ଫାଣ୍ଡି ଅଧିକାରୀ ଓ ମହିଳା କନେଷ୍ଟବଳ ଙ୍କୁ ମାଡ଼ ଆଙ୍କର: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳ ସାହାରପଡା ଫାଣ୍ଡି ଅନ୍ତର୍ଗତ ବାଲିତୋଟା ଗ୍ରାମରେ ପ୍ରବଳ ଚୋରା ମଦ ବିକ୍ରି ହେଉଥିବା ଖବର ପାଇ ଆଜି ସନ୍ଧ୍ୟାରେ ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତ ଓରାମ ଓ ମହିଳା କନେଷ୍ଟବଳ ହେମଲତା ନାଏକଙ୍କ ସହ ଏକ ଟିମ୍ ଜଣେ ଚୋରା ମଦ ବେପାରୀ ଙ୍କ ଘରେ ଚଢ଼ାଉ କରିଥିଲେ।ଏହି ସମୟରେ ଚୋରା ମଦ ରଖିଥିବା ପରିବାର ର ୪ ଜଣ ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତ ଓରାମ ଓ ମହିଳା କନେଷ୍ଟବଳ ହେମଲତା ନାଏକଙ୍କୁ ହଠାତ ପଥରରେ ଆକ୍ରମଣ କରିବା ସହ ଫାଣ୍ଡି ଅଧିକାରୀଙ୍କ ମୁଣ୍ଡରେ ଏକ ପଥର ରେ ଛେଚି ଦେଉଥିଲେ ଫଳରେ ତାଙ୍କର ମୁଣ୍ଡ ଫାଟି ଯିବାରୁ ଲହୁ ଲୁହାଣ ହୋଇ ଥିଲେ।ଆକ୍ରମଣ ରେ ଫାଣ୍ଡି ଅଧିକାରୀ ଗୁରୁତର ଥିବା ବେଳେ ମହିଳା କନେଷ୍ଟବଳ ଆହତ ହୋଇଛନ୍ତି।ଖବର ପାଇ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ସଦଳବଳେ ବାଲିତୋଟା ଗ୍ରାମକୁ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।ପୁଲିସ ତାଙ୍କ ଘରୁ ଚୋରା ମଦ ଜବଦ କରିବା ସହ ଘଟଣା ର ତଦନ୍ତ କରୁଛି।