ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବୈଠକରେ ମେଧା ପ୍ରତିଭାର ଉନ୍ମେଷ ଉପରେ ଗୁରୁତ୍ବ। ମୁନିଗୁଡ଼ା:ତା୧-୮ ରାୟଗଡ଼ା ଜିଲ୍ଲା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ମାସିକ ବୈଠକ ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ ଉମାକାନ୍ତ ବେରଦଳାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ବିଦ୍ୟାଳୟର ପରିବେଶ,ଶୃଙ୍ଖଳା,ଶିକ୍ଷାଦାନ ଏବଂ ଆଗାମୀ ଯୋଜନାର ରୂପରେଖ ସହ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା।ଗୁରୁମା" ଓ ଗୁରୁଜୀ ମାନେ ବିଦ୍ୟାମନ୍ଦିର ଶୃଙ୍ଖଳା,ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଦାନ ଓ ସେମାନଙ୍କ ଚରିତ୍ର ନିର୍ମାଣ ଉପରେ ବହୁ ମୂଲ୍ୟବାନ ପରାମର୍ଶ ଉପସ୍ଥାପନା କରିଥିଲେ।ଦ୍ଵିତୀୟ ଅଧିବେଶନ ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ ବେରଦଲାଇଙ୍କ ଅଧ୍ୟକ୍ଷତା ଓ ଗୁରୂମା"ଶ୍ରୀମତୀ କଳ୍ପନା ଦାଶଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ ପରେ ଆରମ୍ଭ ହୋଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ,ସମ୍ମାନିତ ଅତିଥିଭାବେ ସାମ୍ବାଦିକ ଧନୁ କୁସୁଲିଆ ଯୋଗଦେଇ ନିଜ ବକ୍ତବ୍ୟରେ ଶୃଙ୍ଖଳା ବିନା ଶିକ୍ଷା ଦିଗ ହରା ହୋଇଥାଏ।ଏଣୁ ଜ୍ଞାନର ଚରମ ଲକ୍ଷ ଚରିତ୍ର ନିର୍ମାଣ ଓ ରାଷ୍ଟ୍ର ସର୍ବୋପରି ହେବା ଆବଶ୍ୟକ ବୋଲି କହିଥିଲେ।ଏଥିସହ ସ୍ଵାଧୀନତା ପରବର୍ତ୍ତୀ କାଳରେ ଶିକ୍ଷାକୁ ବିକୃତିକରଣ ଓ ଇତିହାସକୁ କଦର୍ଥ କରାଯିବା ନେଇ ଅନେକ ତଥ୍ୟ ଏବେ ଲୋକ ଲୋଚନକୁ ଆସୁଥିବାରୁ ଆମକୁ ସତର୍କତାର ସହିତ ଆଗକୁ ବଢ଼ିବାକୁ ପଡ଼ିବ।ବିଦ୍ୟାର୍ଥୀ ମାନଙ୍କୁ ସଠିକ୍ ଏବଂ ତଥ୍ୟ ଆଧାରିତ ଇତିହାସ ପଢାଗଲେ ସେମାନେ ନିଜ ଗୌରବମୟ ଜାତୀୟତା,ସ୍ୱର୍ଣୀମ ଇତିହାସ,ଗର୍ବିତ ପୂର୍ବଶୁରି ଏବଂ ମହାନ୍ ଦେଶପ୍ରେମୀ ମାନଙ୍କୁ ନେଇ ଗର୍ବ କରିପାରିବେ ବୋଲି ଧାରଣା ଦେଇଥିଲେ।ସେହିପରି ଅନ୍ୟ ବକ୍ତାମାନେ କହିଥିଲେ ଏବେ ତଥ୍ୟ ସହିତ ସତ୍ୟର ଉନ୍ମୋଚନ ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଥିବା କାରଣରୁ ପାଠ ପୁସ୍ତକରେ ଅନେକ ପରିବର୍ତ୍ତନ ଲକ୍ଷ କରାଯାଉଛି।କାର୍ଯ୍ୟକ୍ରମରେ ବରିଷ୍ଠ ଗୁରୁଜୀ ଗିରିଜା ପ୍ରସାଦ ମିଶ୍ର,ଗୀତାଞ୍ଜଳି ବେହେରା, ସୁବ୍ରତ ପାତ୍ର,କଳ୍ପନା ଦାସ, କୁମୁଦିନୀ ପଣ୍ଡା,ସୁଜାତା ମହାପାତ୍ର,ସୁନିତା ପଣ୍ଡା,ଅଶ୍ଵିନୀ ବେହେରା,ସୁଭସ୍ମିତା ସାମନ୍ତ, କଳ୍ପନା ମାଳବିଶୋଇ,ମୃଗଶିରା ମାଝୀ,ତନୁଜା ନାୟକ,ଅନିରୁଦ୍ଧ ବେହେରା,ଆରତୀ ପୁଷିକା, ସୁନିତା ଆଚାରି, ସୁଜ୍ଞାନି ମହାରଣା,କାଜଲ ବେରଗାଛିଆ, ପୁଷ୍ପା ମହାକୁଡ ପ୍ରମୁଖ ଗରୁମା"ଓ ଗୁରୁଜୀ ବୈଠକରେ ଅଂଶଗ୍ରହଣ କରିଥିଲେ।ଶ୍ରୀମତୀ କଳ୍ପନା ଦାସ ଶାନ୍ତି ପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବୈଠକରେ ମୋଧା ପ୍ରତିଭାର ଉନ୍ମେଷ ଉପରେ ଗୁରୁତ୍ବ।

- ଦେଖନ୍ତୁ 🙏🙏🙏1
- 🌹🌹🌹🌹🌹🌹🌹🌹🌹1
- ଲୋକଙ୍କ ସରକାର ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି, କନ୍ଧମାଳ ଜିଲ୍ଲା ପାଇକ, ଖଣ୍ଡାୟତ କୁଳ ସମାଜ l ବାଲିଗୁଡା - ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଐତିହାସିକ ପଦକ୍ଷେପ କୁ ସ୍ୱାଗତ ଜଣାଇ ଧନ୍ୟବାଦ୍ ଅର୍ପଣ କରିଛନ୍ତି କନ୍ଧମାଳ ଜିଲ୍ଲା ପାଇକ ଖଣ୍ଡାୟତ କୁଳ ସମାଜ l ଫୁଲବାଣୀ ସ୍ଥିତ ସରକାରୀ ଭେଷଜ ମହାବିଦ୍ୟାଳୟ କୁ କନ୍ଧମାଳ ଜିଲ୍ଲାର ମହାନ୍ ସନ୍ଥ ତଥା ସ୍ୱାଧୀନତା ସଂଗ୍ରାମୀ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ନିଷ୍ପତ୍ତି କୁ ନେଇ ବହୁ ଖୁସି ପ୍ରକଟ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ୍ ଜଣାଉଛନ୍ତି, ଆଦିବାସୀ ଜନଜାତି ଙ୍କ ଦରଦୀ ବନ୍ଧୁ, ଜନଜାତି ଙ୍କ ଶିକ୍ଷା ସ୍ୱାସ୍ଥ୍ୟ କୃଷି ଓ ସଂସ୍କୃତି ପାଇଁ ସାରା ଜୀବନ ଉତ୍ସର୍ଗ କରି ନିଜ ପ୍ରାଣବଳୀ ଦେଇଥିବା ଏହି ମହାନ ସାଧୁ ଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟ ରେ ଏହି ଯୁଗାନ୍ତକାରୀ ପଦକ୍ଷେପ ସହ ଜଲେଶପଟ୍ଟା ସଂସ୍କୃତି କନ୍ୟାଶ୍ରମ ର ଉନ୍ନତି ପାଇଁ ତେର କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି, ଏହାକୁ ନେଇ କନ୍ଧମକ ରେ ସବୁ ସ୍ତରରେ ସ୍ୱାଗତ କରାଯାଇଛି,4
- ଟେମରା ଠାରେ ମାଆ ବସ୍ତେରେନ ମାଉଳିଙ୍କ ଆଷାଢ଼କେନା ମଣ୍ଡେଇ ଯାତ୍ରା #Kalahandi #MandaiYatra #OdishaCulture #Temera #MaaBasteren କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଟେମରା ଗ୍ରାମରେ ମାଆ ବସ୍ତେରେନ ମାଉଳିଙ୍କ ପ୍ରସିଦ୍ଧ ଆଷାଢ଼କେନା ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବାଦ୍ୟବାଜଣା ଓ ନୀତିକାନ୍ତିରେ ଏହି ଯାତ୍ରା ପାଳିତ ହୋଇଛି। ଏହି ଯାତ୍ରା ସରିବା ପରେ ଅଞ୍ଚଳର ଚାଷୀମାନେ ନିଜର ଧାନ ରୁଆ ଏବଂ ବିହୁଡ଼ା କାର୍ଯ୍ୟ ଆରମ୍ଭ କରିଥାନ୍ତି। ଆସନ୍ତୁ ଦେଖିବା ଏହି ଦିବ୍ୟ ଯାତ୍ରାର କିଛି ଝଲକ। ମାଆଙ୍କ ଆଶୀର୍ବାଦରୁ ଭଲ ଫସଲ ହେବାର ବିଶ୍ୱାସ ରହିଛି। ସମ୍ପୂର୍ଣ୍ଣ ଭିଡିଓ ନିଶ୍ଚୟ ଦେଖନ୍ତୁ।1
- ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିଶ୍ୱର ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହେଇଚି ମୁଖ୍ୟ ଅତିଥି ଭାବେ ସୁତନ୍ତ୍ର ଉନୟନ ପରିଷଦ ଅଦକ୍ଷ କାମଦେବ ବଡ଼ନାୟକ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ରହିଥିଲେ1
- ଉପାନ୍ତ ପ୍ରହରୀଙ୍କ ଦ୍ୱାରା ଉନ୍ମୋଚନ ହେଲା ସମାଜସେବୀ ଲେଖକ ଶ୍ରୀ ଲାଜର ଲିମାଙ୍କ ରଚିତ ‘କଥାମ୍ବୃତ’ ପୁସ୍ତିକା *ଉପାନ୍ତ ପ୍ରହରୀଙ୍କ ଦ୍ୱାରା କଥାମୃତ’ ପୁସ୍ତିକା ଉନ୍ମୋଚନ *। ପାରଳାଖେମୁଣ୍ଡି ୩୧/୦୭ ସମାଜସେବୀ ଲେଖକ ଶ୍ରୀ ଲାଜର ଲିମାଙ୍କ ରଚିତ ‘କଥାମ୍ବୃତ’ ପୁସ୍ତିକା ଆଜି ଗଜପତି ଜିଲ୍ଲାର ଉପାନ୍ତ ପ୍ରହରୀ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର(ଓ.ଏ.ଏସ)(୧) ଅବସର ପ୍ରାପ୍ତ ତହସିଲ୍ ଦାର୍ ,ବରିଷ୍ଠ ସମାଜସେବୀ ଓ ଇତିହାସ ଲେଖକଙ୍କ କର କମଳରେ ଉନ୍ମୋଚିତ ହୋଇ ଯାଇଛି। ଏହି କାର୍ଯ୍ୟ କ୍ରମରେ ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷାବିତ୍ ଶ୍ରୀମତି ଆଶାଲତା ପାଣିଗ୍ରାହୀ, ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ବିଚିତ୍ରl ନନ୍ଦ ବେବର୍ତ୍ତା , ଶିକ୍ଷାବିତ୍ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢି,ଶିକ୍ଷାବିତ୍ ଶ୍ରୀ ବିନୋଦ ଚନ୍ଦ୍ର ଜେନାଙ୍କ ଉପସ୍ଥିତରେ ଉନ୍ମୋଚନ କରାଯାଇଥିଲା ଏହି ଅବସରରେ ଶ୍ରୀ ମହାପାତ୍ର କହିଥିଲେ ଯେ, ପୁସ୍ତିକାରେ ସ୍ଥାନ ପାଇଥିବା ବିଷୟବସ୍ତୁ ଆଜିର ଯୁବପିଢ଼ୀଙ୍କୁ ସଠିକ୍ ଜୀବନଦର୍ଶନ ପ୍ରଦାନ କରିବା ସହ ଶୃଙ୍ଖଳିତ, ସଂସ୍କାରୀ ଓ ନୈତିକ ମୂଲ୍ୟବୋଧସମ୍ପନ୍ନ ଜୀବନଯାପନ ପାଇଁ ପ୍ରେରଣା ଦେବ । ଏହା ଏକ ଆଦର୍ଶ ପରିବାର ଓ ସୁସ୍ଥ ସମାଜ ଗଠନରେ ମଧ୍ୟ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ ଯେ, ‘କଥାମ୍ବୃତ’ ପରି ପ୍ରେରଣାଦାୟକ ପୁସ୍ତିକାର ବ୍ୟାପକ ପ୍ରଚାର ଓ ପ୍ରସାର ହେଲେ ଆଗାମୀ ଯୁବପିଢ଼ୀ ଏକ ଆଦର୍ଶ, ଶୃଙ୍ଖଳିତ ଓ ଦାୟିତ୍ୱବାନ ସମାଜ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ। ଲେଖକ ଶ୍ରୀ ଲାଜର ଲିମାଙ୍କ ଏହି ସାମାଜିକ ଓ ସାହିତ୍ୟିକ ପ୍ରୟାସକୁ ସେଡ ଉଚ୍ଚ ପ୍ରଶଂସା କରିବା ସହ ଭବିଷ୍ୟତରେ ମଧ୍ୟ ଏଭଳି ମୂଲ୍ୟବୋଧଭିତ୍ତିକ ପୁସ୍ତକ ରଚନା କରି ସମାଜକୁ ସଠିକ୍ ଦିଗଦର୍ଶନ ଦେବାକୁ ଉତ୍ସାହିତ କରିଥିଲେ। ଉପସ୍ଥିତ ବୁଦ୍ଧିଜୀବୀ ଓ ଅତିଥିମାନେ ମଧ୍ୟ ପୁସ୍ତିକାଟି ଯୁବସମାଜ ପାଇ ପଥପ୍ରଦର୍ଶକରେ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକାଶ କରିଥିଲେ।1
- ବନ୍ଧୁଗାଁ ବ୍ଲକ କାବ୍ରିବାଡି ପଞ୍ଚାୟତ ର ରାସ୍ତା ନିର୍ମାଣ ବିଳମ୍ବ ଯୋଗୁଁ ପଞ୍ଚାୟତର ୨୨ ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି3
- ପିଡେଲବାଜୁ ଗାଁ ଠାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ। କ୍ଷତିପୂରଣ ଦାବି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ କୁମଖାଲ ପଞ୍ଚାୟତ ଅନ୍ତର୍ଗତ ପିଡେଲବାଜୁ ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲୀ ହାତୀ ଗାଁ ଭିତରକୁ ପଶି ଘରଦ୍ଵାର ଭାଙ୍ଗି ତିଲେଇ ହରିଜନ ନାମକ ବୃଦ୍ଧାଙ୍କ ହାତୀଟି ତାଙ୍କୁ ଆକ୍ରମଣ କରି ଦଳିଚକଟି ଦେଇ ଥିବା ସୁଚନା ମିଳିଛି। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେବ ଏହି ବ୍ଲକର ବିଭିନ୍ନ ଗାଁରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ଯୋଗୁଁ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ଅଞ୍ଚଳରୁ ହାତୀ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବନ ବିଭାଗ ପାଟ୍ରୋଲିଂ କଡ଼ାକଡ଼ି କରିବା ଦାବି ରହିଛି। ଖବର ପାଇ ସରପଞ୍ଚ ସାନ୍ଦ୍ରୁ ମାଝୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରି ସମସ୍ତ ଙ୍କୁ ଆଜି ସକାଳ ଛଅଟା ସମୟରେ ସୁଚନା ଦେଇଛନ୍ତି।ଖବର ପ୍ରସାରଣ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ1