ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ସ୍ୱାଗତ କରିବା ସହ ଉଚ୍ଛେଦ ପରେ ସ୍ଥାନୀୟ ବାସିନ୍ଦାଙ୍କୁ ଥଇଥାନ କରିବା ନିମନ୍ତେ ଶନିବାର ଦିନ ମିଳିତ ବିରୋଧୀ ଦଳ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କଂଗ୍ରେସ, ସିପିଆଇ, ଓ ସିପିଏମ୍ର ମିଳିତ ପ୍ରତିନିଧିମଣ୍ଡଳୀ କଂଗ୍ରେସ ନେତା ଶାନ୍ତନୁ ପାଲଙ୍କ ନେତୃତ୍ୱରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ। ବିରୋଧୀ ଦଳ ପକ୍ଷରୁ କୁହାଯାଇଛି ଯେ, ବାରିପଦା ସହରର ରାସ୍ତା ପ୍ରଶସ୍ତିକରଣ ପ୍ରକ୍ରିୟାକୁ ସେମାନେ ସମର୍ଥନ କରୁଛନ୍ତି। ସହରର ବିଭିନ୍ନ ସ୍ଥାନରେ ଉଠା ଦୋକାନୀ କିମ୍ବା ସ୍ଥାୟୀ ଦୋକାନୀମାନେ ନିଜ ଦୋକାନ ସାମ୍ନାରେ ଆଗକୁ ବଢ଼ାଇ ଡ୍ରେନ୍କୁ କବ୍ଜା କରିବା ଯୋଗୁଁ ରାସ୍ତା ସଂକୁଚିତ ହେଉଛି। ତେଣୁ ଜିଲ୍ଲା ପ୍ରଶାସନର ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ସ୍ୱାଗତଯୋଗ୍ୟ। ତେବେ ଉଚ୍ଛେଦ ଯୋଗୁଁ ବହୁ ଦୋକାନୀ ପରିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଅନେକ ବେକାର ଯୁବକ ରୋଜଗାର ହରାଉଛନ୍ତି, ଯାହା ଫଳରେ ସେମାନେ ଦେବାଳିଆ ହେଇଯାଉଛନ୍ତି ବୋଲି ଅଭିଯୋଗ କରାଯାଇଛି। ଦାବିପତ୍ରରେ ସେମାନଙ୍କୁ ତୁରନ୍ତ ଥଇଥାନ କରିବା ପାଇଁ ଅନୁରୋଧ କରାଯାଇଛି, ଯାହା ଦ୍ୱାରା ସେମାନଙ୍କ ପରିବାର ସାମୁହିକ କଷ୍ଟରୁ ବର୍ତ୍ତି ପାରନ୍ତେ। ଏହା ନହେଲେ ସେମାନେ ବେକାର ହେବା ସହିତ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ଏବଂ ସହରରେ ଚୋରି, ଛିନ୍ତାଇ, ଡକାୟତି ଭଳି ଅପରାଧ ବଢୁଛି ବୋଲି ବିରୋଧୀ ଦଳ ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ କଂଗ୍ରେସ ପକ୍ଷରୁ ନିର୍ମଳ ପ୍ରଧାନ, ନିହାର ରଞ୍ଜନ ମଢୁଆଳ, ରବିନାରାୟଣ ପରିଡା, ଭବାନୀ ଶଙ୍କର ସାହୁ, ନାରାୟଣ ବାର, ଦିଲ୍ଲୀପ ପାତ୍ର, ରତିକାନ୍ତ ଚୌଧୁରୀ, ସିପିଆଇ ପକ୍ଷରୁ ଜଗବନ୍ଧୁ ମିଶ୍ର, ଶ୍ରୀକାନ୍ତ ସାମଲ ଏବଂ ସିପିଏମ ପକ୍ଷରୁ ରବି ଗୋସ୍ୱାମୀ ପ୍ରମୁଖ ଉପସ୍ଥିତ ଥିଲେ।

- SIR କ'ଣ, ଏହା କାହିଁକି କରାଯାଉଛି ଏବଂ ଏହା କିପରି କାର୍ଯ୍ୟକାରୀ ହେବ, ସେନେଇ ପ୍ରଶ୍ନ ଉଠାଯାଉଛି। ଏହି ପ୍ରସଙ୍ଗରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ମତାମତ କ'ଣ ରହିଛି ତାହା ଜାଣିବାକୁ ମଧ୍ୟ ଆଗ୍ରହ ପ୍ରକାଶ ପାଇଛି।1
- ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ସ୍ଥିତ ଶୁଭମ ଗୁରୁକୁଳ ମଧୁବନରେ ଅନୁଷ୍ଠିତ ବିଦାୟକାଳୀନ ସଭା ଅତ୍ୟନ୍ତ ଚିତାକର୍ଷକ ଥିଲା।1
- ପଶ୍ଚିମବଙ୍ଗ ଦେଇ ଓଡ଼ିଶାକୁ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରବେଶ କରିପାରନ୍ତି ବୋଲି ଏକ ଗୁପ୍ତ ସୂଚନା ମିଳିବା ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବା ପରେ ମୟୂରଭଞ୍ଜ ଜିଲ୍ଲା ପୋଲିସ ସମ୍ପୂର୍ଣ୍ଣ ଆଲର୍ଟ ମୋଡ୍କୁ ଆସିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ପଶ୍ଚିମବଙ୍ଗ ସୀମାନ୍ତ ଚାନ୍ଦୁଆ ଥାନା ଅନ୍ତର୍ଗତ ଚକଶୁଳିଆପଦା ଠାରେ ଆଜିଠାରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଯାଞ୍ଚ ଆରମ୍ଭ ହୋଇଛି। ଏଥିପାଇଁ ପୋଲିସ ସେଠାରେ ଏକ ସ୍ୱତନ୍ତ୍ର ଅସ୍ଥାୟୀ ଚେକପୋଷ୍ଟ ନିର୍ମାଣ କରିଛି। ପଶ୍ଚିମବଙ୍ଗ ପଟୁ ଓଡ଼ିଶା ସୀମାକୁ ପ୍ରବେଶ କରୁଥିବା ସମସ୍ତ ଛୋଟବଡ଼ ଯାନବାହନ, ବାଇକ୍ ଏବଂ ମାଲବାହୀ ଟ୍ରକ୍ ଗୁଡ଼ିକୁ ପୋଲିସ ଅଟକାଇ କଡ଼ା ଯାଞ୍ଚ କରୁଛି। ଗାଡ଼ି ଚାଳକ ଏବଂ ସେଥିରେ ଯାତ୍ରା କରୁଥିବା ଲୋକଙ୍କ ପରିଚୟ ପତ୍ର ମଧ୍ୟ ପୋଲିସ ଯାଞ୍ଚ କରୁଛି, ଯେପରି କୌଣସି ସନ୍ଦିଗ୍ଧ ବ୍ୟକ୍ତି ରାଜ୍ୟ ଭିତରକୁ ପ୍ରବେଶ କରିପାରିବେ ନାହିଁ। ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ଏବଂ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି କଡ଼ା ଚେକିଂ ପ୍ରକ୍ରିୟା ନିରନ୍ତର ଭାବେ ଜାରି ରହିବ।4
- ମୟୂରଭଞ୍ଜ ଜିଲ୍ଲାରେ ଥିବା ଏକ ପ୍ରାଣୀ ଚିକିତ୍ସାଳୟ ଗତ ୧୫ ବର୍ଷ ଧରି ବନ୍ଦ ହୋଇ ପଡି ରହିଛି।1
- ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ, ମହାପ୍ରଭୁଙ୍କ ପ୍ରିୟ ଅଧରପଣା ପାଇଁ ବ୍ୟବହୃତ ହେବାକୁ ଥିବା ଅଧର ହାଣ୍ଡି ତିଆରି କାମରେ କୁମ୍ଭକାରମାନେ ବ୍ୟସ୍ତ ହୋଇପଡ଼ିଛନ୍ତି। ବଡ଼ ଜାତ ପୂର୍ବରୁ କୁମ୍ଭାର ସାହିରେ ଏହାକୁ ନେଇ ଗହଳି ଚହଳି ଲାଗିରହିଛି। ମାଟିର ସୁଗନ୍ଧ ଓ ପାରମ୍ପରିକ କାରିଗରୀର ନିଖୁଣ ସ୍ପର୍ଶରେ ଶହ ଶହ ଅଧର ହାଣ୍ଡି ତିଆରି କରାଯାଉଛି। ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବାର ସୌଭାଗ୍ୟ ପାଇଁ କୁମ୍ଭାର ସାହିରେ ଏକ ଅପୂର୍ବ ଉତ୍ସାହ ଓ ଭକ୍ତିର ପରିବେଶ ଦେଖିବାକୁ ମିଳିଛି। ଭକ୍ତଙ୍କ ବିଶ୍ୱାସ ଯେ ମହାପ୍ରଭୁଙ୍କ ଅଧର ସ୍ପର୍ଶରେ ଏହି ହାଣ୍ଡି ଧନ୍ୟ ହେବ। ବଡ଼ ଠାକୁରଙ୍କ ସେବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକ ହାଣ୍ଡି ସହିତ ଓଡ଼ିଆ ଐତିହ୍ୟ, ପରମ୍ପରା ଓ ଆସ୍ଥା ଜଡ଼ିତ ରହିଛି। ବଡ଼ଦାଣ୍ଡରେ ରଥଯାତ୍ରାର ମାହୋଲ ବଢ଼ୁଥିବା ବେଳେ, କୁମ୍ଭାର ସାହିରେ ମଧ୍ୟ ଭକ୍ତି ଓ କର୍ମର ଏକ ଅନନ୍ୟ ସଙ୍ଗମ ପରିଲକ୍ଷିତ ହେଉଛି।1
- ଜଣେ ଦେଢଶୁରଙ୍କ ମାଡ଼ରେ ତାଙ୍କ ଭାଇବୋହୂଙ୍କ ହାତ ଭାଙ୍ଗିଯାଇଛି। ଏହି ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।1
- ମୟୂରଭଞ୍ଜ ଜିଲ୍ଲାର ବାରିପଦା ସୁପ୍ରଭା ଗୁରୁକୁଳରେ ଏକ ବିଶେଷ ଧରଣର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଛି।1
- ପଶ୍ଚିମବଙ୍ଗର ସୋନାରପୁରରେ ଟିଏମସି ସାଂସଦ ତଥା ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସେ ଦାବି କରିଛନ୍ତି ଯେ, ପୋଷ୍ଟ-ପୋଲ ହିଂସାରେ ପ୍ରଭାବିତ ପରିବାରମାନଙ୍କୁ ଭେଟିବା ସମୟରେ ତାଙ୍କ ଉପରକୁ ଇଟା, ଅଣ୍ଡା ଏବଂ ପଥର ମାଡ଼ କରାଯାଇଥିଲା। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଘଟଣା ପରେ ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ସମଗ୍ର ଘଟଣାର ଭିଡିଓ ପ୍ରମାଣ ତାଙ୍କ ପାଖରେ ରହିଛି ଏବଂ ସେ ଏହି ମାମଲାକୁ ନେଇ ଅଦାଲତର ଦ୍ୱାରସ୍ଥ ହେବେ। ସେ ଅଭିଯୋଗ କରିଛନ୍ତି ଯେ, ଏହି ଆକ୍ରମଣରେ ତାଙ୍କ ଆଖିରେ ଆଘାତ ଲାଗିଛି ଏବଂ ଯଦି ସେ ହେଲମେଟ୍ ପିନ୍ଧିନଥାନ୍ତେ ତେବେ ତାଙ୍କ ମୁଣ୍ଡ ଫାଟିଯାଇଥାନ୍ତା। ଅଭିଷେକ ବାନାର୍ଜୀ ଏହି ଆକ୍ରମଣକୁ ପୂର୍ବ ଯୋଜନାବଦ୍ଧ ବୋଲି କହିବା ସହ ବିରୋଧୀ ଦଳ ଉପରେ ଆଙ୍ଗୁଳି ଉଠାଇଛନ୍ତି। ତାଙ୍କ ମତରେ, ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା ଏବଂ ଏହି ଘଟଣା କ୍ୟାମେରାରେ କଏଦ ହୋଇଛି। ସେ ଏହି ସୂଚନା ହାଇକୋର୍ଟ ଓ ରାଜ୍ୟପାଳଙ୍କୁ ଜଣାଇବେ ବୋଲି ମଧ୍ୟ କହିଛନ୍ତି।1