ଦାଦନ ଦୁଃଖର ଅନ୍ତ ପାଇଁ ଏକଜୁଟ ହେଲା କନ୍ଧମାଳ @first news odisha ଘୁ ଉଦୟଗିରି ୧/୮/୦୨୬( ସଲମନ୍ ବିନ୍ଧାଣୀ ) ବିକଶିତ କନ୍ଧମାଳ ଜିଲ୍ଲାକୁ ଦାଦନମୁକ୍ତ କନ୍ଧମାଳ କରିବା ପାଇଁ ପାଇଁ ଜିଲ୍ଲାସ୍ତରୀୟ ବୈଠକ ସ୍ଥାନୀୟ ସମ୍ବଳର ବିକାଶ ସହ ଯୁବପିଢ଼ିଙ୍କୁ ସ୍ଥାୟୀ ରୋଜଗାର ଯୋଗାଇବା ଉପରେ ଗୁରୁତ୍ୱ କନ୍ଧମାଳର ମାଟିରେ ରୋଜଗାରର ସୁଯୋଗ ସୃଷ୍ଟି କରି ଦାଦନ ଯନ୍ତ୍ରଣାରୁ ଜିଲ୍ଲାବାସୀଙ୍କୁ ମୁକ୍ତ କରିବା ପାଇଁ ଏକଜୁଟ ହୋଇଛନ୍ତି ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ସଂଗଠନ, ବୁଦ୍ଧିଜୀବୀ, ଜନପ୍ରତିନିଧି ଓ ସାମ୍ବାଦିକ। ଏହି ଲକ୍ଷ୍ୟ ନେଇ କନ୍ଧମାଳ ଜିଲ୍ଲା ସାମାଜିକ କର୍ମୀ ସଂଗଠନ ‘ସ୍ୱାକ୍’ ପକ୍ଷରୁ ‘ବିକଶିତ କନ୍ଧମାଳ • ଦାଦନମୁକ୍ତ କନ୍ଧମାଳ’ ଅଭିଯାନ ଅଧୀନରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କନ୍ଧମାଳ ଜିଲ୍ଲାର ୩୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିଙ୍କ ସମେତ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଜନପ୍ରତିନିଧି, ବରିଷ୍ଠ ନାଗରିକ, ସାମ୍ବାଦିକ ଓ ବିଭିନ୍ନ ସଂଗଠନର ପ୍ରତିନିଧି ଯୋଗଦେଇ କନ୍ଧମାଳର ବିକାଶ ଓ ଦାଦନ ସମସ୍ୟା ଉପରେ ଗଭୀର ଆଲୋଚନା କରିଥିଲେ। ରୋଜଗାରର ଅଭାବରୁ କନ୍ଧମାଳର ଶହ ଶହ ଶ୍ରମିକ ଜୀବିକା ଅନ୍ୱେଷଣରେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଉଛନ୍ତି। ଅନେକ ଶ୍ରମିକ ଦଲାଲଙ୍କ ମାଧ୍ୟମରେ ବାହାରକୁ ଯାଇ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି। ଏପରିକି କାର୍ଯ୍ୟସ୍ଥଳରେ ଦୁର୍ଘଟଣାର ଶିକାର ହୋଇ ଅନେକ ଶ୍ରମିକଙ୍କ ଜୀବନ ଚାଲିଯାଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ଏହି ଦାଦନ ଯନ୍ତ୍ରଣାର ଅନ୍ତ ଘଟାଇବା ପାଇଁ ବୈଠକରେ ଦୃଢ଼ ଓ ଦୀର୍ଘମିଆଦୀ ପଦକ୍ଷେପ ନେବା ଉପରେ ମତପ୍ରକାଶ ପାଇଥିଲା। ‘ଏକ ଜିଲ୍ଲା, ଏକ ସଙ୍କଳ୍ପ’ ଭାବନାକୁ ନେଇ କନ୍ଧମାଳର ନିଜସ୍ୱ ପ୍ରାକୃତିକ ଓ ମାନବ ସମ୍ବଳକୁ ଉପଯୋଗ କରି ଯୁବପିଢ଼ିଙ୍କ ପାଇଁ ସ୍ଥାୟୀ ରୋଜଗାର, ଆତ୍ମନିଯୁକ୍ତି ଓ ଉଦ୍ୟୋଗୀ ହେବାର ସୁଯୋଗ ସୃଷ୍ଟି କରିବା ଉପରେ ଜୋର ଦିଆଯାଇଥିଲା। ଏଥିପାଇଁ ତୃଣମୂଳ ସ୍ତରରୁ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତର ପର୍ଯ୍ୟନ୍ତ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଛି। କନ୍ଧମାଳର ଜଙ୍ଗଲଜାତ ଦ୍ରବ୍ୟ, ପଣସ, ହଳଦୀ, ବିଭିନ୍ନ ମସଲାଜାତୀୟ ସାମଗ୍ରୀ, କୁଟୀର ଶିଳ୍ପ ଓ ଅନ୍ୟାନ୍ୟ ସ୍ଥାନୀୟ ସମ୍ବଳର ପ୍ରକ୍ରିୟାକରଣ, ମୂଲ୍ୟବୃଦ୍ଧି ଓ ବଜାର ସଂଯୋଗ ମାଧ୍ୟମରେ ନୂଆ ରୋଜଗାର ସୃଷ୍ଟି କରିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ। ବିଧାୟକ, ସାଂସଦ, ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ସହ ସମନ୍ୱୟ ରଖି ଏହି ଅଭିଯାନକୁ ଆଗକୁ ନେବା ପାଇଁ ମଧ୍ୟ ମତ ପ୍ରକାଶ ପାଇଥିଲା। ସଂଗଠନର ସଭାପତି ଆମନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବାବେଳେ ସମ୍ପାଦକ ହୃଷିକେଶ ପ୍ରଧାନ ବୈଠକର ଉଦ୍ଦେଶ୍ୟ ଓ ଅଭିଯାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ବୈଠକରେ ବରିଷ୍ଠ ସାମ୍ବାଦିକ ତଥା ସ୍ୱାକ୍ର ଉପଦେଷ୍ଟା ସମୀର କୁମାର ପାଢ଼ୀ, ଅଶୋକ କୁମାର ପରିଡ଼ା, ସହସମ୍ପାଦକ ସଞ୍ଜୀବ ଦିଗାଲ, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ପ୍ରଦାତ୍ତା ସମ୍ପାଦକ ପ୍ରଦୀପ ଦାସ, ପ୍ରଦାନର ନିରଞ୍ଜନ ମିଶ୍ର, ବିପଦର ବନ୍ଧୁର ତାପସ କୁମାର ନାୟକ, ପ୍ରେସ୍ କ୍ଲବ୍ର ସନ୍ତୋଷ ଦିଗାଲଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ସାମାଜିକ କର୍ମୀ, ସରପଞ୍ଚ ଓ ଏମ୍ବିକେମାନେ ଉପସ୍ଥିତ ଥିଲେ। ସେନ୍ସଭୋଲ, ସ୍ୱାତୀ, ସାହାରା, ମହିଳା ଜୀବିକା ସୁରକ୍ଷା ମଞ୍ଚ, ଅନ୍ତରଙ୍ଗ ଯୁବ ମହାସଂଘ, ଓଡ଼ିଶା ମୋଟର ଚାଳକ ସଂଘ, ଗ୍ରାମ ବିକାଶ, ଏମ୍ଏମ୍ସିଟି, ଗୁଡ୍ ସମରିଟାନ, ଏୟୁଏସ୍, ଉସା, କ୍ଷିପ୍ର ନ୍ୟାୟ ମଞ୍ଚ, ନାଗରିକ ମଞ୍ଚ, କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଂଗଠନ, ପେପର ମିଡିଆ, ପ୍ରେସ୍ କ୍ଲବ୍, ମିଡିଆ କ୍ଲବ୍ ଓ ଜୀବିକା ସୁରକ୍ଷା ମଞ୍ଚ ଆଦିର ପ୍ରତିନିଧିମାନେ ଏହି ଅଭିଯାନକୁ ସମର୍ଥନ ଜଣାଇଥିଲେ। ବୈଠକକୁ ସଭାପତି ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସଦସ୍ୟ ସନ୍ତୋଷ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଚିନ୍ମୟ ସେଠୀ, ସସ୍ମିତା ମଲ୍ଲିକ, ମିନାକ୍ଷୀ ପ୍ରଧାନ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ ଓ ବିବେକାନନ୍ଦ ପ୍ରଧାନ ସହଯୋଗ କରିଥିଲେ। “କନ୍ଧମାଳର ପିଲା କନ୍ଧମାଳରେ ରୋଜଗାର ପାଉ—ଏହା ହିଁ ହେଉ ଆମ ସଙ୍କଳ୍ପ।” ଦାଦନ ହୋଇ ବାହାରକୁ ଯାଇ ଆଉ କୌଣସି ମା' ତାଙ୍କ ପୁଅକୁ ହରାଇବେ ନାହିଁ, କୌଣସି ପରିବାର ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେବେ ନାହିଁ—ସ୍ଥାନୀୟ ସମ୍ବଳ, ସ୍ଥାନୀୟ ରୋଜଗାର ଓ ସ୍ୱାବଲମ୍ବୀ କନ୍ଧମାଳ ଗଠନର ଏହି ସଙ୍କଳ୍ପ ହିଁ ବୈଠକର ମୁଖ୍ୟ ବାର୍ତ୍ତା ହୋଇଥିଲା।
ଦାଦନ ଦୁଃଖର ଅନ୍ତ ପାଇଁ ଏକଜୁଟ ହେଲା କନ୍ଧମାଳ @first news odisha ଘୁ ଉଦୟଗିରି ୧/୮/୦୨୬( ସଲମନ୍ ବିନ୍ଧାଣୀ ) ବିକଶିତ କନ୍ଧମାଳ ଜିଲ୍ଲାକୁ ଦାଦନମୁକ୍ତ କନ୍ଧମାଳ କରିବା ପାଇଁ ପାଇଁ ଜିଲ୍ଲାସ୍ତରୀୟ ବୈଠକ ସ୍ଥାନୀୟ ସମ୍ବଳର ବିକାଶ ସହ ଯୁବପିଢ଼ିଙ୍କୁ ସ୍ଥାୟୀ ରୋଜଗାର ଯୋଗାଇବା ଉପରେ ଗୁରୁତ୍ୱ କନ୍ଧମାଳର ମାଟିରେ ରୋଜଗାରର ସୁଯୋଗ ସୃଷ୍ଟି କରି ଦାଦନ ଯନ୍ତ୍ରଣାରୁ ଜିଲ୍ଲାବାସୀଙ୍କୁ ମୁକ୍ତ କରିବା ପାଇଁ ଏକଜୁଟ ହୋଇଛନ୍ତି ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ସଂଗଠନ, ବୁଦ୍ଧିଜୀବୀ, ଜନପ୍ରତିନିଧି ଓ ସାମ୍ବାଦିକ। ଏହି ଲକ୍ଷ୍ୟ ନେଇ କନ୍ଧମାଳ ଜିଲ୍ଲା ସାମାଜିକ କର୍ମୀ ସଂଗଠନ ‘ସ୍ୱାକ୍’ ପକ୍ଷରୁ ‘ବିକଶିତ କନ୍ଧମାଳ • ଦାଦନମୁକ୍ତ କନ୍ଧମାଳ’ ଅଭିଯାନ ଅଧୀନରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କନ୍ଧମାଳ ଜିଲ୍ଲାର ୩୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିଙ୍କ ସମେତ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଜନପ୍ରତିନିଧି, ବରିଷ୍ଠ ନାଗରିକ, ସାମ୍ବାଦିକ ଓ ବିଭିନ୍ନ ସଂଗଠନର ପ୍ରତିନିଧି ଯୋଗଦେଇ କନ୍ଧମାଳର ବିକାଶ ଓ ଦାଦନ ସମସ୍ୟା ଉପରେ ଗଭୀର ଆଲୋଚନା କରିଥିଲେ। ରୋଜଗାରର ଅଭାବରୁ କନ୍ଧମାଳର ଶହ ଶହ ଶ୍ରମିକ ଜୀବିକା ଅନ୍ୱେଷଣରେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଉଛନ୍ତି। ଅନେକ ଶ୍ରମିକ ଦଲାଲଙ୍କ ମାଧ୍ୟମରେ ବାହାରକୁ ଯାଇ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି। ଏପରିକି କାର୍ଯ୍ୟସ୍ଥଳରେ ଦୁର୍ଘଟଣାର ଶିକାର ହୋଇ ଅନେକ ଶ୍ରମିକଙ୍କ ଜୀବନ ଚାଲିଯାଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ଏହି ଦାଦନ ଯନ୍ତ୍ରଣାର ଅନ୍ତ ଘଟାଇବା ପାଇଁ ବୈଠକରେ ଦୃଢ଼ ଓ ଦୀର୍ଘମିଆଦୀ ପଦକ୍ଷେପ ନେବା ଉପରେ ମତପ୍ରକାଶ ପାଇଥିଲା। ‘ଏକ ଜିଲ୍ଲା, ଏକ ସଙ୍କଳ୍ପ’ ଭାବନାକୁ ନେଇ କନ୍ଧମାଳର ନିଜସ୍ୱ ପ୍ରାକୃତିକ ଓ ମାନବ ସମ୍ବଳକୁ ଉପଯୋଗ କରି ଯୁବପିଢ଼ିଙ୍କ ପାଇଁ ସ୍ଥାୟୀ ରୋଜଗାର, ଆତ୍ମନିଯୁକ୍ତି ଓ ଉଦ୍ୟୋଗୀ ହେବାର ସୁଯୋଗ ସୃଷ୍ଟି କରିବା ଉପରେ ଜୋର ଦିଆଯାଇଥିଲା। ଏଥିପାଇଁ ତୃଣମୂଳ ସ୍ତରରୁ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତର ପର୍ଯ୍ୟନ୍ତ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଛି। କନ୍ଧମାଳର ଜଙ୍ଗଲଜାତ ଦ୍ରବ୍ୟ, ପଣସ, ହଳଦୀ, ବିଭିନ୍ନ ମସଲାଜାତୀୟ ସାମଗ୍ରୀ, କୁଟୀର ଶିଳ୍ପ ଓ ଅନ୍ୟାନ୍ୟ ସ୍ଥାନୀୟ ସମ୍ବଳର ପ୍ରକ୍ରିୟାକରଣ,
ମୂଲ୍ୟବୃଦ୍ଧି ଓ ବଜାର ସଂଯୋଗ ମାଧ୍ୟମରେ ନୂଆ ରୋଜଗାର ସୃଷ୍ଟି କରିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ। ବିଧାୟକ, ସାଂସଦ, ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ସହ ସମନ୍ୱୟ ରଖି ଏହି ଅଭିଯାନକୁ ଆଗକୁ ନେବା ପାଇଁ ମଧ୍ୟ ମତ ପ୍ରକାଶ ପାଇଥିଲା। ସଂଗଠନର ସଭାପତି ଆମନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବାବେଳେ ସମ୍ପାଦକ ହୃଷିକେଶ ପ୍ରଧାନ ବୈଠକର ଉଦ୍ଦେଶ୍ୟ ଓ ଅଭିଯାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ବୈଠକରେ ବରିଷ୍ଠ ସାମ୍ବାଦିକ ତଥା ସ୍ୱାକ୍ର ଉପଦେଷ୍ଟା ସମୀର କୁମାର ପାଢ଼ୀ, ଅଶୋକ କୁମାର ପରିଡ଼ା, ସହସମ୍ପାଦକ ସଞ୍ଜୀବ ଦିଗାଲ, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ପ୍ରଦାତ୍ତା ସମ୍ପାଦକ ପ୍ରଦୀପ ଦାସ, ପ୍ରଦାନର ନିରଞ୍ଜନ ମିଶ୍ର, ବିପଦର ବନ୍ଧୁର ତାପସ କୁମାର ନାୟକ, ପ୍ରେସ୍ କ୍ଲବ୍ର ସନ୍ତୋଷ ଦିଗାଲଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ସାମାଜିକ କର୍ମୀ, ସରପଞ୍ଚ ଓ ଏମ୍ବିକେମାନେ ଉପସ୍ଥିତ ଥିଲେ। ସେନ୍ସଭୋଲ, ସ୍ୱାତୀ, ସାହାରା, ମହିଳା ଜୀବିକା ସୁରକ୍ଷା ମଞ୍ଚ, ଅନ୍ତରଙ୍ଗ ଯୁବ ମହାସଂଘ, ଓଡ଼ିଶା ମୋଟର ଚାଳକ ସଂଘ, ଗ୍ରାମ ବିକାଶ, ଏମ୍ଏମ୍ସିଟି, ଗୁଡ୍ ସମରିଟାନ, ଏୟୁଏସ୍, ଉସା, କ୍ଷିପ୍ର ନ୍ୟାୟ ମଞ୍ଚ, ନାଗରିକ ମଞ୍ଚ, କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଂଗଠନ, ପେପର ମିଡିଆ, ପ୍ରେସ୍ କ୍ଲବ୍, ମିଡିଆ କ୍ଲବ୍ ଓ ଜୀବିକା ସୁରକ୍ଷା ମଞ୍ଚ ଆଦିର ପ୍ରତିନିଧିମାନେ ଏହି ଅଭିଯାନକୁ ସମର୍ଥନ ଜଣାଇଥିଲେ। ବୈଠକକୁ ସଭାପତି ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସଦସ୍ୟ ସନ୍ତୋଷ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଚିନ୍ମୟ ସେଠୀ, ସସ୍ମିତା ମଲ୍ଲିକ, ମିନାକ୍ଷୀ ପ୍ରଧାନ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ ଓ ବିବେକାନନ୍ଦ ପ୍ରଧାନ ସହଯୋଗ କରିଥିଲେ। “କନ୍ଧମାଳର ପିଲା କନ୍ଧମାଳରେ ରୋଜଗାର ପାଉ—ଏହା ହିଁ ହେଉ ଆମ ସଙ୍କଳ୍ପ।” ଦାଦନ ହୋଇ ବାହାରକୁ ଯାଇ ଆଉ କୌଣସି ମା' ତାଙ୍କ ପୁଅକୁ ହରାଇବେ ନାହିଁ, କୌଣସି ପରିବାର ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେବେ ନାହିଁ—ସ୍ଥାନୀୟ ସମ୍ବଳ, ସ୍ଥାନୀୟ ରୋଜଗାର ଓ ସ୍ୱାବଲମ୍ବୀ କନ୍ଧମାଳ ଗଠନର ଏହି ସଙ୍କଳ୍ପ ହିଁ ବୈଠକର ମୁଖ୍ୟ ବାର୍ତ୍ତା ହୋଇଥିଲା।
- जौनपुर जफराबाद समोपुर कला गोमती नदी में निकला मगरमच्छ की विडियों हुई वायरल जौनपुर जफराबाद समोपुर कला गोमती नदी में निकला मगरमच्छ की। वीडियो हुई वायरल1
- थाना जमुनापार मथुरा से 16 वर्षीय दीपक 29 जुलाई से लापता, परिवार ने लोगों से की मदद की अपील1
- राम मंदिर में सुरक्षा व्यवस्था पर उठे सवाल अयोध्या में श्रद्धालुओं की भारी भीड़, प्रशासन अलर्ट मंदिर प्रबंधन को लेकर नई बहस शुरू विपक्ष ने सरकार पर साधा निशाना क्या धार्मिक स्थलों की सुरक्षा और मजबूत होनी चाहिए? योगी सरकार के सामने नया प्रशासनिक चुनौती अयोध्या में व्यवस्था को लेकर सियासत तेज श्रद्धालुओं की सुविधाओं पर उठे कई सवाल मंदिर परिसर की व्यवस्था पर लोगों की मिली-जुली राय विपक्ष का दावा, सरकार का जवाब क्या प्रशासन समय रहते कार्रवाई करेगा? जनता ने व्यवस्था में सुधार की मांग उठाई राजनीतिक बयानबाज़ी के बीच गरमाया माहौल आखिर क्यों बढ़ रहा है विवाद? घटना के बाद प्रशासन हरकत में क्या सुरक्षा व्यवस्था पर्याप्त थी? मंदिर परिसर में बढ़ती भीड़ बनी चुनौती नेताओं के बयान से गरमाई राजनीति जनता जानना चाहती है सच्चाई क्या सरकार देगी बड़ा जवाब? विपक्ष ने लगाए गंभीर आरोप, सरकार ने किया खंडन सोशल मीडिया पर छिड़ी नई बहस क्या इस मुद्दे पर होगी बड़ी कार्रवाई? प्रशासन ने जांच के दिए निर्देश देशभर में चर्चा का विषय बनी घटना धार्मिक स्थलों की सुरक्षा पर फिर उठे सवाल क्या राजनीति और आस्था आमने-सामने? संसद से सड़क तक गूंजा मुद्दा जनता की नजर अब सरकार के अगले कदम पर बड़ी खबर: इस मुद्दे पर सियासत तेज, देशभर में चर्चा यह विरोध प्रदर्शन विपक्ष की ओर से संसद परिसर में एक प्रतीकात्मक नाट्य प्रदर्शन था। इसमें पप्पू यादव भगवा वेश में पुजारी की भूमिका में दिखाई दिए, जबकि राहुल गांधी सहित अन्य विपक्षी सांसदों ने दान देने का प्रतीकात्मक अभिनय किया। विपक्ष का कहना था कि यह प्रदर्शन राम मंदिर के चढ़ावे से जुड़े कथित अनियमितताओं के आरोपों को उजागर करने के लिए किया गया था। � The Times of India +1 दूसरी ओर, भाजपा और कई संत संगठनों ने इस प्रदर्शन की कड़ी आलोचना की और इसे धार्मिक भावनाओं को आहत करने वाला बताया। इस मामले में कुछ स्थानों पर पुलिस शिकायतें भी दर्ज कराई गई हैं। � The Times of India +11
- ବିକଶିତ କନ୍ଧମାଳ. ଦାଦନ ମୁକ୍ତ କନ୍ଧମାଳ, ଏକ ଜିଲ୍ଲା ଏକ ସକଳ୍ପ କନ୍ଧମାଳ ଜିଲ୍ଲା ର ଯୁବ ପିଢ଼ି ଆଜି କଣ ପାଇଁ ଦାଦନ ଖଟିବାକୁ ବାହାର ଜିଲ୍ଲା ବା ବାହାର ରାଜ୍ୟ କୁ ଯାଉଛନ୍ତି ଏହାର ମୁଖ୍ୟ କାରଣ କଣ?? ବା ଦାଦନ ଖଟିବା ପାଇଁ ବାଧ୍ୟ କରୁଥିବା ବ୍ୟକ୍ତି କିଏ?? ଏହାର ଦାୟୀ କିଏ କନ୍ଧମାଳ ଜିଲ୍ଲା ର ଜିଲ୍ଲାପାଳ ନା ବ୍ଲକ ର BDO ନା ରାଜନୀତି କରୁଥିବା MLA. MP. ନା ରାଜ୍ୟ ର ମୁଖ୍ୟମନ୍ତ୍ରୀ1
- gram gudar tahsil khaniyadhana jila Shivpuri Madhya Pradesh 11:00 baje se pahle to chaprasi bhi nahin aata chaprasi bhi chaprasi rakhta hai2
- जेपीएससी व जेएसएससी परीक्षा घोटाले के विरुद्ध भाजपा जमशेदपुर महानगर द्वारा मशाल जुलूस निकाला गया!! *सांकेतिक मशाल जुलूस !!* झारखंड प्रदेश में सत्ता पर काबिज झामुमो कांग्रेस के महाठगबंधन वाली सरकार के कार्यकाल में शिक्षा व्यवस्था बुरी तरह चरमरा गई है जिससे प्रदेश के छात्रों का भविष्य अंधकारमय हो गया है।। प्रदेश में JPSC, JSSC परीक्षा व भर्ती घोटाले के साथ पेपर लीक प्रकरण पर अपना आक्रोश व्यक्त करते हुए दिनांक 31 जुलाई को जमशेदपुर महानगर में प्रदेश सरकार के विरुद्ध एक मशाल जुलूस का आयोजन किया गया।। भाजपा जमशेदपुर महानगर के जिला अध्यक्ष श्री संजीव कुमार सिन्हा जी की अगुआई में और पूर्वी विधानसभा की लोकप्रिय महिला विधायक श्रीमती पूर्णिमा दास साहू जी की प्रेरक उपस्थिति में महानगर भाजपा से जुड़े कई नामचीन हस्तियों संग सक्रिय कार्यकर्ताओं ने मशाल जुलूस निकालकर हेमंत सरकार की परीक्षा नीति के खिलाफ आवाज बुलंद कर अपना आक्रोश प्रदर्शित किया।। संकलक:: कुमार विश्वजीत जमशेदपुर झारखंड2
- उत्तराखंड :नैनीताल जिले में छात्राओं से छेड़छाड़ कर रहे मनचलों को ग्रामीणों ने सिखाया सबक1