ପାହାଡ଼ ଶିଖରରେ ଶିବ ଶମ୍ଭୁ, ଗୁମ୍ଫାରେ ଆସ୍ଥା—କାଲିମେଳାରେ ଜମୁଛି ପର୍ଯ୍ୟଟକ ଭିଡ଼ ପାହାଡ଼ ଶିଖରରେ ଶିବ ଶମ୍ଭୁ, ଗୁମ୍ଫାରେ ଆସ୍ଥା—କାଲିମେଳାରେ ଜମୁଛି ପର୍ଯ୍ୟଟକ ଭିଡ଼ ନୂଆ ବର୍ଷ ଆରମ୍ଭ ସହିତ ଲୋକଙ୍କ ମନରେ ପିକନିକ୍ ଓ ଭ୍ରମଣର ଉତ୍ସାହ ବଢ଼ିଛି। ଏହି ସମୟରେ କାଲିମେଳା ବ୍ଲକ ଅଧିନସ୍ଥ ମାନ୍ୟମକୋଣ୍ଡା ପଞ୍ଚାୟତର ଟାଗୋରକୋଟା ପାହାଡ଼ ଶିଖରରେ ନିର୍ମାଣାଧିନ ଶିବ ଶମ୍ଭୁ ମନ୍ଦିର ଓ ମାନ୍ୟମକୋଣ୍ଡା ନିକଟରେ ଥିବା ପୁରାତନ ପଥର ଗୁମ୍ଫା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣର ନୂଆ କେନ୍ଦ୍ର ଭାବେ ଉଭୟ ହୋଇଉଠିଛି। ମାଲକାନଗିରିର ପ୍ରସିଦ୍ଧ ବଡ଼ଯାତ୍ରାରେ ପୂଜିତ କାନାମରାଜୁ, ବାଲାରାଜ୍ ଓ ପୋତରାଜ୍—ଏହି ତିନି ଠାକୁରଙ୍କ ଆବିର୍ଭାବ ସ୍ଥଳ ଭାବେ ପରିଚିତ ପାଲକୋଣ୍ଡା ପର୍ବତର ବିରାଟ ପଥର ଗୁମ୍ଫା ମାନ୍ୟମକୋଣ୍ଡା ନିକଟରେ ଅବସ୍ଥିତ। ପୌରାଣିକ ଓ ଆଧ୍ୟାତ୍ମିକ ମହତ୍ତ୍ୱରେ ପୂର୍ଣ୍ଣ ଏହି ସ୍ଥାନ ଦେଖିବା ପାଇଁ ଜିଲ୍ଲା ସହିତ ଜିଲ୍ଲା ବାହାରରୁ ମଧ୍ୟ ଲୋକେ ଆସୁଥିବା ଦେଖାଯାଉଛି। ସୁଉଚ୍ଚ ପାହାଡ଼ ଶିଖରରେ ଧ୍ୟାନମଗ୍ନ ଅବସ୍ଥାରେ ଅବସ୍ଥିତ ଶିବ ଶମ୍ଭୁଙ୍କ ବିଶାଳ ମୂର୍ତ୍ତି ପର୍ଯ୍ୟଟକଙ୍କୁ ବେଶି ଆକର୍ଷିତ କରୁଛି। ଏଠାରେ ଫଟୋ ଓ ଭିଡିଓ ଉଠାଇବା ପାଇଁ ଦିନକୁ ଦିନ ଭିଡ଼ ବଢ଼ୁଛି। ଉମାଶଙ୍କର ଦଲେଇଙ୍କ ଭିଜନ୍ରେ ଆରମ୍ଭ ହୋଇଥିବା ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଜିଲ୍ଲା ପ୍ରଶାସନର ପର୍ଯ୍ୟଟନ ବିକାଶ ଯୋଜନା ଅନୁଯାୟୀ ଶେଷ ପର୍ଯ୍ୟାୟରେ ରହିଛି। ବର୍ତ୍ତମାନ ଏହି ସ୍ଥାନ pre-wedding photoshoot ଓ social media reels ପାଇଁ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇଉଠିଛି। ଆନ୍ଧ୍ର ପ୍ରଦେଶରୁ ମଧ୍ୟ ପର୍ଯ୍ୟଟକମାନେ ଏଠାକୁ ଆସୁଥିବା ନଜିର ରହିଛି। ସ୍ଥାନୀୟ ଲୋକଙ୍କ ମତାନୁସାରେ, ଯଦି ପାନୀୟ ଜଳ, ଛୋଟ ବଜାର ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯାଏ, ତେବେ ଏହା ଆହୁରି ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଉଭୟ ହେବ। ଉଲ୍ଲେଖଯୋଗ୍ୟ ଯେ, ମାନ୍ୟମକୋଣ୍ଡା ଗୁମ୍ଫା ଓ ଟାଗୋରକୋଟା ଶିବ ମନ୍ଦିର ପାଖାପାଖି ଥିବାରୁ ପର୍ଯ୍ୟଟକମାନେ ଉଭୟ ସ୍ଥାନ ବୁଲି ସାରି ପଲୁର ନିକଟରେ ଥିବା ଜଳପ୍ରପାତରେ ପିକନିକ୍ କରୁଥିବା ଦେଖାଯାଉଛି।
ପାହାଡ଼ ଶିଖରରେ ଶିବ ଶମ୍ଭୁ, ଗୁମ୍ଫାରେ ଆସ୍ଥା—କାଲିମେଳାରେ ଜମୁଛି ପର୍ଯ୍ୟଟକ ଭିଡ଼ ପାହାଡ଼ ଶିଖରରେ ଶିବ ଶମ୍ଭୁ, ଗୁମ୍ଫାରେ ଆସ୍ଥା—କାଲିମେଳାରେ ଜମୁଛି ପର୍ଯ୍ୟଟକ ଭିଡ଼ ନୂଆ ବର୍ଷ ଆରମ୍ଭ ସହିତ ଲୋକଙ୍କ ମନରେ ପିକନିକ୍ ଓ ଭ୍ରମଣର ଉତ୍ସାହ ବଢ଼ିଛି। ଏହି ସମୟରେ କାଲିମେଳା ବ୍ଲକ ଅଧିନସ୍ଥ ମାନ୍ୟମକୋଣ୍ଡା ପଞ୍ଚାୟତର ଟାଗୋରକୋଟା ପାହାଡ଼ ଶିଖରରେ ନିର୍ମାଣାଧିନ ଶିବ ଶମ୍ଭୁ ମନ୍ଦିର ଓ ମାନ୍ୟମକୋଣ୍ଡା ନିକଟରେ ଥିବା ପୁରାତନ ପଥର ଗୁମ୍ଫା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣର ନୂଆ କେନ୍ଦ୍ର ଭାବେ ଉଭୟ ହୋଇଉଠିଛି। ମାଲକାନଗିରିର ପ୍ରସିଦ୍ଧ ବଡ଼ଯାତ୍ରାରେ ପୂଜିତ କାନାମରାଜୁ, ବାଲାରାଜ୍ ଓ ପୋତରାଜ୍—ଏହି ତିନି ଠାକୁରଙ୍କ ଆବିର୍ଭାବ
ସ୍ଥଳ ଭାବେ ପରିଚିତ ପାଲକୋଣ୍ଡା ପର୍ବତର ବିରାଟ ପଥର ଗୁମ୍ଫା ମାନ୍ୟମକୋଣ୍ଡା ନିକଟରେ ଅବସ୍ଥିତ। ପୌରାଣିକ ଓ ଆଧ୍ୟାତ୍ମିକ ମହତ୍ତ୍ୱରେ ପୂର୍ଣ୍ଣ ଏହି ସ୍ଥାନ ଦେଖିବା ପାଇଁ ଜିଲ୍ଲା ସହିତ ଜିଲ୍ଲା ବାହାରରୁ ମଧ୍ୟ ଲୋକେ ଆସୁଥିବା ଦେଖାଯାଉଛି। ସୁଉଚ୍ଚ ପାହାଡ଼ ଶିଖରରେ ଧ୍ୟାନମଗ୍ନ ଅବସ୍ଥାରେ ଅବସ୍ଥିତ ଶିବ ଶମ୍ଭୁଙ୍କ ବିଶାଳ ମୂର୍ତ୍ତି ପର୍ଯ୍ୟଟକଙ୍କୁ ବେଶି ଆକର୍ଷିତ କରୁଛି। ଏଠାରେ ଫଟୋ ଓ ଭିଡିଓ ଉଠାଇବା ପାଇଁ ଦିନକୁ ଦିନ ଭିଡ଼ ବଢ଼ୁଛି। ଉମାଶଙ୍କର ଦଲେଇଙ୍କ ଭିଜନ୍ରେ ଆରମ୍ଭ ହୋଇଥିବା ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଜିଲ୍ଲା ପ୍ରଶାସନର ପର୍ଯ୍ୟଟନ ବିକାଶ ଯୋଜନା ଅନୁଯାୟୀ ଶେଷ
ପର୍ଯ୍ୟାୟରେ ରହିଛି। ବର୍ତ୍ତମାନ ଏହି ସ୍ଥାନ pre-wedding photoshoot ଓ social media reels ପାଇଁ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇଉଠିଛି। ଆନ୍ଧ୍ର ପ୍ରଦେଶରୁ ମଧ୍ୟ ପର୍ଯ୍ୟଟକମାନେ ଏଠାକୁ ଆସୁଥିବା ନଜିର ରହିଛି। ସ୍ଥାନୀୟ ଲୋକଙ୍କ ମତାନୁସାରେ, ଯଦି ପାନୀୟ ଜଳ, ଛୋଟ ବଜାର ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯାଏ, ତେବେ ଏହା ଆହୁରି ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଉଭୟ ହେବ। ଉଲ୍ଲେଖଯୋଗ୍ୟ ଯେ, ମାନ୍ୟମକୋଣ୍ଡା ଗୁମ୍ଫା ଓ ଟାଗୋରକୋଟା ଶିବ ମନ୍ଦିର ପାଖାପାଖି ଥିବାରୁ ପର୍ଯ୍ୟଟକମାନେ ଉଭୟ ସ୍ଥାନ ବୁଲି ସାରି ପଲୁର ନିକଟରେ ଥିବା ଜଳପ୍ରପାତରେ ପିକନିକ୍ କରୁଥିବା ଦେଖାଯାଉଛି।
- ନୂଆପଡା ଜ଼ିଲ୍ଲା ଖରିଆର ଠାରେ ସ୍ଵର୍ଣ ଧନୁଶ କୁ ଭବ୍ୟ ସ୍ୱାଗତ1
- Post by AK14TV1
- ବରବାହାଲ ଗାଁ ରେ ଅଘଟଣ ହତ୍ୟା ନା ଆତ୍ମହତ୍ୟା ଏ ପର୍ଯ୍ୟନ୍ତ ସନ୍ଦେହ ଘେରରେ।1
- ଗଞ୍ଜାମ ଜିଲ୍ଲା ରାସ୍ତା କଡ଼ ଇଲେକ୍ଟ୍ରି ଖୁଣ୍ଟରେ ପିଟିହୋଇ ପୋଖରୀଭିତରକୁ ପଶିଲା ଆମ୍ବୁଲାନ୍ସ। ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି କାଦପଡା ନିକଟରେ ଘଟିଛି ଦୁର୍ଘଟଣା। ସ୍ଥାନୀୟ ଲୋକଙ୍କ ସହଯୋଗରେ ଚାଳକ ସୁରକ୍ଷିତ ଉଦ୍ଧାର। ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିବାରୁ ବଡ଼ ଅଘଟଣ ଟଳିଲା। ପ୍ରବଳ କୁହୁଡ଼ି ଦୁର୍ଘଟଣାର କାରଣ ହୋଇଥିବା ଅନୁମାନ। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପାତ୍ରପୁର ବ୍ଲକ ତମ୍ବାପୁର ଠାରୁ ମନ୍ଦାରଡା ଯିବା ରାସ୍ତାରେ ବାଇକ ଦୁର୍ଘଟଣାରେ ୩ ମୃତ. ଦୁଇ ଜଣ ବନମାଳୀ ଗ୍ରାମର ଓ ଜଣେ ତିତିଗାଁ ର ବୋଲି ଜଣା ପଡିଛି3
- ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପାତ୍ରପୁର ବ୍ଲକ ତମ୍ବାପୁର ଠାରୁ ମନ୍ଦାରଡା ଯିବା ରାସ୍ତାରେ ବାଇକ ଦୁର୍ଘଟଣାରେ ୩ ମୃତ. ଦୁଇ ଜଣ ବନମାଳୀ ଗ୍ରାମର ଓ ଜଣେ ତିତିଗାଁ ର ବୋଲି ଜଣା ପଡିଛି1
- କୋରାପୁଟ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ପ୍ରସ୍ତୁତି ବୈଠକ1
- Post by AK14TV1
- Post by GANESH PANlGRAHl1