ଆସ ଆମେ ନିଜ ଜିଲ୍ଲାରେ ରୋଜଗାର କରିବା ବିକଶିତ କନ୍ଧମାଳ • ଦାଦନମୁକ୍ତ କନ୍ଧମାଳ ପାଇଁ କୋଟଗଡ଼ରେ ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଆପ୍ ଉନ୍ମଚନ । ସ୍ଥାନୀୟ ରୋଜଗାର ସୃଷ୍ଟି, ସମ୍ବଳର ସଦୁପଯୋଗ ଓ ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ । କୋଟଗଡ଼ ୨୫/୦୮/୦୨୬(ଫାଷ୍ଟ୍ ନ୍ୟୂଜ ଓଡ଼ିଶା)କନ୍ଧମାଳ ଜିଲ୍ଲାରୁ ଦାଦନ ସମସ୍ୟା ଦୂର କରି ସ୍ଥାନୀୟ ଅଞ୍ଚଳରେ ସ୍ଥାୟୀ ରୋଜଗାର ସୃଷ୍ଟି କରିବା ଲକ୍ଷ୍ୟରେ ‘ବିକଶିତ କନ୍ଧମାଳ–ଦାଦନମୁକ୍ତ କନ୍ଧମାଳ’ ଅଭିଯାନ ଅଧୀନରେ କୋଟଗଡ଼ ବ୍ଲକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋସିଆଲ ୱର୍କର୍ସ ଆସୋସିଏସନ ଅଫ କନ୍ଧମାଳ (ସ୍ୱାକ୍) ପକ୍ଷରୁ କୋଟଗଡ଼ସ୍ଥିତ ଆଦିବାସୀ ସାଂସ୍କୃତିକ ଭବନଠାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଗୁଗୁରମାହା ପଞ୍ଚାୟତର ସରପଞ୍ଚ ମୋସେସ କାର୍ଜିମାଝୀଙ୍କ ଆୟୋଜନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ବ୍ଲକର ୫ରୁ ଅଧିକ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ସାମାଜିକ କର୍ମୀ, ବରିଷ୍ଠ ନାଗରିକ, ଜନପ୍ରତିନିଧି ଓ ସାମ୍ବାଦିକମାନେ ଯୋଗଦେଇଥିଲେ। କନ୍ଧମାଳର ବିକାଶ ସହିତ ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ବକ୍ତାମାନେ କହିଥିଲେ ଯେ, ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟାପ୍ତ ରୋଜଗାର ସୁଯୋଗ ନଥିବାରୁ ପ୍ରତିବର୍ଷ ଶହ ଶହ ଶ୍ରମିକ କାମ ସନ୍ଧାନରେ ରାଜ୍ୟ ବାହାରକୁ ଯାଉଛନ୍ତି। ଦଲାଲଙ୍କ ଜରିଆରେ ବାହାରକୁ ଯାଉଥିବା ଅନେକ ଶ୍ରମିକ ଶୋଷଣ, ନିର୍ଯାତନା ଓ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ କେବଳ ତାତ୍କାଳିକ ପଦକ୍ଷେପ ନୁହେଁ, ଦାଦନ ସମସ୍ୟାର ମୂଳ କାରଣ ଦୂର କରିବା ପାଇଁ ଦୀର୍ଘମିଆଦୀ ଯୋଜନା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ସ୍ଥାନୀୟ ପ୍ରାକୃତିକ ଓ ମାନବ ସମ୍ବଳର ସଦୁପଯୋଗ କରି ରୋଜଗାର ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଜଳପ୍ରପାତ ଓ ପର୍ଯ୍ୟଟନସ୍ଥଳୀର ବିକାଶ, ଉଦ୍ୟାନ କୃଷି, ଶୀତଳଭଣ୍ଡାର, ମଣ୍ଡି, କୃଷି ଉତ୍ପାଦ ପ୍ରକ୍ରିୟାକରଣ, ଶିଆଳି ଖଲି ଓ ଲଘୁବନଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଭଳି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ଆଲୋଚନା ହୋଇଥିଲା। ‘ଏକ ଜିଲ୍ଲା, ଏକ ସଙ୍କଳ୍ପ’ ନୀତିରେ କନ୍ଧମାଳର ପ୍ରାକୃତିକ ଓ ମାନବ ସମ୍ବଳର ସଦୁପଯୋଗ କରି ଯୁବପିଢ଼ିଙ୍କ ପାଇଁ ସ୍ଥାୟୀ ରୋଜଗାର, ଆତ୍ମନିଯୁକ୍ତି ଓ ଉଦ୍ୟୋଗୀ ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଜଙ୍ଗଲଜାତ ଦ୍ରବ୍ୟ, ଅଁଳା, ପଣସ, ହଳଦୀ, ମାଣ୍ଡିଆ, ବିରି ଓ ବିଭିନ୍ନ ମସଲାଜାତୀୟ ଫସଲର ପ୍ରକ୍ରିୟାକରଣ, ମୂଲ୍ୟବୃଦ୍ଧି ଓ ବଜାର ସଂଯୋଗ ମାଧ୍ୟମରେ ସ୍ଥାନୀୟ ରୋଜଗାର ସୃଷ୍ଟି ପାଇଁ ସରକାର ଓ ପ୍ରଶାସନଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା। ଏଥିସହ ପଞ୍ଚାୟତଠାରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ‘ଦାଦନମୁକ୍ତ କନ୍ଧମାଳ’ ଅଭିଯାନକୁ ଅଧିକ ବ୍ୟାପକ କରିବା ସହିତ ଜନସଚେତନତା ବୃଦ୍ଧି କରିବା ନେଇ ନିଷ୍ପତ୍ତି ହୋଇଥିଲା। ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ପାଇଁ ଆପ୍ ଉନ୍ମୋଚନ ଦାଦନ ଶ୍ରମିକଙ୍କ ସଠିକ ତଥ୍ୟ ସଂଗ୍ରହ ଓ ସେମାନଙ୍କ ସମ୍ପର୍କିତ ସୂଚନା ଜାଣିବା ପାଇଁ ‘ସ୍ୱାକ୍’ ପକ୍ଷରୁ ଏକ ଗୁଗଲ ଆପ୍ ଉନ୍ମୋଚନ କରାଯାଇଥିଲା। ଆପ୍ରେ ସମୁଦାୟ ୨୬ଟି ପ୍ରଶ୍ନ ରହିଛି। ଏଥିରେ ଦାଦନ ଶ୍ରମିକମାନେ କେଉଁ ସ୍ଥାନରେ କାମ କରୁଛନ୍ତି, କେଉଁ ପ୍ରକାରର କାମ କରୁଛନ୍ତି, କେବେ ରାଜ୍ୟ ବାହାରକୁ ଯାଇଛନ୍ତି ଏବଂ ଅଞ୍ଚଳରେ ଦାଦନ ଶ୍ରମିକଙ୍କ ସଂଖ୍ୟା କେତେ ରହିଛି ଆଦି ତଥ୍ୟ ସଂଗ୍ରହ କରାଯିବ ବୋଲି ସ୍ୱାକ୍ ପକ୍ଷରୁ କୁହାଯାଇଛି। ବୈଠକରେ କୋଟଗଡ଼ ବ୍ଲକ ଅଧ୍ୟକ୍ଷା ପିଙ୍କି କହଁର ଓ ସମନ୍ୱୟ ଅନୁଷ୍ଠାନର ରାନୁବାଳା ମହାନ୍ତି ଉପସ୍ଥିତ ରହି ନିଜ ଅଞ୍ଚଳରୁ ଦାଦନ ଯାଉଥିବା ଶ୍ରମିକଙ୍କ ସମ୍ପର୍କରେ ମତ ରଖିଥିଲେ। ସ୍ୱାକ୍ ସଭାପତି ଆମନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସମ୍ପାଦକ ହୃଷିକେଶ ପ୍ରଧାନ ଅଭିଯାନର ଉଦ୍ଦେଶ୍ୟ ଓ ଆଗାମୀ କାର୍ଯ୍ୟପନ୍ଥା ଉପସ୍ଥାପନ କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ସ୍ୱାକ୍ ଉପଦେଷ୍ଟା ସମୀର କୁମାର ପାଢ଼ୀ, ସହସମ୍ପାଦକ ସଞ୍ଜୀବ ଦିଗାଲ, ସଭ୍ୟ ସନ୍ତୋଷ ଦିଗାଲ, ସଭ୍ୟା ମିନାକ୍ଷୀ ପ୍ରଧାନ, ଉପସଭାନେତ୍ରୀ ସସ୍ମିତା ମଲ୍ଲିକ, ଚିନ୍ମୟ କୁମାର ସେଠୀ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକଙ୍କ ସମେତ ବିଭିନ୍ନ ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ। ଏଥିସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, କୁଇ ସମାଜର ସଦସ୍ୟ ଓ ଅନ୍ୟାନ୍ୟ ଜନପ୍ରତିନିଧିମାନେ ଯୋଗଦେଇ ନିଜର ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଶେଷରେ “କୋଟଗଡ଼ ବ୍ଲକର ଯୁବକ-ଯୁବତୀ ନିଜ ଅଞ୍ଚଳରେ ରୋଜଗାର ପାଆନ୍ତୁ” ବୋଲି ସମସ୍ତେ ସଙ୍କଳ୍ପ ନେଇଥିଲେ। ସ୍ଥାନୀୟ ସମ୍ବଳକୁ ଆଧାର କରି ସ୍ୱାବଲମ୍ବୀ, ସମୃଦ୍ଧ ଓ ଦାଦନମୁକ୍ତ କୋଟଗଡ଼ ବ୍ଲକ ସହ ଦାଦନମୁକ୍ତ କନ୍ଧମାଳ ଗଠନ ପାଇଁ ମିଳିତ ପ୍ରୟାସ ଜାରି ରଖିବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା। ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ପ୍ରତିନିଧି ସଲମନ୍ ବିନ୍ଧାଣୀ

- जेसीबी घेऊन घरावर धाड! महिला बाऊंसर अन् मारहाणीचा आरोप; भूमिपुत्र संतप्त #धाडसमहाराष्ट्रन्यूज #DhadassMaharashtraNews #डोंबिवली #सोनारपाडा #मानपाडा #जेसीबी #महिलाबाऊंसर #मारहाण #भूमिपुत्र #बिल्डर #महाराष्ट्रन्यूज #BreakingNews #MarathiNews1
- ଦୂଷିତ ପାଣି ପିଇ ରୋଗରେ ପୀଡ଼ିତ ହେଉଛନ୍ତି ଗ୍ରାମବାସୀ,ବାରମ୍ବାର ଅବିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ସୂନ@first news ଦୂଷିତ ପାଣି ପିଇ ରୋଗରେ ପୀଡ଼ିତ ହେଉଛନ୍ତି ଗ୍ରାମବାସୀ,ବାରମ୍ବାର ଅବିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ସୂନ@first news1
- ন্যায় সংহিতা প্রদর্শনীতে অংশ নিতে মঙ্গলবার সকালে কালচিনি ব্লকের শ্রী বিদ্যালয় ও লতাবাড়ি হাইস্কুলের শিক্ষার্থীরা শিলিগুড়ির কাওয়াখালির উদ্দেশে রওনা দেয় ন্যায় সংহিতা প্রদর্শনীতে অংশ নিতে মঙ্গলবার সকালে কালচিনি ব্লকের শ্রী গণেশ বিদ্যালয়ের ৫৪ জন এবং লতাবাড়ি হাইস্কুলের ৩০ জন পড়ুয়া, মোট ৮৪ জন শিক্ষার্থী শিলিগুড়ির কাওয়াখালির উদ্দেশে রওনা দেয়। অনুষ্ঠানে যাত্রার সূচনা করেন রাজ্যের প্রতিমন্ত্রী বিশাল লামা। উপস্থিত ছিলেন এসডিপিও, কালচিনি সার্কেলের সিআই এবং সংশ্লিষ্ট বিদ্যালয়ের শিক্ষক-শিক্ষিকারা। যাতায়াতের পথে শিক্ষার্থীদের নিরাপত্তা ও সহায়তার জন্য প্রতিটি বাসে পুলিশ আধিকারিক ও সিভিক ভলান্টিয়ার মোতায়েন করা হয়েছে1
- Kaveri Ne lagai jaam banjar Baba 2 kilometer aage1
- वृंदावन में दबंगों का आतंक, बुजुर्ग से मारपीट रोकना दो युवकों को पड़ा भारी1
- नगर परिषद का नोटिस भी बेअसर नोटिस के बाद भी निर्माण कर बड़ा दस्तूर जारी नगर परिषद द्वारा जारी नोटिस के बाद इंदरगढ़ नगर मेन बाजार में अतिक्रमण आज दिनांक 25.8. 2026 तक निर्माण कार्य किया जा रहा है नगर परिषद की कार्रवाई ने इन दुकानदारों को को निर्माण पक्का करने के लिए पर्याप्त वक्त दिया इस कारण नगर में अतिक्रमणकारियों के हौसले बुलंद है गोदी मीडिया की मिली भगत के कारण किसी भी अखबार में यह खबर नहीं छपी इससे यह साफ होता है की नगर में कोई भी कहीं अतिक्रमण कर सकता है शासकीय भवन हो या शासकीय जमीन हो प्रशासन हमेशा की तरह गूंगा बहरा बना बैठा है प्रशासन को अपनी स्थिति प्रेस के सामने स्पष्ट करना चाहिए कि अतिक्रमण किन परिस्थितियों में कराया जा रहा है1
- यह घटना बिहार मुजफ्फरपुर जिला गांव मोहम्मदपुर का है इस लेडिस के साथ बहुत नाइंसाफी हो रहा है 🙏🥀1
- ଡାବ୍ରୀ ଗୁଡା ଠାରୁ କଲୋନୀ ପଡ଼ା କୁ ସଂଯୋଗ କରୁଥିବା କାଚନୀ ଗାଡ଼ ରେ ପୋଲ ତିଆରି ପାଇଁ ଦାବି @first news odisha ଡାବ୍ରୀ ଗୁଡା ଠାରୁ କଲୋନୀ ପଡ଼ା କୁ ସଂଯୋଗ କରୁଥିବା କାଚନୀ ଗାଡ଼ ରେ ପୋଲ ତିଆରି ପାଇଁ ଦାବି @first news odisha1