ପୁରୀବାସୀଙ୍କ ପାଇଁ ଖୁସି ଖବର ମାସକୁ ଦୁଇ ଶନିବାର ମିଳିବ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ। ୧୯୬୯ ମସିହାରେ ପୁରୀରେ ପ୍ରତିଷ୍ଠିତ ରୋଟାରୀ କ୍ଲବ ପୁରୀ ଏବେ ସେବା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛି। ଆସନ୍ତା ୨୯ ତାରିଖରୁ ରୋଟାରୀ ଭବନ ପରିସରରେ ଆରମ୍ଭ ହେବ ସୁପରସ୍ପେସିଆଲିଟି କ୍ଲିନିକ୍। ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲର ସହଯୋଗରେ ନାମମାତ୍ର ଫିସ୍ରେ ବିଭିନ୍ନ ରୋଗର ବିଶେଷଜ୍ଞ ପରାମର୍ଶ ମିଳିବ। ୫୭ ବର୍ଷ ଧରି ସେବା, ସଚେତନତା ଓ ସଦ୍ଭାବନାର ବାର୍ତ୍ତା ନେଇ କାର୍ଯ୍ୟ କରିଆସୁଛି ପୁରୀ ରୋଟାରୀ କ୍ଲବ। ଗତ ଚାରି ବର୍ଷରୁ ଅଧିକ ସମୟ ଧରି ରୋଟାରୀ ଭବନ ପରିସରରେ ଚାଲୁଥିବା ରୋଟାରୀ ଚକ୍ଷୁ ଚିକିତ୍ସା ଓ ପରାମର୍ଶ କେନ୍ଦ୍ରରେ ୧୦ ହଜାରରୁ ଅଧିକ ରୋଗୀଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ପ୍ରାୟ ଏକ ହଜାର ରୋଗୀଙ୍କର ମାଗଣାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ମଧ୍ୟ କରାଯାଇଛି। କ୍ଲବର ୫୮ତମ ବର୍ଷରେ ପୁରୀ ସହରରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ସୁପରସ୍ପେସିଆଲିଟି କ୍ଲିନିକ୍। ଆସନ୍ତା ୨୯ ତାରିଖ ପୂର୍ବାହ୍ନରେ ରୋଟାରୀ ଭବନ ପରିସରରେ ଏହାର ଶୁଭାରମ୍ଭ ହେବ। ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲର ସହଯୋଗରେ ପ୍ରତି ମାସର ଦୁଇଟି ଶନିବାର ଦିନ ବରିଷ୍ଠ ଓ ଅଭିଜ୍ଞ ବିଶେଷଜ୍ଞ ଡାକ୍ତରମାନେ ରୋଗୀଙ୍କୁ ପରାମର୍ଶ ଦେବେ। କ୍ୟାନସର, ଡାଏବେଟିସ୍, ସ୍ତ୍ରୀରୋଗ, ମୂତ୍ରାଶୟ ସମ୍ବନ୍ଧୀୟ ରୋଗ ଓ ସ୍ନାୟୁଜନିତ ରୋଗର ନିରୂପଣ ସହ ଆବଶ୍ୟକ ଚିକିତ୍ସା ପରାମର୍ଶ ନାମମାତ୍ର ଫିସ୍ରେ ଉପଲବ୍ଧ ହେବ। ଏହି କ୍ଲିନିକ୍ ଦ୍ୱାରା ପୁରୀର ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଭୁବନେଶ୍ୱର ଓ କଟକ ଯାଇ ଚିକିତ୍ସା ପରାମର୍ଶ ନେବାରେ ହେଉଥିବା ଅର୍ଥ, ଶ୍ରମ ଓ ସମୟର ସଞ୍ଚୟ ହୋଇପାରିବ। ବୁଧବାର ରୋଟାରୀ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ଲବ ସଭାପତି ବିଜୟ କୁମାର ପତି ଓ ସମ୍ପାଦକ ଭକ୍ତଚରଣ ଦାସ କ୍ଲିନିକ୍ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ପ୍ରାକ୍ତନ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ଜୟ ଦାସଗୁପ୍ତା, ପ୍ରଚାର ପ୍ରସାର ପ୍ରମୁଖ ନାରାୟଣ ଦାଶ, ରବିନାରାୟଣ ମିଶ୍ରଙ୍କ ସମେତ ବହୁ ରୋଟାରିଆନ୍ ସାମ୍ବାଦିକ ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ। ଏହି ନୂଆ କ୍ଲିନିକ୍ ପୁରୀବାସୀଙ୍କ ପାଇଁ ସହଜ ଓ ସୁଲଭ ବିଶେଷଜ୍ଞ ଚିକିତ୍ସା ପରାମର୍ଶର ଏକ ନୂଆ ଦ୍ୱାର ଖୋଲିବ ବୋଲି ଆଶା କରାଯାଉଛି।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ ।
ପୁରୀବାସୀଙ୍କ ପାଇଁ ଖୁସି ଖବର ମାସକୁ ଦୁଇ ଶନିବାର ମିଳିବ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ। ୧୯୬୯ ମସିହାରେ ପୁରୀରେ ପ୍ରତିଷ୍ଠିତ ରୋଟାରୀ କ୍ଲବ ପୁରୀ ଏବେ ସେବା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛି। ଆସନ୍ତା ୨୯ ତାରିଖରୁ ରୋଟାରୀ ଭବନ ପରିସରରେ ଆରମ୍ଭ ହେବ ସୁପରସ୍ପେସିଆଲିଟି କ୍ଲିନିକ୍। ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲର ସହଯୋଗରେ ନାମମାତ୍ର ଫିସ୍ରେ ବିଭିନ୍ନ ରୋଗର ବିଶେଷଜ୍ଞ ପରାମର୍ଶ ମିଳିବ। ୫୭ ବର୍ଷ ଧରି ସେବା, ସଚେତନତା ଓ ସଦ୍ଭାବନାର ବାର୍ତ୍ତା ନେଇ କାର୍ଯ୍ୟ କରିଆସୁଛି ପୁରୀ ରୋଟାରୀ କ୍ଲବ। ଗତ ଚାରି ବର୍ଷରୁ ଅଧିକ ସମୟ ଧରି ରୋଟାରୀ ଭବନ ପରିସରରେ ଚାଲୁଥିବା ରୋଟାରୀ ଚକ୍ଷୁ ଚିକିତ୍ସା ଓ ପରାମର୍ଶ କେନ୍ଦ୍ରରେ ୧୦ ହଜାରରୁ ଅଧିକ ରୋଗୀଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ପ୍ରାୟ ଏକ ହଜାର ରୋଗୀଙ୍କର ମାଗଣାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ମଧ୍ୟ କରାଯାଇଛି। କ୍ଲବର ୫୮ତମ ବର୍ଷରେ ପୁରୀ ସହରରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ସୁପରସ୍ପେସିଆଲିଟି କ୍ଲିନିକ୍। ଆସନ୍ତା ୨୯ ତାରିଖ ପୂର୍ବାହ୍ନରେ ରୋଟାରୀ ଭବନ ପରିସରରେ ଏହାର ଶୁଭାରମ୍ଭ ହେବ। ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲର ସହଯୋଗରେ
ପ୍ରତି ମାସର ଦୁଇଟି ଶନିବାର ଦିନ ବରିଷ୍ଠ ଓ ଅଭିଜ୍ଞ ବିଶେଷଜ୍ଞ ଡାକ୍ତରମାନେ ରୋଗୀଙ୍କୁ ପରାମର୍ଶ ଦେବେ। କ୍ୟାନସର, ଡାଏବେଟିସ୍, ସ୍ତ୍ରୀରୋଗ, ମୂତ୍ରାଶୟ ସମ୍ବନ୍ଧୀୟ ରୋଗ ଓ ସ୍ନାୟୁଜନିତ ରୋଗର ନିରୂପଣ ସହ ଆବଶ୍ୟକ ଚିକିତ୍ସା ପରାମର୍ଶ ନାମମାତ୍ର ଫିସ୍ରେ ଉପଲବ୍ଧ ହେବ। ଏହି କ୍ଲିନିକ୍ ଦ୍ୱାରା ପୁରୀର ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଭୁବନେଶ୍ୱର ଓ କଟକ ଯାଇ ଚିକିତ୍ସା ପରାମର୍ଶ ନେବାରେ ହେଉଥିବା ଅର୍ଥ, ଶ୍ରମ ଓ ସମୟର ସଞ୍ଚୟ ହୋଇପାରିବ। ବୁଧବାର ରୋଟାରୀ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ଲବ ସଭାପତି ବିଜୟ କୁମାର ପତି ଓ ସମ୍ପାଦକ ଭକ୍ତଚରଣ ଦାସ କ୍ଲିନିକ୍ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ପ୍ରାକ୍ତନ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ଜୟ ଦାସଗୁପ୍ତା, ପ୍ରଚାର ପ୍ରସାର ପ୍ରମୁଖ ନାରାୟଣ ଦାଶ, ରବିନାରାୟଣ ମିଶ୍ରଙ୍କ ସମେତ ବହୁ ରୋଟାରିଆନ୍ ସାମ୍ବାଦିକ ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ। ଏହି ନୂଆ କ୍ଲିନିକ୍ ପୁରୀବାସୀଙ୍କ ପାଇଁ ସହଜ ଓ ସୁଲଭ ବିଶେଷଜ୍ଞ ଚିକିତ୍ସା ପରାମର୍ଶର ଏକ ନୂଆ ଦ୍ୱାର ଖୋଲିବ ବୋଲି ଆଶା କରାଯାଉଛି।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ ।
- ପୋଖରୀରୁ ଦଳ କାଢ଼ିବାକୁ ଯାଉଥିବା ବେଳେ ଆକ୍ରମଣ ଅଭିଯୋଗ। ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଧୀନ ଉତ୍ତରଣା ଗ୍ରାମରେ ପୋଖରୀରୁ ଦଳ କାଢ଼ିବାକୁ ଯାଉଥିବା ବେଳେ ଆକ୍ରମଣ ଅଭିଯୋଗ। ଏହି ଆକ୍ରମଣରେ ଅଭିମନ୍ୟୁ ପରିଡା ଗୁରୁତର ଆହତ ହୋଇ ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ତାଙ୍କ ପତ୍ନୀ ଶ୍ରୀମତୀ ସୁକାନ୍ତି ପରିଡା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ୨୫ ଅଗଷ୍ଟ ୨୦୨୬ ସକାଳ ପ୍ରାୟ ୧୦ଟା ସମୟରେ ଅଭିମନ୍ୟୁ ପରିଡା ଗ୍ରାମର କେତେକ ଯୁବକଙ୍କ ସହ ଗ୍ରାମ ପୋଖରୀକୁ ଦଳ କାଢ଼ିବା ପାଇଁ ଯାଉଥିଲେ। ରାସ୍ତାରେ ଗ୍ରାମର ସେଠୀ ସାହିର କେତେକ ଲୋକ ସଂଘବଦ୍ଧ ଭାବେ ହାତାହାତି ଓ ଟେକାପଥର ମାଡ଼ କରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିମନ୍ୟୁ ପରିଡା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ପରିବାରର ବୁଦ୍ଧି ପରିଡା ପହଞ୍ଚିବା ପରେ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ସୁକାନ୍ତି ଅଭିଯୋଗ କରିଛନ୍ତି। ସ୍ୱାମୀଙ୍କ ଅବସ୍ଥା ଗୁରୁତର ଥିବାରୁ ମେଡିକାଲରେ ତାଙ୍କ ପାଖରେ ରହିବାକୁ ପଡ଼ିଥିବାରୁ ତୁରନ୍ତ ଥାନାରେ ଅଭିଯୋଗ କରିପାରିନଥିବା ସେ କହିଛନ୍ତି। ଏନେଇ ଚନ୍ଦନପୁର ଥାନାରେ ଅଭିଯୋଗ କରି ଘଟଣାର ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଆଇନଅନୁସାରେ ଉଚିତ କାର୍ଯ୍ୟାନୁଷ୍ଠାନ ଏବଂ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ସୁକାନ୍ତି ପରିଡା ନିବେଦନ କରିଛନ୍ତି।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।4
- କାଳିଆ ସାଆନ୍ତେ ହୋ ତୁମ ବଡ଼ଦାଣ୍ଡ କୁ ମତେ ଟିକେ ଟାଣି ଟାଣି ନିଅ ହେ ସାଆନ୍ତେ ⭕❗⭕🙏1
- କଟକ ସହରର ବିଭିନ୍ନ ବ୍ରିଜ୍ ଉପରେ ଉଠୁଛି ଗଛ! ବ୍ରିଜ୍ ପାଇଁ ବଢୁଛି ବିପଦ, ପ୍ରଶାସନ କାହିଁକି ନିରବଦ୍ରଷ୍ଟା? କଟକ ସହରର ବିଭିନ୍ନ ବ୍ରିଜ୍ ଉପରେ ଉଠୁଛି ଗଛ! ବ୍ରିଜ୍ ପାଇଁ ବଢୁଛି ବିପଦ, ପ୍ରଶାସନ କାହିଁକି ନିରବଦ୍ରଷ୍ଟା?1
- କଟକ ସହରର ବିଭିନ୍ନ ବ୍ରିଜ୍ ଉପରେ ଉଠୁଛି ଗଛ! ବ୍ରିଜ୍ ପାଇଁ ବଢୁଛି ବିପଦ, ପ୍ରଶାସନ କାହିଁକି ନିରବଦ୍ରଷ୍ଟା?1
- ନିରାକାରାପୁର ଜଗନ୍ନାଥ ମନ୍ଦିର ତୃତୀୟ ଦିବସ ଝୁଲଣ ଉତ୍ସବରେ ବହୁ ଭକଙ୍କ ସମାଗମ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଅଗ୍ରଣୀ ଧର୍ମାନୁଷ୍ଠାନ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଚଳିତ ବର୍ଷ ଝୁଲଣ ଉତ୍ସବ ଜାରୀ ରହିଛି ।ତୃତୀୟ ଦିବସ ଅବସରରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସନ୍ଧ୍ୟା ସମୟରେ ମହାପ୍ରଭୁ ଙ୍କ ଝୁଲଣ ଉତ୍ସବ ରେ ଠାକୁର ଙ୍କୁ ପୁର୍ବ ପ୍ରସ୍ତୁତି ଅନୁଯାୟୀ ସୁସଜିତ ପଲଙ୍କରେ ବିଭିନ୍ନ ପ୍ରକାରର ସୁବାସିତ ପୁଷ୍ପ ମାଲ୍ୟ ଓ ଅଙ୍ଗ ବତ୍ସ ପରିଧାନ କରି ମଣ୍ଡପ ରେ ଆସିନ ହୋଇଥିଲେ l ହରିବୋଲ ହୁଳହୁଳି ଘଣ୍ଟ କିର୍ତ୍ତନ ରେ କମ୍ପିଥିଲା ମନ୍ଦିର ପରିସର । ଏହି ତୃତୀୟ ଦିବସ କାର୍ଯ୍ୟକ୍ରମ ରେ ଅଞ୍ଚଳର ବହୁ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା l ଟ୍ରଷ୍ଟ ପକ୍ଷରୁ ଠାକୁର ଙ୍କ ସମସ୍ତ ନିତି ନିୟମ କାର୍ଯ୍ୟକୁ ଵିଧି ଅନୁପାଳନ କରି ତୃତୀୟ ଦିବସ ରେ ପହଞ୍ଚିଛି। ପରିଶେଷରେ ସମସ୍ତ ଭକ୍ତଙ୍କୁ ଠାକୁର ଙ୍କ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଉତ୍ସବ କୁ ସହଯୋଗ କରିଥିଲେ।1
- ଜେକେ କାଗଜ କଳ ପକ୍ଷରୁ ଭୀମ ଭୋଇ ନଗରରେ ଜନ ସଚେତନତା କାର୍ଯ୍ୟକ୍ରମ ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ଭୀମ ଭୋଇ ନଗରରେ ଜେକେ କାଗଜ କଳ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ହରିହର ଖମାରୀ, ସୁରକ୍ଷା ବିଭାଗର ଶ୍ରୀ ରମା ରଞ୍ଜନ ବିଶ୍ୱାଳ ଏବଂ ସିଏସଆର ବିଭାଗର ଶ୍ରୀ ବ୍ରହ୍ମାନନ୍ଦ ମହାପାତ୍ରଙ୍କ ଉପସ୍ଥିତିରେ ସ୍ଥାନୀୟ ବାସିନ୍ଦାଙ୍କୁ କ୍ଲୋରିନ ଗ୍ୟାସ ପ୍ରଭାବରୁ କିପରି ନିଜକୁ ସୁରକ୍ଷିତ ରଖିହେବ ସେନେଇ ପୋଷ୍ଟର ଓ ପ୍ରଚାର ପତ୍ର ମାଧ୍ୟମରେ ସଚେତନ କରାଯାଇଥିଲା । କାରଖାନା ନିକଟବର୍ତ୍ତୀ ସମସ୍ତ ଗ୍ରାମରେ ଏପରି ଜନସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିଷାକ୍ତ ଗ୍ୟାସ ଜନିତ ଦୁର୍ଘଟଣାରେ ସତର୍କତା ଅବଲମ୍ବନ ସମ୍ପର୍କରେ ଆବାଳ ବୃଦ୍ଧ ବନିତାଙ୍କୁ ବୁଝାଯାଇଥିଲା ।1
- ଚାରିଛକ ଅଞ୍ଚଳରେ ନବଜାତ ଶିଶୁକନ୍ୟାକୁ ଅଳିଆ ଗଦାରେ ମା' ଫୋପାଡି ଫେରାର ।1
- 'ଖଣିଜ ସମ୍ପଦ ଓଡ଼ିଶାବାସୀଙ୍କ ଅଧିକାର’—ପୁରୀରେ ଗର୍ଜିଲେ ବିରୋଧୀ ଖଣି ଏବଂ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ–୨୦୨୬ ପ୍ରତ୍ୟାହାର ଦାବିରେ ପୁରୀରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ବିଶାଳ ମଶାଲ ଶୋଭାଯାତ୍ରା ଓ ସର୍ବଦଳୀୟ ପ୍ରତିବାଦ ସଭା ଆୟୋଜିତ ହୋଇଛି। ଏହି ଅବସରରେ ଡବଲ୍ ଇଞ୍ଜିନ୍ ସରକାର ବିରୋଧରେ ନାରାବାଜି ସହ ଆଇନ ପ୍ରତ୍ୟାହାର ପାଇଁ ଦାବି ଉଠିଛି। ପୁରୀରେ ଦେଖିବାକୁ ମିଳିଛି ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଗୁଡ଼ିକର ଶକ୍ତି ପ୍ରଦର୍ଶନ। ଖଣି ଏବଂ ଖଣିଜ ସଂଶୋଧନ ଆଇନ–୨୦୨୬ ପ୍ରତ୍ୟାହାର ଦାବିରେ ଆୟୋଜିତ ହୋଇଥିଲା ବିଶାଳ ମଶାଲ ଶୋଭାଯାତ୍ରା। ପରେ ଅନୁଷ୍ଠିତ ହୋଇଥିଲା ସର୍ବଦଳୀୟ ପ୍ରତିବାଦ ସଭା। ସଭାରେ ଅଭିଯୋଗ କରାଯାଇଛି ଯେ, ଓଡ଼ିଶାର ଅମୂଲ୍ୟ ଖଣିଜ ସମ୍ପଦ କୌଣସି ସରକାର କିମ୍ବା କର୍ପୋରେଟ୍ ସ୍ୱାର୍ଥର ସମ୍ପତ୍ତି ନୁହେଁ। ଏହା ଓଡ଼ିଶାବାସୀଙ୍କ ଅଧିକାର ଓ ଭବିଷ୍ୟତର ସମ୍ପଦ ବୋଲି ମତ ପ୍ରକାଶ ପାଇଛି। ଜନସ୍ୱାର୍ଥକୁ ପଛରେ ପକାଇ କୌଣସି ଜନବିରୋଧୀ ନୀତି ଗ୍ରହଣ କରାଗଲେ ଏହାକୁ ବିରୋଧ କରାଯିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ଦିଆଯାଇଛି ଚେତାବନୀ। ଗାଁରୁ ସହର ଏବଂ ରାସ୍ତାରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଇଣ୍ଡିଆ ମେଣ୍ଟର ନେତାମାନେ ଘୋଷଣା କରିଛନ୍ତି। ରିପୋର୍ଟ: ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂ।4