Shuru
Apke Nagar Ki App…
KOSAL TIMES
More news from ଓଡ଼ିଶା and nearby areas
- Post by TV5ODIA 95566059931
- ନୂଆପଡ଼ା-୨୨/୪ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ସେମାନଙ୍କୁ ଆଇନଗତ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ସିନାପାଲି ବ୍ଲକ ଝାରବନ୍ଧ ପଞ୍ଚାୟତ ସ୍ଥିତ ଦେବିଚରନ୍ ହାଇସ୍କୁଲ ପରିସରରେ 'ନାଲସା (ପାଠ୍ୟକ୍ରମ ଛାଡ଼ିଥିବା ଓ ଅସୁବିଧାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ସହାୟତା) ଯୋଜନା, ୨୦୨୫' ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଯୋଗଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ ଜିତେନ୍ଦ୍ର କୁମାର ସେଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସିନାପାଲି ଉର୍ମିଳା ମହାପାତ୍ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ବେଣୁଧର ହରିଜନ ସରପଞ୍ଚ, ଝାରବନ୍ଧ ରୋହିତେଶ୍ୱର ନାୟକ ପି.ଇ.ଓ., ଏଥିସହିତ ସିନାପାଲି ଅଧିବକ୍ତା ସଂଘର ବରିଷ୍ଠ ସଦସ୍ୟ ବାଣୀ ବଲ୍ଲଭ ପାଣିଗ୍ରାହୀ, ବିଜୟାନନ୍ଦ ବେହେରା, ଜଗବନ୍ଧୁ ମେହେର, ଗୁଣସାଗର ମେହେର ଏବଂ ବିଦ୍ୟାଳୟର ଶିକ୍ଷକ ବୃନ୍ଦ ଓ ତାଲୁକ ଆଇନ ସେବା ସମିତିର ଅଧିକାର ମିତ୍ରମାନେ ଉପସ୍ଥିତ ଥିଲେ। ଶିବିରକୁ ସମ୍ବୋଧିତ କରି ସଚିବ ନବନୀତା ଦାଶ ନାଲସା (NALSA) ର ୨୦୨୫ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, "କୌଣସି ବି ଶିଶୁ ଅଭାବ କିମ୍ବା ପାରିବାରିକ ଅସୁବିଧା କାରଣରୁ ଶିକ୍ଷାରୁ ବଞ୍ଚିତ ହେବା ଉଚିତ ନୁହେଁ।" ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ କିଭଳି ପୁଣିଥରେ ବିଦ୍ୟାଳୟରେ ନାମ ଲେଖାଯାଇପାରିବ ଏବଂ ସେମାନଙ୍କୁ ମିଳୁଥିବା ମାଗଣା ଆଇନଗତ ସହାୟତା ସମ୍ପର୍କରେ ସେ ସଚେତନ କରିଥିଲେ। "ଶିକ୍ଷା ପ୍ରତିଟି ଶିଶୁର ମୌଳିକ ଅଧିକାର। ସାମାଜିକ ବା ଅର୍ଥନୈତିକ ପ୍ରତିବନ୍ଧକ ଯେପରି ଶିକ୍ଷା ପଥରେ ବାଧା ସୃଷ୍ଟି ନକରେ, ସେଥିପାଇଁ ନାଲସା ସର୍ବଦା ତତ୍ପର।" - ନବନୀତା ଦାଶ (ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ) ସିନାପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ସେଠ ଅଧାରୁ ପାଠ ଛାଡ଼ିଥିବା (Dropout) ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ଆର୍ଥିକ ପ୍ରୋତ୍ସାହନ ଉପରେ ଆଲୋକପାତ କରିଥିଲେ। ଶିକ୍ଷା କ୍ଷେତ୍ରରେ ପିଲାମାନଙ୍କୁ ମିଳୁଥିବା ସହାୟତା ରାଶି ଏବଂ ଏହାର ଆବେଦନ ପ୍ରକ୍ରିୟା ସମ୍ବନ୍ଧରେ ଉପସ୍ଥିତ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଏହି ଶିବିର ମାଧ୍ୟମରେ ଅଞ୍ଚଳରେ ଶିକ୍ଷାର ପ୍ରସାର ଏବଂ ଆଇନ ସଚେତନତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।5
- ସୁବର୍ଣ୍ଣପୁର,୨୨.୦୪.୨୦୨୬: ଆଜିଠାରୁ ସୁବର୍ଣ୍ଣପୁର ଜିଲ୍ଲାର ଅତି ପ୍ରତିକ୍ଷୀତ ହାଇଟେକ ସର୍ଭେ ର ଚୂଡାନ୍ତ ପଟ୍ଟା ବଣ୍ଟନ କାର୍ଯକ୍ରମର ଶୁଭାରମ୍ଭ ହୋଉଛି । ଆଜି ପୂର୍ବାହ୍ନରେ ପ୍ରଥମ ଦିନରେ ଜିଲ୍ଲାର ୬ଟି ତହସିଲରେ ୧୬୦ରୁ ଅଧିକ ପଟ୍ଟା ବଣ୍ଟନ କରାଯାଇଛି।6
- Post by Sonepur news khulasa1
- ସୁବର୍ଣ୍ଣପୁର: ସାମାଜିକ ସୁରକ୍ଷା ଓ ଲିଙ୍ଗଗତ ସମାନତା ପାଇଁ ଓଡ଼ିଶା ସରକାରଙ୍କ ଏକ ଅଗ୍ରଗାମୀ ପଦକ୍ଷେପ ସ୍ୱରୂପ ଆଜି ସ୍ଥାନୀୟ ଟାଉନ ହଲ ଠାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାର ୧୭ ଗୋଟି ଝିଅପୁଅଙ୍କ ଯୋଡ଼ିର ବିବାହ ପାଣି ଗ୍ରହଣ କରାଯାଇଥିଲା। ବୈଦିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ବିବାହ ଉତ୍ସବରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଉପ ଜିଲ୍ଲାପାଳ ଡ଼ ସୋମ୍ୟରୁପା ରଥ, ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ, ବୈକୁଣ୍ଠନାଥ ଶତପଥୀ, ଗୋବିନ୍ଦ ମହାରଣା ପ୍ରମୁଖ ବହୁ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ।1
- ମଣିଷର ଗୋଟିଏ ଛୋଟ ପ୍ରୟାସ ବହୁ ଜୀବଜନ୍ତୁଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ | ଧନ୍ୟବାଦ ଛବି ପଧାନ ଯେ କି ଏତେ ଖରାରେ ହନୁମାନ ମାନଙ୍କ ଶୋଷ ମେଣ୍ଟେଇବା ପାଇଁ ଏକ ପ୍ରୟାସ କରିଥିଲେ ଏବଂ ତାହା ସଫଲ ମଧ୍ଯ ହୋଇଥିଲା |1
- ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ବଢିଲା ଖରା ଛୁଟି5
- ହାଇଟେକ୍ ସର୍ଭେର ଜମି ପଟ୍ଟା ବଣ୍ଟନ ଆସନ୍ତା କାଲି ଠାରୁ ଆରମ୍ଭ ହେବ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲାପାଳ #ଡ଼_ନୃପରାଜ_ସାହୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ କାର୍ଯ୍ୟକ୍ରମ: ୧୭ ଯୋଡ଼ା ବରବଧୂଙ୍କ ବିବାହ ସମ୍ପୂର୍ଣ୍ଣ ସୁବର୍ଣ୍ଣପୁର: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାଧ୍ୟମରେ ଆଜି ରାଜ୍ୟର ୨୭ଟି ଜିଲ୍ଲାରେ ୧,୦୦୦ରୁ ଉର୍ଦ୍ଧ୍ୱ କନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଟାଉନ ହଲ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି। କାର୍ଯ୍ୟକ୍ରମରେ ମାନ୍ୟବର ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଦମ୍ପତୀଙ୍କୁ ଆଶୀର୍ବାଦ ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ ବିରୋଧରେ ଏକ ସଂକଳ୍ପ, ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପଦକ୍ଷେପ। ଏହି ଯୋଜନା କେବଳ ବିବାହ ଉତ୍ସବ ନୁହେଁ, ବରଂ ସାମାଜିକ ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ଦିଗରେ ଓଡ଼ିଶା ସରକାରଙ୍କ ଏକ ଦୃଢ଼ ସଂକଳ୍ପ। ବିଧବା ବିବାହକୁ ପ୍ରୋତ୍ସାହନ ଦେବା ହେଉଛି ଏହି ଯୋଜନାର ସ୍ୱତନ୍ତ୍ର ବିଶେଷତା। ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ସମେତ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଉପଜିଲ୍ଲାପାଳ ଡ଼ ସୌମ୍ୟରୂପା ରଥ, ଡିଏସପି ରେଣୁକା ସୁନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବୀଣାପାଣି ମିଶ୍ର, ସମାଜସେବୀ ବେଣୁଧର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ସୂଚନାଯୋଗ୍ୟ କି, ଆଜି ସୁବର୍ଣ୍ଣପୁର ଜିଲ୍ଲାର ୫ଟି ବ୍ଲକ୍ରୁ ୩ଟି ଲେଖାଏଁ ଯୋଡି ଆସିଥିବା ବେଳେ ବିନିକା ବ୍ଲକ୍ରୁ ୨ଟି ଯୋଡି ଆସିଥିଲେ। ସେମାନଙ୍କ ମଧ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ବରକନ୍ୟା ରହିଥିଲେ। ବିବାହ କରିଥିବା ସମସ୍ତ ୧୭ ଜଣ କନ୍ୟାଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୪୫ ହଜାର ଟଙ୍କା ସିଧାସଳଖ କନ୍ୟାମାନଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଥିବା ବେଳେ ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଉଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପରିବାରବର୍ଗ ଏବଂ ଜିଲ୍ଲା ପ୍ରଶାସନ ତଥା ସମାଜ କଳ୍ୟାଣ ବିଭାଗର ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଛି। ବିବାହ ସମ୍ପୂର୍ଣ୍ଣ ପରେ ସମସ୍ତ ନବବିବାହିତ ଦମ୍ପତି ଯୌତୁକ ପ୍ରଥା ବିରୋଧରେ ପ୍ରତିଜ୍ଞା ନେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିବାହ ପରେ ଗୋଟିଏ ଲେଖାଏଁ ଗଛ ସମସ୍ତ ଦମ୍ପତିଙ୍କୁ ପ୍ରଦାନ କରାଯାଇଥିଲା, ସେମାନେ ଏହାର ଯତ୍ନ ନେବେ ଏବଂ ସେହି ଗଛର ଜୀବନ ତାଙ୍କର ବିବାହର ସମୟର ପ୍ରତୀକ ହେବ। ଏହି ଅବସରରେ ଇଂ ରଘୁନାଥ ଜଗଦଲା ମଧ୍ୟ ସମସ୍ତ ନୂତନ ଦମ୍ପତିଙ୍କୁ ଉପହାର ଦେଇଥିଲେ। ଜିଲ୍ଲା ଓଏସ ଏବଂ ଓଆରଏସ ସଂଘ ତରଫରୁ ମଧ୍ୟ ସେମାନଙ୍କୁ ଗୋଟିଏ ଲେଖାଏଁ ହାତଘଣ୍ଟା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଅଧିକାରୀ ଉପସ୍ଥିତ ରହି ସାମୂହିକ ବିବାହକୁ ସଫଳ କରିବାରେ ସହଯୋଗ କରିଥିଲେ।1
- ମୁଖ୍ୟ ମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୩୩ ଯୋଡ଼ି ଛନ୍ଦି ହେଲେ ବିବାହ ବନ୍ଧନେ ବରଗଡ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ, ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପଦକ୍ଷେପ: ବରଗଡ଼ ସାଂସଦ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ଆଜି ରାଜ୍ୟର ୨୭ଟି ଜିଲ୍ଲାରେ ୧,୦୦୦ରୁ ଉର୍ଦ୍ଧ୍ୱ କନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ବେହେରା ବଜାର ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ସମୂହ ବିବାହ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଛି। କାର୍ଯ୍ୟକ୍ରମରେ ମାନ୍ୟବର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଭାବେ ଯୋଗଦେଇ ନବ ଦାମ୍ପତୀଙ୍କୁ ଆଶୀର୍ବାଦ ଦେଇ କହିଥିଲେ ଯେ,ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ ବିରୋଧରେ ଏକ ସଂକଳ୍ପ। ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପଦକ୍ଷେପ। ଏହି ଯୋଜନା କେବଳ ବିବାହ ଉତ୍ସବ ନୁହେଁ, ବରଂ ସାମାଜିକ ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ଦିଗରେ ଓଡ଼ିଶା ସରକାରଙ୍କ ଏକ ଦୃଢ଼ ସଂକଳ୍ପ। ବିଧବା ବିବାହକୁ ପ୍ରୋତ୍ସାହନ ଦେବା ହେଉଛି ଏହି ଯୋଜନାର ସ୍ୱତନ୍ତ୍ର ବିଶେଷତା । ସମ୍ମାନିତ ଅତିଥି ଭାବେ ମାନ୍ୟବର ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏବଂ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ପୂର୍ବତନ ସାଂସଦ ପ୍ରଭାସ ସିଂ, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଜିଲ୍ଲା ସଭାପତି ଡ଼ ଅରୂପାନନ୍ଦ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଧ୍ୟାରାଣୀ ନେପାକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ଅତିରିକ୍ତ ଉଦ୍ୟାନକୃଷି ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବର ବଧୂଙ୍କୁ ଆଶୀର୍ବାଦ ଦେବା ସହ ଏହି ଯୋଜନାର ସମସ୍ତ ସୁବିଧା ବିଷୟରେ କହିଥିଲେ । ସୂଚନାଯୋଗ୍ୟକି, ଆଜି ବରଗଡ଼ ଜିଲ୍ଲାର ବିିଭିନ୍ନ ବ୍ଲକ୍ରୁ ଆସିଥିବା ୩୩ଯୋଡ଼ା ଯୁବକ-ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ବରକନ୍ୟା ରହିଥିଲେ । ବିବାହ କରିଥିବା ସମସ୍ତ ୩୩ ଜଣ କନ୍ୟାମାନଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥି ମଧ୍ୟରୁ ୪୫ ହଜାର ଟଙ୍କା ସିଧାସଳଖ କନ୍ୟାମାନଙ୍କ ବ୍ୟାଙ୍କ୍ ଖାତାକୁ ପଠାଇ ଦିଆଯାଉଥିବା ବେଳେ ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଉଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମହାଶକ୍ତି ଫାଉଣ୍ଡେସନ ଏବଂ ଜିଲ୍ଲା ପ୍ରଶାସନ ତଥା ମହିଳା ଓ ଶିଶୁ ବିକାଶ ବିଭାଗର ତତ୍ତ୍ବାବଧାନରେ ସମ୍ପାଦିତ ହୋଇଛି। ବିବାହ ସମ୍ପର୍ଣ୍ଣ ପରେ ସମସ୍ତ ନବ ବିବାହିତ ଦମ୍ପତି ଯୌତୁକ ପ୍ରଥା ବିରୋଧରେ ପ୍ରତିଜ୍ଞା ନେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାୟଗଡା ବିଶ୍ୱ ବୈଦିକ ପରିବାର ବିବାହ ସଂସ୍କାର ପରିଚାଳନା କରିଥିବାବେଳେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଏବଂ ମହାଶକ୍ତି ଫାଉଣ୍ଡେସନର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।1