫୦୦ ଶହରୁ ଉର୍ଦ୍ଧ୍ଵ ମହିଳା ମାନେ ଉକ୍ତ କାର୍ଯ୍ୟ କ୍ରମରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଗ୍ର ପୂଜ୍ୟ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ଠାରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପ ଅର୍ପଣ କରିଥିଲେ l ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ବୃକ୍ଷ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ମୁଖ୍ୟ ଅତିଥିଭାବେ ବଲାଙ୍ଗୀର ସାଂସଦ, ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ସୁଭଦ୍ରାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦାନ କରି, ମହିଳା ମାନେ କିପରି ଆର୍ଥିକ କ୍ଷେତ୍ରରେ ସଶକ୍ତ ହେବେ ଏବଂ ସମସ୍ତ କ୍ଷେତ୍ରରେ ସଶକ୍ତୀକରଣ ହେଇପାରିବ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ l ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନାରେ ସମସ୍ତ ମହିଳା ମାନଙ୍କୁ ପ୍ରତି କିସ୍ତିରେ ୫,୦୦୦ଟଙ୍କା , ପ୍ରତିବର୍ଷ ୧୦,୦୦୦ଟଙ୍କା ଏବଂ ପାଞ୍ଚ ବର୍ଷରେ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ l ସୁଭଦ୍ରାର ପଞ୍ଚମ କିସ୍ତିର ଟଙ୍କା ପ୍ରଦାନ ଅବସରରେ ମହିଳା ମାନଙ୍କୁ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସମ୍ମାନ ର ସୁଯୋଗ ପାଇଁ ପାଞ୍ଚ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ଓଡିଶାରେ ପ୍ରଦାନ କରାଯାଉଛି lଏହାର ମୂଳ ଲକ୍ଷ୍ୟ ହେଉଛି ମହିଳାଙ୍କ ଆର୍ଥିକ ଓ ସାମାଜିକ ସ୍ତରରେ ସୁଦୃଢ, ସ୍ୱାବଲମ୍ବୀ ହେବା ଦ୍ଵାରା ସମ୍ମାନର ସହିତ ପରିବାର ତଥା ଗ୍ରାମରେ ନିଜର ପ୍ରାଧାନ୍ୟ ବିସ୍ତାର କରିପାରିବେ l ସୁଭଦ୍ରା ମାନେ ଶିକ୍ଷିତ ହେଲେ ଶିକ୍ଷାର ବିକାଶରେ ନିଜର ପରିବାରକୁ ଶିକ୍ଷିତ କରିପାରିବେ ଏବଂ ସମାଜର ବିଭିନ୍ନ କୁସଂସ୍କାର ପ୍ରଥା କୁ ଦୂରେଇବା ପାଇଁ ସମସ୍ତଙ୍କୁ ସଚେତନ କରିପାରିବେ l ସୁବର୍ଣ୍ଣପୁର ଜିଲ୍ଲାର ସମୁଦାୟ ୧, ୪୩,୯୫୪. ମହିଳା ମାନେ ଟ.୭୧ କୋଟି ୯୭ ଲକ୍ଷ ୭୦ ହଜାର ଟଙ୍କା ମାତ୍ର ସୁଭଦ୍ରା ର ପଞ୍ଚମ କିସ୍ତି ରେ ସମସ୍ତ ମହିଳା ମାନଙ୍କର ବ୍ଯାଙ୍କ ଖାତାରେ ଜମା ହେବ lରାଜ୍ୟ ସ୍ତରରେ ସୁଭଦ୍ରା ଯୋଜନା ର ପଞ୍ଚମ କିସ୍ତି ର ଅର୍ଥ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଭିଡିଓ କନଫରେନ୍ସ ମାଧ୍ୟମରେ ସୁବର୍ଣ୍ଣପୁରର ସମସ୍ତ ମହିଳା ମାନେ ଶୁଣିଥିଲେ l ଏହି କାର୍ଯ୍ୟକ୍ରମଟିକୁ ଶ୍ରୀମତି ମଞ୍ଜୁଶ୍ରୀ ବାରିକ ସଂଯୋଜନା କରିଥିଲେ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସୁବର୍ଣ୍ଣପୁର ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ l
    1
    ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ l

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ  
ସୁବର୍ଣ୍ଣପୁର, ତା  ୨୮/୦୮/୨୦୨୬: ସୁବର୍ଣ୍ଣପୁର ଜିଲ୍ଲାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନା ର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ ନିମନ୍ତେ ଏକ କାର୍ଯ୍ୟକ୍ରମ ନୂତନ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବଲାଙ୍ଗୀର ସାଂସଦ, ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ, ଜିଲ୍ଲାପାଳ ଡ.ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ, ସୋନପୁର ଡ. ସୌମ୍ଯରୂପା ରଥ, ବଲାଙ୍ଗୀର ସାଂସଦ ପ୍ରତିନିଧି ଶ୍ରୀମତୀ ନଳିନୀ ପଣ୍ଡା ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବୀଣାପାଣି ମିଶ୍ର ମଞ୍ଚାସୀନ ହୋଇଥିଲେ l ୫୦୦ ଶହରୁ ଉର୍ଦ୍ଧ୍ଵ ମହିଳା ମାନେ ଉକ୍ତ କାର୍ଯ୍ୟ କ୍ରମରେ ଯୋଗଦାନ କରିଥିଲେ ।  
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଗ୍ର ପୂଜ୍ୟ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ଠାରେ ପ୍ରଦୀପ ପ୍ରଜ୍ବଳନ ଓ  ପୁଷ୍ପ ଅର୍ପଣ କରିଥିଲେ l ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ  ଉତ୍ତରୀୟ ଓ ପୁଷ୍ପ ବୃକ୍ଷ ପ୍ରଦାନ  କରି  ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l
ମୁଖ୍ୟ ଅତିଥିଭାବେ ବଲାଙ୍ଗୀର ସାଂସଦ, ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ସୁଭଦ୍ରାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦାନ କରି, ମହିଳା ମାନେ କିପରି  ଆର୍ଥିକ କ୍ଷେତ୍ରରେ ସଶକ୍ତ ହେବେ ଏବଂ   ସମସ୍ତ କ୍ଷେତ୍ରରେ ସଶକ୍ତୀକରଣ ହେଇପାରିବ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ l
ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନାରେ ସମସ୍ତ ମହିଳା ମାନଙ୍କୁ ପ୍ରତି କିସ୍ତିରେ ୫,୦୦୦ଟଙ୍କା ,  ପ୍ରତିବର୍ଷ ୧୦,୦୦୦ଟଙ୍କା ଏବଂ ପାଞ୍ଚ ବର୍ଷରେ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ l ସୁଭଦ୍ରାର  ପଞ୍ଚମ କିସ୍ତିର ଟଙ୍କା ପ୍ରଦାନ ଅବସରରେ ମହିଳା ମାନଙ୍କୁ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସମ୍ମାନ ର ସୁଯୋଗ ପାଇଁ ପାଞ୍ଚ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ଓଡିଶାରେ ପ୍ରଦାନ କରାଯାଉଛି lଏହାର ମୂଳ ଲକ୍ଷ୍ୟ ହେଉଛି ମହିଳାଙ୍କ ଆର୍ଥିକ ଓ ସାମାଜିକ ସ୍ତରରେ ସୁଦୃଢ, ସ୍ୱାବଲମ୍ବୀ ହେବା ଦ୍ଵାରା ସମ୍ମାନର ସହିତ ପରିବାର ତଥା ଗ୍ରାମରେ ନିଜର ପ୍ରାଧାନ୍ୟ ବିସ୍ତାର କରିପାରିବେ l ସୁଭଦ୍ରା ମାନେ ଶିକ୍ଷିତ ହେଲେ ଶିକ୍ଷାର ବିକାଶରେ ନିଜର ପରିବାରକୁ ଶିକ୍ଷିତ କରିପାରିବେ  ଏବଂ ସମାଜର ବିଭିନ୍ନ କୁସଂସ୍କାର ପ୍ରଥା କୁ ଦୂରେଇବା ପାଇଁ ସମସ୍ତଙ୍କୁ  ସଚେତନ କରିପାରିବେ l
ସୁବର୍ଣ୍ଣପୁର ଜିଲ୍ଲାର  ସମୁଦାୟ ୧, ୪୩,୯୫୪. ମହିଳା ମାନେ ଟ.୭୧ କୋଟି ୯୭ ଲକ୍ଷ ୭୦ ହଜାର ଟଙ୍କା  ମାତ୍ର ସୁଭଦ୍ରା ର ପଞ୍ଚମ କିସ୍ତି ରେ ସମସ୍ତ ମହିଳା ମାନଙ୍କର ବ୍ଯାଙ୍କ ଖାତାରେ ଜମା ହେବ  lରାଜ୍ୟ ସ୍ତରରେ ସୁଭଦ୍ରା ଯୋଜନା ର ପଞ୍ଚମ କିସ୍ତି ର ଅର୍ଥ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଭିଡିଓ କନଫରେନ୍ସ ମାଧ୍ୟମରେ ସୁବର୍ଣ୍ଣପୁରର ସମସ୍ତ ମହିଳା ମାନେ ଶୁଣିଥିଲେ l
ଏହି କାର୍ଯ୍ୟକ୍ରମଟିକୁ  ଶ୍ରୀମତି ମଞ୍ଜୁଶ୍ରୀ ବାରିକ  ସଂଯୋଜନା କରିଥିଲେ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସୁବର୍ଣ୍ଣପୁର  ଏହି କାର୍ଯ୍ୟକ୍ରମ କୁ   ଆୟୋଜନ  କରିଥିଲେ l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ବୌଦ୍ଧ ଜ଼ିଲ୍ଲା ବୌଦ୍ଧ ବ୍ଲକ ବାଉଁଶୁଣୀ ମଁl ମାହେଶ୍ୱରୀ ଡିଗ୍ରୀ କଲେଜ ଠାରେ 'ଖେଲୋ ଇଣ୍ଡିଆ ଡ଼ାଏଲଗ କାର୍ଯ୍ୟକ୍ରମ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଡ଼ାଏଲଗ କାର୍ଯ୍ୟକ୍ରମ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା ବୌଦ୍ଧ ବ୍ଲକ ବାଉଁଶୁଣୀ ମଁl ମାହେଶ୍ୱରୀ ଡିଗ୍ରୀ କଲେଜ ଠାରେ 'ଖେଲୋ ଇଣ୍ଡିଆ ଡ଼ାଏଲଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସଭାରେ କଲେଜର ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଖେଳ କୁଦର ମହତ୍ୱ ଏବଂ ଯୁବ ସମାଜର ବିକାଶରେ କ୍ରୀଡ଼ାର ଭୂମିକା ସମ୍ପର୍କରେ ସେ ଆଲୋକପାତ କରିଥିଲେ l ସେହି ଅବସରରେ ପ୍ରଧାନମନ୍ତ୍ରୀ କ୍ରୀଡ଼ା ସମ୍ବନ୍ଧୀୟ ବାର୍ତ୍ତା ସହ ସଭିଏଁ ଯୋଡ଼ି ହୋଇଥିଲେ l ସେହି ପରି ଅଧ୍ୟାପକ ବାବାରାମ ଦେହୁରୀ ସଭା ସାଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହ ବହୁତ ସଂଖ୍ୟାରେ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l
    1
    ବୌଦ୍ଧ ଜ଼ିଲ୍ଲା ବୌଦ୍ଧ ବ୍ଲକ ବାଉଁଶୁଣୀ ମଁl ମାହେଶ୍ୱରୀ ଡିଗ୍ରୀ କଲେଜ ଠାରେ 'ଖେଲୋ ଇଣ୍ଡିଆ ଡ଼ାଏଲଗ କାର୍ଯ୍ୟକ୍ରମ ଅନୁଷ୍ଠିତ
ଖେଲୋ ଇଣ୍ଡିଆ ଡ଼ାଏଲଗ କାର୍ଯ୍ୟକ୍ରମ 
ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା ବୌଦ୍ଧ ବ୍ଲକ ବାଉଁଶୁଣୀ ମଁl ମାହେଶ୍ୱରୀ ଡିଗ୍ରୀ କଲେଜ ଠାରେ 'ଖେଲୋ ଇଣ୍ଡିଆ ଡ଼ାଏଲଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସଭାରେ କଲେଜର ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଖେଳ କୁଦର ମହତ୍ୱ ଏବଂ ଯୁବ ସମାଜର ବିକାଶରେ କ୍ରୀଡ଼ାର ଭୂମିକା ସମ୍ପର୍କରେ ସେ ଆଲୋକପାତ କରିଥିଲେ l ସେହି ଅବସରରେ ପ୍ରଧାନମନ୍ତ୍ରୀ କ୍ରୀଡ଼ା ସମ୍ବନ୍ଧୀୟ ବାର୍ତ୍ତା ସହ ସଭିଏଁ ଯୋଡ଼ି ହୋଇଥିଲେ l ସେହି ପରି ଅଧ୍ୟାପକ ବାବାରାମ ଦେହୁରୀ ସଭା ସାଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହ ବହୁତ ସଂଖ୍ୟାରେ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.