ଶ୍ରୀ ଜଗନ୍ନାଥ ମନ୍ଦିର କିଟ ଭୁବନେଶ୍ୱର ତରଫରୁ ପବିତ୍ର ଗହ୍ମା ପୂର୍ଣ୍ଣିମା ତିଥିରେ ବ୍ରହ୍ମପୁରା ଶ୍ରୀ ବଳଦେବଜୀଉଙ୍କୁ ପାଟ୍ଟ ରାକ୍ଷୀ ଓ ପାଟ୍ଟ ବସ୍ତ୍ର ଅର୍ପଣ l ଶ୍ରୀ ଜଗନ୍ନାଥ ମନ୍ଦିର କିଟ ଭୁବନେଶ୍ୱର ତରଫରୁ ପବିତ୍ର ଗହ୍ମା ପୂର୍ଣ୍ଣିମା ତିଥିରେ ବ୍ରହ୍ମପୁରା ଶ୍ରୀ ବଳଦେବଜୀଉଙ୍କୁ ପାଟ୍ଟ ରାକ୍ଷୀ ଓ ପାଟ୍ଟ ବସ୍ତ୍ର ଅର୍ପଣ l ବଳଦେବଜୀଉଙ୍କ ଜନ୍ମୋତ୍ସବରେ ସ୍ୱତନ୍ତ୍ର ପୂଜାନୀତି; ଭଜନ-କୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ବହୁ ଭକ୍ତ l ପାଟଣାଗଡ଼:ତା ୨୭.୮ ପବିତ୍ର ଗହ୍ମା ପୂର୍ଣ୍ଣିମା ତଥା ରକ୍ଷାବନ୍ଧନ ଅବସରରେ ଶ୍ରୀ ଜଗନ୍ନାଥ ମନ୍ଦିର, କିଟ୍, ଭୁବନେଶ୍ୱର ପକ୍ଷରୁ ପାଟଣାଗଡ଼ସ୍ଥିତ ପବିତ୍ର ବ୍ରହ୍ମକ୍ଷେତ୍ର ବ୍ରହ୍ମପୁରା ଶ୍ରୀ ବଳଦେବଜୀଉ ମନ୍ଦିରରେ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ପାଟ୍ଟ ରାକ୍ଷୀ ସେବା ସହ ପାଟ୍ଟ ବସ୍ତ୍ର ଓ ବିଭିନ୍ନ ପୂଜା ସାମଗ୍ରୀ ଭକ୍ତି ଓ ଶ୍ରଦ୍ଧାର ସହ ଅର୍ପଣ କରାଯାଇଥିଲା। କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତଙ୍କ ପ୍ରେରଣା ଓ ପୃଷ୍ଠପୋଷକତାରେ ପ୍ରତିବର୍ଷ ପବିତ୍ର ରକ୍ଷାବନ୍ଧନ ଅବସରରେ ଜଗନ୍ନାଥ ସଂସ୍କୃତିର ମହାନ ପରମ୍ପରାକୁ ସମ୍ମାନ ଜଣାଇ ପାଟ୍ଟ ରାକ୍ଷୀ ସେବା ଆୟୋଜିତ ହୋଇଆସୁଛି। ଚଳିତବର୍ଷ ଏହି ପବିତ୍ର ସେବାକୁ ପାଟଣାଗଡ଼ ବ୍ରହ୍ମପୁରା ଶ୍ରୀ ବଳଦେବଜୀଉ ମନ୍ଦିର ସହ ଯୋଡ଼ାଯିବା ଫଳରେ ସ୍ଥାନୀୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଥିଲା। ଗହ୍ମା ପୂର୍ଣ୍ଣିମା ଶ୍ରୀ ବଳଭଦ୍ରଙ୍କ ପବିତ୍ର ଜନ୍ମତିଥି ହୋଇଥିବାରୁ ଏହି ଅବସରରେ ଶ୍ରୀ ବଳଦେବଜୀଉ ମନ୍ଦିରରେ ସ୍ୱତନ୍ତ୍ର ପୂଜାବିଧି, ନୀତିକାନ୍ତି ଓ ଧାର୍ମିକ ଉପଚାର ଅନୁଷ୍ଠିତ ହୋଇଥିଲା। ଘଣ୍ଟ, ଶଙ୍ଖ, ହୁଳହୁଳି, ହରିବୋଲ ଓ ଭଜନ-କୀର୍ତ୍ତନ ଧ୍ୱନିରେ ସମଗ୍ର ମନ୍ଦିର ପରିସର ଭକ୍ତି ଓ ଆଧ୍ୟାତ୍ମିକତାରେ ମୁଖରିତ ହୋଇଉଠିଥିଲା। ଏହି ଉପଲକ୍ଷେ ବ୍ରହ୍ମପୁରା ଆଦିବାସୀ ଭବନଠାରୁ ଏକ ବିଶାଳ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଶୋଭାଯାତ୍ରା ବାହାରି ଶ୍ରୀ ବଳଦେବଜୀଉ ମନ୍ଦିରରେ ପହଞ୍ଚିଥିଲା। କିଟ୍-କିସ୍ର ଶୁଭେଚ୍ଛୁ, ଡ଼. ଅଚ୍ୟୁତ ସାମନ୍ତଙ୍କ ସମର୍ଥକ, କିସ୍ ପରିବାରର ସଦସ୍ୟ ଓ ବହୁ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ। ମହିଳା କୀର୍ତ୍ତନ ଦଳଙ୍କ ଭକ୍ତିପୂର୍ଣ୍ଣ ଭଜନ, କୀର୍ତ୍ତନ, ଗୀତ ଓ ନୃତ୍ୟ ଶୋଭାଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ସହ ସମଗ୍ର ଅଞ୍ଚଳରେ ଏକ ଭବ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଆଇନଜୀବୀ ପ୍ରିୟରଞ୍ଜନ ବହିଦାର, ଶିକ୍ଷାବିତ୍ ପ୍ରମୋଦ କୁମାର ସାହୁ , କିସ୍ର ପ୍ରଧାନ ଶିକ୍ଷକ ଆକାଶ କୁମାର ମିଶ୍ର, ରାଜକୁମାର ଆଚାର୍ଯ୍ୟ, ପଶ୍ଚିମ ଓଡ଼ିଶା କଳିଙ୍ଗ ଟିଭି ବ୍ୟୁରୋ ମୁଖ୍ୟ ଚିତ୍ତରଞ୍ଜନ ମିଶ୍ର, କିସ୍ ଅଭିଭାବକ ସଂଘର ଘନ ଭୋଇ, ଗିରିଧାରୀ ଭୋଇ, ରସିକ ଧରୁଆ, ଅଚ୍ୟୁତ ଧରୁଆ, ଦିଗାମ୍ବର ଧରୁଆ,ଧନିରାମ ଭୋଇ, ପରୀକ୍ଷିତ ମାଝି, ଚନ୍ଦ୍ରମଣି ଧରୁଆ,ମଦନ ମାଝି,ଧନିରାମ ମିର୍ଦ୍ଧା, ଗଜପତି ବିଶି,ସୁନୀଲ ଚୋପଦାର ରାଧେଶ୍ୟାମ ମିଶ୍ରଙ୍କ ସମେତ ବହୁ ଭକ୍ତ, ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ଜଗନ୍ନାଥ ସଂସ୍କୃତି କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ଓଡ଼ିଆ ଜାତିର ଆଧ୍ୟାତ୍ମିକ ଚେତନା, ସାମାଜିକ ସମନ୍ୱୟ, ଭାଇଚାରା ଓ ସାଂସ୍କୃତିକ ଅସ୍ମିତାର ଅମୂଲ୍ୟ ଐତିହ୍ୟ। ଏହି ଐତିହ୍ୟର ପାରମ୍ପରିକ ରୀତିନୀତି, ସେବା, ଉପଚାର ଓ ନୀତିକାନ୍ତିର ସୁରକ୍ଷା ସହ ଏହାର ପ୍ରଚାର ଓ ପ୍ରସାର ପାଇଁ ଡ଼. ଅଚ୍ୟୁତ ସାମନ୍ତଙ୍କ ଏପରି ନିରନ୍ତର ପ୍ରୟାସକୁ ପାଟଣାଗଡ଼ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି। ପବିତ୍ର ଗହ୍ମା ପୂର୍ଣ୍ଣିମାରେ ଶ୍ରୀ ବଳଦେବଜୀଉଙ୍କ ଜନ୍ମୋତ୍ସବ ସହ ପାଟ୍ଟ ରାକ୍ଷୀ ସେବାର ଏହି ଅପୂର୍ବ ସମନ୍ୱୟ ଜଗନ୍ନାଥ ସଂସ୍କୃତିର ମହାନ ପରମ୍ପରାକୁ ଅଧିକ ଜନମୁଖୀ କରିବା ସହ ଭକ୍ତି, ଭାଇଚାରା ଓ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ପ୍ରସାର କରିଥିବାରୁ ଡ଼. ସାମନ୍ତଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀ, ଭକ୍ତ, ଶ୍ରଦ୍ଧାଳୁ ଓ ପାଟଣାଗଡ଼ବାସୀ ସାଧୁବାଦ ଜଣାଇଛନ୍ତି।

- ହିନ୍ଦୋଳ ବନ ବିଭାଗର ମନମୁଖୀ ଶାସନ।ତଳ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିନା ମାଷ୍ଟର ପ୍ଲାନ୍ ରେ ଚାଲିଛି ହିନ୍ଦୋଳ ବନ ବିଭାଗ। ହିନ୍ଦୋଳ ବନ ବିଭାଗର ମନମୁଖୀ ଶାସନ।ତଳ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିନା ମାଷ୍ଟର ପ୍ଲାନ୍ ରେ ଚାଲିଛି ହିନ୍ଦୋଳ ବନ ବିଭାଗ। ବିଦ୍ୟୁତ୍ ପ୍ରହରୀଙ୍କୁ ନିଲମ୍ବିତ କରି ଚର୍ଚ୍ଚାରେ ହିନ୍ଦୋଳ ବନବିଭାଗ। ତା୨୭-୦୮:ହିନ୍ଦୋଳ, ଢେଙ୍କାନାଳ ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅଧୀନରେ ପ୍ରାୟ ୨୮୦ରୁ ଉର୍ଦ୍ଧ୍ବ ଜଙ୍ଗଲୀ ହାତୀମାନେ ବିଚରଣ କରୁଥିବାବେଳେ ଅନେକ ସମୟରେ ବ୍ୟାପକ ଧନଜୀବନ ହାନୀ ଘଟୁଛି।ମାତ୍ର ବନବିଭାଗ ପକ୍ଷରୁ କୌଣସି ହେଲେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାନଯାଇ ଫୋଲାଫାଙ୍କିଆ ନୀତି ଅବଲମ୍ବନ କରୁଥିବା ଦେଖା ଦେଇଛି। ଅନେକ ସମୟରେ ଦେଖାଯାଉଛି ମୃତକ ବ୍ୟକ୍ତିଙ୍କ ପରିବାରକୁ ସରକାରଙ୍କ ଆର୍ଥିକ ଅନୁକମ୍ପା ରାଶି ଏବଂ ତଳିଆ କର୍ମଚାରୀମାନଙ୍କୁ ନିଲମ୍ବିତ କରିଦେଇ ବନବିଭାଗ ନିଜ ଦୋଷକୁ ଘୋଡ଼ାଇ ଦେଉଛି। ହିନ୍ଦୋଳ ବନାଞ୍ଚଳ ରେ ଥିବା ଅଧିକାଂଶ ଗ୍ରାମବାସୀ ପ୍ରତୈକ ଦିନ ହାତୀ ଆକ୍ରମଣ ଫଳରେ ଧନଜୀବନ ହାନୀ ବ୍ୟାପକ ଫସଲ ହାନୀ,ଘର ଦ୍ବାର ନଷ୍ଟ ହେବା ସହିତ ଅନେକ କ୍ଷତି ସହୁଛନ୍ତି। ସଞ୍ଜନଇଁଲେ ଲୋକମାନେ ଅତି ଜରୁରୀ କାମରେ ମଧ୍ୟ ଘରୁ ପଦାକୁ ବାହାରିବା ଏକରକମ ମୁସ୍କିଲ୍ ହୋଇପଡୁଛି। ଯଦ୍ୱାରା ଅନେକ ସମୟରେ ସାପ କାମୁଡା, ଗର୍ଭବତୀ ଅବା ରୋଗୀ ମାନଙ୍କୁ ମେଡିକାଲ୍ ନେବା ମଧ୍ୟ ଅସମ୍ଭବ ହୋଇପଡୁଛି। ଫଳରେ ହାତୀମାନଙ୍କ ଦାଉରୁ କେବଳ ଧନଜୀବନ ହାନୀ ନୁହେଁ ଅନେକ କାର୍ଯ୍ୟରେ ମଧ୍ୟ ଯାତାୟାତ କରିବାରେ ବାଧା ସୃଷ୍ଟି ହେଉଛି। ଅନେକ ଜଙ୍ଗଲ ତଳି ଅଞ୍ଚଳରେ ରହିଥିବା ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପାଠପଢ଼ି ଯିବା ଏବଂ ଫେରିବା ଏକରକମ ଦୁର୍ବିସହ ହୋଇପଡୁଛି। ପ୍ରକାଶ ଥାଉକି ଗତ ୫ବର୍ଷ ମଧ୍ୟରେ ହିନ୍ଦୋଳ ଫରେଷ୍ଟ୍ ରେଞ୍ଜରେ ପ୍ରାୟ୧୩୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପାଖାପାଖି ୮୦ରୁ ଉର୍ଦ୍ଧ୍ବ ହାତୀ ମାନଙ୍କର ମୃତ୍ୟୁ ମଧ୍ୟ ଘଟିଛି। ହିନ୍ଦୋଳ ବନାଞ୍ଚଳ ଅଧିକାରୀ ଅଥବା ଜିଲ୍ଲା ବନଖଣ୍ଡ ଅଧିକାରୀ କେବଳ ନିଜର ଦୋଷ ଘୋଡାଇବାକୁ ଅନୁକମ୍ପା ରାଶି ପ୍ରଦାନ ଏବଂ ନିରୀହ ତଳିଆ କର୍ମଚାରୀମାନଙ୍କୁ ନିଲମ୍ବିତ କରିଦେଇ ଚୁପ୍ ବସି ଯାଉଛନ୍ତି।ଫଳରେ ସମାନ ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଅନେକ ଧନଜୀବନ ପରିବାର ବିପନ୍ନ ହେବା ସହିତ ନିରୀହ କର୍ମଚାରୀମାନେ ବଳି ପଡ଼ୁଛନ୍ତି। ଗତ ୬ମାସ ଧରି ହାତୀ ସୁରକ୍ଷା ପାଇଁ ନିୟୋଜିତ ଥିବା ଗାଡ଼ିର ପେଟ୍ରୋଲ୍ ଖର୍ଚ୍ଚ ନ ଦିଆଯାଇ ସେମାନଙ୍କୁ ହାତୀଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯାଉଛି। ଯାହାଦ୍ବାରା କି ସେହି କର୍ମଚାରୀମାନେ କିଭଳି ଭାବେ କାର୍ଯ୍ୟ କରୁଥିବା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଳରେ ଅନେକ ସମୟରେ ହାତୀ ମଣିଷ ଲଢେ଼ଇ ଦେଖିବାକୁ ମିଳିଛି। ଏଠାରେ ସ୍ପଷ୍ଟ ଥାଉକି ଏକ ସପ୍ତାହ ତଳେ ଖଲିବୋରେଇ ସେକ୍ସନ୍ ଈଶ୍ୱରାପାଳ ଶାଳବଣି ନିକଟରେ ଗୋଟିଏ ଦନ୍ତାହାତୀର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା।ଏହି ଘଟଣାରେ ସଂପୃକ୍ତ ବନପାଳ ଏବଂ ବିଦ୍ୟୁତ୍ ପ୍ରହରୀଙ୍କୁ ଗତକାଲି କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସଂପୃକ୍ତ ଫରେଷ୍ଟ୍ ଗାର୍ଡଙ୍କୁ ନିଲମ୍ବିତ କରାନଯାଇ କେଉଁ ତଥ୍ୟ ଆଧାରରେ ସଂପୃକ୍ତ ଫରେଷ୍ଟର ଅନୁରାଗ ଆଚାର୍ଯ୍ୟ ଓ ବିଦ୍ୟୁତ୍ ପ୍ରହରୀ ଅରବିନ୍ଦ ନାଏକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଗଲା ତାହା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଶୁଣିବାକୁ ମିଳୁଛି ଏଥି ପାଇଁ ରେଞ୍ଜ ଅଧିକାରୀ ନିଜ କର୍ତ୍ତବ୍ୟ ଭୁଲି ଫରେଷ୍ଟ ଗାର୍ଡ ଙ୍କୁ କି ସ୍ୱାର୍ଥ ନେଇ ନିଲମ୍ବିତ କଲେନାହିଁ ତାହା ଚର୍ଚ୍ଚା ଯୋର ଧରିଛି। ଠିକା ଭାବେ ନିଯୁକ୍ତ ବିଦ୍ୟୁତ୍ ପ୍ରହରୀଙ୍କୁ ନିଲମ୍ବିତ କରି ଚର୍ଚ୍ଚାରେ ହିନ୍ଦୋଳ ବନବିଭାଗ।ଏହା କେବଳ ବିଭାଗୀୟ ପାରଦର୍ଶିତା, ନା ବିଭାଗର ଅପାରଗତା ତାହା ସ୍ପଷ୍ଟ ହୋଇପାରୁନାହିଁ। କେବଳ ନିଲମ୍ବିତ କଲେ ଏହାର ସ୍ଥାୟୀ ସମାଧାନ ନୁହେଁ। ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ସରକାରଙ୍କ ପ୍ରାଥମିକତା। ମାତ୍ର ଉଚ୍ଚ ଅଧିକାରୀମାନେ କେବଳ ନିଲମ୍ବିତ କରିଦେଇ ନିଜକୁ ଦୋଷମୁକ୍ତ କରିବା ସହିତ ମୁଣ୍ଡ ଉପରୁ ଦାୟିତ୍ଵ ଏଡାଇ ଦେଉଛନ୍ତି। ଏହାପଛରେ ଅନ୍ୟ କୌଣସି କାରଣ ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। କର୍ମଚାରୀଙ୍କୁ ନିଲମ୍ବିତ କିମ୍ବା ଅନୁକମ୍ପା ରାଶି ଦେବା କୌଣସି ସ୍ଥାୟୀ ସମାଧାନ ନୁହେଁ। ଲୋକମାନଙ୍କର ଧନଜୀବନ ସୁରକ୍ଷା, ହାତୀ ମାନଙ୍କର ସୁରକ୍ଷା ଉଭୟ ଦିଗ ପ୍ରତି ବନବିଭାଗ ଆଗାମୀଦିନରେ ସଚେତନ ନହେଲେ ଜନଆନ୍ଦୋଳନ ମୁଣ୍ଡ ଟେକିବା କିଛି ଅସମ୍ଭବ ନୁହେଁ। ଯଦି ଏହାର ସ୍ଥାୟୀ ସମାଧାନ କରାନଯାଏ ତେବେ ଆଗାମୀଦିନରେ ଜନଆନ୍ଦୋଳନ ବ୍ୟାପକ ହେବବୋଲି ସାଧାରଣରେ ଆଲୋଚନା ହେଉଛି।1
- ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ସ୍ନେହ, ସୁରକ୍ଷା ଓ ବିଶ୍ୱାସର ପର୍ବ "ରକ୍ଷାବନ୍ଧନ" ପାଳିତ ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ସ୍ନେହ, ସୁରକ୍ଷା ଓ ବିଶ୍ୱାସର ପର୍ବ "ରକ୍ଷାବନ୍ଧନ" ପାଳିତ ଆଜି ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ବୌଦ୍ଧ ଜ଼ିଲ୍ଲା ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ରାକ୍ଷୀ ପର୍ବ ପାଳିତ ହୋଇଯାଇଛି। ପୋଲିସ କର୍ମଚାରୀ ଭାଇମାନଙ୍କ ହାତରେ ସ୍ନେହର ସୂତା (ରାକ୍ଷୀ) ବାନ୍ଧି ସେମାନଙ୍କର ଦୀର୍ଘାୟୁ ଓ ଶୁଭକାମନା କରିଥିଲେ। ଦିନରାତି ଜନସାଧାରଣଙ୍କ ସୁରକ୍ଷାରେ ନିୟୋଜିତ ଥିବା ଆମ ପୋଲିସ ଭାଇମାନେ ମଧ୍ୟ ଭଉଣୀମାନଙ୍କୁ ସଦାସର୍ବଦା ସୁରକ୍ଷା ଦେବାର ସଂକଳ୍ପ ନେଇଥିଲେ। ଏହି ଅବସରରେ ସମସ୍ତ ପୋଲିସ ଅଫିସର ଓ କର୍ମଚାରୀଙ୍କ ତରଫରୁ ଅଞ୍ଚଳବାସୀଙ୍କୁ ରକ୍ଷାବନ୍ଧନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ!1
- ମନମୁଣ୍ଡା ଥାନା ପରିସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ଆଜି ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଥାନାର କର୍ମଚାରୀ ମାନଙ୍କୁ ରାକ୍ଷୀ ପିନ୍ଧାଇ ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ମନେ ପକାଇଥିଲେ |3
- କଣ୍ଟାମାଳ ବ୍ଳକ ନୂଆଁପାଲିସ୍ଥିତ ଆଦିବାସୀ ହାଇସ୍କୁଲର ଛାତ୍ରୀନିବାସର ଅନ୍ତେବାସୀ ନିଆରା ଢଙ୍ଗରେ ପାଳିଲେ ରକ୍ଷାବନ୍ଧନ। ବୃକ୍ଷ ଦେବତାଙ୍କୁ ପୂଜାର୍ଚ୍ଚନା ପରେ ରାକ୍ଷୀ ବାନ୍ଧିଲେ ।1
- Post by ସାମ୍ବାଦିକ Biswamitra padhi1
- ମନମୁଣ୍ଡା ଥାନା ପୋଲିସ ପକ୍ଷରୁ ୧ କ୍ୱିଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ1
- ଭୂଆସୁଣୀ ପାହାଡ଼ ରେ ବେଆଇନ ଖନନ ଓ ଲୁଟ ଅଭିଯୋଗ, ପୂର୍ବ ରୁ ଲିଜ ନେଇ ବ୍ୟାପକ ଜାଲିଆତି। ଭୂଆସୁଣୀ ପାହାଡ଼ ରେ ବେଆଇନ ଖନନ ଓ ଲୁଟ ଅଭିଯୋଗ, ପୂର୍ବ ରୁ ଲିଜ ନେଇ ବ୍ୟାପକ ଜାଲିଆତି।1
- ସାଙ୍ଗ କୁ ଛୁରୀ ମାରି ହତ୍ୟା କରିଦେଲା ସାଙ୍ଗ ତା ସହ ଖେଳରେ ହାରି ଯିବାରୁ ଆକ୍ରୋଶ ରେ ଛୁରି ମାରି ହତ୍ୟା କଲା ସାଙ୍ଗ... ଘଟଣା ରେ ପୋଲିସ ର ଛାନଭିନ ଆରମ୍ଭ... ସ୍ଥାନୀୟ ଅଞ୍ଚଳରେ ଏସକଫ ଓ ନିସା ବଟିକା ପାଇଁ ବାରମ୍ବାର ଏଭଳି ଘଟଣା ଘଟିଥିବା ଅଭିଯୋଗ ନିଶା ଯେ କେତେ କଣ କରିପାରେ। ନିଶା କରିବା ପରେ ଗୋଟିଏ ସ୍କୁଲ ଛାତ୍ର ହତ୍ୟା ପର୍ଯ୍ୟନ୍ତ କରିପାରେ ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲାରେ ଚାଚଲ୍ୟ ଖେଳାଇ ଦେଇଛି। ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ରୋତ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତାସ ଖେଳ ରେ ହାରିବା ପରେ ରାଗରେ ଜର୍ଜରିତ ୧୨ ବର୍ଷ ର ସାଙ୍ଗ ତା ସାଙ୍ଗ କୁ କରିଛି ହତ୍ୟା। ଏଥିରେ ସାଙ୍ଗର ମୃତ୍ୟୁ ହୋଇଛି। ସାଙ୍ଗ କୁ ଛୁରୀ ମାରି ହତ୍ୟା କରିଦେଲା ସାଙ୍ଗ ତା ସହ ଖେଳରେ ହାରି ଯିବାରୁ ଆକ୍ରୋଶ ରେ ଛୁରି ମାରି ହତ୍ୟା କଲା ସାଙ୍ଗ... ଘଟଣା ରେ ପୋଲିସ ର ଛାନଭିନ ଆରମ୍ଭ... ସ୍ଥାନୀୟ ଅଞ୍ଚଳରେ ଏସକଫ ଓ ନିସା ବଟିକା ପାଇଁ ବାରମ୍ବାର ଏଭଳି ଘଟଣା ଘଟିଥିବା ଅଭିଯୋଗ ନିଶା ଯେ କେତେ କଣ କରିପାରେ। ନିଶା କରିବା ପରେ ଗୋଟିଏ ସ୍କୁଲ ଛାତ୍ର ହତ୍ୟା ପର୍ଯ୍ୟନ୍ତ କରିପାରେ ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲାରେ ଚାଚଲ୍ୟ ଖେଳାଇ ଦେଇଛି। ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ରୋତ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତାସ ଖେଳ ରେ ହାରିବା ପରେ ରାଗରେ ଜର୍ଜରିତ ୧୨ ବର୍ଷ ର ସାଙ୍ଗ ତା ସାଙ୍ଗ କୁ କରିଛି ହତ୍ୟା। ଏଥିରେ ସାଙ୍ଗର ମୃତ୍ୟୁ ହୋଇଛି।1