"ମୁରବୀ" ସିନେମାର ସ୍ୱତନ୍ତ୍ର ସ୍କ୍ରିନିଂ କାର୍ଯ୍ୟକ୍ରମ ଓ ପରିବାର ସହିତ ମୁରବୀ ପ୍ରିମିୟର" - ଏକାଠି ଉତ୍କଳ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ. ମାଲକାନଗିରି, ୩୧/୩ (ରାମ କୃଷ୍ଣ ଚୌଧୁରୀ) ମୁରବୀ" ସିନେମାର ସ୍ୱତନ୍ତ୍ର ସ୍କ୍ରିନିଂ କାର୍ଯ୍ୟକ୍ରମ ଓ ପରିବାର ସହିତ ମୁରବୀ ପ୍ରିମିୟର" - ଏକାଠି ଉତ୍କଳ ଦିବସ ପାଳନ ପାଇଁ ମାଲକାନଗିରି ଏମ ୟୁଜେ ସଂଘ ପରିସର ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଉତ୍କଳ ଦିବସ ଅବସର ରେ ମାଲକାନଗିରି ସଂସ୍କୃତି ଭଵନ ଠାରେ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଚଳଚ୍ଚିତ୍ର "ମୁରବି"ର "ପରିବାର ସହିତ ପ୍ରିମିୟର" ସ୍କ୍ରିନିଂକୁ ନିମନ୍ତ୍ରଣ କରିଛନ୍ତି ମୁରବି ଟିମ। ପାରମ୍ପରିକ ଭାବରେ, ପ୍ରିମିୟର ଶୋ’ଗୁଡ଼ିକ ଭୁବନେଶ୍ୱର ଏବଂ କଟକରେ ଆୟୋଜିତ ହୁଏ। ତଥାପି, DAMONର ଅପୂର୍ବ ପ୍ରେମ ଏବଂ ସଫଳତା ପରେ, ମାଲକାନଗିରି ସହିତ ଏକ ଗଭୀର ଭାବପ୍ରବଣ ସମ୍ପର୍କ ଅନୁଭବ କରିଛନ୍ତି ଏହି ଟିମ,ମାଲକାନଗିରି ଜିଲ୍ଲା କେବଳ କାହାଣୀକୁ ଏକ ସ୍ୱର ଦେଇନାହିଁ ବରଂ ଦେଶ ବିଦେଶ ର ଦର୍ଶକଙ୍କ ପାଖରେ ପହଞ୍ଚିବାରେ ମଧ୍ୟ ସାହାଯ୍ୟ କରିଛି। ମାଲକାନଗିରିର ଜିଲ୍ଲା ବାସୀ ଏବଂ ପ୍ରଶାସନଠାରୁ ପାଇଥିବା ପ୍ରେମ, ସମର୍ଥନ ଏବଂ ଉତ୍ସାହ ପ୍ରକୃତରେ ଅବିସ୍ମରଣୀୟ ହୋଇ ରହିବ,ଏହି ଦୃଢ଼ ସମ୍ପର୍କ ଯୋଗୁଁ ଏହି ଭୂମି ଏବଂ ଏହାର ଲୋକଙ୍କ ପ୍ରତି ସମ୍ମାନ ସ୍ୱରୂପ "ମୁରବି"ର ପ୍ରଥମ ପ୍ରିମିୟର ଏଠାରେ ଆୟୋଜନ କରିବାକୁ ବାହାରିଛୁ ବୋଲି ମୁରବୀ ଚଳଚିତ୍ର ର କାହାଣୀ ଲେଖକ ଓ ପ୍ରଯୋଜକ ତଥା ଲୋକ ପ୍ରିୟ ବହୁଳ ପ୍ରସାରିତ ଦମନ ଫିଲ୍ମର ଲେଖକ ଓ ନିର୍ଦ୍ଦେଶକ ଦେବୀପ୍ରସାଦ ଲେଙ୍କା ଏବଂ ବିଶାଲ ମୌର୍ଯ୍ୟ କହିଛନ୍ତି। ସେ ମଧ୍ୟ ଗଣ ମାଧ୍ୟମ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଙ୍କ ସଦୟ ଉପସ୍ଥିତି କାମନା କରିଛନ୍ତି। "ମୁରବି" ୧୪ ଏପ୍ରିଲରେ ସାରା ଦେଶରେ ମୁକ୍ତିଲାଭ କରିବ, ମାଲକାନଗିରି ଜିଲ୍ଲା ବାସୀ ଙ୍କ ନିରନ୍ତର ଉତ୍ସାହ ଏବଂ ଆଶୀର୍ବାଦ ଆଶା କାମନା କରିଛନ୍ତି । ଏହି ପ୍ରସ୍ତୁତି ବୈଠକ ରେ ଦମନ ଫିଲ୍ମ ର ଲେଖକ ତଥା ନିର୍ଦ୍ଦେଶକ ଦେବୀପ୍ରସାଦ ଲେଙ୍କା,ମୁରବି ଫିଲ୍ମ ର ଲେଖକ ଏବଂ ପ୍ରଯୋଜକ ବିଶାଲ ମୌର୍ଯ୍ୟ, ମୁରବି ଫିଲ୍ମ ସହ ପ୍ରଯୋଜକ ସୁମନ୍ତ ବୈରାଗୀ (ମାଲକାନଗିରି),ସହ ପ୍ରଯୋଜକ ଓ ସଙ୍ଗୀତ ନିର୍ଦ୍ଦେଶକ ଅଗ୍ନି ମିତ୍ର,ଗୀତିକାର ଓ ସଂଳାପ କାର, ପି ସନ୍ତୋଷ , ମୁରବି ଫିଲ୍ମ ର ଅଭିନେତା ଶୋଭନ ଦାଶଙ୍କ ସହିତ ଓଡ଼ିଶା ସାହିତ୍ୟ ଏକାଡେମି ପୂର୍ବତନ ସଦସ୍ୟ ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ, ଏମ ୟୁଜେ ସଂଘ ସଭାପତି ସାମ୍ବାଦିକ ଦେବ ପ୍ରସାଦ ଦାଶ, ସାମ୍ବାଦିକ ଜିତେନ୍ଦ୍ର ବେଉରିଆ, ବିକ୍ରମ କେଶରୀ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କିପରି ସଫଳ ହେବ ସେ ନେଇ ଆଲୋଚନା କରିଥିଲେ।
"ମୁରବୀ" ସିନେମାର ସ୍ୱତନ୍ତ୍ର ସ୍କ୍ରିନିଂ କାର୍ଯ୍ୟକ୍ରମ ଓ ପରିବାର ସହିତ ମୁରବୀ ପ୍ରିମିୟର" - ଏକାଠି ଉତ୍କଳ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ. ମାଲକାନଗିରି, ୩୧/୩ (ରାମ କୃଷ୍ଣ ଚୌଧୁରୀ) ମୁରବୀ" ସିନେମାର ସ୍ୱତନ୍ତ୍ର ସ୍କ୍ରିନିଂ କାର୍ଯ୍ୟକ୍ରମ ଓ ପରିବାର ସହିତ ମୁରବୀ ପ୍ରିମିୟର" - ଏକାଠି ଉତ୍କଳ ଦିବସ ପାଳନ ପାଇଁ ମାଲକାନଗିରି ଏମ ୟୁଜେ ସଂଘ ପରିସର ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଉତ୍କଳ ଦିବସ ଅବସର ରେ ମାଲକାନଗିରି ସଂସ୍କୃତି ଭଵନ ଠାରେ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଚଳଚ୍ଚିତ୍ର "ମୁରବି"ର "ପରିବାର ସହିତ ପ୍ରିମିୟର" ସ୍କ୍ରିନିଂକୁ ନିମନ୍ତ୍ରଣ କରିଛନ୍ତି ମୁରବି ଟିମ। ପାରମ୍ପରିକ ଭାବରେ, ପ୍ରିମିୟର ଶୋ’ଗୁଡ଼ିକ ଭୁବନେଶ୍ୱର ଏବଂ କଟକରେ ଆୟୋଜିତ ହୁଏ। ତଥାପି, DAMONର ଅପୂର୍ବ ପ୍ରେମ ଏବଂ ସଫଳତା ପରେ, ମାଲକାନଗିରି ସହିତ ଏକ ଗଭୀର ଭାବପ୍ରବଣ
ସମ୍ପର୍କ ଅନୁଭବ କରିଛନ୍ତି ଏହି ଟିମ,ମାଲକାନଗିରି ଜିଲ୍ଲା କେବଳ କାହାଣୀକୁ ଏକ ସ୍ୱର ଦେଇନାହିଁ ବରଂ ଦେଶ ବିଦେଶ ର ଦର୍ଶକଙ୍କ ପାଖରେ ପହଞ୍ଚିବାରେ ମଧ୍ୟ ସାହାଯ୍ୟ କରିଛି। ମାଲକାନଗିରିର ଜିଲ୍ଲା ବାସୀ ଏବଂ ପ୍ରଶାସନଠାରୁ ପାଇଥିବା ପ୍ରେମ, ସମର୍ଥନ ଏବଂ ଉତ୍ସାହ ପ୍ରକୃତରେ ଅବିସ୍ମରଣୀୟ ହୋଇ ରହିବ,ଏହି ଦୃଢ଼ ସମ୍ପର୍କ ଯୋଗୁଁ ଏହି ଭୂମି ଏବଂ ଏହାର ଲୋକଙ୍କ ପ୍ରତି ସମ୍ମାନ ସ୍ୱରୂପ "ମୁରବି"ର ପ୍ରଥମ ପ୍ରିମିୟର ଏଠାରେ ଆୟୋଜନ କରିବାକୁ ବାହାରିଛୁ ବୋଲି ମୁରବୀ ଚଳଚିତ୍ର ର କାହାଣୀ ଲେଖକ ଓ ପ୍ରଯୋଜକ ତଥା ଲୋକ ପ୍ରିୟ ବହୁଳ ପ୍ରସାରିତ ଦମନ ଫିଲ୍ମର ଲେଖକ ଓ ନିର୍ଦ୍ଦେଶକ ଦେବୀପ୍ରସାଦ ଲେଙ୍କା ଏବଂ ବିଶାଲ ମୌର୍ଯ୍ୟ କହିଛନ୍ତି। ସେ ମଧ୍ୟ ଗଣ ମାଧ୍ୟମ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଙ୍କ ସଦୟ ଉପସ୍ଥିତି କାମନା କରିଛନ୍ତି। "ମୁରବି" ୧୪
ଏପ୍ରିଲରେ ସାରା ଦେଶରେ ମୁକ୍ତିଲାଭ କରିବ, ମାଲକାନଗିରି ଜିଲ୍ଲା ବାସୀ ଙ୍କ ନିରନ୍ତର ଉତ୍ସାହ ଏବଂ ଆଶୀର୍ବାଦ ଆଶା କାମନା କରିଛନ୍ତି । ଏହି ପ୍ରସ୍ତୁତି ବୈଠକ ରେ ଦମନ ଫିଲ୍ମ ର ଲେଖକ ତଥା ନିର୍ଦ୍ଦେଶକ ଦେବୀପ୍ରସାଦ ଲେଙ୍କା,ମୁରବି ଫିଲ୍ମ ର ଲେଖକ ଏବଂ ପ୍ରଯୋଜକ ବିଶାଲ ମୌର୍ଯ୍ୟ, ମୁରବି ଫିଲ୍ମ ସହ ପ୍ରଯୋଜକ ସୁମନ୍ତ ବୈରାଗୀ (ମାଲକାନଗିରି),ସହ ପ୍ରଯୋଜକ ଓ ସଙ୍ଗୀତ ନିର୍ଦ୍ଦେଶକ ଅଗ୍ନି ମିତ୍ର,ଗୀତିକାର ଓ ସଂଳାପ କାର, ପି ସନ୍ତୋଷ , ମୁରବି ଫିଲ୍ମ ର ଅଭିନେତା ଶୋଭନ ଦାଶଙ୍କ ସହିତ ଓଡ଼ିଶା ସାହିତ୍ୟ ଏକାଡେମି ପୂର୍ବତନ ସଦସ୍ୟ ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ, ଏମ ୟୁଜେ ସଂଘ ସଭାପତି ସାମ୍ବାଦିକ ଦେବ ପ୍ରସାଦ ଦାଶ, ସାମ୍ବାଦିକ ଜିତେନ୍ଦ୍ର ବେଉରିଆ, ବିକ୍ରମ କେଶରୀ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କିପରି ସଫଳ ହେବ ସେ ନେଇ ଆଲୋଚନା କରିଥିଲେ।
- ମାଲକାନଗିରି (ରାମ କୃଷ୍ଣ ଚୌଧୁରୀ)ତାରିଖ: ୩୧ ମାର୍ଚ୍ଚ ଆଜି ସାରା ଓଡ଼ିଶା ସହିତ ଦେଶବ୍ୟାପୀ ଭାବେ ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ସଚେତନତା କାର୍ୟକ୍ରମ, ଆଲୋଚନା ସଭା ଓ ରାଲି ଆୟୋଜିତ ହୋଇଥିଲା। ସମାଜରେ ଟ୍ରାନ୍ସଜେଣ୍ଡର ସମୁଦାୟ ଦୀର୍ଘଦିନ ଧରି ଅବହେଳା ଓ ବିଭେଦର ସମ୍ମୁଖୀନ ହୋଇଆସୁଛନ୍ତି। ଶିକ୍ଷା, ଚାକିରି ଓ ସ୍ୱାସ୍ଥ୍ୟ ସେବାରେ ସମାନ ସୁଯୋଗ ପାଇବା ପାଇଁ ସେମାନେ ନିରନ୍ତର ଭାବେ ଦାବି ଜଣାଇଆସୁଛନ୍ତି। ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ଟ୍ରାନ୍ସଜେଣ୍ଡର ମାନଙ୍କର ଅଧିକାରକୁ ସମ୍ମାନ ଦେବା ସହିତ ସମାଜରେ ସମାନତା ଓ ସ୍ୱୀକୃତି ବୃଦ୍ଧି କରିବା। ସରକାର ତରଫରୁ ବିଭିନ୍ନ କଳ୍ୟାଣମୂଳକ ଯୋଜନା ଆରମ୍ଭ କରାଯାଇଥିବା ସତ୍ତ୍ୱେ, ଅଧିକ ସଚେତନତା ଓ ସମର୍ଥନ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କିଛି ସଂଗଠନର ପ୍ରତିନିଧିମାନେ କହିଛନ୍ତି, “ଆମେ ସମାଜରେ ସମାନ ସମ୍ମାନ ଓ ଅଧିକାର ଚାହୁଁଛୁ। ଆମକୁ ମୂଳଧାରାରେ ନେବା ପାଇଁ ସମସ୍ତଙ୍କ ସହଯୋଗ ଦରକାର।” ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ଅବସରରେ ସମାଜର ସମସ୍ତ ଶ୍ରେଣୀର ଲୋକଙ୍କୁ ସମାନତା ଓ ମାନବିକତାର ସନ୍ଦେଶ ଦିଆଯାଇଛି।4
- ଅବସର ଗ୍ରହଣ ଦିନ ପୁର୍ଣ୍ଣାଙ୍ଗ ପେନସନ୍ ପାଇଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ ହାଟକଙ୍ଗା ଉନ୍ନତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ନାରାୟଣ ଚନ୍ଦ୍ର ଦାସ ଓ ଇନ୍ଦିରା କଲନି ଖ ପ୍ରାଥମିକ ବିଦ୍ୟାଳୟ ଜୟପୁର ର ଶିକ୍ଷୟିତ୍ରୀ ଶ୍ରୀମତି ଜ୍ୟୋତ୍ସ୍ନା ପାଣିଗ୍ରାହୀ ତା ୩୧.୦୩.୨୦୨୬ ରେ ଚାକିରି ରୁ ଅବସର ଗ୍ରହଣ କରିବାକୁ ଥିବା ସମୟରେ ଅବସର ଗ୍ରହଣ ପୁର୍ବରୁ ସରକାର ଉକ୍ତ ଦ୍ବୟ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପୁର୍ଣ୍ଣାଙ୍ଗ ପେନସନ୍ ମଞ୍ଜୁର କରିଥିଲେ,1
- କୋଟପାଡ଼ ଅଞ୍ଚଳରେ ଏବେ ବି ଜୀବନ୍ତ ରହିଛି ଆଞ୍ଚଳିକ ଓ ପୌରାଣିକ ନାଟକ #kotpadbreakingnews #kotpad #desianato #nato #dhamanahandi #adibasisong #adibasidevas #ancholikonato #Ghatajatra #koraput #Odisha1
- ନିଜ ଆଦିବାସୀ ସଂସ୍କୃତି ଆଉ ପରମ୍ପରାକୁ ବଜାୟ ରଖିବା ପାଇଁ 10-20 ଟଙ୍କା ଗୋଟିଏ ଦିନ ପାଇଁ ମାଗିଲେ ପୋଲିସ ବାଲାଙ୍କ ପୃଥିବୀ ପ୍ରଳୟ ହୋଇ ଯାଉଛି, ଏଇଟା ଗୋଟିଏ ଖୁସିର ପର୍ବ l ଏହି ପର୍ବ ପାଇଁ ଲୋକମାନେ ଖୁସିରେ ଟଙ୍କା କିଛି କିଛି ଦେଉଛନ୍ତି l ଆଉ ଆମେ ମଧ୍ୟ ଦେଉଛୁ ଆଉ ସମସ୍ତେ ନିଜ ଶକ୍ତି ଅନୁସାରେ ଖୁସିରେ ଦେବା କଥା ମଧ୍ୟ l ଏଥିପାଇଁ କାହାକୁ ମଧ୍ୟ ଟଙ୍କା ଦେବା ପାଇଁ ବାଧ୍ୟ କରାଯାଉନାହିଁ l ଯିଏ ଯାହା ଖୁସିରେ ଦେଲେ ସେତିକିରେ ଏମାନେ ଶାନ୍ତି l କିଛି ଟାଉନ ମାନଙ୍କରେ ଅନ୍ୟ ସମ୍ପ୍ରଦାୟର ଲୋକମାନେ ଅନ୍ୟାନ୍ୟ ପୂଜା ପାର୍ବଣ ପାଇଁ ଟେଣ୍ଟ୍ ପକେଇକି ମନଇଚ୍ଛା ରିସି୍ଡ୍ କାଟି ଟଙ୍କା ଆଦାୟ କରୁଛନ୍ତି l ସେଇଟା ଏହି ପୋଲିସ୍ ବାଲାଙ୍କୁ ଦେଖାଯାଉ ନାହିଁ l କିନ୍ତୁ ଆମ ଆଦିବାସୀ ପରମ୍ପରାରେ ଦଉଡ଼ି ଛେକି 5 କି 10 ଆଦାୟ କରିବାରୁ ଲାଠିଚାର୍ଜ l ଯିଏ ଆମ ସୁନ୍ଦର ପରମ୍ପରାକୁ ବିରୋଧ କରୁଛି ସେ କିପରି ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବ ଜଣାପଡୁଛି, ପୋଲିସ ମାଡ଼ର ଦୃଢ ପ୍ରତିବାଦ ହେବା ଉଚିତ.3
- ବିଜୁ ବାବୁଙ୍କ ପ୍ରତି ଅନୈତିକ ମନ୍ତବ୍ୟକୁ ବିରୋଧ କରି କୋରାପୁଟ ୨୬ ନଂ ଜାତୀୟ ରାଜପଥ ଘେରାଉ କଲା ବିଜେଡି, ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା1
- Post by HABIL DONGRI1
- Post by MSP TV (Reporter:-MiHiR)1
- ଜୟପୁର: ଜୟପୁର ଲୋରି ଓନର୍ସ ଏସୋସିଏସନ ଓ ଟ୍ରକ୍ ଓନର୍ସ ଏସୋସିଏସନ ପକ୍ଷରୁ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଜୀଙ୍କୁ ସମ୍ମାନ ଜଣାଇବା ସହିତ ବିଶେଷ କାର୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସ୍ୱାମୀଜୀଙ୍କ ଆଶୀର୍ବାଦ ନେବା ସହିତ ସଦସ୍ୟମାନେ ସମାଜ ସେବା ଓ ନୀତିମୂଳକ ଜୀବନ ଉପରେ ତାଙ୍କର ମୂଲ୍ୟବାନ ଉପଦେଶ ଶୁଣିଥିଲେ। ସଭାରେ ଏସୋସିଏସନର ବରିଷ୍ଠ ସଦସ୍ୟ ଓ ଅନେକ ଲୋରି-ଟ୍ରକ୍ ମାଲିକ ଉପସ୍ଥିତ ରହି କାର୍ୟକ୍ରମକୁ ସଫଳ କରିଥିଲେ।1